Posted inଖେଳ

ଧୋନୀଙ୍କୁ ନେଇ ବଡ଼ ଖୁଲାସା କଲେ ସେହ୍ବାଗ: ତାଙ୍କ ପାଇଁ ମୁଁ…..

ନୂଆଦିଲ୍ଲୀ,୨।୬: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ବାଗ ମହେନ୍ଦ୍ର ସିଂ ଧୋନୀଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି, ୨୦୦୮ ଅଷ୍ଟ୍ରେଲିଆ ଗସ୍ତ ସମୟରେ ଦିନିକିଆ କ୍ରିକେଟରୁ ଅବସର ନେବାକୁ ଚାହୁଁଥିଲି। ଏହାର କାରଣ ଥିଲେ ଏମଏସ ଧୋନୀ। କିଛି ମ୍ୟାଚରେ ଫ୍ଲପ ହେତୁ ଅଧିନାୟକ ମାହି ଖେଳୁଥିବା ଏକାଦଶରୁ ମୋତେ ବାଦ୍‌ ଦେଇଥିଲେ। ଏହାପରେ ମୁଁ ଦିନିକିଆରୁ ଅବସର ନେଇ ଟେଷ୍ଟ କ୍ରିକେଟ୍‌ ଉପରେ ଅଧିକ ଧ୍ୟାନ ଦେବାକୁ ଚାହୁଁଥିଲି। କିନ୍ତୁ ସଚିନ ତେନ୍ଦୁଲକର ତାଙ୍କୁ ଅବସର ନେବାରୁ ରୋକିଥିଲେ। ସେ କହିଥିଲେ ଯେ ଏହା ତୁମ ଜୀବନର ଏହା ଏକ ଖରାପ ପର୍ଯ୍ୟାୟ। ଟିକିଏ ଅପେକ୍ଷା କର। ଏହି ଗସ୍ତ ପରେ ଘରକୁ ଫେରି ଗମ୍ଭୀର ଭାବରେ ଚିନ୍ତା କର ଏବଂ ତା’ପରେ ପରବର୍ତ୍ତୀ ସମୟରେ କ’ଣ କରିବ ତାହା ସ୍ଥିର କରିବ। ସୌଭାଗ୍ୟବଶତଃ ମୁଁ ସେତେବେଳେ ମୋର ଅବସର ଘୋଷଣା କରି ନ ଥିଲି। ସମୟ ବଦଳିଗଲା। ଆମେ ଭାରତକୁ ଫେରିଲୁ। କେ ଶ୍ରୀକାନ୍ତ ସେହି ସମୟରେ ମୁଖ୍ୟ ଚୟନକର୍ତ୍ତା ଥିଲେ। ସେ ମୋତେ ପଚାରିଲେ କଣ କରିବି? ମୁଁ କହିଲି ମୋର ଭଲ ଫର୍ମ ସତ୍ତ୍ୱେ ମୋତେ ୩-୪ ମ୍ୟାଚରୁ ଡ୍ରପ୍‌ କରାଯାଇଛି। ତେବେ, ମୁଁ କ’ଣ କରିବି?
ମୁଁ ଶ୍ରୀକାନ୍ତଙ୍କୁ କହିଥିଲି ଯେ ଯଦି ତୁମେ ମୋତେ ନିଶ୍ଚିତ କର ଯେ ତୁମେ ମୋତେ ସମସ୍ତ ମ୍ୟାଚ୍‌ରେ ଏକାଦଶରେ ସ୍ଥାନ ଦେବ, ତେବେ ତୁମେ ମୋତେ ଦଳରେ ନିଅ, ନଚେତ୍‌ ରହିବାକୁ ଦିଅ। ତା’ପରେ ଶ୍ରୀକାନ୍ତ ୨୦୦୮ ଏସିଆ କପ ସମୟରେ ଏମଏସ ଧୋନୀଙ୍କ ସହ କଥା ହୋଇଥିଲେ। ତା’ପରେ ନିୟମିତ ଭାବେ ଦଳରେ ଖେଳି ଆସିଥିଲି।
ସେହ୍ବାଗ ଶେଷ ଥର ପାଇଁ ୨୦୧୩ ରେ ଭାରତ ପାଇଁ ଖେଳିଥିଲେ। ସେ ଭାରତ ପାଇଁ ୧୦୪ ଟେଷ୍ଟରେ ୮୫୮୬ ରନ, ୨୫୧ ଦିନିକିଆରେ ୮୨୭୩ ରନ ଏବଂ ୧୯ ଟି -୨୦ ମ୍ୟାଚରେ ୩୯୪ ରନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

ମୁଣ୍ଡରେ ପଡ଼ିଲା ଅମୃତଭଣ୍ଡା: ଚାଲିଗଲା ମହିଳାଙ୍କ ଜୀବନ

ବାଲିଗୁଡ଼ା,୧୮ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଗୋଛାପଡ଼ା ଗ୍ରାମରେ ଗୁରୁବାର ଏକ ଅଘଟଣ ଘଟିଛି। ଅମୃତଭଣ୍ଡା ତୋଳିବା ବେଳେ ଅମୃତଭଣ୍ଡା ମୁଣ୍ଡରେ ପଡି...

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ମିଳିବ ୫୧,୦୦୦ ଟଙ୍କା, ଜାଣନ୍ତୁ ଯୋଗ୍ୟତା ଓ କିପରି କରିବେ ଆବେଦନ

ଭୁବନେଶ୍ୱର,୧୮ା୧୨: ରାଜ୍ୟର ଗରିବ ଓ ଆର୍ଥିକ ଅନଗ୍ରସର ପରିବାରର ଝିଅମାନଙ୍କ ବିବାହ ପାଇଁ ଓଡ଼ିଶା ସରକାର ଏକ ବଡ଼ ଘୋଷଣା କରିଛନ୍ତି। ନୂତନ ଭାବେ ଆରମ୍ଭ...

ଈଶାନ କିସାନଙ୍କ ଧୂଆଁଧାର ଶତକ: ସୟଦ ମୁସ୍ତାକ ଅଲି ଟ୍ରଫି ଜିତିଲା ଝାଡ଼ଖଣ୍ଡ

ପୁନେ,୧୮ା୧୨: ଅଧିନାୟକ ଇଶାନ କିଶନଙ୍କ ଧୂଆଁଧାର ଶତକ ବଳରେ ଝାଡ଼ଖଣ୍ଡ କ୍ରିକେଟ ଦଳ ଏକ ନୂଆ ଇତିହାସ ରଚିଛି। ଗୁରୁବାର ପୁଣେର MCA ଷ୍ଟାଡିୟମଠାରେ ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri