ଅବହେଳିତ ଅବସ୍ଥାରେ ପ୍ରାଚୀନ ମନ୍ଦିର

ଭୁବନେଶ୍ୱର,୧୫।୭(ବ୍ୟୁରୋ): ପୁରୀ ଜିଲା କଣାସ ବ୍ଲକ ଅନ୍ତର୍ଗତ ସେବତୀପୁର-ପଶ୍ଚିମପାରି ଗ୍ରାମରେ ଅବହେଳିତ ଅବସ୍ଥାରେ ଥିବା ଏକ ପ୍ରାଚୀନ ମନ୍ଦିରର ସନ୍ଧାନ ମିଳିଛି। ରିଡିସ୍କଭର ଲଷ୍ଟ ହେରିଟେଜ ଗ୍ରୁପ୍‌ ଓ ହେରିଟେଜ ଆଣ୍ଡ କଲ୍‌ଚର କ୍ଲବ, ଆଇଆଇଟିଟିଏମ୍‌ ଅନୁଷ୍ଠାନର ଏକ ମିଳିତ ଐତିହ୍ୟ-ଅନୁସନ୍ଧାନକାରୀ ଦଳ ଏହି ପୁରାତନ ମନ୍ଦିରରେ ପହଞ୍ଚତ୍ ପ୍ରାଥମିକ ପର୍ଯ୍ୟବେକ୍ଷଣ କରିଛନ୍ତି। ଏ ନେଇ ହେରିଟେଜ ଗ୍ରୁପ ସଦସ୍ୟ ତଥା ଐତିହ୍ୟ ଗବେଷକ ଦୀପକ କୁମାର ନାୟକଙ୍କ ମତରେ ଗଠନଶୈଳୀ ଦୃଷ୍ଟିରୁ ଏହି ମନ୍ଦିରଟି ପ୍ରାୟ ୩୦୦ରୁ ୪୦୦ ବର୍ଷ ତଳେ ନିର୍ମାଣ ହୋଇଥିବା ପରି ମନେ ହୁଏ। ଖୋର୍ଦ୍ଧାଗଡ଼ ଅଞ୍ଚଳରେ ଭୋଇବଂଶୀୟ ରାଜାଙ୍କ ସମୟରେ ନିର୍ମିତ ମନ୍ଦିର ସମୂହ ସହିତ ଏହି ମନ୍ଦିରର ନିର୍ମାଣ ଶୈଳୀ ତୁଳନୀୟ। ବର୍ତ୍ତମାନ ଏହା ପରିତ୍ୟକ୍ତ ଅବସ୍ଥାରେ ଅଛି, ଏହାର ପୁନରୁଦ୍ଧାର କରିବା ଜରୁରୀ ହୋଇପଡ଼ିଛି। ଅନ୍ୟପଟେ ସ୍ଥାନୀୟ ଲୋକେ ଏହାକୁ ‘ଅମୁହଁା ଦେଉଳ’ ବୋଲି କୁହନ୍ତି। ମନ୍ଦିରରେ କୌଣସି ଦେବଦେବୀ ପୂଜା ପାଉନାହାନ୍ତି। ତେବେ ପାର୍ଶ୍ୱ ଦେବତା ଭାବେ ନୃସିଂହ, ବରାହ ଓ ତ୍ରିବିକ୍ରମଙ୍କ ଉପସ୍ଥିତି ଏହାକୁ ଏକ ବୈଷ୍ଣବ ମନ୍ଦିର ବୋଲି ସୂଚନା ଦେଉଛି। ମନ୍ଦିରରେ କେଉଁ କାରଣରୁ ମୁଖ୍ୟ ଦେବତା ଅନୁପସ୍ଥିତ ଠିକ୍‌ ଭାବେ କହିବା କଷ୍ଟକର।
ତେବେ ଭୋଇ ରାଜୁତି ସମୟରେ ବାରମ୍ବାର ମୋଗଲ ସେନାମାନଙ୍କ ଆକ୍ରମଣ ଭୟରେ ହୁଏତ ମୁଖ୍ୟ ବିଗ୍ରହକୁ କେଉଁଠି ଲୁଚାଇ ଦିଆଯାଇଥିଲା ବୋଲି ଗବେଷକ ନାୟକ କହିଛନ୍ତି। ବର୍ତ୍ତମାନ ଏହି ମନ୍ଦିରର ସ୍ଥିତି ଅତ୍ୟନ୍ତ ଦୟନୀୟ। ମନ୍ଦିର ଶିଖର ଦେଶରେ ଅନେକ ଗୁଡିଏ ଗଛ ଉଠିରହିଛି। ଯାହାକି ଏହା ମନ୍ଦିରର ସ୍ଥିତି ଉପରେ ବିପଦ ସୃଷ୍ଟି କରିଛି।
ଅବସରରେ ଆଇଆଇଟିଟିଏମ୍‌ର ଆସୋସିଏଟ ପ୍ରଫେସର ଡ. ଆଦ୍ୟାଶା ଦାଶ କହିଛନ୍ତି, ସ୍ଥାନୀୟ ଅଧିବାସୀଙ୍କ ମଧ୍ୟରେ ଐତିହ୍ୟ ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ଆମେ ଏଭଳି କାର୍ଯ୍ୟକ୍ରମ ହାତକୁ ନେଇଛୁ। ଅନୁଷ୍ଠାନର ଛାତ୍ରୀଛାତ୍ର ଓ ରିଡିସ୍କୋଭର ଲଷ୍ଟ ହେରିଟେଜ ଗ୍ରୁପର ସଦସ୍ୟମାନେ ମିଶି ଏହିପରି ଆହୁରି ଅନେକ ଅଜଣା ଐତିହ୍ୟସମ୍ପନ୍ନ ସ୍ଥାନ ସବୁକୁ ଚିହ୍ନଟ କରିଛୁ, ସେ ସବୁର ସଂରକ୍ଷଣ ଓ ପ୍ରଚାର ପ୍ରସାର ପାଇଁ ଯଥାସମ୍ଭବ ପ୍ରୟାସ କରିବୁ। ଏହିପରି ସ୍ଥାନ ସବୁର ଉନ୍ନତୀକରଣ ହୋଇପାରିଲେ ପରୋକ୍ଷରେ ସ୍ଥାନୀୟ ଅଧିବାସୀଙ୍କ ପାଇଁ ମଧ୍ୟ ରୋଜଗାରର ପନ୍ଥା ସୃଷ୍ଟି କରିପାରିବ। କାର୍ଯ୍ୟକ୍ରମରେ ଇନ୍‌ଟାକର ପ୍ରକଳ୍ପ ସଂଯୋଜକ ଐତିହାସିକ ଅନିଲ ଧୀର ଯୋଗଦେଇ କହିଛନ୍ତି, ତୁରନ୍ତ ରାଜ୍ୟ ସରକାର ପ୍ରତ୍ନତତ୍ତ୍ୱ ବିଭାଗକୁ ସ୍ଥାନଟିର ପ୍ରତ୍ନତାତ୍ତ୍ୱିକ ସର୍ଭେ କରୁ। ଏହି ମନ୍ଦିରକୁ ଅତି ସହଜରେ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ପୁନରୁଦ୍ଧାର କରିପାରିବ। ମନ୍ଦିରର ଗର୍ଭଗୃହ ଓ ଜଗମୋହନର ସ୍ଥିତି ବିଶେଷ ଖରାପ ନାହିଁ, ସେଥିପାଇଁ କାର୍ଯ୍ୟ କରିବା ସେତେଟା କଷ୍ଟକର ହେବ ନାହିଁ ବୋଲି ସେ କହିଛନ୍ତି। ରାଜ୍ୟରେ ପ୍ରାୟ ୫୦୦୦ରୁ ଅଧିକ ଐତିହ୍ୟସଂପନ୍ନ ସ୍ଥାନ ଥିବାବେଳେ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ମାତ୍ର ୩୦୦ରୁ କମ୍‌ କେତୋଟି ସ୍ଥାନକୁ ରାଜ୍ୟ-ସଂରକ୍ଷିତ ସ୍ଥାନର ମାନ୍ୟତା ଦେବା ଅତ୍ୟନ୍ତ ଉଦବେଗର ବିଷୟ ବୋଲି ଶ୍ରୀ ଧୀର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ମା’ ବିକିଥିଲେ ଗହଣା, ଖାଲିପେଟରେ ଶୋଇଥିଲେ ବାପା; ଏବେ ୧୪.୨୦ କୋଟିରେ କିଣିଲା CSK

ମୁମ୍ବାଇ,୧୮ା୧୨: ଆଇପିଏଲ୍ ୨୦୨୬ ନିଲାମରେ ଚେନ୍ନାଇ ସୁପର କିଙ୍ଗସ୍ (CSK) ଦ୍ୱାରା ୧୪.୨୦ କୋଟି ଟଙ୍କାରେ କିଣାଯାଇଥିବା ଯୁବ ୱିକେଟକିପର ବ୍ୟାଟର କାର୍ତ୍ତିକ ଶର୍ମାଙ୍କ ସଫଳତା...

ଆଦିବାସୀ ମହୋତ୍ସବ ‘ପରବ’ ଉଦ୍‌ଘାଟନ କରିବେ ମନ୍ତ୍ରୀ, ସୁରକ୍ଷା ପାଇଁ ୩୬ ପ୍ଲାଟୁନ ପୋଲିସ ମୁତୟନ

କୋରାପୁଟ,୧୮ା୧୨(ଅମିତାଭ ବେହେରା): ଗୁରୁବାର ସନ୍ଧ୍ୟା ୬ଟାରେ ଜାତୀୟସ୍ତରୀୟ ଆଦିବାସୀ ମହୋତ୍ସବ ପରବ ୨୦୨୫ର ଉଦ୍‌ଘାଟନ ହେବାକୁ ଯାଉଥିବାବେଳେ ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

‘ଆଗକୁ ବଢ଼ିବେ ଚାଷୀ, ସରକାରୀ ଯୋଜନାରେ ସାମିଲ ହୋଇ ହେବେ ଉପକୃତ’

ଭଞ୍ଜନଗର,୧୮ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପଡ଼ିଆରେ ଗୁରୁବାର ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦ୍‌ଘାଟିତ ହୋଇଯାଇଛି। ଭଞ୍ଜନଗର ଉପଜିଲାପାଳ...

ନିତିନ ଗଡ଼କରୀଙ୍କୁ ଭେଟିଲେ ପ୍ରିୟଙ୍କା ଗାନ୍ଧୀ: ଆଲୋଚନାରେ ଉଠିଲା ‘ଭାଇ-ଭଉଣୀ’ କଥା

ନୂଆଦିଲ୍ଲୀ,୧୮ା୧୨: କେରଳର ବିକାଶମୂଳକ କାର୍ଯ୍ୟକୁ ନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ଭେଟିଛନ୍ତି ୱାୟାନାଡ୍ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭାଦ୍ରା।...

ବଲାଙ୍ଗୀରରେ ଗଠନ ହେଲା ଭାଜପାର ୯୦ ଜଣିଆ ଟିମ୍‌, ସୁଦୃଢ଼ ହେବ…

ବଲାଙ୍ଗୀର,୧୮ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭାରତୀୟ ଜନତା ପାର୍ଟି ତରଫରୁ ଗୁରୁବାର ଜିଲା ସ୍ତରରେ ଏକ ବୈଠକ ପଥରଚେପା ଭାଜପା କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଛି। ଭାଜପା...

ପାରିବାରିକ ବିବାଦର କରୁଣ ପରିଣତି, ସ୍ବାମୀଙ୍କୁ ଗାମୁଛାରେ ହତ୍ୟାକଲେ ସ୍ତ୍ରୀ

ସମ୍ବଲପୁର,୧୮।୧୨(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ଏମସିଏଲ ଜାଗୃତିବିହାର ଠାରେ ଜଣେ ଏମସିଏଲ କର୍ମଚାରୀଙ୍କୁ ତାଙ୍କ ଧର୍ମପତ୍ନୀ ତଣ୍ଟି ଚିପି ହତ୍ୟା କରିଛନ୍ତି । ମୃତ...

ଜମୁଛି କାର୍ତ୍ତିକ-ଅନନ୍ୟାଙ୍କ ଯୋଡ଼ି, ଟ୍ରେଲର ରିଲିଜ ପରେ ସାମ୍ନାକୁ ଆସିଲା…

ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନ ଏବଂ ଅନନ୍ୟା ପାଣ୍ଡେଙ୍କ ରୋମାଣ୍ଟିକ-କମେଡି ଫିଲ୍ମ ‘ତୁ ମେରି ମୈ ତେରା ମୈ ତେରା ତୁ ମେରି’ର ଟ୍ରେଲର ଗୁରୁବାର ରିଲିଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri