Posted inଜାତୀୟ

କହ୍ନେୟା ଲାଲଙ୍କ ହତ୍ୟା ଘଟଣା: ରାଜସ୍ଥାନ ସମେତ ଅନେକ ସହରରେ ବନ୍ଦ ପାଳନ

ଜୟପୁର,୨।୭: ରାଜସ୍ଥାନର ଉଦୟପୁରରେ ଦରଜି କହ୍ନେୟା ଲାଲଙ୍କ ନିର୍ମମ ହତ୍ୟାକୁ ନେଇ ସମଗ୍ର ରାଜସ୍ଥାନରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଏହାର ପ୍ରତିବାଦରେ ଶନିବାର ରାଜସ୍ଥାନର ଅନେକ ସହରରେ ବନ୍ଦ ପାଳନ କରାଯାଇଛି। ହିନ୍ଦୁ ସଂଗଠନ ପକ୍ଷରୁ ଦିଆଯାଇଥିବା ଏହି ବନ୍ଦର ଡାକରାରେ ଅନେକ ବ୍ୟବସାୟୀ, ସାମାଜିକ, ରାଜନୈତିକ ସଂଗଠନ ସାମିଲ ହୋଇଛନ୍ତି। ଏହି କ୍ରମରେ ଅଲୱର, ଅଜମେର, କିଶାନଗଡ, ଭରତପୁର ସମେତ କରୌଲିରେ ବନ୍ଦ ପାଳନ କରାଯାଇଛି। ସକାଳୁ ଉଦୟପୁରରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା। ଉଦୟପୁରରେ ବନ୍ଦ ଯୋଗୁ ଶନିବାର ଘରୋଇ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିଛି। ଏହି ସମୟରେ ମେଡିକାଲ, ପେଟ୍ରୋଲ ପମ୍ପ ଭଳି ଅତ୍ୟାବଶ୍ୟକ ସେବା ଜାରି ରହିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯାଇଛି। ଏଥିସହ ରବିବାର ପର୍ଯ୍ୟନ୍ତ ଅନେକ ଅଞ୍ଚଳରେ ଇଣ୍ଟରନେଟ ସେବାକୁ ବନ୍ଦ ରଖାଯାଇଛି। ଅନ୍ୟପଟେ ରାଜସ୍ଥାନ ବ୍ୟତୀତ ଛତିଶଗଡ ସମେତ ଦେଶର ଅନେକ ସ୍ଥାନରେ କହ୍ନେୟା ଲାଲଙ୍କ ହତ୍ୟାକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆପ୍‌ର ପ୍ରଚାର ଗୀତକୁ ବ୍ୟାନ୍‌ କଲା ଇସି

ନୂଆଦିଲ୍ଲୀ,୨୮ା୪:ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ଲୋକ ସଭା ପ୍ରଚାର ଗୀତ ଉପରେ ନିର୍ବାଚନ କମିଶନ (ଇସି) ପ୍ରତିବନ୍ଧ ଲଗାଇଛି। ଆପ୍‌ ଗୀତ ‘ଜେଲ କେ ଜବାବ...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

ମୋଦିଙ୍କ ମନ୍ତବ୍ୟକୁ ସମାଲୋଚନା କରି ଗିରଫ ହେଲେ ଭାଜପା ନେତା

ବିକାନେର,୨୮ା୪: ରାଜସ୍ଥାନରେ ଲୋକ ସଭା ନିର୍ବାଚନ ଶେଷ ହେବା ପରେ ବିକାନେରର ଭାଜପା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଉସ୍‌ମାନ ଘନିଙ୍କୁ ଶନ୍ତି ଭଙ୍ଗ କରିବା ଅଭିଯୋଗରେ...

ଆମେ କୌଣସି ପରିସ୍ଥିତିରେ ବି ମୁଣ୍ଡ ନୁଆଁଇବୁ ନାହିଁ: କାହିଁକି ଏମିତି କହିଲେ ପ୍ରତିରକ୍ଷା ମନ୍ତ୍ରୀ

ଅହମ୍ମଦାବାଦ,୨୮।୪: ଭାରତ ଏକ ସାମରିକ ଶକ୍ତିଶାଳୀ ଦେଶରେ ପରିଣତ ହୋଇଛି। ଆମେ ଆମର ପଡ଼ୋଶୀମାନଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖିବାକୁ ଚାହୁଁଛୁ। ଦେଶର ପ୍ରତିରକ୍ଷା...

ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋ ଡ୍ରଗ୍ସ ଜବତ କଲା ଭାରତ

ନୂଆଦିଲ୍ଲୀ,୨୮।୪: ଭାରତୀୟ ତଟରକ୍ଷୀ ବାହିନୀ ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋଗ୍ରାମ ଡ୍ରଗ୍ସ ଜବତ କରିଛି। ଏହା ସହିତ ଜାହାଜରେ ଥିବା ୧୪ ଜଣଙ୍କୁ ମଧ୍ୟ ଫୋର୍ସ...

ଭାଜପାରେ ଚାଲେ ଆରଏସ୍‌ଏସ୍‌ ମୁଖ୍ୟଙ୍କ ସମ୍ଭିଧାନ:ସଞ୍ଜୟ ସିଂ

ନୂଆଦିଲ୍ଲୀ,୨୮।୪: ଦିଲ୍ଲୀ ଏକ୍ସାଇଜ ପଲିସି ଦୁର୍ନୀତି ମାମଲାରେ ଦୀର୍ଘ ଦିନ ଧରି ତିହାର ଜେଲରେ ବନ୍ଦୀ ହେବା ପରେ ମୁକ୍ତ ହୋଇଥିବା ଆମ ଆଦମୀ ପାର୍ଟି...

ରାଜଧାନୀରେ ବଦଳିବେ ନାହିଁ ପ୍ରାର୍ଥୀ, ଲଭଲିଙ୍କ ଇସ୍ତଫା ପରେ କଂଗ୍ରେସ ଦୁଇଭାଗ

ନୂଆଦିଲ୍ଲୀ,୨୮।୪: ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଅରବିନ୍ଦର ସିଂ ଲଭଲିଙ୍କ ଇସ୍ତଫା ପରେ ଦଳରେ ଆତଙ୍କ ଖେଳିଯାଇଛି। କୁହାଯାଉଛି ଯେ ଦିଲ୍ଲୀର ଆମ ଆଦମୀ ପାର୍ଟି...

ସ୍ବାଧୀନତା ପରଦିନ ରାମ ମନ୍ଦିର ନିର୍ମାଣ ନିଷ୍ପତ୍ତି ନିଆଯିବାର ଥିଲା: ମୋଦି

ବେଙ୍ଗାଲୁରୁ,୨୮।୪: ଉତ୍ତର କର୍ନାଟକରେ ଏକ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କଂଗ୍ରେସ ଏବଂ ଇଣ୍ଡିଆ ଆଲାଇନ୍ସକୁ କଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri