Odisha Elections 2024

ଦୁର୍ଘଟଣା ପରେ ବି ଚେତୁନି ପୋଲିସ, ଥାନା ସମ୍ମୁଖରେ ଥିବା ଜବତ ଟ୍ରକ୍‌କୁ ଧକ୍କାଦେଲା ହାଇଓ୍ବା

ପରଜଙ୍ଗ,୧୭।୭(ଡି.ଏନ୍‌.ଏ): ଢ଼େଙ୍କାନାଳ ଜିଲା ପରଜଙ୍ଗ ଥାନା ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ପରଜଙ୍ଗ ବଜାରରୁ ଭାଲୁମୁଣ୍ଡା ଆଡ଼କୁ ଯାଉଥିବା ହାଇୱା ଥାନା ସମ୍ମୁଖରେ ଠିଆ ହୋଇଥିବା ଟ୍ରକ୍‌କୁ ଧକ୍କା ଦେଇଥିଲା। ଏହାପରେ ଉକ୍ତ ହାଇଓ୍ବାଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ହେଲେ ଏଥିରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ। ସୂଚନାଯୋଗ୍ୟ, କିଛି ଦିନ ତଳେ କୋଇଲା ବୋଝେଇ ଟ୍ରକ୍‌ ଦୁର୍ଘଟଣା ଘଟାଇଥିବାରୁ ପୋଲିସ ତାକୁ ଜବତ କରି ଥାନା ସମ୍ମୁଖରେ ରଖିଥିଲା। ତେବେ ସେଠାରେ କୌଣସି ସୂଚନାଫଳକ ଲାଗି ନ ଥିବାରୁ ଅନ୍ଧାରରେ ଥିବା ଟ୍ରକ୍‌କୁ ହାଇଓ୍ବା ଧକ୍କା ଦେଇଥିଲା। ପୋଲିସର ବେପାରୁଆ କାର୍ଯ୍ୟ ଯୋଗୁ ଏହି ଦୁର୍ଘଟଣା ଘଟିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିରୋଧୀ ମିଛ କହି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,(ଅସମାପିକା ସାହୁ)/ସମ୍ବଲପୁର, (ପ୍ରମୋଦ ବହିଦାର)/ଅନୁଗୋଳ, (ଅମିତ କୁମାର ସାମଲ) / ଢେଙ୍କାନାଳ (ରତନ ନାୟାର)୧୮।୫: ରାଜ୍ୟର ୨ ଲୋକ ସଭା କ୍ଷେତ୍ରର ୪ ନିର୍ବାଚନମଣ୍ଡଳୀରେ ପ୍ରଚାର...

ଦୁବାଇ-ଇଟାଲୀକୁ ଆମ୍ବ ରପ୍ତାନି କଲା ଓଡ଼ିଶା

ଢେଙ୍କାନାଳ,୧୫ା୫: ଜିଲାରେ ଜଳବାୟୁ ଏବଂ ଜୈବିକ ପଦ୍ଧତି ଆମ୍ବ ଚାଷ ନିମନ୍ତେ ଅତ୍ୟନ୍ତ ଉପାଦେୟ ହେଉଥିବାରୁ ଏହାର ନିଆରା ସ୍ୱାଦ ପାଇଁ ଦେଶ, ରାଜ୍ୟ ଓ...

ଯୁବକଙ୍କୁ ହତ୍ୟା କରି ଫିଙ୍ଗିଦେଲେ!

ଭୁବନ,୧୨ା୫(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସି ଓ୍ବାର୍ଡ-୨ର ଲୁଣିଖିଆ ମୌଜାରୁ ରବିବାର ଏକ ଅଜଣା ଯୁବକଙ୍କ ମୃତଦେହ ଜବତ ହୋଇଛି। ବିଶେଷ ସୂତ୍ରରୁ...

ଫ୍ୟାନ୍‌ ସଜାଡୁଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ଯୁବକଙ୍କ ଜୀବନ

ଭୁବନ,୧୨ା୫(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ଶ୍ୟାମଳ ଗ୍ରାମର ପ୍ରକାଶ ଥାଟୋଇଙ୍କର ଶନିବାର ରାତିରେ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ହୋଇଛି। ଅସହ୍ୟ ଗୁଳୁଗୁଳିରୁ...

ଲୋକବଳ, ଧନବଳ ମଧ୍ୟରେ ଲଢ଼େଇ: ଧର୍ମେନ୍ଦ୍ର

ଢେଙ୍କାନାଳ,୪ା୫(ରତନ ନାୟାର): ଓଡ଼ିଶା ସରକାରଙ୍କ ବିରୋଧରେ ପ୍ରବଳ ଜନମତ ଦେଖାଦେଲାଣି। ଦୁର୍ନୀତିଗ୍ରସ୍ତଙ୍କୁ ବିଜେଡି ପ୍ରାର୍ଥୀ କରିଛି। ଚଳିତ ନିର୍ବାଚନରେ ଧନବଳ ଓ ଲୋକବଳ ମଧ୍ୟରେ ଲଢ଼େଇ...

ହଠାତ ଢେଙ୍କାନାଳ ସହରରେ ଅବତରଣ କଲା ହେଲିକପ୍ଟର, ତଦନ୍ତ କରୁଛି ପୋଲିସ

ଢେଙ୍କାନାଳ,୨।୫: ଗୁରୁବାର କୌଣସି ପୂର୍ବ ସୂଚନା ନଦେଇ ଏକ ହେଲିକପ୍ଟର ଢେଙ୍କାନାଳ ସହରରେ ଅବତରଣ କରିଛି। ଏହା କେଉଁଠୁ ଆସିଛି ଓ କାହିଁକି ଆସିଛି ସେ...

୩ରେ ପ୍ରାର୍ଥତ୍ପତ୍ର ଦାଖଲ କରିବେ ଭାଜପା ପ୍ରାର୍ଥୀ ରୁଦ୍ର ପାଣି

ଢେଙ୍କାନାଳ,୧ା୫(ରତନ ନାୟାର): ଭାରତୀୟ ଜନତା ପାର୍ଟିର ଢେଙ୍କାନାଳ ଲୋକ ସଭା ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ଆସନ୍ତା ୩ ତାରିଖରେ ପ୍ରାର୍ଥତ୍ପତ୍ର ଦାଖଲ କରିବେ। ଏଥିପାଇଁ...

ଭାଜପା କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବ

କାମାକ୍ଷାନଗର,୩୦।୪(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ଦଶୀପୁର, କଣ୍ଟାପାଳ ଓ ବିରିବୋଲେଇ ପଞ୍ଚାୟତରେ ଭାଜପାର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri