ଚାଇନାକୁ କୂଟନୈତିକ ଝଟକା

ସୁବା/ବେଜିଂ,୩୧ା୫: ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ନିଜ ଆଧିପତ୍ୟ ଜାହିର କରିବା ନିମନ୍ତେ ପ୍ରୟାସ କରୁଥିବା ଚାଇନାକୁ ବଡ଼ ଝଟକା ଲାଗିଛି। ପାସିଫିକ୍‌ ଦ୍ୱୀପଦେଶ ବେଜିଂ ଜାଲରେ ଫସିବାକୁ ନେଇ ଆଶଙ୍କା ଲାଗି ରହିଥିବାବେଳେ ଏହି କ୍ଷେତ୍ରରେ କିନ୍ତୁ ଚାଇନାର କୂଟନୈତିକ ପରାଜୟ ହୋଇଛି। ୧୦ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପଦେଶ ବେଜିଂ ସହ ଆଞ୍ଚଳିକ ସୁରକ୍ଷା ଚୁକ୍ତି କରିବାକୁ ସୋମବାର ମନା କରିଦେଇଛନ୍ତି। ଫିଜିରେ ଚାଇନା ବହିର୍ବ୍ୟାପାର ମନ୍ତ୍ରୀ ଓ୍ବାଙ୍ଗ୍‌ ଇ ଏବଂ ଛୋଟ ଦ୍ୱୀପଦେଶଗୁଡ଼ିକ ମଧ୍ୟରେ ଆଲୋଚନା ହୋଇଥିଲା। ଏଥିରେ ୧୦ ଦ୍ୱୀପଦେଶର ବହିର୍ବ୍ୟାପାର ମନ୍ତ୍ରୀ ଉପସ୍ଥିତ ଥିଲେ। ହେଲେ ବୈଠକରେ ଚାଇନା ସହ କୌଣସି ପ୍ରକାର ସୁରକ୍ଷା ଚୁକ୍ତିନାମା ସ୍ବାକ୍ଷର ହୋଇପାରି ନ ଥିବା ଜଣାଯାଇଛି। ବୈଠକ ପରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଫିଜି ପ୍ରଧାନମନ୍ତ୍ରୀ ଫ୍ରାଙ୍କ୍‌ ବାଇନିମାରାମା ଏବଂ ଓ୍ବାଙ୍ଗ୍‌ ୩୦ ମିନିଟ୍‌ ଧରି ଉଦ୍‌ବୋଧନ ଦେଇଥିଲେ ହେଁ ଖବରଦାତାଙ୍କ କୌଣସି ପ୍ରଶ୍ନର ଉତ୍ତର ନ ଦେଇ ସେଠାରୁ ଉଠିଯାଇଥିଲେ।
ଦୃଷ୍ଟିକୋଣରୁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଚାଇନା ନିଜ ଗତିବିଧି ବଢ଼ାଇବା ପାଇଁ ପ୍ରସ୍ତୁତି ଚଳାଇଛି। ଏହାଦ୍ୱାରା ବେଜିଂ ସିଧାସଳଖ ଆମେରିକା ଓ ଏହାର ସହଯୋଗୀ ରାଷ୍ଟ୍ରକୁ ଚ୍ୟାଲେଞ୍ଜ କରୁଛି। ପ୍ରସ୍ତାବିତ ଚୁକ୍ତି ଅନୁସାରେ, ବେଜିଂ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପଦେଶର ପୋଲିସକୁ ତାଲିମ ଦେବା, ସାଇବର ସୁରକ୍ଷା, ଚାଇନା ସହ ରାଜନୈତିକ ସମ୍ପର୍କ ବଢ଼ାଇବା ଆଦି ରହିଥିଲା। ଏହା ବଦଳରେ ଚାଇନା ସମ୍ବେଦନଶୀଳ ସାମୁଦ୍ରିକ ମ୍ୟାପିଂ, ଦ୍ୱୀପରେ ଥିବା ପ୍ରାକୃତିକ ସମ୍ପଦ ହାସଲ ସହ ଜଳପଥରେ ଅବାଧ ପ୍ରବେଶ କରିପାରିବାର ଲକ୍ଷ୍ୟ ରଖିଥିଲା। ଏଥିପାଇଁ ଚାଇନା ନିୟୁତ ନିୟୁତ ଡଲାରର ଦେବାକୁ ପ୍ରସ୍ତାବ ଦେଇଥିଲା। ଏହାସହ ଚାଇନାର ପ୍ରାୟ ୧୪୦ କୋଟି ଲୋକସଂଖ୍ୟା ବିଶିଷ୍ଟ ବିଶାଳ ବଜାରରେ ଦ୍ୱୀପଦେଶଗୁଡ଼ିକ ମୁକ୍ତ ବାଣିଜ୍ୟ କରିବା ନିମନ୍ତେ ଚୁକ୍ତି କରିବା ପାଇଁ ଆଗଭର ହୋଇଥିଲା। ଚାଇନାର ଏଭଳି ଅଫର୍‌କୁ ନେଇ ପାସିଫିକ୍‌ ନେତାମାନେ ଚିନ୍ତାବ୍ୟକ୍ତ କରିଥିଲେ। ଫେଡେରାଲ ଷ୍ଟେଟ୍‌ ଅଫ୍‌ ମିକ୍ରେନେସିଆର ରାଷ୍ଟ୍ରପତି ଡେଭିଡ୍‌ ପାନୁଲୋ ନିଜ ସହଯୋଗୀଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖିଥିଲେ। ଚାଇନା ଭଲ ଉଦ୍ଦେଶ୍ୟରେ ଏପରି କରୁ ନ ଥିବା ଏବଂ ସରକାର ଓ ଦେଶର ଅର୍ଥ ବ୍ୟବସ୍ଥାକୁ ବେଜିଂ ନିଜ ନିୟନ୍ତ୍ରଣରେ ରଖିବାକୁ ଉଦ୍ୟମ କରୁଥିବା ସେ ଚେତାଇ ଦେଇଥିଲେ। ଏହା ଆଉ ଏକ ଶୀତଳ ଯୁଦ୍ଧର କାରଣ ହୋଇପାରେ ଏବଂ ଆଉ ଗୋଟିଏ ବିଶ୍ୱଯୁଦ୍ଧକୁ ଡାକି ଆଣିପାରେ ବୋଲି ଡେଭିଡ୍‌ କହିଥିଲେ। ମିକ୍ରୋନେସିଆ ସମେତ ପପୁଆ ନ୍ୟୁ ଗୁଏନା, ସମୋଆ ମଧ୍ୟ ଚାଇନାର ଏହି ପ୍ରସ୍ତାବକୁ ନେଇ ଚିନ୍ତିତ ଥିଲେ।
ଚାଇନା ବହିର୍ବ୍ୟାପାର ମନ୍ତ୍ରୀ ଓ୍ବାଙ୍ଗ ଇଙ୍କ ୧୦ ଦିନିଆ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଗସ୍ତ ସଫଳ ହୋଇଥିବା ନେଇ ବେଜିଂ ଅଧିକାରୀ ଦେଖାଇବାକୁ ଚେଷ୍ଟା କରୁଛନ୍ତି। ଆଲୋଚନାବେଳେ ଚାଇନା ପକ୍ଷରୁ ଚୁକ୍ତି ପାଇଁ ସେତେ ଜୋର ଦିଆଯାଇ ନ ଥିଲା ବୋଲି ବେଜିଂ କହିଛି। ବିଫଳତା ଲୁଚାଇବା ପାଇଁ ଓ୍ବାଙ୍ଗ୍‌ ମଧ୍ୟ ଚେଷ୍ଟା କରିଛନ୍ତି। ୧୦ ଦ୍ୱୀପଦେଶ ଚାଇନାର ‘ବେଲ୍ଟ ଆଣ୍ଡ୍‌ ରୋଡ୍‌’ ପ୍ରୋଜେକ୍ଟ ସଂକ୍ରାନ୍ତୀୟ ଚୁକ୍ତି ସ୍ବାକ୍ଷର କରିଥିବା ଓ୍ବାଙ୍ଗ୍‌ କହିଛନ୍ତି। ତେବେ ଓ୍ବାଙ୍ଗ୍‌ଙ୍କ ଗସ୍ତ ବେଳେ ଏହି ଦ୍ୱୀପଦେଶଗୁଡ଼ିକ ସହ ଏକାଧିକ ଛୋଟ ଛୋଟ ଦ୍ୱିପାକ୍ଷିକ ଚୁକ୍ତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri