ଜଳ ପାଇଁ ଜଙ୍ଗଲମୁହାଁ ପିଲା

କେନ୍ଦୁଝର, ୧୬।୫(ସ୍ବ.ପ୍ର.): ‘୫-ଟି’ ବ୍ୟବସ୍ଥାରେ ବଦଳୁଛି ବିଦ୍ୟାଳୟ। ଚିକିମିକିଆ ସ୍ମାର୍ଟ କ୍ଲାସ୍‌ ରୁମ୍‌ର ଚିନ୍ତାମୁକ୍ତ ବାତାବରଣରେ ପାଠ ପଢୁଛନ୍ତି ପିଲା। ଏହାକୁ ନେଇ ରାଜ୍ୟ ସରକାର ସାଉଁଟୁଛନ୍ତି ପ୍ରଶଂସା। ଶିକ୍ଷା ଭିତ୍ତିଭୂମିର ଏଭଳି ପରିବର୍ତ୍ତନକୁ ସ୍ବାଗତ କରୁଛନ୍ତି ବୁଦ୍ଧିଜୀବୀ। ତେବେ ଖଣି ସମୃଦ୍ଧ କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ହୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଉପାନ୍ତ ଖଜୁରିବାଣୀ ଆଶ୍ରମ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏହାର ବିପରୀତ ଚିତ୍ର। ବିଦ୍ୟାଳୟରେ ଜଳସଙ୍କଟ ଉତ୍କଟ ରୂପ ଧାରଣ କରିଥିବାବେଳେ ପିଲାମାନେ ସ୍ନାନଶୌଚାଦି କାର୍ଯ୍ୟ ପାଇଁ ବିପଦପୂର୍ଣ୍ଣ ଜଙ୍ଗଲ ପରିବେଶରେ ଥିବା ନାଳକୁ ଯାଉଛନ୍ତି। ପ୍ରଥମରୁ ଶିକ୍ଷକ ମରୁଡ଼ି ସମସ୍ୟାରେ ଶିକ୍ଷାନୁଷ୍ଠାନରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିବା ବେଳେ ଏବେ ଜଳ ପାଇଁ ପିଲାଏ  ଜଙ୍ଗଲମୁହାଁ  ହେବା ଅଭିଭାବକଙ୍କୁ ଚିନ୍ତାରେ ପକାଇଦେଇଛି।
ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପରିଚାଳନାରେ ଥିବା ଏହି ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ୩୫୦ ଆଦିବାସୀ ପିଲା ହଷ୍ଟେଲରେ ରହି ପଢୁଛନ୍ତି। ତନ୍ମଧ୍ୟରେ ୧୦୦ ଜଣ ବାଳିକା। ତେବେ ଗୋଟିଏ ପାର୍ଶ୍ୱରେ ପାଚେରି ନ ଥିବାରୁ ସ୍କୁଲ ପରିସର ଖୋଲା ରହିଛି। ଏଣୁ ବନ୍ୟଜନ୍ତୁ, ସରୀସୃପ ଭୟ ରହୁଛି। ବାଳକମାନଙ୍କ ପାଇଁ ଥିବା ଏକମାତ୍ର ନଳକୂପ ଅଚଳ ରହିଥିବାରୁ

ନାଳ ଉପରେ ପିଲାମାନେ ନିର୍ଭର କରୁଛନ୍ତି। ପିଲାମାନେ ଏକୁଟିଆ ନାଳକୁ ଯାଇ ମଇଳା ଆବର୍ଜନା ପାଣିରେ ଶୌଚ ହେଉଥିବା ଅଭିଯୋଗ ହେଉଛି। ଏଣୁ ସବୁ ସମୟରେ ବିପଦ ରହୁଥିଲେ ହେଁ ଏହାର ସମାଧାନ କରାଯାଉନାହିଁ। ସେହିପରି ସୋଲାର ପମ୍ପ ଖରାପ ହୋଇଯାଇଥିବାରୁ ପିଇବା ପାଣି ସମସ୍ୟା ଦେଖାଦେଉଛି। ୮ଟି ଶ୍ରେଣୀ ପାଇଁ ପ୍ରଧାନଶିକ୍ଷକଙ୍କୁ ମିଶାଇ ୩ଜଣ ଶିକ୍ଷକ ଓ ୨ଜଣ ଶିକ୍ଷୟିତ୍ରୀ ନିଯୁକ୍ତି ପାଇଛନ୍ତି। କିନ୍ତୁ ଅଧିକାଂଶ ଶିକ୍ଷକ ପାଳି କରି ଅନୁପସ୍ଥିତ ରହୁଥିବା ଏବଂ ଖୋଦ ପ୍ରଧାନ ଶିକ୍ଷକ ମଧ୍ୟ ଅନେକ ସମୟରେ କେନ୍ଦୁଝରରେ ଯାଇ ରହୁଥିବାରୁ ପାଠପଢା ଓ ପରିଚାଳନାରେ ସମସ୍ୟା ଦେଖାଦେଉଛି ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଶିକ୍ଷକମାନଙ୍କ ପାଇଁ କ୍ୱାର୍ଟର୍ସ ନାହିଁ। ଡାଇନିଙ୍ଗ ହଲ ନାହିଁ। ସେହିପରି ଦିନ ସାରା ୪ ଥର ପିଲା ପଖାଳ ଖାଉଥିବା କହୁଥିବା ବେଳେ ଖାଦ୍ୟର ମାନ ନିୟମିତ ଯାଞ୍ଚ କରାଯାଉ ନ ଥିବା ଅଭିଯୋଗ ହେଉଛି। ସମସ୍ୟା ଦେଖିବା ଓ ସମାଧାନ ପାଇଁ ମଧ୍ୟ ବିଭାଗୀୟ ଅଧିକାରୀମାନେ ନିୟମିତ ଗସ୍ତ କରୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପୂର୍ଣ୍ଣଚନ୍ଦ୍ର ବେହେରା ନାମକ ଜଣେ ବରିଷ୍ଠ ବ୍ୟକ୍ତି କହିଛନ୍ତି, ସ୍କୁଲରେ ବହୁ ସମସ୍ୟା ରହିଛି। ଶିକ୍ଷକ ଅଭାବ ସାଙ୍ଗକୁ ଅନୁପସ୍ଥିତି ଯୋଗୁ ପାଠପଢାରେ ସମସ୍ୟା ଉପୁଜୁଛି। ଏନେଇ ଜଣାଇଲେ ମଧ୍ୟ କେହି ଶୁଣୁନାହନ୍ତି। ଏଣୁ ଗ୍ରାମବାସୀ ଏକଜୁଟ ହୋଇ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଏ ସମ୍ପର୍କରେ ପ୍ରଧାନଶିକ୍ଷକ ଲକ୍ଷ୍ମୀଧର ସାହୁଙ୍କୁ ପଚାରିବାରୁ ପାଣି ସମସ୍ୟା ଯୋଗୁ ପିଲାମାନେ ବାହାରକୁ ଶୌଚ ପାଇଁ ଯାଉଛନ୍ତି। ଶିକ୍ଷକ ଅଭାବ ସହିତ ଅନ୍ୟାନ୍ୟ ସମସ୍ୟା ରହିଛି। ତୁରନ୍ତ ସମାଧାନ କରିବାକୁ ବିଭାଗକୁ ଜଣାଇ ଦିଆଯାଇଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri