ବିଦେଶ ଗସ୍ତରୁ ଫେରିଲେ ନବୀନ: ଆଜି ଘୋଷଯାତ୍ରାରେ ଯୋଗଦେବେ

ଭୁବନେଶ୍ୱର,୧ା୭(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ ଦିନିଆ ବିଦେଶ ଗସ୍ତ ଶେଷ କରି ଗୁରୁବାର ଓଡ଼ିଶା ଫେରିଛନ୍ତି। ସେ ଶୁକ୍ରବାର ପୁରୀଠାରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଯୋଗ ଦେବେ। ମୁଖ୍ୟମନ୍ତ୍ରୀ ଦୁବାଇରୁ ନୂଆଦିଲ୍ଲୀ ଓ ସେଠାରୁ ଓଡ଼ିଶାକୁ ଫେରି ଆସିଛନ୍ତି। ଏହି ଗସ୍ତ କାଳରେ ରୋମ୍‌ରୁ ଦୁବାଇ ସବୁଠି ନବୀନଙ୍କ କ୍ରେଜ୍‌ ଦେଖିବାକୁ ମିଳିଛି। ଗତ ୨୨ ବର୍ଷରେ ଓଡ଼ିଶାରେ ହୋଇଥିବା ସାମଗ୍ରିକ ବିକାଶର ଚିତ୍ରକୁ ବିଶ୍ବ ଆଗରେ ରଖିଛନ୍ତି। ଶହ ଶହ ପ୍ରବାସୀ ଓଡ଼ିଆ ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ପାଇ ଖୁସିବ୍ୟକ୍ତ କରିଛନ୍ତି।
ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ପରିବର୍ତ୍ତନର ଚିତ୍ର ଦର୍ଶାଇ ଗତ ଦୁଇ ଦଶନ୍ଧିରେ ଓଡ଼ିଶାରେ ଆସିଥିବା ରୂପାନ୍ତରୀକରଣର କଳାକୌଶଳ କଥା କହିଥିଲେ। ଫୋକସ୍‌ରେ ଥିଲା ଖାଦ୍ୟ ନିରାପତ୍ତା ଓ ବିପର୍ଯ୍ୟୟ ପରିଚାଳନା। ଉଭୟ କ୍ଷେତ୍ରରେ ଓଡ଼ିଶାର ସଫଳତାକୁ ନେଇ ସବୁଠି ଚର୍ଚ୍ଚା। ଏଥିସହିତ ଶିକ୍ଷା, ସ୍ବାସ୍ଥ୍ୟ ଓ ମହିଳା ସଶକ୍ତୀକରଣରେ ଦ୍ରୁତ ଅଗ୍ରଗତି, ସ୍କୁଲ ରୂପାନ୍ତରଣର ଫର୍ମୁଲା, ବିଏସ୍‌କଓ୍ବୋଇର ଉପାଦେୟତା ଆଦି ବଖାଣିଥିଲେ।
ରୋମ୍‌ ପରେ ଦୁବାଇରେ ଇନ୍‌ଭେଷ୍ଟର୍ସ ମିଟ୍‌ ଥିଲା ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତର ପ୍ରମୁଖ ଆକର୍ଷଣ। ରାଜ୍ୟର ପ୍ରାକୃତିକ ସମ୍ପଦ ସହ ପୁଞ୍ଜିନିବେଶ ପାଇଁ ଥିବା ଅନୁକୂଳ ବାତାବରଣ ସମ୍ପର୍କରେ ନବୀନ ବିଦେଶୀ ପୁଞ୍ଜିପତିଙ୍କୁ ଅବଗତ କରାଇଛନ୍ତି। ଓଡ଼ିଶାକୁ ୨୧ ହଜାର କୋଟି ପୁଞ୍ଜି ନିବେଶର ପ୍ରତିଶ୍ରୁତି ମିଳିଥିବା ବେଳେ ବାହାର ଦେଶରେ ରାଜ୍ୟର ଦକ୍ଷତା ଓ ସମ୍ବଳର ଅସଲ ଚିତ୍ର ଟିମ୍‌ ଓଡ଼ିଶା ପ୍ରଦର୍ଶିତ କରିବାରେ ସକ୍ଷମ ହୋଇଛି।
ୟୁରୋପରୁ ୟୁଏଇ, ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ ବେଳେ ପ୍ରବାସୀ ଓଡ଼ିଆଙ୍କ ମନରେ ଥିଲା ଅନେକ ଉତ୍ସାହ। ଭାଟିକାନରେ ପୋପ୍‌ଙ୍କୁ ସାକ୍ଷାତ ସହ ଆବୁଧାବିରେ ମସ୍‌ଜିଦ ପରିଦର୍ଶନ, ସବୁଠି ନବୀନ ଛାଡ଼ିଛନ୍ତି ସ୍ବତନ୍ତ୍ର ଛାପ। ପ୍ରବାସୀ ଓଡ଼ିଆଙ୍କ ସହ ସେ ଭାବବିନିମୟ କରିଛନ୍ତି। ରାଜ୍ୟର ବିକାଶରେ ସମସ୍ତଙ୍କ ସହଭାଗିତା ଓ ସହଯୋଗ କାମନା କରିଛନ୍ତି। ୟୁଏଇରେ ରହୁଥିବା ଓଡ଼ିଆଙ୍କ ଦୀର୍ଘ ଦିନର ଦାବି ମୁଖ୍ୟମନ୍ତ୍ରୀ ପୂରଣ କରିଛନ୍ତି। ଦୁବାଇରୁ ଭୁବନେଶ୍ବର ସିଧା ବିମାନ ଚଳାଚଳ ଘୋଷଣା କରିଥିବାରୁ ପ୍ରବାସୀ ଓଡ଼ିଆମାନେ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରିବା ସହ କୃତଜ୍ଞତା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଲେଡ଼ବନ୍ଧ ବୁଲାଣିରେ କାର-ବାଇକ୍‌ ମୁହାଁମୁହିଁ ଧକ୍କା: ମା’ ଗୁରୁତର, ଶିଶୁ ସହ ଦାଦା… 

ମୋହନା,୨୬।୧୨(ମନ୍ମଥ ମିଶ୍ର): ବୁଲାଣିରେ କାର- ବାଇକ ମୁହାଁ ମୁହିଁ ଧକ୍କା। ଜଣେ ମହିଳା ଗୁରୁତର। ସେ ହେଲେ ପ୍ରଭାବତୀ ମଳିକ(୨୦)। ତାଙ୍କ ଅବସ୍ଥା ଗୁରୁତର ଥିବାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri