ସ୍କୁଲ କମ୍ପ୍ୟୁଟର ଶିକ୍ଷା ଲକ୍ଷ୍ୟ ବିଫଳ

ଭୁବନେଶ୍ୱର,୧୦।୫(ବ୍ୟୁରୋ):ପ୍ରତିଟି କ୍ଷେତ୍ରରେ ଆଜି କମ୍ପ୍ୟୁଟର ଜ୍ଞାନ ଜରୁରୀ। ତେଣୁ ରାଜ୍ୟରେ ଛାତ୍ରୀଛାତ୍ରଙ୍କୁ ସ୍କୁଲ୍‌ ସମୟରୁ କମ୍ପ୍ୟୁଟର ଶିକ୍ଷା ପ୍ରଦାନ ଲାଗି ସରକାର ଗୁରୁତ୍ୱ ପ୍ରଦାନ କରୁଛନ୍ତି। ଛୋଟବେଳୁ ପିଲାଙ୍କୁ କମ୍ପ୍ୟୁଟର ଶିକ୍ଷିତ କରିବା ଲକ୍ଷ୍ୟ ନେଇ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି। କିନ୍ତୁ ଗୋଟିକ ପରେ ଗୋଟିଏ ଯୋଜନା ଓ ପ୍ରକଳ୍ପ ବନ୍ଦ ହୋଇଯାଉଛି। ପ୍ରଥମେ ‘କାଲ୍‌’ ବା କମ୍ପ୍ୟୁଟର ଏଡେଡ୍‌ ଲର୍ନିଂ ପ୍ରୋଗ୍ରାମ ଏବଂ ପରେ ‘ଆଇସିଟି’ ବା ଇନ୍‌ଫରମେଶନ୍‌ ଆଣ୍ଡ୍‌ କମ୍ୟୁନିକେଶନ ଟେକ୍ନୋଲଜି ପ୍ରୋଗ୍ରାମକୁ ସରକାର ଏକପ୍ରକାର ବନ୍ଦ କରିଦେଇଛନ୍ତି। ଏବେ ଆଇସିଟି ଲାବୋରେଟୋରୀକୁ ଇ-ଲାଇବ୍ରେରୀରେ ପରିଣତ କରାଯାଇଛି। ତେବେ ଏହା କେତେ ସଫଳ ହେବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ରାଜ୍ୟର ଛାତ୍ରୀଛାତ୍ରଙ୍କୁ ବେସିକ୍‌ ଏକାଡେମିକ୍‌ ଲର୍ନିଂ ସହାୟତା ଯୋଗାଇବା ଲାଗି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ‘କାଲ୍‌’ ପ୍ରୋଗ୍ରାମ ଆରମ୍ଭ ହୋଇଥିଲା। ୫୪,୭୮୨ ସ୍କୁଲ ମଧ୍ୟରୁ ୩,୫୮୫ ସ୍କୁଲରେ ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଥିଲା। ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି, ବିଦ୍ୟୁତ୍‌ ସଂଯୋଗ ଏବଂ ପ୍ରଶିକ୍ଷଣ ଲାଗି ପଞ୍ଚମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସର୍ବନିମ୍ନ ୧୦୦ ଛାତ୍ରୀଛାତ୍ର ଥିବା ବାଧ୍ୟତାମୂଳକ ହୋଇଥିଲା। ୨୦୦୪-୦୫ରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ପ୍ରଥମେ ୬୦୦ ସ୍କୁଲ ଚୟନ ହୋଇଥିଲା। ସେହିଭଳି ୨୦୦୮-୦୯ରେ ୯୦୦, ୨୦୧୦-୧୧ରେ ୯୩, ୨୦୧୨-୧୩ ରେ ୧୦୪୨, ୨୦୧୪-୧୫ରେ ୨୨୪ ଓ ୨୦୧୮-୧୯ରେ ୫୪୦ ପ୍ରାଥମିକ ସ୍କୁଲ ସାମିଲ ହୋଇଥିଲା। ମନୋନୀତ ପ୍ରତି ସ୍କୁଲଗୁଡ଼ିକୁ ୩ଟି ଲେଖାଏ କମ୍ପ୍ୟୁଟର ଏବଂ ପ୍ରିଣ୍ଟର ପ୍ରଦାନ କରାଯାଇଥିଲା। ଶିକ୍ଷାଦାନ ଲାଗି ଏସ୍‌ସିଇଆର୍‌ଟି, ଡିଆଇଇଟି ଏବଂ ଏଆଇଏଫ୍‌ଟି(ଆମେରିକାନ୍‌ ଇଣ୍ଡିଆ ଫାଉଣ୍ଡେଶନ ଟ୍ରଷ୍ଟ) ପକ୍ଷରୁ ୭,୫୦୦ ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ଜିଲାସ୍ତରରେ କାର୍ଯ୍ୟକ୍ରମର ତଦାରଖ ଲାଗି ଡିଷ୍ଟ୍ରିକ୍ଟ ପ୍ରୋଜେକ୍ଟ କାର୍ଯ୍ୟାଳୟ ପକ୍ଷରୁ କାଲ୍‌ ସହାୟକଙ୍କୁ ନିଯୁକ୍ତ କରାଯାଇଥିଲା। ତେବେ ଅନେକ ସ୍କୁଲରେ ଏହି ଯୋଜନା ଏକପ୍ରକାର ବନ୍ଦ ହୋଇଯାଇଥିବାବେଳେ ମିଳିଥିବା ଉପକରଣର ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେବାକୁ ବସିଲାଣି।
ସେହିପରି ‘ଆଇସିଟି’ ପ୍ରକଳ୍ପରେ ୪ହଜାର କମ୍ପ୍ୟୁଟର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିଲା। ମାତ୍ର ପରବର୍ତ୍ତୀ ସମୟରେ ଏହି ଯୋଜନା ବନ୍ଦ ହେବାରୁ ସମ୍ପୃକ୍ତ ଶିକ୍ଷକଙ୍କୁ ଛଟେଇ କରାଯାଇଥିଲା। ଏହାପରେ ରାଜ୍ୟର ଅନେକ ସ୍କୁଲରେ କମ୍ପ୍ୟୁଟର ଶିକ୍ଷା ଏକ ପ୍ରକାର ଠପ୍‌ ହୋଇଯାଇଛି। ଅନ୍ୟପକ୍ଷରେ ପିଲାଙ୍କୁ କମ୍ପ୍ୟୁଟର ଶିଖାଇବାକୁ ସ୍କୁଲ୍‌ର ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲେ ମଧ୍ୟ ଅସଜଡ଼ା ବ୍ୟବସ୍ଥା ଭିତରେ ଏହାର କିଛି ଲାଭ ମିଳୁନାହିଁ। କାରଣ ଏହି ପ୍ରକଳ୍ପରେ ସ୍କୁଲକୁ ମିଳିଥିବା କମ୍ପ୍ୟୁଟର ସହିତ ଅନ୍ୟ ଉପକରଣ ମଧ୍ୟ ନଷ୍ଟ ତଥା ଅବ୍ୟବହୃତ ଅବସ୍ଥାରେ ପଡି ରହିଛି। କେତେକ ସ୍କୁଲ୍‌ରେ ଏସବୁ ଦେଖିବାକୁ ମିଳୁନାହିଁ। ଏପରିକି ଏହି ଯୋଜନା ଲାଗି କ୍ରୟ ହୋଇଥିବା କମ୍ପ୍ୟୁଟର ଓ ବିଭିନ୍ନ ଉପକରଣ କ୍ରୟରେ ବହୁ ଅର୍ଥ ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇ ଆସୁଛି। ସେପଟେ ଆଇସିଟି ଲାବୋରେଟୋରୀକୁ ବର୍ତ୍ତମାନ ଇ-ଲାଇବ୍ରେରୀରେ ପରିଣତ କରାଯାଇଛି। କିନ୍ତୁ ପଢ଼ାଇବାକୁ ସେଠାରେ ଶିକ୍ଷକ ନାହାନ୍ତି। ଛାତ୍ରୀଛାତ୍ରଙ୍କ ଲାଗି ସରକାର ଏପରି ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ହେଲେ ସମନ୍ବୟ ଅଭାବ ଓ ଅବ୍ୟବସ୍ଥାରୁ ସେସବୁ ଅଧାରୁ ବନ୍ଦ ହୋଇଯାଉଛି ବୋଲି ଶିକ୍ଷାବିତ୍‌ମାନେ କହିଛନ୍ତି।
ଏ ନେଇ ଓଷ୍ଟା ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି, ଇ-ଲାଇବ୍ରେରୀ କରିବା ଭଲ ପଦକ୍ଷେପ। କିନ୍ତୁ ଏହା ସଫଳ ହେବ ବୋଲି ମୁଁ ଭାବୁନି। କାରଣ ଶିକ୍ଷକଙ୍କ ଅଭାବ ରହିଲେ ଏହା କିପରି କାର୍ଯ୍ୟକାରୀ ହେବ? ଏହାଛଡ଼ା ଶିକ୍ଷକଙ୍କର ଇ-ଲାଇବ୍ରେରୀ ସଂକ୍ରାନ୍ତ ଜ୍ଞାନ ନାହିଁ। ତେଣୁ ଖାଲି ୫-ଟି ସ୍କୁଲ କରିଦେଇ ଭିତ୍ତିଭୂମି ନ ସଜାଡ଼ିଲେ ଅନ୍ୟ ଯୋଜନା ଓ ପ୍ରକଳ୍ପ ଭଳି ଇ-ଲାଇବ୍ରେରୀର କାର୍ଯ୍ୟକାରିତା ମଧ୍ୟ ବିଫଳ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ରବିବାର ଭୂଲରେ ବି କାଟନ୍ତୁନି ଚୁଟି କି କରନ୍ତୁନି ଟ୍ରିପ୍‌ ପ୍ଲାନିଂ, ନଚେତ ଜୀବନ ହୋଇଯିବ ନର୍କ!

ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନ କୌଣସି ନା କୌଣସି ଦେବତାଙ୍କୁ ସମର୍ପିତ। ରବିବାର ଭଗବାନ ସୂର୍ଯ୍ୟଙ୍କୁ ସମର୍ପିତ। ଆଜି ରବିବାର। ଏହି ଦିନ ସୂର୍ଯ୍ୟଙ୍କୁ ପ୍ରାର୍ଥନା...

ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ

ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...

ମକର ସଂକ୍ରାନ୍ତି ପୂର୍ୱରୁ ବଡ଼ ଚାକିରି ପାଇବେ ୩ରାଶି, ଶୁକ୍ରଙ୍କ ଗୋଚରରେ ମକର ରାଶିରେ ବଢିଚାଲିବ ସମ୍ପତ୍ତି!

ଶୁକ୍ରକୁ ପ୍ରେମ, ସୌନ୍ଦର୍ଯ୍ୟ, ଆକର୍ଷଣ, ବିଳାସ, ଟଙ୍କା ଏବଂ ଆନନ୍ଦର ଗ୍ରହ ଭାବରେ ବିବେଚନା କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ, ଶୁକ୍ରର ଗୋଚରକୁ ସାଧାରଣତଃ ଶୁଭ ଏବଂ...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କ ସହ ଜଡିତ ଅତିକମରେ ୧୬ ଫାଇଲ ଗାଏବ! ଟ୍ରମ୍ପଙ୍କ ଫଟୋ ବି ୨୪ ଘଣ୍ଟାରେ ଡିଲିଟ, ଆମେରିକାରେ ହଇଚଇ

ଓ୍ବାଶଂଟନ,୨୧।୧୨: ଆମେରିକାରେ ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କୁ ନେଇ ବିବାଦ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଆମେରିକାର ନ୍ୟାୟ ବିଭାଗ (DOJ)ର ସରକାରୀ ସାର୍ବଜନୀନ ୱେବସାଇଟରୁ ଏପ୍‌ଷ୍ଟିନ୍‌ ମାମଲା...

୧୧ ବିମାନବନ୍ଦର ଲିଜ୍‌ରେ ନେବ ଆଦାନୀ

ନୂଆଦିଲ୍ଲୀ,୨୧ା୧୨: କେନ୍ଦ୍ର ସରକାର ଦେଶର କେତେକ ସରକାରୀ ବିମାନବନ୍ଦରକୁ ଘରୋଇ କମ୍ପାନୀକୁ ଲିଜ୍‌ ଦେବା ପାଇଁ ଯୋଜନା କରୁଥିବାବେଳେ ଆଦାନୀ ଏଣ୍ଟରପ୍ରାଇଜେସ୍‌ ୧୧ଟି ଏୟାରପୋର୍ଟ ପାଇଁ...

ବିଜେଡିରେ ବଡ଼ ହଲଚଲ: ୪୦ ପରେ ୩ ନେତାଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ବିଜେଡିର ପ୍ରାୟ ୪୦ ଜଣ ପୂର୍ୱତନ ବିଧାୟକ ଏବଂ ୨୦୨୪ରେ ବିଧାୟକ ପ୍ରାର୍ଥୀ ହୋଇଥିବା ନେତା ଭୁବନେଶ୍ୱର ଉପକଣ୍ଠରେ ଶୁକ୍ରବାର ଏକ ଭୋଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri