Odisha Elections 2024

ଭଗବାନ ରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ଦେଖି ନେପାଳ ଲୋକ ବହୁତ ଖୁସି: ମୋଦି

କାଠମାଣ୍ଡୁ,୧୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ନେପାଳ ଗସ୍ତରେ ଯାଇଛନ୍ତି। ଏହି ଅବସରରେ ସେ ଗୌତମ ବୁଦ୍ଧଙ୍କ ଜନ୍ମସ୍ଥାନ ଲୁମ୍ବିନୀରେ ନେପାଳର ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଦ୍ୱିପାକ୍ଷିକ ସହଭାଗୀତାରେ ନୂତନ କ୍ଷେତ୍ର ଅନୁସନ୍ଧାନ ଏବଂ ସହଯୋଗକୁ ମଜବୁତ କରିବାର ଉପାୟ ଉପରେ ଦୁଇ ନେତା ଆଲୋଚନା କରିଥିଲେ।
ଏହା ପରେ ବୁଦ୍ଧ ଜୟନ୍ତୀରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ପହଞ୍ଚିଥିଲେ। ଏହି ଅବସରରେ ସେ କହିଥିଲେ ଯେ, ଏହା ପୂର୍ବରୁ ବୈଶାଖ ପୂର୍ଣ୍ଣିମା ଦିନ ମଧ୍ୟ ଭଗବାନ ବୁଦ୍ଧଙ୍କ ସହ ଜଡିତ ଇଶ୍ୱରୀୟ ସ୍ଥାନକୁ ଯିବାର ସୁଯୋଗ ପାଇଥିଲି। ଆଜି, ଭାରତର ବନ୍ଧୁ ନେପାଳରେ ପ୍ରଭୁ ବୁଦ୍ଧଙ୍କ ପବିତ୍ର ଜନ୍ମ ସ୍ଥାନ ଲୁମ୍ବିନୀ ପରିଦର୍ଶନ କରିବାର ସୌଭାଗ୍ୟ ମିଳିଛି। ମାୟାଦେବୀ ମନ୍ଦିର ପରିଦର୍ଶନ କରିବାର ସୁଯୋଗ ମଧ୍ୟ ମୋ ପାଇଁ ଅବିସ୍ମରଣୀୟ। ମୁଁ ଜନକପୁରରେ କହିଥିଲି ଯେ ନେପାଳ ବିନା ଆମ ରାମ ମଧ୍ୟ ଅସମ୍ପୂର୍ଣ୍ଣ। ମୁଁ ଜାଣେ ଆଜି ଭାରତରେ ପ୍ରଭୁ ଶ୍ରୀ ରାମଙ୍କର ଏକ ବିଶାଳ ମନ୍ଦିର ନିର୍ମାଣ ହେଉଛି, ଏଥିରେ ନେପାଳର ଲୋକମାନେ ମଧ୍ୟ ଖୁସି ଅଛନ୍ତି।
ଭାରତ-ନେପାଳ ସମ୍ପର୍କ ଉପରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଭାରତ ଏବଂ ନେପାଳ ମଧ୍ୟରେ ଦିନକୁ ଦିନ ବଢୁଥିବା ବନ୍ଧୁତା ସମଗ୍ର ମାନବିକତାର ଲାଭ ପାଇଁ କାର୍ଯ୍ୟ କରିବ। ନେପାଳର ଲୁମ୍ବିନି ସଂଗ୍ରହାଳୟ ମଧ୍ୟ ଦୁଇ ଦେଶ ମଧ୍ୟରେ ମିଳିତ ସହଯୋଗର ଏକ ଉଦାହରଣ। ନେପାଳ ସହ ଆମର ସମ୍ପର୍କ ଅତୁଳନୀୟ। ଭାରତ ଏବଂ ନେପାଳ ମଧ୍ୟରେ ସଭ୍ୟତା ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କ ଆମର ଘନିଷ୍ଠ ସମ୍ପର୍କର ସ୍ଥାୟୀ ଢାଞ୍ଚାରେ ରହିଥାଏ। ୨୦୧୪ ମସିହା ପରଠାରୁ ଏହା ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ୫ମ ନେପାଳ ଗସ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ରାଫାହ ବର୍ବରରାଫାହ ବର୍ବରତା ବନ୍ଦ କର: ଆଇସିଜେତା ବନ୍ଦ କର: ଆଇସିଜେ

ହେଗ୍‌,୨୫ା୫: ଗାଜା ସିଟିର ରାଫାହରେ ବୋମା ବର୍ଷଣ ଓ ରକେଟ ମାଡ଼ ତୁରନ୍ତ ବନ୍ଦ କରିବା ପାଇଁ ନେଦରଲାଣ୍ଡ୍ସର ହେଗ୍‌ସ୍ଥିତ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ ଶୁକ୍ରବାର...

କିର୍ଗିଜସ୍ଥାନରେ ହିଂସାର ବାତାବରଣ, ଦେଶ ଛାଡିବାକୁ ବାଧ୍ୟ ହେଉଛନ୍ତି ବିଦେଶୀ ଛାତ୍ର

ବିଶକେକ,୨୪।୫: କିର୍ଗିଜସ୍ଥାନର ରାଜଧାନୀ ବିଶକେକରେ ସ୍ଥାନୀୟ ତଥା ବିଦେଶୀ ଛାତ୍ରଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ପରେ ବିଦେଶୀ ଛାତ୍ରମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।...

ସୋସିଆଲ ମିଡିଆ ପିଲାମାନଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ: ସତର୍କ କଲେ ଏଲନ ମସ୍କ

କାଲିଫର୍ନିଆ,୨୪।୫: ଦୁନିଆର ସବୁଠୁ ବଡ ମାଇକ୍ରୋବ୍ଲଗିଂ ସାଇଟ ଏକ୍ସର ମାଲିକ ଏଲନ ମସ୍କ ସତର୍କ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସୋସିଆଲ ମିଡିଆ ପିଲାମାନଙ୍କ ପାଇଁ...

କାନାଡାରେ ଖଲିସ୍ତାନ ସମର୍ଥକଙ୍କ ଟାର୍ଗେଟରେ ଭାରତୀୟ, ହିନ୍ଦୁଙ୍କ ପାଇଁ ବିପଦ ହୋଇଚାଲିଛି ଟ୍ରୁଡୋଙ୍କ ଦେଶ

ଓଟାଓ୍ବା,୨୪।୫: ଖାଲିସ୍ତାନର ସମର୍ଥକମାନେ ଭାରତୀୟଙ୍କ ପାଇଁ ବିପଦ ପାଲଟିଛନ୍ତି ଏବଂ ଭାରତୀୟ ମୂଳବାସିନ୍ଦାଙ୍କ ପାଇଁ କାନାଡା ସବୁଠାରୁ ବିପଜ୍ଜନକ ଦେଶ ଭାବରେ ଉଭା ହେଉଛି। ଏକ...

ପପୁଆ ନ୍ୟୁଗିନିରେ ଭୂସ୍ଖଳନ, ୧୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ

ସିଡନୀ,୨୪।୫: ପାପୁଆ ନ୍ୟୁ ଗିନିର ଏକ ସୂଦୂର ଗ୍ରାମରେ ଭୂସ୍ଖଳନ ହେତୁ ଅତି କମରେ ୧୦୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅଷ୍ଟ୍ରେଲୀୟ ଗଣମାଧ୍ୟମ...

ରାଷ୍ଟ୍ରପତି ପ୍ରାର୍ଥୀଙ୍କ ମଞ୍ଚ ଭୁଶୁଡ଼ିଲା: ୯ ମୃତ

ମେକ୍ସିକୋ ସିଟି, ୨୪।୫:ମେକ୍ସିକୋର ନୁଏଭୋ ଲିୟୋନ୍‌ ରାଜ୍ୟରେ ଗୁରୁବାର ସିଟିଜେନ ମୁଭ୍‌ମେଣ୍ଟ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଅଲ୍‌ଭାରେଜ ମେନେଜ୍‌ଙ୍କ ଏକ ନିର୍ବାଚନୀ ସଭା ସମୟରେ ଅଘଟଣ...

ଧମକ ଦେଲା ଚାଇନା, ଯିଏ ତାଇଓ୍ବାନକୁ ସମର୍ଥନ କରିବ ତାହାର ମୁଣ୍ଡ କାଟି ଦିଆଯିବ

ବେଜିଂ,୨୩।୫: ଚାଇନା ଗୁରୁବାର କହିଛି ଯେ ତାଇୱାନର ସ୍ବତନ୍ତ୍ରତାକୁ ସମର୍ଥନ କରୁଥିବା ବ୍ୟକ୍ତିଙ୍କ ମୁଣ୍ଡ କାଟି ଦିଆଯିବ। ଚାଇନା କହିଛି ତାଇୱାନର ସ୍ବ-ଶାସିତ ଦ୍ୱୀପ ଚାରିପାଖରେ...

ଭାରତୀୟ ଜ୍ୟୋତିଷ କଲେ ପୁର୍ବାନୁମାନ, ଏହିଦିନ ହେବ ତୃତୀୟ ବିଶ୍ୱଯୁଦ୍ଧ!

ନୂଆଦିଲ୍ଲୀ,୨୩।୫: ତୃତୀୟ ବିଶ୍ୱଯୁଦ୍ଧର ଚର୍ଚ୍ଚା ଅନେକ ଦଶନ୍ଧି ଧରି କଳ୍ପନା ଏବଂ ବିତର୍କର ବିଷୟ ହୋଇଆସୁଛି। ପ୍ରଥମ ଦୁଇଟି ବିଶ୍ୱଯୁଦ୍ଧର ଘାତକ ପ୍ରଭାବ ବିଶ୍ୱର ସ୍ମୃତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri