ଗଛ ଜଗୁଆଳି ବିଚିତ୍ରଙ୍କୁ ମିଳୁନି ମଜୁରି

ମହାକାଳପଡ଼ା,୧୩ା୫(ଡି.ଏନ.ଏ.): ପରିବେଶ ପ୍ରଦୂଷଣ ଓ ମୃତ୍ତିକା ଅବକ୍ଷୟକୁ ରୋକିବାକୁ ବୃକ୍ଷ ରୋପଣ ମୁଖ୍ୟ ଭୂମିକା ନିର୍ବାହ କରିଥାଏ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ସ୍ଥାନୀୟ ମହାକାଳପଡ଼ା ବନ୍ୟ ଜୀବ ବନାଞ୍ଚଳ ୨୦୨୧/୨୨ ଆର୍ଥିକ ବର୍ଷରେ ପଥପ୍ରାନ୍ତ ବନୀକରଣ ଯୋଜନା ଆରମ୍ଭ ହୋଇଥିଲା। ବ୍ଲକର ପେଟଛେଲା ପଞ୍ଚାୟତର ସ୍ଥାନୀୟ କେନ୍ତିଆ ଗାଁ ହନୁମାନ ମନ୍ଦିରଠାରୁ କୋଚିଳା ଗାଁ ପର୍ଯ୍ୟନ୍ତ ୨ କିମି ରାସ୍ତାର ଉଭୟପାର୍ଶ୍ୱରେ ୧୫୦୦ ଚାରା ରୋପଣ କରାଯାଇଛି। ବୁଲଗୋରୁ, ଛେଳି ମେଣ୍ଢା କବଳରୁ ସୁରକ୍ଷା ଦେବାକୁ ବାଡ଼ ସହ ଜାଲ ଘେରାଯାଇଛି। ଗଛର ଯତ୍ନ ନେବା ରକ୍ଷଣାବେକ୍ଷଣ ଓ ବଞ୍ଚାଇ ରଖିବା ପାଇଁ କେନ୍ତିଆ ଗାଁର ବିଚିତ୍ର କୁମାର ପ୍ରଧାନଙ୍କୁ ଅସ୍ଥାୟୀ ଜଗୁଆଳି ଭାବେ ନିଯୁକ୍ତି ଦିଆଯାଇଥିଲା। ହେଲେ ବନ ବିଭାଗ ତାଙ୍କୁ ମଜୁରି ବାବଦ ଅର୍ଥ ଦେଉ ନ ଥିବାରୁ ସେ ହଇରାଣ ହେଉଛନ୍ତି। ବିଚିତ୍ର କୋଡା ଖୋସା, ଘାସ ବାଛି ୧୫୦୦ ଗଛକୁ ବଞ୍ଚାଇ ରଖିପାରିଛନ୍ତି ବୋଲି ଗାଁର ନିରାକାର ସ୍ବାଇଁ, ଅଭୟ ରାଉତ, ନାଥ ଭୋଳ ପ୍ରମୁଖ କହିଛନ୍ତି। ବିଚିତ୍ରଙ୍କୁ ବନ ବିଭାଗ ପକ୍ଷରୁ ମାସିକ ୬୪୫୦ ଟଙ୍କାରେ ଦୁଇବର୍ଷ ପାଇଁ ଦିଆଯିବ କହି ନିୟୋଜିତ କରିଥିଲା। ତେବେ ନିୟୋଜିତ ହୋଇଥିବା ଜଗୁଆଳି ବିଚିତ୍ରଙ୍କୁ ମଜୁରି ବାବଦରେ ମାତ୍ର ୧୨ ହଜାର ଟଙ୍କା ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତି। ବକେୟା ପାଉଣା ବାବଦ ଟଙ୍କାକୁ ବନ ବିଭାଗ ନ ଦେଇ ବିଚିତ୍ରଙ୍କୁ ଆଜିକାଲି କହି ଭୁଆଁ ବୁଲାଉଛି ବୋଲି ଅଭିଯୋଗ କରିଛନ୍ତି। ବିଚିତ୍ର ମଜୁରି ଲାଗିଲେ ଅଭାବୀ ପରିବାରର ଚୁଲି ଜଳେ। ତେବେ ବନ ବିଭାଗ ଅଧିକାରୀ କାହିଁକି ଗଛ ଜଗୁଥିବା ବିଚିତ୍ରଙ୍କୁ ମଜୁରି ଟଙ୍କା ନ ଦେଇ ଦିନ ଗଡ଼ାଇ ଚାଲିଛି ତାହା ଜଣାପଡୁନି। ମଜୁରି ନ ମିଳିଲେ ବନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବିଚିତ୍ର ଅନଶନ କରିବେ ବୋଲି କହିଛନ୍ତି। ଏ ସମ୍ପର୍କରେ ମହାକାଳପଡ଼ା ବାନଞ୍ଚଳ ଅଧିକାରୀ ସାହାଜୀ ଚରଣ ବିଶ୍ୱାଳଙ୍କ ପଚାରିବାରେ ବୃକ୍ଷ ଜଗୁଆଳି ବିଚିତ୍ରଙ୍କ ମଜୁରି ବାବଦରେ ବକେୟା ଥିବା ଅର୍ଥ ଖୁବ୍‌ଶୀଘ୍ର ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ଗାଁ


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ମୁହାଁ ନିଆଁକୁ ଆୟତ୍ତ କଲେ କୁନିକୁନି ପିଲା

ପାଟଣା,୧ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଛି। ସେହି ଅନୁପାତରେ ପାଟଣା ରେଞ୍ଜରେ ପ୍ରତି ଦିନ ଜଙ୍ଗଲ ନିଆଁ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ ପଡି ବୃଦ୍ଧା ମୃତ

କୋରାପୁଟ,୧ା୫: (ଅମିତାଭ ବେହେରା ) ବୁଧବାର କୋରାପୁଟ ସହରର ହାଟ ପଦା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ...

ପୋର୍ଟ ଭିତରୁ କୋଇଲା ଚାଲାଣ ଘଟଣା: ୫ ଜଣଙ୍କୁ ଗିରଫ କଲା ପୋଲିସ

ପାରାଦୀପ,୧ା୫(ଶରତ ରାଉତ): ପାରାଦୀପ ଆଦର୍ଶଥାନା ପୋଲିସ ୩ ଦିନର ତଦନ୍ତ ପରେ ବୁଧବାର ଚୋରା କୋଇଲା ଟ୍ରକ୍‌ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ନେଇଛି। କେସ୍‌ ନଂ ୧୨୨/୨୪ରେ...

ବାଇକ୍‌ ସହ ପିଟିହେଲା ବାଇକ୍‌: ୨ ଜଣଙ୍କ ଜୀବନ ଗଲା, ୨ ଆହତ

ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ବାଟ ଛତ୍ରପୁର ଗ୍ରାମ ନିକଟ କାଜୁ ଫ୍ୟାକ୍ଟରି ସମ୍ମୁଖ ରାଜପଥରେ ବାଇକ୍‌ ସହ ବାଇକ ଧକ୍କାରେ...

ଦଳିତ ପରିବାରରେ କେନ୍ଦ୍ର ମନ୍ତ୍ରୀଙ୍କ ଭୋଜନ

ଭବାନୀପାଟଣା,୧।୫ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଉଦେଶୃଙ୍ଗ ଠାରେ ବୁଧବାର ଭାଜପାର ମିଶ୍ରଣ ପର୍ବରେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ସିଂହ ଯାଦବ...

ଭାଜପାରେ ଯୋଗଦେଲେ ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ

ସମ୍ବଲପୁର,୧ା୫: ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ‌ଙ୍କ ଉପସ୍ଥିତିରେ ଜିଲା ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri