ବିନା ଫଳକରେ ଚାଲିଛି ଜାତୀୟ ସ୍ବାସ୍ଥ୍ୟ ମିଶନ ଗୃହ ନିର୍ମାଣ

ଜଳେଶ୍ୱର, ୩୦।୬(ଡି.ଏନ.ଏ.): ବାଲେଶ୍ୱର ଜିଲାର ଜଳେଶ୍ୱର ସହରର ବଡବଜାରଠାରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଜାତୀୟ ସ୍ବାସ୍ଥ୍ୟ ମିଶନର ଗୃହ ନିର୍ମାଣ କାର୍ଯ୍ୟ ଚାଲିଛି। ଏଥିରେ ନିମ୍ନମାନର ଇଟା ବ୍ୟବହାର କରାଯାଉଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି ା ଇଟାଗୁଡିକ ବ୍ୟବହାର ପୂର୍ବରୁ ବର୍ଷାପାଣିରେ ଧୋଇ ଯାଉଥିବା ଦେଖିବାକୁ ମିଳିଛି। ଅବଧିର ୩ ମାସ ବିତିଯାଇଥିଲେ ମଧ୍ୟ କାମ ସରିବାର ନାମ ଧରୁନାହିଁ ା କେବଳ ଏତିକି ନୁହେଁ ଏଠାରେ ଚିକିତ୍ସା ଲାଗି ପ୍ରତିଦିନ ଶତାଧିକ ରୋଗୀ ଆସୁଥିବା ବେଳେ ସେମାନଙ୍କ ବିଶୁଦ୍ଧ ପିଇବା ପାଣି ଓ ଶୌଚ ବ୍ୟବସ୍ଥା ନ ଥିବାରୁ ଅସନ୍ତୋଷ ଦେଖାଦେଇଛି ା
ମଧ୍ୟସ୍ଥଳରେ ଏହି ସ୍ବାସ୍ଥ୍ୟକେନ୍ଦ୍ରର ଓପିଡି ଗୃହ ନିର୍ମାଣ ଲାଗି ୨୦୧୯-୨୦ରେ ୭୬ଲକ୍ଷ ୯୭ହଜାର ଟଙ୍କା ମଞ୍ଜୁର ହୋଇଥିଲା ା ଏହି କାର୍ଯ୍ୟକୁ ଗତ ୧୦ା୯ା୨୧ରେ ଆରମ୍ଭ ହୋଇଥିବା ବେଳେ ତା୯ା୩ା୨୨ରେ ଶେଷ ହେବା କଥା ା କିନ୍ତୁ ଏବେ ବି କାର୍ଯ୍ୟର ୩୫ ଭାଗ ବାକି ପଡିଛି ା ଏହି ଗୃହ ନିର୍ମାଣ ମନଇଚ୍ଛା କରାଯାଉଥିବାରୁ ବିଭିନ୍ନ ସମୟରେ ଜାତୀୟ ସ୍ବାସ୍ଥ୍ୟ ମିଶନର କର୍ତ୍ତୃପକ୍ଷ, ଜିଲାପାଳଙ୍କର ଦୃଷ୍ଟି ଆକର୍ଷଣ କରାଯାଇଆସୁଛି ା ଶୌଚାଳୟ ନ ଥିବାରୁ ରୋଗୀଙ୍କୁ ବହୁ ହୀନସ୍ତା ହେବାକୁ ପଡୁଛି ା ସ୍ବାସ୍ଥ୍ୟ କେନ୍ଦ୍ରରେ ପିଇବାପାଣି ଭଳି ସର୍ବନିମ୍ନ ସୁବିଧା ନ ମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି କାର୍ଯ୍ୟର ସବିଶେଷ ତଥ୍ୟ ଫଳକରେ ଲେଖାଯିବାର ନିୟମ ଥିବା ବେଳେ ଏହାକୁ ଉଲ୍ଲଂଘନ କରାଯାଇଛି ା ଏ ସମ୍ପର୍କରେ ସ୍ବାସ୍ଥ୍ୟ ବିଭାଗ ଇଞ୍ଜିନିୟର ଆଶୁତୋଷ ପାଣିଗ୍ରାହୀଙ୍କୁ ପଚାରିବାରୁ ପ୍ରାୟ ୭୬ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲେ ମଧ୍ୟ ସେଥିରୁ ୩୯ଲକ୍ଷ ୪୮ହଜାର ୬୮୦ଟଙ୍କା ବ୍ୟୟବରାଦରେ ଗୃହ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ା
କିନ୍ତୁ ଅସ୍ଥାୟୀ ଶୌଚାଳୟ ନିର୍ମାଣ ଲାଗି ଚେଷ୍ଟା କରାଯିବ ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

ଗୌତମବୁଦ୍ଧଙ୍କୁ ଟିକେଟ୍‌, ଅନନ୍ତ ଦାସଙ୍କ ପୁଅ ନିରାଶ

ଭୋଗରାଇ,୨୭।୪: ୩ଟି ଆସନରେ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ଏଥିରେ ଗୌତମବୁଦ୍ଧ ଦାସଙ୍କୁ ଟିକେଟ୍‌ ମିଳିଛି। ଗୌତମଙ୍କୁ ଭୋଗରାଇ ଆସନରୁ ଟିକେଟ୍‌ ମିଳିଛି।...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ସରପଞ୍ଚରୁ ବିଧାୟିକା ପ୍ରାର୍ଥୀ

ବାଲେଶ୍ୱର,୨୧।୪(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲାର ଦୁଇଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଘୋଷଣା କରିଛି। ରେମୁଣା ବିଧାନସଭା କ୍ଷେତ୍ରରୁ ବିଦ୍ୟାସ୍ମିତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri