ଏଇ ଭାରତରେ

ମହାରାଷ୍ଟ୍ର ସୋଲାପୁରର ୩୦ ବର୍ଷୀୟା ମୟୂର ଶାହା ଅଦରକାରୀ ଫିସ୍‌ ସ୍କିନ୍‌ ବା ମାଛ ଚମଡ଼ାକୁ ପ୍ରୋସେସିଂ କରି ଏକ ପ୍ରକାର ପରିବେଶ ଉପଯୋଗୀ ଲେଦର ପ୍ରସ୍ତୁତ କରୁଛନ୍ତି। ସେ ସେଥିରେ ବିଭିନ୍ନ ଡିଜାଇନର ବ୍ୟାଗ୍‌ ଓ ଅନ୍ୟ ଜିନିଷ ପ୍ରସ୍ତୁତକରି ବ୍ୟବସାୟ ଆରମ୍ଭ କରିଛନ୍ତି। ୨୦୧୫ରେ ମୟୂର ଆଇସ୍‌ଲାଣ୍ଡ ଯାଇଥିବାବେଳେ ସେଠାରେ ଏକ ଲୋକାଲ ମାର୍କେଟରେ ସାଲମନ ମାଛ ଚମଡ଼ାରେ ତିଆରି ଏକ ବ୍ରେସ୍‌ଲେଟ୍‌ ଦେଖିବାକୁ ପାଇଥିଲେ। ପରେ ସେ ଏହାର ଜ୍ଞାନକୌଶଳ ସମ୍ପର୍କରେ ଜାଣି ଅଦରକାରୀ ମାଛ ଚମଡ଼ାରୁ ଜିନିଷ ତିଆରି କରିବାର ନିଷ୍ପତ୍ତି ନେଇଥିଲେ। ଇଞ୍ଜିନିୟରିଂ ଇଣ୍ଡଷ୍ଟ୍ରିରୁ ଚାକିରି ଛାଡ଼ି ୨୦୧୮ରେ ‘ମାୟୁ’ ଷ୍ଟାର୍ଟଅପ୍‌ ଆରମ୍ଭ କରିଥିଲେ। ଏହା ମାଧ୍ୟମରେ ସାଲମନ ଏବଂ ଓଲ୍‌ଫିସ୍‌ ଚମଡ଼ାରୁ ହ୍ୟାଣ୍ଡ୍‌ବ୍ୟାଗ୍‌ ନିର୍ମାଣ ଆରମ୍ଭ କରିଥିଲେ। ମାଛ ଚମଡ଼ାରୁ ପ୍ରସ୍ତୁତ ବ୍ୟାଗ୍‌ ବି ଓ୍ବାଟରପ୍ରୁଫ୍‌ । ତାଙ୍କ କମ୍ପାନୀ ଚେନ୍ନାଇରେ ଜିରୋ ଓ୍ବେଷ୍ଟ ସାର୍ଟିଫିକେଟ ପାଇଛି ଓ ଭାରତର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହାକୁ ହ୍ବାଇଟ୍‌ କ୍ୟାଟେଗୋରିରେ ସ୍ଥାନିତ କରିଛି। ଫିସ୍‌ ସ୍କିନ୍‌ ପ୍ରୋସେସିଂରୁ ଯାହା ଓ୍ବେଷ୍ଟ ବାହାରୁଛି ତାହାକୁ ବାୟୋପ୍ରୋସେସ୍‌ରେ ଖତ ପ୍ରସ୍ତୁତ କରାଯାଉଛି। ଏହିସବୁ କାର୍ଯ୍ୟରେ ମୟୂର ୯୦ ପ୍ରତିଶତ ମହିଳାଙ୍କୁ ନିଯୁକ୍ତି ଦେଇଛନ୍ତି। ତେବେ ମୟୂରଙ୍କ ଦ୍ୱାରା ପ୍ରସ୍ତୁତ ଜିନିଷଗୁଡ଼ିକ ବିଦେଶରେ ବି ପରିଚୟ ସୃଷ୍ଟି କରିବା ପ୍ରୟାସ ଜାରି ରଖିଛି। ଏହି ସାମଗ୍ରୀଗୁଡ଼ିକ ୫୦୦ରୁ ୯୦,୦୦୦ ଟଙ୍କା ଯାଏ ବିକ୍ରି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri