ଚେନ୍ନାଇକୁ ପରାସ୍ତ କଲା ଆରସିବି

ପୁଣେ,୪।୫: ଆଇପିଏଲ ୨୦୨୨ର ୪୯ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଚାରିଥର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ)କୁ ୧୩ ରନରେ ପରାସ୍ତ କରିଛି। ଆଜି ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଚାଲିଥିବା ଏହି ମ୍ୟାଚ୍‌ରେ ୧୭୪ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଚେନ୍ନାଇ ନିର୍ଦ୍ଧାରିତ ଓଭରରେ ୮ ଉଇକେଟ ହରାଇ ୧୬୦ ରନ୍ କରିବାରେ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ଡି. କନୱେ ସର୍ବାଧିକ ୫୬ ରନ୍ କରିଥିଲେ। ମୋଇନ ଅଲ୍ଲୀ ୩୪, ରୁତୁରାଜ ଗାଏକ୍ଵାଡ ୨୮ ରନ୍ ସ୍କୋର କରିଥିଲେ। ଆରସିବି ପକ୍ଷରୁ ହର୍ସେଲ ପଟେଲ ସର୍ବାଧିକ ୩ ଉଇକେଟ ନେଇଥିବା ବେଳେ ଗ୍ଲେନ୍ ମ୍ୟାକ୍ସୱେଲ୍ ୨ଟି ଉଇକେଟ ନେଇଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁ ନିର୍ଦ୍ଧାରିତ ଓଭରରେ ୮ ଉଇକେଟ୍‌ ହରାଇ ୧୭୩ ରନ୍‌ କରିଥିଲା। ବେଙ୍ଗାଲୁରୁ ପକ୍ଷରୁ ମାହିପାଲ୍‌ ଲୋମରୋର ୨୭ ବଲ୍‌ରୁ ୪୨ ରନ୍‌ର ପାଳି ଖେଳିଥିଲେ। ସେହିପରି ଅଧିନାୟକ ଫାଫ୍‌ ଡୁପ୍ଲେସିସ୍‌ ୩୮, ବିରାଟ କୋହଲି ୩୦,ଦୀନେଶ କାର୍ତ୍ତିକ ୨୬, ରଜତ ପଟିଦାର ୨୧ ରନ୍‌ କରିଥିଲେ। ଚେନ୍ନାଇ ପକ୍ଷରୁ ମହିଷ ଥିକିଷ୍ଣା ସର୍ବାଧିକ ୩ଟି ଉଇକେଟ୍‌ ନେଇଥିଲେ। ସେହିପରି ମୋଇନ ଅଲ୍ଲି ୨ ଏବଂ ଡ୍ବେନ୍‌ ପ୍ରେଟୋରିୟସ୍‌ ଗୋଟିଏ ଉଇକେଟ୍‌ ନେଇଥିଲେ।
ଚଳିତ ଆଇପିଏଲ୍‌ରେ ୧୧ଟି ମ୍ୟାଚ୍‌ ଖେଳି ଆରସିବି ୬ଷ୍ଠ ବିଜୟ ହାସଲ କରିଥିବାବେଳେ ଚେନ୍ନାଇ ୧୦ ମ୍ୟାଚ୍‌ ଖେଳି ୭ମ ପରାଜୟବରଣ କରିଛି।
ଏହି ମ୍ୟାଚ୍‌ ଧୋନୀଙ୍କ ପାଇଁ ସ୍ବତନ୍ତ୍ର ଥିଲା। ଆଇପିଏଲର ଯେକୌଣସି ଗୋଟିଏ ଫ୍ରାଞ୍ଚାଇଜ ପାଇଁ ୨୦୦ ମ୍ୟାଚ ଖେଳିଥିବା ଧୋନୀ ଦ୍ୱିତୀୟ ଖେଳାଳି ହୋଇଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଆଇପିଏଲରେ ଏହା ତାଙ୍କର ୨୦୦ ତମ ମ୍ୟାଚ ଥିଲା ଯେକୌଣସି ଗୋଟିଏ ଫ୍ରାଞ୍ଚାଇଜ ପାଇଁ ୨୦୦ କିମ୍ବା ଅଧିକ ମ୍ୟାଚ ଖେଳିବା କ୍ଷେତ୍ରରେ କେବଳ ବିରାଟ କୋହଲି ତାଙ୍କଠାରୁ ଆଗରେ ଅଛନ୍ତି। ବିରାଟ ବର୍ତ୍ତମାନ ପର୍ଯ୍ୟନ୍ତ ଆଇପିଏଲରେ ବେଙ୍ଗାଲୁରୁ ପାଇଁ ୨୧୭ ମ୍ୟାଚ ଖେଳିଛନ୍ତି। ୨୦୧୬ ଏବଂ ୨୦୧୭ରେ ଚେନ୍ନାଇ ନିଷେଧ ହେବା ପରେ ଧୋନୀଙ୍କୁ ଅନ୍ୟ ଫ୍ରାଞ୍ଚାଇଜ ପାଇଁ ଖେଳିବାକୁ ପଡିଥିଲା, ନଚେତ୍‌ ସେ କୋହଲିଙ୍କଠାରୁ ଆଗରେ ଥାଆନ୍ତେ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ବାହାଘର ଭାଙ୍ଗିବା ପରେ ପ୍ରଥମଥର କ୍ୟାମେରା ଆଗରେ ମୁହଁ ଖୋଲିଲେ ସ୍ମୃତି ମନ୍ଧନା

ନୂଆଦିଲ୍ଲୀ,୧୦।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟର୍ ସ୍ମୃତି ମନ୍ଧନା ବ୍ୟକ୍ତିଗତ ଜୀବନର ଝଡ଼ ପରେ ପୁଣି ଥରେ ନିଜ ପ୍ରିୟ ଖେଳ କ୍ରିକେଟକୁ...

ସ୍କୁଲରୁ ଘରକୁ ଫେରିବା ବେଳେ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ

ପୁରୁଷୋତ୍ତମପୁର,୧୦ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

ICC ଦିନିକିଆ ମାନ୍ୟତା: ଶୀର୍ଷରେ ରୋହିତ, ଦ୍ୱିତୀୟ ସ୍ଥାନକୁ ଉଠିଲେ କୋହଲି

ମୁମ୍ବାଇ,୧୦।୧୨: ଆଇସିସି ଦ୍ୱାରା ବୁଧବାର ପ୍ରକାଶିତ ସଦ୍ୟତମ ଦିନିକିଆ ମାନ୍ୟତାରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଶୀର୍ଷ ସ୍ଥାନ ବଜାୟ ରଖିଥିବାବେଳେ ବିରାଟ କୋହଲି ଦୁଇଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri