ବନୀକରଣ ନାଁରେ ଡିଏମ୍‌ଏଫ୍‌ ପାଣ୍ଠି ହରିଲୁଟ୍‌

ଯାଜପୁର ଅଫିସ,୨୦ା୫: ଖଣିଖାଦାନ ଭରା ଅଞ୍ଚଳର ଲୋକଙ୍କ ମନରେ ସୃଷ୍ଟି ହୋଇଥିବା ବିଦ୍ରୋହକୁ ପ୍ରଶମିତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଏକ ରଣକୌଶଳ ପ୍ରସ୍ତୁତ କରିଛନ୍ତି। ଖଣି ଓ ଖଣିଜ ପଦାର୍ଥର ପ୍ରଶାସନିକ ପରିଚାଳନା ପାଇଁ ମାଇନ୍ସ ଓ ମିନେରାଲ ଡେଭେଲପ୍‌ମେଣ୍ଟ ଆଣ୍ଡ ରେଗୁଲେଶନ ଆକ୍ଟ-୧୯୫୭କୁ ୨୦୧୫ରେ ସଂଶୋଧନ କରାଯାଇଛି। ଏହି ଆଇନର ସବ୍‌ସେକ୍ସନ ୧ ଧାରା ୯(ବି)ରେ ଜିଲାସ୍ତରରେ ଜିଲା ଖଣିଜ ପଦାର୍ଥ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌) ଗଠିତ ହୋଇଛି। ଏହି ଡିଏମ୍‌ଏଫ୍‌ ପାଣ୍ଠି ବିନିଯୋଗ କରି ଖଣି ପ୍ରଭାବିତ ଅଞ୍ଚଳର ସ୍ବାସ୍ଥ୍ୟ, ଶିକ୍ଷା ଓ ପାନୀୟଜଳ ବ୍ୟବସ୍ଥାକୁ ଅଗ୍ରାଧିକାର ଭିିତ୍ତିରେ ସୁବନ୍ଦୋବସ୍ତ କରାଯିବ ବୋଲି ସରକାରୀସ୍ତରରେ ନିଷ୍ପତ୍ତି ହୋଇଛି। ହେଲେ ଯାଜପୁର ଜିଲାରେ ଓଏଫ୍‌ଡିସି(ଓଡ଼ିଶା ଫରେଷ୍ଟ ଡେଭେଲପ୍‌ମେଣ୍ଟ କର୍ପୋରେଶନ) ଦ୍ୱାରା ବନୀକରଣ ନାମରେ ଏହି ପାଣ୍ଠିର ସିଂହଭାଗ ମିଳିମିଶି ଲୁଟ୍‌ କରାଯାଉଥିବା ଅଭିଯୋଗ ହୋଇଛି।
ସବୁଜିମା ସୃଷ୍ଟି ଓ ସୁରକ୍ଷା ନିମନ୍ତେ ସରକାରୀସ୍ତରରୁ ଆରମ୍ଭ କରି ବେସରକାରୀସ୍ତର ପର୍ଯ୍ୟନ୍ତ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ମାତ୍ର ବାସ୍ତବରେ ଦେଖିବାକୁ ଗଲେ ଯେତିକି ଜଙ୍ଗଲ ଅଛି ତା’ର ସୁରକ୍ଷା ଦିଗରେ ବନ ବିଭାଗ ସମ୍ପୂର୍ଣ୍ଣ ବିଫଳ ହୋଇଛି। ପ୍ରତିବର୍ଷ ବନୀକରଣ ନାଁରେ ଅନେକ କୋଟି ଟଙ୍କା ଅନୁଦାନ ଆସୁଛି। ହେଲେ ଉପଯୁକ୍ତ ବନୀକରଣ ହେଉ ନ ଥିବାରୁ ତା’ର ସଫଳତା ମିଳୁନାହିଁ। ସୂଚନା ଅଧିକାର ଆଇନ(ଆର୍‌ଟିଆଇ) ବଳରେ ମିଳିଥିବା ତଥ୍ୟ ଅନୁସାରେ, ଡିଏମ୍‌ଏଫ୍‌ ପାଣ୍ଠିକୁ ଓଏଫ୍‌ଡିସି ଜରିଆରେ ୪ଟି ବନୀକରଣ ପ୍ରକଳ୍ପରେ ୭.୬୬୧୩ କୋଟି ଟଙ୍କା ବିନିଯୋଗ କରାଯାଇଛି। ହେଲେ ଏହି ବିପୁଳ ଅର୍ଥ ବିନିଯୋଗ ଅନୁପାତରେ ବନୀକରଣ ଠିକ୍‌ ଭାବେ ହୋଇ ନ ଥିବା ଦେଖିବାକୁ ମିଳୁଛି। ୨୦୨୦-୨୧ ବର୍ଷରେ ଦାନଗଦୀଠାରୁ ଟୋଲକାନି ୨୫ କି.ମି. ପୂର୍ତ୍ତ ବିଭାଗ ରାସ୍ତାର ଉଭୟ ପାର୍ଶ୍ୱରେ ୨୦ ହଜାର ଗଛ ଲଗାଯିବାକୁ ଯୋଜନା ହୋଇଥିଲା। ଏଥିପାଇଁ ଡିଏମ୍‌ଏଫ୍‌ ପାଣ୍ଠିରୁ ୨.୨୧୩୧ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହି ପ୍ରକଳ୍ପ ଚାଲୁ ରହିଥିବା ରିପୋର୍ଟରେ ଦର୍ଶାଯାଇଛି। ହେଲେ ବାସ୍ତବରେ ରାସ୍ତାର ଉଭୟ ପାର୍ଶ୍ୱରେ ଅଳ୍ପ ଗଛ ଲଗାଯାଇଛି। ହେଲେ ସେହି ଗଛଗୁଡ଼ିକର ରକ୍ଷଣାବେକ୍ଷଣ କରାଯାଉ ନ ଥିବାରୁ ଅଧିକାଂଶ ମରିଯାଉଥିବା ଦେଖିବାକୁ ମିଳିଛି। ବାହାରୁ ଗଛ ଆଣି ଚଢ଼ାଦରରେ ବିଲ୍‌ କରି ଅର୍ଥ ହଡ଼ପ କରାଯାଇଥିବା ଅଭିଯୋଗ ହେଉଛି। ସେହିପରି ସୁକିନ୍ଦା ବ୍ଲକ ସୁକିନ୍ଦାଠାରୁ ଅଶୋକଝର, ସୁକିନ୍ଦାଠାରୁ ହାତୀବାଡି, ଆମ୍ବସାର ଛକଠାରୁ ଢେଙ୍କାନାଳ ଜିଲା ସୀମାନ୍ତ ଏବଂ ବଙ୍ଗଲୋ ଛକଠାରୁ ହାତୀବାରି ରାସ୍ତାରେ ୨୫ ହଜାର ଗଛ ବନୀକରଣ ହେଉଥିବା ରିପୋର୍ଟରେ ଦର୍ଶାଯାଇଛି। ଏଥିପାଇଁ ୨୦୨୦-୨୧ ବର୍ଷରେ ୨.୭୬୬୪ କୋଟି ଟଙ୍କା ମଞ୍ଜୁର ହୋଇଛି। ହେଲେ ବାସ୍ତବରେ ସେଠାରେ ୪/୫ ବର୍ଷ ତଳେ ଯେଉଁ ବନୀକରଣ ହୋଇଥିଲା ସେତିକି, ଏହାପରେ ଆଉ କୌଣସି ଗଛ ଲଗାଯାଇନାହିଁ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ଏଥିରୁ ସମୁଦାୟ ଡିଏମ୍‌ଏଫ୍‌ ପାଣ୍ଠି ଚଳୁ କରିବାକୁ ମସୁଧା ଚାଲିଥିବା ସନ୍ଦେହ କରାଯାଉଛି। ଯାଜପୁର ଚୋର୍ଦ୍ଦାଠାରୁ ଡୁବୁରି ପର୍ଯ୍ୟନ୍ତ ନୂଆ ନିର୍ମାଣ ରାସ୍ତାରେ ୪ ହଜାର ଗଛ ଲଗାଇବାକୁ ୨୦୨୦-୨୧ ବର୍ଷରେ ୪୪ ଲକ୍ଷ ୨୬ ହଜାର ଟଙ୍କା ମଞ୍ଜୁର ହୋଇଥିଲା। ହେଲେ ହାତଗଣତି ଗଛ ଲଗାଯାଇଥିବା ଦେଖିବାକୁ ମିଳିଛି। ବାକି ଗଛ କୁଆଡ଼େ ଗଲା ବୋଲି ପ୍ରଶ୍ନ ଉଠିଛି। ଦାନଗଦୀ ତହସିଲ ଅନ୍ତର୍ଗତ ଗୋଡ଼ିଗୋଠ ଏବଂ ରମ୍ପିଲୋ ମୌଜାରେ ୩୦ ହଜାର ଗଛ ଲଗାଇବାକୁ ୨.୨୩୯୨ କୋଟି ଟଙ୍କା ମଞ୍ଜୁର ହୋଇଛି। ହେଲେ ନିର୍ଦ୍ଧାରିତ ଗଛ ସେଠାରେ ଦେଖିବାକୁ ମିଳିନାହିଁ। ଏହି ଦାୟିତ୍ୱରେ ଥିବା ଅଧିକାରୀ ଚଞ୍ଚକତା କରି ଡିଏମ୍‌ଏଫ୍‌ ପାଣ୍ଠିକୁ ହେରାଫେରି କରିଥିବା ସନ୍ଦେହ କରାଯାଇଛି। ଡିଏମ୍‌ଏଫ୍‌ ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀମାନେ ପ୍ରକଳ୍ପ ପରିଦର୍ଶନରେ ଯାଇ ଠିକ୍‌ ରିପୋର୍ଟ ଦେଇ ସମ୍ପୃକ୍ତ ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଏକପ୍ରକାର ସହଯୋଗ କରୁଛନ୍ତି। ଏହିସବୁ ପ୍ରକଳ୍ପର ଏକ ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ କରାଗଲେ ବାସ୍ତବ ଚିତ୍ର ଲୋକଲୋଚନକୁ ଆସିପାରନ୍ତା ବୋଲି ଦାବି ହେଉଛି।
ଏ ସଂକ୍ରାନ୍ତରେ ଓଏଫ୍‌ଡିସିର ଏସ୍‌ଡିଏମ୍‌ ଶୁଭଲକ୍ଷ୍ମୀ ସ୍ବାଇଁଙ୍କୁ ପଚାରିବାରୁ ସେ କହିଛନ୍ତି, କୌଣସି ପ୍ରକଳ୍ପରେ ଅନିୟମିତତା ହେଉନାହିଁ। ଜିଲା ପ୍ରଶାସନ ପକ୍ଷରୁ ଯୁଗ୍ମ ନିରୀକ୍ଷଣ କରାଯାଇ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri