ପେନ୍‌ସନ୍‌ ଅର୍ଥରେ ପରିବେଶ ସୁରକ୍ଷା

କେନ୍ଦୁଝର, ୧୨।୭ (ସ୍ବ.ପ୍ର.) ବର୍ତ୍ତମାନ ସମୟରେ ପରିବେଶର ସୁରକ୍ଷା ଜୀବନ ରକ୍ଷାର ସ୍ଲୋଗାନ ସମସ୍ତଙ୍କୁ ଛୁଇଁଛି। ଯେତେବେଳେ ସମସ୍ତେ ପରିବେଶ ସୁରକ୍ଷା କରିବାକୁ ଯାଇ ନିଜକୁ ପ୍ରଚାର ପ୍ରସାର କରୁଛନ୍ତି ସେତେବେଳେ ଜଣେ ନିଆରା ମଣିଷ ବିନା ସ୍ବାର୍ଥରେ ନିଜର ପେନସନ ଅର୍ଥକୁ ଚାରାରୋପଣ ଓ ପରିବେଶ ସୁରକ୍ଷା ଭଳି କାର୍ଯ୍ୟରେ ଲଗାଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଜଘିଂରା ଗ୍ରାମର ରମେଶ ଚନ୍ଦ୍ର ମିଶ୍ର। ସମସ୍ତେ ତାଙ୍କୁ ରମେଶ ସାର ବୋଲି ଡାକନ୍ତି। ବୟସ ୬୪ ହେଲେ ବି ଚାରାରୋପଣ କରି ସବୁଜବଳୟ ସୃଷ୍ଟି କରିବାରେ ନିଜକୁ ଉତ୍ସର୍ଗୀକୃତ କରିଦେଇଛନ୍ତି ସେ। ସାଢେ ୬ ବର୍ଷ ଶିକ୍ଷକତା ଓ ତାପରେ ବ୍ୟାଙ୍କ ଚାକରିରୁ ୨୦୧୫ରେ ଅବସର ନେବା ପରେ ଏହି କାମରେ ଲାଗିଛନ୍ତି।
ଚାକିରିରୁ ଅବସର ନେବା ପରେ ଚାରାରୋପଣ କାର୍ଯ୍ୟକୁ ସେ ଆଦରି ନେଇ ଆଗେଇ ଚାଲିଛନ୍ତି। ଗତ ୫ ବର୍ଷରେ ସେ ୭ ଲକ୍ଷରୁ ଅଧିକ ଚାରାରୋପଣ କରିଥିବା ବେଳେ ଚଳିତ ବର୍ଷ ଦେଢ ଲକ୍ଷ ଗଛ ବାଣ୍ଟିବା ପାଇଁ ନିଷ୍ପତ୍ତି ନେଇ ଉଦ୍ୟମ ଆରମ୍ଭ କରିଛନ୍ତି। ସେହିପରି ମଞ୍ଜିକୁ ସାରଯୁକ୍ତ ମାଟିରେ ଦେଇ ଗୋଳା କରି ବଣ୍ଟନ କରୁଛନ୍ତି। ଏଣୁ ତାଙ୍କୁ ସମସ୍ତେ ବୃକ୍ଷମଣିଷ ବୋଲି କୁହନ୍ତି। ଜିଲାରେ ଏକ ସବୁଜ ବଳୟ ସୃଷ୍ଟି କରିବାକୁ ସେ ଛାତ୍ରୀଛାତ୍ର ତଥା ଚାଷୀଙ୍କୁ ଚାରାରୋପଣ କରିବାକୁ ପ୍ରେରଣା ଦେଇଆସୁଛନ୍ତି। ଏଣୁ ଏଥିପାଇଁ ଗାୟତ୍ରୀ ପରିବାରକୁ ଅନୁଷ୍ଠାନ ଭାବେ ଗ୍ରହଣ କରି ଏହି କାର୍ଯ୍ୟକ୍ରମକୁ ଆଗେଇ ନେଉଛନ୍ତି ା ଗଛ ବଞ୍ଚିଲେ ଆମେ ବଞ୍ଚିବାର ବାର୍ତ୍ତା ଦେଇ ଆସୁଛନ୍ତି। ଏଥିପାଇଁ ନିଜ ଉଦ୍ୟମରେ ଗତ ୭ ବର୍ଷ ହେଲା ବିଭିନ୍ନ କିସମର ଚାରା ସୃଷ୍ଟି କରି ମାଗଣାରେ ବାଣ୍ଟି ଚାଲିଛନ୍ତି। ଗଛ ଲଗାଇବା ସହ ଯତ୍ନ ନେଇ ଗଛ ବଢ଼ାଇବା ଓ ସୁରକ୍ଷା କରିବା ପାଇଁ ଉଦ୍ୟମ କରିଥାନ୍ତି। ଗଁା ମୁଣ୍ଡ ବଟେଶ୍ୱର ମନ୍ଦିର ପରିସରରେ ଏକ ନର୍ସରୀ କରି ସେଠାରେ ଚାରା ସୃଷ୍ଟି କରୁଛନ୍ତି। ଯେଉଁ ଚାଷୀଙ୍କ ଜମି ବର୍ଷ ବର୍ଷ ଧରି ପଡ଼ିଆ ପଡ଼ିଥିଲା ସେଠାରେ ଏବେ ଚାରାରୋପଣ କରାଯାଇ ସୁନ୍ଦର ଜଙ୍ଗଲ ସୃଷ୍ଟି ହୋଇ ପାରିଛି। ଯେଉଁମାନେ ସଫଳ ହୋଇଛନ୍ତି ତାଙ୍କୁ ପରବର୍ତ୍ତୀ ବର୍ଷରେ ସମ୍ବର୍ଦ୍ଧିତ କରାଯାଉଛି। ଜଙ୍ଗଲ ଓ ପରିବେଶ ନଷ୍ଟ ଯୋଗୁ ବର୍ତ୍ତମାନ ସମୟରେ ଦେଖାଦେଉଥିବା ଭୟାବହ ପରିସ୍ଥିତି ଆଗାମୀ ଦିନରେ ଉତ୍କଟ ହେବ। ଏଣୁ ଏହାକୁ ନେଇ ସମଗ୍ର ବିଶ୍ୱ ଚିନ୍ତିତ। ଏଣୁ ଏଭଳି ପରିସ୍ଥିତିରେ ଚାରାରୋପଣର ଆବଶ୍ୟକତା ରହିଛି ବୋଲି ସେ କୁହନ୍ତି। ବିଭିନ୍ନ ସଂସ୍ଥା ପକ୍ଷରୁ ତାଙ୍କୁ ପ୍ରକୃତି ସଖା ଓ ପ୍ରକୃତି ସାଥୀ ପୁରସ୍କାର ମିଳିଛି। ଶାଗୁଆନ, ଗମ୍ଭାରୀ, ଶାଳ, ପିଆଶାଳ, ଅଁଳା, ନିମ, ପିଜୁଳି, ବେଲ, ମହାନିମ, ଅଶୋକ, ଜାମୁ, ପଣସ, ହରିଡ଼ା, ବାହାଡ଼ା, ଲେମ୍ବୁ, ଅଶ୍ୱତଥ, ଦେଶୀ ଆମ୍ବ ଓ କାଜୁ ଆଦି ୫୦ କିସମର ଚାରା ସୃଷ୍ଟି କରୁଛନ୍ତି। ଚଳିତବର୍ଷ ୧୦୦ ଗଁାରେ ଚାରାରୋପଣ କରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ବାଜିଲା ଗୁଳି….

ଅନୁଗୋଳ,୧୨।୧୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶିକ୍ଷକପଡ଼ା ଛକ ନିକଟରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି ଗୁରୁତର ବ୍ୟକ୍ତଙ୍କୁ କଟକ ସ୍ଥାନାନ୍ତର...

ଅସହ୍ୟ, ଅସମ୍ଭାଳ  ହୋଇପଡ଼ିଲାଣି ଶୀତ: ଥରୁଛି  ଓଡ଼ିଶାର କଶ୍ମୀର 

ଦାରିଙ୍ଗବାଡି,୧୧।୧୨ (ଅରୁଣ ସାହୁ ): ଦିନକୁ ଦିନ ତାପମାତ୍ରା ତଳ ମୁହାଁ ହେବାରେ ଲାଗିଛି । ଏବେ ଶୀତ ଯେମିତି ଦାଉ ସାଧୁଛି ।ଏଭଳି ସ୍ଥିତି...

ତହସିଲଦାରଙ୍କ ସରକାରୀ ଗାଡ଼ି ଜବତ: ସିଲ୍‌ କରିବାକୁ ଯିବାବେଳେ…

ଢେଙ୍କାନାଳ,୧୧।୧୨ (ରତନ ନାୟାର): ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ପ୍ରଦାନ ନିମନ୍ତେ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରି ଢେଙ୍କାନାଳ ସଦର ତହସିଲଦାର ସ୍ବାଧୀନ କୁମାର ବେହେରା...

ଓଏଏସ୍‌ସ୍ତରରେ ବଡ଼ ଧରଣର ଅଦଳବଦଳ, ୨୩ ଓଏଏସ୍‌ଙ୍କୁ…

ଭୁବନେଶ୍ୱର,୧୧ା୧୨ (ରବିନାରାୟଣ ଜେନା): ରାଜସ୍ୱ ବିଭାଗ ପକ୍ଷରୁ ବୁଧବାର ୨୩ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ଅଧିକାରୀଙ୍କ ବଦଳି କରାଯାଇଛି। ବିଭାଗର ବିଜ୍ଞପ୍ତି ଅନୁଯାୟୀ, ମୋ-ସ୍କୁଲ ଅଭିଯାନର...

‘ପର୍‌ ଡ୍ରପ୍‌ ମୋର୍‌ କ୍ରପ୍‌’ ଖର୍ଚ୍ଚ ବଢ଼ାଅ

ଭୁବନେଶ୍ୱର,୧୧।୧୨(ରବିନାରାୟଣ ଜେନା): କୃଷି ଓ କୃଷକଙ୍କ ହିତକୁ ଦୃଷ୍ଟିରେ ରଖି କେନ୍ଦ୍ର ଏବଂ ରାଜ୍ୟ ସରକାର ବହୁବିଧ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ମାତ୍ର ବାସ୍ତବକ୍ଷେତ୍ରରେ ଅଧିକାରୀଙ୍କ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri