ଅଧିକାରୀ କରୁଛନ୍ତି ପକ୍ଷପାତିତା

ଭୁବନ, ୧୮।୬(ଡି.ଏନ୍‌.ଏ.) ଉନ୍ନୟନମୂଳକ କାର୍ଯ୍ୟରେ ପ୍ରଶାସନିକ ଅଧିକାରୀ ପକ୍ଷପାତିତା କରୁଥିବା ଅଭିଯୋଗରେ ଶୁକ୍ରବାର ଢେଙ୍କାନାଳ ଜିଲା ଭୁବନ ବ୍ଲକ କାର୍ଯ୍ୟାଳୟରେ ବିଡିଓଙ୍କୁ ଘେରିଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଏହାକୁ ନେଇ ଚାପା ଉତ୍ତେଜନା ଦେଖାଦେଇଥିଲା। ବିଡିଓ ଆଶୀର୍ବାଦ ବେହେରା ଅଭିଯୋଗର ଅନୁଧ୍ୟାନ କରି ୭ଦିନ ମଧ୍ୟରେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେବାପରେ ସେମାନେ ଶାନ୍ତ ପଡ଼ିଥିଲେ।
ଅଭିଯୋଗ ଅନୁଯାୟୀ, ଯମୁନାକୋଟ, ସୁରପ୍ରତାପପୁର ଏବଂ ଦୟଣାବିଲ ପଞ୍ଚାୟତରେ ଭାଜପା ସମର୍ଥିତ ସରପଞ୍ଚ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଏସବୁ ପଞ୍ଚାୟତରେ ଉଦ୍ଦେଶ୍ୟମୂଳକ ଭାବେ ରାଶନ କାର୍ଡଧାରୀଙ୍କୁ ସାମଗ୍ରୀ ବଣ୍ଟନରେ ଅନିୟମିତତା ହେଉଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନରେ ପାତରଅନ୍ତର କରାଯାଉଛି। ଉନ୍ନୟନମୂଳକ କାର୍ଯ୍ୟରେ ବିଭାଗୀୟ ଅଧିକାରୀ ଅସହଯୋଗ କରୁଛନ୍ତି। ଏଭଳି ଏକାଧିକ ସମସ୍ୟା ସମ୍ପର୍କରେ ପୂର୍ବରୁ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ସୁଫଳ ମିଳୁନାହିଁ। ଏହାର ପ୍ରତିବାଦରେ ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଶତ୍ରୁଘ୍ନ ଜେନାଙ୍କ ନେତୃତ୍ୱରେ ପୂର୍ବତନ ଜିଲା ସଭାପତି ପ୍ରେମାନନ୍ଦ ଜେନା, ସୁରପ୍ରତାପପୁର ସରପଞ୍ଚ ସୁନି ସାମଲ, ଦୟଣାବିଲ ସରପଞ୍ଚ ରୋଜାଲିନ ଆଏଚ୍‌, ଯମୁନାକୋଟ ସରପଞ୍ଚ ରଞ୍ଜନ ବାରିକ, ବାରୁଅଁା (ବି) ପଞ୍ଚାୟତ ଭାଜପା ସଭାପତି ସଞ୍ଜୟ କୁମାର ଦାସ, ବରିଷ୍ଠ କର୍ମକର୍ତ୍ତା ଭଜମନ ସାମଲ ପ୍ରମୁଖ ବହୁ କର୍ମୀ ବିଡିଓଙ୍କୁ ତାଙ୍କ କାର୍ଯ୍ୟାଳୟରେ ଘେରିଥିଲେ। ଅପ୍ରୀତିକର ପରିସ୍ଥିତି ଉପୁଜିବା ଆଶଙ୍କାରେ ପୋଲିସ ପହଞ୍ଚତ୍ ବୁଝାଶୁଝା କରିବା ସହ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲା। ଭାଜପା ନେତା ଏବଂ କର୍ମୀଙ୍କ ଅଭିଯୋଗକୁ ସକାରାତ୍ମକ ଭାବେ ବିଚାର କରାଯିବ। ୭ଦିନ ମଧ୍ୟରେ ଅନୁଧ୍ୟାନ କରି ସମସ୍ୟା ସମାଧାନ କରାଯିବ ବୋଲି ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶାବାସୀଙ୍କ ପାଇଁ ଖୁସିଖବର: ନିଯୁକ୍ତିକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୧୨: ଓଡ଼ିଶା ହେବ ଫାର୍ମା ହବ୍‌। ମୁଖ୍ୟମନ୍ତ୍ରୀ ମୋହନ ମାଝି ଫାର୍ମା ସମ୍ମିଳନୀରେ ଓଡ଼ିଶାରେ ଫାର୍ମା ସେକ୍ଟରରେ ନିବେଶ ପାଇଁ ନିବେଶକଙ୍କୁ ଅନୁରୋଧ କରିଛନ୍ତି। ଏ...

ଆସନ୍ତା ୨୩ରୁ ଖୋଲିବ ଧାନମଣ୍ଡି, ଶୁଭାରମ୍ଭ ହେଲା ୨ଟି ସଚେତନତା ରଥ

ଛତ୍ରପୁର, ୧୬/୧୨ (ଦିଲ୍ଲୀପ ସାମଲ): ହିଞ୍ଜିଳିକାଟୁ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟରୁ ୨ ଟି ସଚେତନତା ରଥର ଶୁଭାରମ୍ଭ...

ଓଡ଼ିଶା ରାଜନୀତିକୁ ନେଇ ଅମର ଶତପଥୀଙ୍କ ବିସ୍ଫୋରକ ବୟାନ: କହିଲେ ବଦଳିପାରେ…

ଭୁବନେଶ୍ୱର,୧୬।୧୨: ସାଂପ୍ରତିକ ଓଡ଼ିଶା ରାଜନୀତିକୁ ନେଇ ଅମର ଶତପଥୀ ବଡ଼ ବୟାନ ଦେଇଛନ୍ତି। ଅମର କହିଛନ୍ତି, ଓଡ଼ିଶାରେ ରାଜନୈତିକ ସମୀକରଣ ବଦଳିପାରେ। ଓଡ଼ିଶା ରାଜନୈତିକ ଦୃଶ୍ୟପଟ...

ଶ୍ମଶାନରେ ଜିଇଁ ଉଠିଲେ ପୂରୋହିତ, ହସ୍ପିଟାଲ ଗଲାପରେ ଘଟିଲା…

ଗଞ୍ଜାମ ୧୬/୧୨(ବିଦ୍ୟାଧର ସାହୁ/ଦିଲ୍ଲୀପ ସାମଲ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ନୃସିଂହ ପୂଜକ ପୁରୋହିତ ରାଜେନ୍ଦ୍ର ରଥଙ୍କ ପରଲୋକ ହୋଇଛି । ହସ୍ପିଟାଲରେ...

ଚାଷୀ ଆନ୍ଦୋଳନକୁ ନେଇ ମୁହଁ ଖୋଳିଲେ ମନ୍ତ୍ରୀ: ବିରୋଧୀଙ୍କୁ ଦେଲେ କଡ଼ା ଜବାବ

ଭୁବନେଶ୍ୱର,୧୬।୧୨: ଧାନ ବିକ୍ରି ପାଇଁ ଚାଷୀଙ୍କୁ ମିଳୁନାହିଁ ଟୋକନ। ଏନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଷୀ ଆନ୍ଦୋଳନ ଦେଖାଦେଇଛି। ଏଭଳିସ୍ଥତିରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ...

ପୀତବାସ ପଣ୍ଡା ହତ୍ୟା ମାମଲା, ବିକ୍ରମ ପଣ୍ଡାଙ୍କ ସମେତ ୫ ଅଭିଯୁକ୍ତଙ୍କ ଜାମିନ ଖାରଜ୍

ବ୍ରହ୍ମପୁର,୧୬ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଝଟକା । ଖାରଜ ହେଲା ଜାମିନ...

ପବିତ୍ର ଧନୁ ସଂକ୍ରାନ୍ତି, ଆଜିିଠୁ ଶ୍ରୀଜୀଉଙ୍କୁ ପହିଲି ଭୋଗ ଲାଗି

ପୁରୀ,୧୬ା୧୨(ଅଜିତ୍‌ କୁମାର ମହାନ୍ତି): ଆଜି ପବିତ୍ର ଧନୁ ସଂକ୍ରାନ୍ତି । ଶ୍ରୀମନ୍ଦିରରେ ମଙ୍ଗଳବାର ଧନୁସଂକ୍ରାନ୍ତିରେ ମହାପ୍ରଭୁଙ୍କ ପହିଲିଭୋଗ ନୀତି ଅନୁଷ୍ଠିତ ହୋଇଛି। ପହିଲିଭୋଗ ନୀତି ଧନୁ...

ଓଡ଼ିଶା ଆସିପାରନ୍ତି ଶାହା, ଭାଜପା ଶିବିର ଚଳଚଞ୍ଚଳ

ଭୁବନେଶ୍ୱର, ୧୬।୧୨(ସୁନିତ୍‌ ମିଶ୍ର):ସମବାୟ ବିଭାଗର ଏକ କାର୍ଯ୍ୟକ୍ରମ ଆସନ୍ତା ୨୧ ତାରିଖରେ ଜନତା ମଇଦାନଠାରେ ହେବାକୁ ଯାଉଛି। ଏଥିରେ ଯୋଗଦେବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri