Posted inଖେଳ

ପଡ଼ିଆରେ ‘ଫ୍ଲାଇଙ୍ଗ୍‌ କିସ୍‌’ ଦେଲେ କୋହଲି

ବର୍ମିଂହାମ,୪।୭: ଏଜବାଷ୍ଟନରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପଞ୍ଚମ ଟେଷ୍ଟ ଖେଳାଯାଉଛି। ରବିବାର ମ୍ୟାଚର ତୃତୀୟ ଦିନରେ ବିରାଟ କୋହଲି ପଡ଼ିଆରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଜନି ବେୟାରଷ୍ଟୋଙ୍କ ସହ ଝଗଡା କରିଥିଲେ। ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏକ ଶତକ ମାରି ବେୟାରଷ୍ଟୋ କୋହଲିଙ୍କୁ ଉପଯୁକ୍ତ ଜବାବ ଦେଇଥିଲେ। ଶତକ ପରେ ବେୟାରଷ୍ଟୋ ଶୀଘ୍ର ରନ କରିବା ଚକ୍କରରେ ମହମ୍ମଦ ଶାମିଙ୍କ ଏକ ଅଫ ଷ୍ଟମ୍ପ ବାହାର ବଲକୁ ଏକ ବଡ଼ ସଟ ମାରିବାକୁ ଯାଇ ସ୍ଲିପ୍‌ରେ କୋହଲିଙ୍କୁ ଦ୍ୱାରା କ୍ୟାଚ୍‌ ଆଉଟ୍‌ ହୋଇଥିଲେ। କ୍ୟାଚ୍‌ ଧରିବା ପରେ କୋହଲିଙ୍କ ବେୟାରଷ୍ଟୋଙ୍କୁ ‘ଫ୍ଲାଇଙ୍ଗ୍‌ କିସ୍‌’ ଦେଇଥିଲେ। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଥିଲା।
ଏହାପୂର୍ବରୁ ଇଂଲଣ୍ଡ ଇନିଂସର ୩୨ତମ ଓଭରରେ ମହମ୍ମଦ ଶାମି ବୋଲିଂ କରୁଥିଲେ। ଶାମିଙ୍କ ବଲରେ ବେୟାରଷ୍ଟୋ କିଛିଟା ଅସୁବିଧା ଅନୁଭବ କରୁଥିବା ନଜର ଆସିଥିଲେ। କୋହଲି ସ୍ଲିପ୍ସରେ ଠିଆ ହୋଇଥିଲେ। ସେଠାରୁ ସେ ସ୍ଲେଜିଂ ଆରମ୍ଭ କଲେ। ଶୁଭମନ ଗିଲ ମଧ୍ୟ କୋହଲିଙ୍କୁ ସମର୍ଥନ କରୁଥିଲେ। ବିରାଟ କହିଥିଲେ – ଜନି ବେୟାରଷ୍ଟୋ ପଡ଼ିଆରେ ଥିବା ବଲ ବ୍ୟତୀତ ସବୁକିଛି ଦେଖିପାରିବେ।
କୋହଲିଙ୍କ ଏହି କଥାଶୁଣି ବେୟାରଷ୍ଟୋ ରାଗି ଯାଇଥିଲେ। ସେ ବିରାଟଙ୍କୁ ପାଟି ବନ୍ଦ ରଖିବାକୁ କହିଥିଲେ। ଏହାପରେ ମାମଲା ଅଧିକ ବଢିଯାଇଥିଲା। କୋହଲି ତାଙ୍କ ପାଖରେ ପହଞ୍ଚିଥିଲେ। ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ଅମ୍ପାୟାର ସେଠାରେ ପହଞ୍ଚି ମାମଲାକୁ ଶାନ୍ତ କରିଥିଲେ। ସ୍ଲିପ ଆଡକୁ ଯାଉଥିବାବେଳେ କୋହଲି ପାଟିର ଆଙ୍ଗୁଠି ରଖିଥିଲେ ଏବଂ ପାଟି ବନ୍ଦ ରଖିବା ପାଇଁ ବେୟାରଷ୍ଟୋକୁ ସଙ୍କେତ ଦେଇଥିଲେ।
ଟିମ ଇଣ୍ଡିଆର ଅଧିନାୟକ ଏବେ ଜଶପ୍ରୀତ ବୁମରା ଅଛନ୍ତି, କିନ୍ତୁ କୋହଲି ପଡ଼ିଆରେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ଫିଲ୍ଡିଂ ସମୟରେ ବୁମରା ଅନେକ ଥର ଅସୁବିଧାର ସମ୍ମୁଖୀନ ହୋଇଥିଲେ। କୋହଲି ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସୁଥିଲେ। ବୁମ୍‌ରା ନିଜେ କୋହଲିଙ୍କ ନିକଟକୁ ଯାଇ ଅନେକ ଥର ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା। ବୋଲିଂ ପରିବର୍ତ୍ତନ ଠାରୁ ଆରମ୍ଭ କରି ଫିଲ୍ଡିଂ ସେଟିଂ ପର୍ଯ୍ୟନ୍ତ କୋହଲି ପରାମର୍ଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ମୁମ୍ବାଇ କ୍ୟାମ୍ପ ଦୁଇ ଫାଳ’

ମୁମ୍ବାଇ,୩୦ା୪: ଆଇପିଏଲ୍‌ ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାମ୍ପ ଦୁଇ ଭାଗରେ ବିଭକ୍ତ ହୋଇଛି ବୋଲି କହିଛନ୍ତି ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ମାଇକେଲ କ୍ଲାର୍କ। କ୍ରିକେଟ ଏକ...

ଟି୨୦ ବିଶ୍ୱକପ୍‌ ପରେ ସନ୍ନ୍ୟାସ ନେବେ ରୋହିତ-କୋହଲି: ରିପୋର୍ଟ

ନୂଆଦିଲ୍ଲୀ,୩୦।୪: ଆମେରିକା ଏବଂ ଓ୍ବେଷ୍ଟଇଣ୍ଡିଜ୍‌ରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ଲାଗି ମଙ୍ଗଳବାର ବିସିସିଆଇ ଟିମ୍‌ ଇଣ୍ଡିଆର ଘୋଷଣା କରିଛି। ଏଥିରେ ଅଧିନାୟକ ଭାବେ ରୋହିତ...

ଯଦି ଏଥର ରାଜସ୍ଥାନ ଆଇପିଏଲ୍‌ ଜିତିଯାଏ, ଟିମ୍‌ ଇଣ୍ଡିଆ ଟି୨୦ ବିଶ୍ୱକପ୍‌ ଜିତିବା ନିଶ୍ଚିତ !

ନୂଆଦିଲ୍ଲୀ,୩୦।୪: ଆଇପିଏଲ୍‌ ୨୦୨୪ରେ ରାଜସ୍ଥାନ ରୟାଲ୍ସ ଜବରଦସ୍ତ ପ୍ରଦର୍ଶନ ଜାରି ରଖିଛି। ଯଦି ଏହିପରି ଚାଲେ ତେବେ ଦଳ ଟାଇଟଲ ଜିତିବା ଏକ ପ୍ରକାର ନିଶ୍ଚିତ...

ଟିମ୍‌ ଇଣ୍ଡିଆରୁ କେ ଏଲ୍‌ ରାହୁଲ କାହିଁକି ପଡ଼ିଲେ ବାଦ୍‌? ଜାଣନ୍ତୁ ୫ କାରଣ…

ନୂଆଦିଲ୍ଲୀ,୩୦।୪: ବିଶ୍ୱକପ୍‌ ୨୦୨୪ ଲାଗି ଟିମ୍‌ ଇଣ୍ଡିଆ ଘୋଷଣା ହୋଇଛି। ବିସିସିଆଇ ରୋହିତ ଶର୍ମାଙ୍କ ନେତୃତ୍ୱରେ ୧୫ଜଣିଆ ସଦସ୍ୟ ବିିଶିଷ୍ଟ ଭାରତୀୟ ସ୍କ୍ବାର୍ଡ ଘୋଷଣା କରିଛି।...

ଟିମ୍‌ ଇଣ୍ଡିଆ ବିଶ୍ୱକପ୍‌ ସ୍କ୍ବାର୍ଡରୁ ବାଦ୍‌ ପଡ଼ିଲେ ଏସବୁ ଖେଳାଳି, ରିଜର୍ଭରେ ରହିଲେ…

ନୂଆଦିଲ୍ଲୀ,୩୦।୪: ଆମେରିକା ଏବଂ ଓ୍ବେଷ୍ଟଇଣ୍ଡିଜରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ୨୦୨୪ ଲାଗି ଟିମ୍‌ ଇଣ୍ଡିଆର ୧୫ ଜଣିଆ ସ୍କ୍ବାର୍ଡ ଘୋଷଣା ହୋଇଛି। ମଙ୍ଗଳବାର ଅପରାହ୍ନରେ...

ଟି -୨୦ ବିଶ୍ୱକପ୍‌ ଦଳ: ଏହି ୨ ଖେଳାଳିଙ୍କ ଉପରେ ବିଶ୍ୱାସ କଲା ବୋର୍ଡ

ନୂଆଦିଲ୍ଲୀ,୩୦।୪: ବିସିସିଆଇ ୨୦୨୪ ଟି -୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ରୋହିତ ଶର୍ମାଙ୍କୁ ଦଳର ଅଧିନାୟକତ୍ୱ ଦାୟିତ୍ୱ ମିଳିଛି। ରୋହିତ ଶର୍ମାଙ୍କ...

ଟି -୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା, ଜାଣନ୍ତୁ ଦଳରେ କେଉଁମାନେ ପାଇଲେ ସ୍ଥାନ

ନୂଆଦିଲ୍ଲୀ,୩୦।୪: ବିସିସିଆଇ ୨୦୨୪ ଟି -୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ରୋହିତ ଶର୍ମାଙ୍କୁ ଦଳର ଅଧିନାୟକତ୍ୱ ଦାୟିତ୍ୱ ମିଳିଛି। ଭାରତରେ କ୍ରିକେଟ...

ଟି -୨୦ ବିଶ୍ୱକପ୍‌ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ

ଲଣ୍ଡନ,୩୦।୪: ଇଂଲଣ୍ଡ କ୍ରିକେଟ ବୋର୍ଡ ଟି -୨୦ ବିଶ୍ୱକପ୍‌ ୨୦୨୪ ପାଇଁ ପ୍ରାରମ୍ଭିକ ଦଳ ଘୋଷଣା କରିଛି। ଏହା ସହିତ ବୋର୍ଡ ପାକିସ୍ତାନ ବିପକ୍ଷ ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri