ଚାଷୀଙ୍କ ଫସଲ ବୀମା, ଋଣ ସବ୍‌ସିଡ୍‌ ଟଙ୍କା ଆତ୍ମସାତ୍‌ ଅଭିଯୋଗ

ଡେରାବିଶ,୧୮ା୫(ସ୍ବ.ପ୍ର.): ଡେରାବିଶ ବ୍ଲକ କାଉପଡା ପ୍ରାଥମିକ ସମବାୟ ସମିତିର ଜଣେ ସମ୍ପାଦକ ସମିତି ଅଧୀନ ବହୁ ଚାଷୀଙ୍କ ଫସଲବୀମା ଓ ଋଣସବସିଡ ଟଙ୍କା ଆତ୍ମସାତ୍‌ କରିଥିବା ବହୁ ଚାଷୀ ଅଭିଯୋଗ କରିଛନ୍ତି । ଏବାବଦରେ ଚାଷିମାନେ ରାଜ୍ୟ ସମବାୟ ନିବନ୍ଧକ,୫-ଟି ସଚିବ, ପାଟକୁରା ବିଧାୟିକାଙ୍କ ସମେତ ଜିଲାପାଳ, ଜିଲା ସମବାୟ ନିବନ୍ଧକ ଓ ଜିଲା ଯୋଗାଣ ଅଧିକାରୀଙ୍କୁ ଜଣାଇଛନ୍ତି ।
ଚାଷୀମାନେ ଦର୍ଶାଇଛନ୍ତି, ୨୦୧୯-୨୦ ଆର୍ଥକ ବର୍ଷରେ ଫସଲ କ୍ଷୟକ୍ଷତି ପାଇଁ ସମିତି ଅଧୀନ ବହୁ ଚାଷୀଙ୍କ ଜମାଖାତାରେ ଫସଲବୀମା ଟଙ୍କା ସମେତ ଋଣ ସବସିଡ ବାବଦ ଅର୍ଥ ଆସିଥିଲା। ହେଲେ ସଂପୃକ୍ତ ସମିତି ସମ୍ପାଦକ ଚାଷୀମାନଙ୍କୁ ଏବାବଦରେ ଜଣାଇ ନଥିଲେ । ତା’ ପରବର୍ଷ ଅର୍ଥାତ୍‌ ମାର୍ଚ୍ଚ ୨୦୨୧ରେ ସମ୍ପାଦକ ନିଜ ପାଖରେ ରଖୁଥିବା ଚାଷୀମାନଙ୍କ ଚେକ୍‌ ବହିରେ କୌଶଳକ୍ରମେ ଦସ୍ତଖତ କରାଇ ଚାଷୀଙ୍କ ଜମାଖାତାରୁ ସେହି ଟଙ୍କା ଉଠାଇ ନେଇଥିବା ନେଇ ଗୋପାଳଚନ୍ଦ୍ର ଲେଙ୍କା, ବଂଶୀଧର ବେହେରା, ଅରକ୍ଷିତ ବେହେରା, ଖଗେଶ୍ୱର ବେହେରା, ସନ୍ତୋଷୀ ସ୍ବାଇଁ ଓ କରୁଣାକର ମଲିକ ପ୍ରମୁଖ ଶତାଧିକ ଚାଷୀ ଅଭିଯୋଗ କରିଛନ୍ତି। ଏପରି କି ସମ୍ପାଦକ ୨୦୨୧ରେ ଉଠାଯାଇଥିବା ଟଙ୍କା ବାବଦ ରସିଦ କେତେଜଣ ଚାଷୀଙ୍କୁ ୨୦୨୨ରେ ଦେଇଥିବା ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଦିଆଯାଇଥିବା ଅଭିଯୋଗପତ୍ରରେ ଦର୍ଶାଯାଇଛି। ଏହି ଅଭିଯୋଗ ବାବଦରେ ଜିଲା ସମବାୟ ନିବନ୍ଧକ ସନ୍ତୋଷ ଦାସଙ୍କୁ ପଚାରିବାରୁ ଏପରି କୌଣସି ଅଭିଯୋଗ ସେ ପାଇ ନ ଥିବା କହିଛନ୍ତି। ଅପରପକ୍ଷରେ ଏହି ଘଟଣା ବାବଦରେ ସଂପୃକ୍ତ ସମିତି ସମ୍ପାଦକ ଗୌରାଙ୍ଗ ପ୍ରଧାନଙ୍କୁ ପଚାରିବାରୁ ୨୦୧୮ ରେ ସମିତି ଅଧୀନ ଚାଟରାଚକଡା, କାଉପଡା, କୁରୁଜଙ୍ଗା ଓ ଗୋଲରାହାଟ ପଞ୍ଚାୟତର କେତେଜଣ ଚାଷି ଏହି ସମବାୟ ବ୍ୟାଙ୍କରୁ ଋଣ ନେଇଥିଲେ। ବୀମା ବାବଦ ଅର୍ଥ ୨୦୨୦ରେ ଆସିବା ପରେ ସମବାୟ ସମିତି ପ୍ରତି ଚାଷୀମାନଙ୍କ ଜମାଖାତାକୁ ସେମାନଙ୍କ ଟଙ୍କା ପଠାଇ ଦେଇଥିଲା। ଏବାବଦରେ ସମ୍ପୃକ୍ତ ଚାଷୀମାନଙ୍କୁ ସମିତି ପକ୍ଷରୁ ସୂଚନା ଦେବା ପରେ ବହୁ ଚାଷୀ ସେମାନଙ୍କ ଟଙ୍କାକୁ ଉଠାଇ ନେଇଥିଲେ। ଏପରି କି ଏବେ ବି ବହୁ ଚାଷୀଙ୍କ ଜମାଖାତାରେ ଉକ୍ତ ଫସଲବୀମା ଟଙ୍କା ରହିଛି। ଅପରପକ୍ଷେ ଦୀର୍ଘଦିନ ହେଲା ଋଣ ନେଇ ବିଲକୁଲ ଶୁଝିବାର ନାମ ଧରୁ ନ ଥିବା ଚାଷୀମାନଙ୍କ ଫସଲବୀମା ଅର୍ଥକୁ ତାଙ୍କ ଋଣ ମୂଳଧନ ବାବଦକୁ ପଇଠ କରାଯାଇଛି। ଏ ସଂକ୍ରାନ୍ତରେ ରସିଦ କଟାଯାଇ ସେମାନଙ୍କୁ ଜଣାଇ ଦିଆଯାଇଛି ବୋଲି ପ୍ରଧାନ କହିଛନ୍ତି। ତେବେ କେତେଜଣ ନ୍ୟସ୍ତସ୍ବାର୍ଥ ବ୍ୟକ୍ତିଙ୍କ ମୋ ବିରୋଧରେ ଏହି ଅଭିଯୋଗ କରିଛନ୍ତି । ଏହି ଟଙ୍କା ବାବଦରେ ଯଦି କୌଣସି ଚାଷୀଙ୍କ ଅଭିଯୋଗ ରହିଛି ତେବେ ସେମାନେ ସମିତିକୁ ଆସି ବୁଝିପାରିବେ ବା କାଗଜପତ୍ର ତନଖି କରି ପାରିବେ ବୋଲି ସମିତି ସମ୍ପାଦକ ପ୍ରଧାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ସ୍କୁଲରୁ ଘରକୁ ଫେରିବା ବେଳେ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ

ପୁରୁଷୋତ୍ତମପୁର,୧୦ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

ଟ୍ରକ୍‌କୁ ସାଇଡ୍‌ ଦେବାକୁ ଯାଇ ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କତଳକଇଠା ଗ୍ରାମ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ବୁଧବାର ଜଣେ...

ମହିଳାଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଲେ ଅନିରୁଦ୍ଧାଚାର୍ଯ୍ୟ, ମାମଲା ରୁଜୁ

ନୂଆଦିଲ୍ଲୀ,୧୦।୧୨: ଆଧ୍ୟାତ୍ମିକ ଗୁରୁ ଅନିରୁଦ୍ଧାଚାର୍ଯ୍ୟ ମହିଳାମାନଙ୍କ ବିଷୟରେ ଦେଇଥିବା କିଛି ଆପତ୍ତିଜନକ ମନ୍ତବ୍ୟକୁ ନେଇ ବିବାଦ ଘେରକୁ ଆସିଛନ୍ତି। ଏହି ମାମଲାରେ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍...

ଟାଟା ପାଓ୍ବାରରେ ଚାଲିଛି ଛଟେଇ: ପ୍ରତିବାଦରେ ଏସ୍‌ଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭଞ୍ଜନଗର,୧୦ା୧୨(ବାବୁଲା ପ୍ରଧାନ): ଟାଟା ପାଓ୍ବାରରେ ଆଉଟସୋର୍ସିଂ କର୍ମଚାରୀଙ୍କୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ପରୋକ୍ଷରେ ଠିକାଦାର ସଂସ୍ଥା ଉପରେ ଚାପ ପକାଇ ବିଭିନ୍ନ ସମୟରେ ଛଟେଇ କରୁଛନ୍ତି।...

ଜୁନାଗଡ଼ରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ଲାଇସେନ୍ସ ନବୀକରଣ ନ ହେବା ଯାଏ ଖାଦ୍ୟ ସାମଗ୍ରୀ ଉତ୍ପାଦନ ବନ୍ଦ

ଜୁନାଗଡ଼,୧୦ା୧୨(ଉତ୍ତମ ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ସହରର ବିଭିନ୍ନ ଖାଦ୍ୟ ଦୋକାନରେ ବୁଧବାର ଧର୍ମଗଡ଼ ଉପଖଣ୍ଡ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri