ପୁଣି ଲାଗୁହେଲା ମହାମାରୀ ଆଇନ

ଭୁବନେଶ୍ୱର,୧୯।୬(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କୋଭିଡ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ସଂକ୍ରମଣକୁ ଆଖିରେ ରଖି ରାଜ୍ୟ ସରକାର ପୁଣିଥରେ ମହାମାରୀ ଆଇନ ଶନିବାର ଲାଗୁ କରିଛନ୍ତି। କୋଭିଡ୍‌ ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ୨୦୨୦ ମାର୍ଚ୍ଚ ୧୩ ତାରିଖରେ ଏହାକୁ ମହାମାରୀ ଭାବେ ରାଜ୍ୟ ସରକାର ଘୋଷଣା କରିଥିଲେ। ସଂକ୍ରମଣ ମାମଲା ହ୍ରାସ ପାଇବା ପରେ ଗତ ମାର୍ଚ୍ଚ ୨୮ରେ ରାଜ୍ୟ ସରକାର ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ରୁ ‘କୋଭିଡ୍‌’କୁ ମହାମାରୀରୁ ବାଦ୍‌ ଦେବା ନେଇ ବିଜ୍ଞପ୍ତି ଜାରି କରିଥିଲେ।
ସ୍ବାସ୍ଥ୍ୟ ବିଭାଗରୁ ମିଳୁଥିବା ସୂଚନାନୁସାରେ, ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ୩୮ଜଣ ନୂଆ କୋଭିଡ୍‌ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିରେ ଖୋର୍ଦ୍ଧାରୁ ୨୭ଜଣ ହୋଇଥିବା ବେଳେ ପୁରୀରୁ ୩, କଟକରୁ ୨ ଓ ରାଜ୍ୟ ପୁଲ୍‌ରୁ ୬ଜଣ ରହିଛନ୍ତି। ରାଜ୍ୟରେ ଏବେ ୨୦୨ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୋଭିଡ୍‌ ସଂକ୍ରାନ୍ତ ମାନବସମ୍ବଳ ବାବଦ ଖର୍ଚ୍ଚକୁ ପବ୍ଲିକ ହେଲଥ ରେସପନ୍ସ ଫଣ୍ଡ (ପିଏଚ୍‌ଆର୍‌ଏଫ୍‌)ରୁ ତୁଲାଇବାକୁ ଜିଲାପାଳମାନଙ୍କୁ କୁହାଯାଇଛି। ଓଡ଼ିଶା ରାଜ୍ୟ ଔଷଧ ନିଗମ ପ୍ରତିମାସରେ ନିଜର ଚେନ୍‌ ମାଧ୍ୟମରେ ଜିଲାଗୁଡ଼ିକୁ ରାପିଡ୍‌ ଆଣ୍ଟିଜେନ୍‌ କିଟ୍‌, ଭିଟିଏମ୍‌ ଓ ଆର୍‌ଟିପିସିଆର୍‌ କିଟ୍‌ ଯୋଗାଣ ସୁନିଶ୍ଚିତ କରିବେ। ଯଦି ଜିଲାସ୍ତରରେ ଏହି ଉପକରଣ ଅଭାବ ପଡ଼େ ତା’ହେଲେ ସମ୍ପୃକ୍ତ ଔଷଧ ନିଗମର ଜେନେରାଲ ମ୍ୟାନେଜରଙ୍କ ସହ ଯୋଗାଯୋଗ କରି ଭୁବନେଶ୍ୱରକୁ ଗାଡ଼ି ପଠାଇ ଏସବୁ ଉପକରଣ ସଂଗ୍ରହ କରିବାକୁ ସ୍ବାସ୍ଥ୍ୟ ବିଭାଗ କହିଛି। କୋଭିଡ୍‌ ସର୍ଭିଲାନ୍ସ ଓ ଟେଷ୍ଟିଂ ପାଇଁ ପ୍ରତ୍ୟେକ ଜିଲାରେ ଗୋଟିଏ ଗାଡ଼ି (୬ ବ୍ଲକରୁ ଅଧିକ ହେଲେ ୨ଟି ଗାଡ଼ି) ନିୟୋଜିତ କରିବାକୁ ବିଭାଗ କହିଛି। ଅନ୍ୟ ଗାଡ଼ିଗୁଡ଼ିକ ଜିଲା ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ଅନୁସାରେ ଉପଯୋଗ ହେବ। ଯଦି ଅଧିକ ସଂଖ୍ୟକ ଗାଡ଼ି ଭଡ଼ାରେ ଆସିଥିବ ସେଗୁଡ଼ିକୁ ତୁରନ୍ତ ହଟାଇବାକୁ କୁହାଯାଇଛି।
ଜିଲାଗୁଡ଼ିକରେ ସଂକ୍ରମଣ ମାମଲା ବୃଦ୍ଧି ପାଇବାର ଆଶଙ୍କାକୁ ଦୃଷ୍ଟିରେ ରଖି ଆଇସିଏମ୍‌ଆର୍‌ ଗାଇଡଲାଇନ୍‌ ଅନୁସାରେ ଆବଶ୍ୟକ ସଂଖ୍ୟକ ଟେଷ୍ଟିଂ କରିବାକୁ କୁହାଯାଇଛି। ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ ଓ ଆର୍‌ଟିପିସିଆର୍‌ ଟେଷ୍ଟ ନିମନ୍ତେ ସ୍ବାବ ସଂଗ୍ରହର ସୁବିଧା ସହ ଏ ନେଇ କର୍ମଚାରୀଙ୍କୁ ପ୍ରଶିକ୍ଷିତ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲାସ୍ତରରେ ସମସ୍ତ କୋଭିଡ୍‌ ସଂକ୍ରାନ୍ତ ତଥ୍ୟ ଅନ୍‌ଲାଇନରେ ଅପଲୋଡ୍‌ ଜାରି ରଖିବାକୁ କୁହାଯାଇଛି। ସ୍ବାସ୍ଥ୍ୟ ବିଭାଗର କୋଭିଡ୍‌ ସଂକ୍ରାନ୍ତ ଦୈନିକ ଟୁଇଟ୍‌ ଓ ପ୍ରେସ୍‌ ନୋଟ୍‌ ଜାରି ରହିବ। ଗାଇଡଲାଇନ୍‌ ଅନୁସାରେ କୋଭିଡ୍‌ ମୃତ୍ୟୁ ଅଡିଟ୍‌ ଜାରି ରଖିବା ସହିତ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ମହାମାରୀ ଆଇନ ବଳବତ୍ତର ରହିବା ନେଇ ସ୍ବାସ୍ଥ୍ୟ ବିଭାଗ ତା’ର ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନଓ୍ବାଡିି ପଛରେ ଗୋମାଂସ କଟାନେଇ ଅସନ୍ତୋଷ

ଉଦଳା, ୨୪ା୧୨(ସନ୍ତୋଷ କୁମାର ବାଚ୍ଛିନୀ): କପ୍ତିପଦା ଥାନା ଭୁଳାଘାଟି ଗ୍ରାମର ଏକ ଅଙ୍ଗନଓ୍ବାଡି କେନ୍ଦ୍ର ପଛରେ ଗୋମାଂସ କଟାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ମଙ୍ଗଳବାର...

ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏଣିକି ଜାନୁଆରୀ ୧ ନୁହେଁ ଗାଡ଼ିର ବୈଧ କାଗଜପତ୍ର ଅବଧି…

ଭୁବନେଶ୍ୱର,୨୩।୧୨:  ଗାଡ଼ି ଚାଳକଙ୍କୁ ବଡ଼ ଆଶ୍ବସ୍ତି ଦେଲେ ପରିବହନ ମନ୍ତ୍ରୀ ବିଭୂତି ଜେନା । ମାସେ ସମୟ ଦେଲେ ସରକାର । ଏଣିକି ଗାଡ଼ିର ବୈଧ...

ବରଗଡ଼ ଧନୁଯାତ୍ରା: ସାଂସ୍କୃତିକ ଶୋଭାଯାତ୍ରାରେ ଦୁଲୁକିଲା ବରଗଡ଼

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଯାଜପୁର ରୋଡ଼ ନୂତନ ଏସ୍‌ଡିପି ଶରତ ଚନ୍ଦ୍ର ପାତ୍ର

ଧର୍ମଶାଳା,୨୪।୧୨: ଯାଜପୁର ରୋଡ଼ ନୂତନ ଏସ୍‌ଡିପିଓ ଭାବେ ଶରତ ଚନ୍ଦ୍ର ପାତ୍ର ଯୋଗଦେବେ। ଏ ନେଇ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଯାଜପୁର ରୋଡ...

‘ଆମେ ଗୋଟିଏରେ ସନ୍ତୁଷ୍ଟ କାହିଁକି?’ଆମେ ବି ୩-୪ ସନ୍ତାନ ପ୍ରସବ କରିବା ଦରକାର, କାହିଁକି ଏମିତି କହିଲେ ନବନୀତ? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨୪।୧୨: ଭାରତୀୟ ଜନତା ପାର୍ଟିର ନେତା ନବନୀତ ରାଣା କହିଛନ୍ତି ଯେ ହିନ୍ଦୁମାନଙ୍କର ଅତି କମରେ ତିନିରୁ ଚାରିଟି ସନ୍ତାନ ହେବା ଉଚିତ। ସେ କହିଛନ୍ତି...

‘ଗେରୁଆ ପତାକା ଦେଖି ଲାଠି ଚଳାଇଥିଲା ଟିଏମସି’, ମମତାଙ୍କୁ କଡ଼ା ଟାର୍ଗେଟ କଲା ଭାଜପା

କୋଲକାତା,୨୪।୧୨: ୨୪ ଡିସେମ୍ବର, ୨୦୨୫ରେ ଭାଜପା ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ...

JDUରୁ ନିଶାନ୍ତ ହେବେ ପରବର୍ତ୍ତି ମୁଖ୍ୟମନ୍ତ୍ରୀ? ଏହି ଚର୍ଚ୍ଚା ଭିତରେ RJD କଲା ଚମକାଇବା ଭଳି ଦାବି

ପାଟନା,୨୪।୧୨: ନିକଟରେ, ୨୦୨୫ ବିହାର ବିଧାନସଭା ନିର୍ବାଚନ ପରେ, ନୀତୀଶ କୁମାର ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ। ଏହି ବୈଠକକୁ...

‘ନିର୍ବାଚନ ଅଟକାଇବା ପାଇଁ କରାଯାଇଛି ହତ୍ୟା’, ୟୁନୁସ ସରକାରଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଲେ ହାଦିଙ୍କ ଭାଇ

ଢାକା,୨୪।୧୨: ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ହତ୍ୟା ପରେ ବାଂଲାଦେଶରେ ରାଜନୈତିକ ଉତ୍ତେଜନା ବୃଦ୍ଧି ପାଇଛି। ଢାକାରେ ହାଦିଙ୍କ ମୁଣ୍ଡରେ ଗୁଳି ମାଡ଼ ହୋଇଥିଲା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri