Posted inଫୁରସତ

ଗପର ନାଁ ଗାୟତ୍ରୀ

କାହାଣୀମାନେ ସବୁବେଳେ ତାଙ୍କ ପରି ଆଧାର ଖୋଜନ୍ତି। ଚରିତ୍ରମାନେ ତାଙ୍କୁ ଖୋଜି ଖୋଜି ଆସନ୍ତି ନିଜେ ବିବୃତ୍ତ ହେବା ପାଇଁ ତେଣୁ ଇ ତ ତାଙ୍କ କଥା ସାହିତ୍ୟରେ କେତେ ପ୍ରକାରର ଭାଷା, ତାଙ୍କ ଗପର ଅଗଣାରେ କେତେ କେତେ ଚରିତ୍ରମାନଙ୍କ ଆତଯାତ। ମନେ ହୁଏ ଯେମିତି କାହାଣୀମାନେ ତାଙ୍କ ହାତରୁ ନିଜକୁ ଲେଖାଇ ନିଅନ୍ତି। ସେ ଆଉ କେହି ନୁହନ୍ତି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଜୟିନୀ କଥାକାର ଗାୟତ୍ରୀ ସରାଫ୍‌। ତାଙ୍କ ଗପମାନେ ଜୀବନର ବିପର୍ଯ୍ୟୟକୁ ସାମ୍ନା କରନ୍ତି ସହଜ ସରଳ ଓ ନିରୀହ ଭାବେ। ତାଙ୍କ ଚରିତ୍ରମାନେ ଜୀବନକୁ ଗ୍ରହଣ କରି ନିଅନ୍ତି ଯଥାସ୍ଥିତି କିନ୍ତୁ ବଞ୍ଚାଇ ରଖନ୍ତି ତା ଭିତରର ସୂକ୍ଷ୍ମତା ଓ ସୁକୁମାରତା। ୧୭ଅଗଷ୍ଟ ୧୯୫୨ ବଲାଙ୍ଗୀରରେ ଜନ୍ମିତ ଗାୟତ୍ରୀଙ୍କ ବୃତ୍ତି କିନ୍ତୁ ଥିଲା ଶିକ୍ଷକତା। ସରକାରୀ ବାଳିକା ବିଦ୍ୟାଳୟ, ପାଟଣାଗଡ଼ରୁ ପ୍ରଧାନ ଶିକ୍ଷୟିତ୍ରୀ ଭାବରେ ଅବସର ଗ୍ରହଣ କରିଥିବା ଗାୟତ୍ରୀ ନିଜର କର୍ମନିଷ୍ଠା, ସଫଳ ଶିକ୍ଷାଦାନ ପଦ୍ଧତି ଓ ଶିକ୍ଷାର୍ଥୀବତ୍ସଳ ସ୍ବଭାବ ପାଇଁ ଶ୍ରେଷ୍ଠ ଶିକ୍ଷୟିତ୍ରୀ ଭାବରେ ତତ୍କାଳୀନ ରାଷ୍ଟ୍ରପତି, ବୈଜ୍ଞାନିକ ଏପିଜେ ଅବଦୁଲ କାଲାମଙ୍କ ହାତରୁ ଗ୍ରହଣ କରିଥିଲେ ଜାତୀୟ ପୁରସ୍କାର। କେବଳ ସେତିକି ନୁହେଁ ଜିଲ୍ଲା ଗାଇଡ଼ କମିଶନର ହିସାବରେ ସେ ତାଙ୍କ ଦକ୍ଷତା ପ୍ରତିପାଦନ କରି ଶୃଙ୍ଖଳା ଏବଂ ସମାଜସେବା ପାଇଁ ଏକ ଉଦାହରଣ ତିଆରି କରିଛନ୍ତି।

ଦିନରୁ ସାହିତ୍ୟମନସ୍କ ଗାୟତ୍ରୀ ଲେଖାରେ ଢେର ମାଟିମନସ୍କ। ଶୁଣାଯାଏ ମାଡାମ କ୍ୟୁରୀଙ୍କ ଭଳି ନିଜ ସର୍ଜନାର ପୃଥିବୀରେ ଶବ୍ଦର ଶିଳ୍ପ ତିଆରି କରିବାରେ ବ୍ୟସ୍ତ ରହୁଥିଲା ତାଙ୍କର ବାଲ୍ୟକାଳ ଓ କୈଶୋର। ଜୀବନକୁ ଘେରେଇ ରଖିଥିବା ଛୋଟବଡ଼ ସମସ୍ୟା, ଜୀବନକୁ ମହନୀୟ କରି ରଖୁଥିବା ପର୍ଯ୍ୟାପ୍ତ ଅନୁଭବ, ସାଧାରଣ କଥାକୁ ଅସାଧାରଣ ଭାବରେ କଲମର ଧାଡି଼ମାନଙ୍କରେ ଆଙ୍କି ପାରୁଥିବା ଜୀବନର ଚିତ୍ର ସବୁ ପାଇପାରେ ପାଠକ ଜଣେ ଗାୟତ୍ରୀଙ୍କ କଥା ସାହିତ୍ୟରୁ। ଆଲୋକିତ ଅନ୍ଧାର, ଆଇନାର ଜହ୍ନ, ନିଜସ୍ବ ବସନ୍ତ, ପ୍ରେମିକା ପରି କେହି ଜଣେ, ବାପା ଭଲ ଅଛନ୍ତି, ନୀଳ ଜହ୍ନର ଜୁଇ, ସ୍ମୃତିର ଚିତ୍ରନଦୀ, ଶେଷ ବିଦାୟର ଗୀତ, ଛାଇର ନମୁର ଗଛ, ବର୍ଷାର ଓଢଣା ତଳେ, ଇଟାଭାଟିର ଶିଳ୍ପୀ, ଶ୍ରେଷ୍ଠଗଳ୍ପ, କେହି ତ ଜଣେ, ପଣତ କାନିରେ ଘର, ଆଖି (ପ୍ରକାଶ ଅପେକ୍ଷାରେ), କଥାୟନ ୧ ଏବଂ ୨, ଗାଥା ଗାୟତ୍ରୀ, ସୁରଭିତ ଫୁଲ ସବୁ, ବର୍ଣିଙ୍ଗ ମାଉଁଟେନ୍ସ, ଦି ଆର୍ଟିଷ୍ଟ ବ୍ରିଫ କିନ୍‌, ରେଡ଼ କରିଡର କି ତିତଲି ଭଳି ପୁସ୍ତକ ଏବଂ ତାଙ୍କ ଲେଖାକୁ ନେଇ ସଂକଳିତ ପୁସ୍ତକ ଆଜିକା ସମୟରେ ଢେର ଲୋକପ୍ରିୟ।

ହିନ୍ଦୀ, ଇଂରାଜୀ, ତେଲେଗୁ, କନ୍ନଡ଼, ଅସାମୀ, ବଙ୍ଗଳା, ମରାଠୀ ଓ କୋଶଳୀରେ ତାଙ୍କ ଗଳ୍ପ ସବୁ ଅନୁବାଦିତ ହୋଇ ପ୍ରକାଶିତ ହୋଇଛି। ଆମେରିକାରୁ ପ୍ରକାଶିତ ସାଉଥ ଏସିଆନ ରିଭ୍ୟୁରେ ଇଂରାଜୀରେ ଅନୁଦିତ ତାଙ୍କ ଗଳ୍ପ ଓଡିଶା ସାହିତ୍ୟ ପାଇଁ ଆଣି ଦେଇଛି ଗୌରବ।

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (୨୦୧୭), ସୁଚରିତା ଶ୍ରେଷ୍ଠ ଗାଳ୍ପିକା ପୁରସ୍କାର ( ୧୯୯୬), ଧରିତ୍ରୀ ସମ୍ମାନ (୧୯୯୩), ପ୍ରଜାତନ୍ତ୍ର ପୁରସ୍କାର(୨୦୦୦) , କାଦମ୍ବିନୀ ଗଳ୍ପ ସମ୍ମାନ (୨୦୦୭) , ଅମୃତାୟନ ସମ୍ବର୍ଦ୍ଧନା (୨୦୦୫), କାହ୍ନୁଚରଣ ସ୍ମୃତି ପୁରସ୍କାର (ଯାଜପୁର -୨୦୦୧), ଝଙ୍କାର ଗଳ୍ପ ପୁରସ୍କାର (୨୦୧୩), କୋଣାର୍କ ଉତ୍ସବ ସାହିତ୍ୟ ସମ୍ମାନ ( ୨୦୧୪ ), ଅଳକା ପୁରସ୍କାର ( ଜଗତସିଂହପୁର ), ଓଡିଶା ଓମେନ ଆୱାର୍ଡ (୨୦୧୮), ଯୁଗଶ୍ରୀ ଯୁଗନାରୀ ଗଳ୍ପ ସମ୍ମାନ (୨୦୧୯), ଏକୋଇଶତମ ଭାରତ କଥା ପ୍ରତିଭା ସମ୍ମାନ (୨୦୨୦), ତେଜସ୍ବିନୀ ନାରୀ ପ୍ରତିଭା ସମ୍ମାନ (୨୦୨୨ ) ଏବଂ ଅନ୍ୟାନ୍ୟ ଅଣଚାଶଟି ଅନୁଷ୍ଠାନ ଦ୍ୱାରା ସମ୍ବର୍ଦ୍ଧିତ ଓ ସମ୍ମାନିତ। ତାଲିକା ଆହୁରି ଲମ୍ବା ହୋଇପାରେ ଯଦି ସଠିକ ଭାବରେ ଆକଳନ କରାଯାଇପାରେ।

ଅନାହତ ପରମ୍ପରା (କେନ୍ଦ୍ର ସାହିତ୍ୟ ଏକାଡେମୀ ତରଫରୁ ସ୍ବାଧୀନତା ପରବର୍ତ୍ତି ଓଡ଼ିଆ ଲେଖିକାଙ୍କ କ୍ଷୁଦ୍ର ସଂକଳନ)
ର ସଂକଳନ ଓ ସମ୍ପାଦନା, କୋଣାର୍କ (ଓଡିଶା ସାହିତ୍ୟ ଏକାଡେମୀର ପତ୍ରିକା)ର ସମ୍ପାଦନାମଣ୍ଡଳୀର ଅନ୍ୟତମ ସମ୍ମାନୀୟ ସଦସ୍ୟ ହୋଇ କାମ କରିଥିବା ଗାୟତ୍ରୀ ସରାଫ୍‌ ବିଚାରକ ଭାବରେ ସାରଳା ପୁରସ୍କାର କମିଟି, କେନ୍ଦ୍ର ସାହିତ୍ୟ ଏକାଡେମୀର ଅନୁବାଦ ବିଭାଗ, ଗଙ୍ଗାଧର ଜାତୀୟ ପୁରସ୍କାର, କଥା ନବପ୍ରତିଭା ପୁରସ୍କାର ପାଇଁ କାର୍ଯ୍ୟ ସମ୍ପାଦନ କରିଛନ୍ତି। ଉପସଭାପତି (୨୦୧୫-୧୮), ସଦସ୍ୟା- ସାଧାରଣ ପରିଷଦ ଓଡିଶା ସାହିତ୍ୟ ଏକାଡେମୀ (୨୦୧୧-୧୩), ସଦସ୍ୟା -ଓଡ଼ିଆ ଉପଦେଷ୍ଟା ମଣ୍ଡଳୀ କେନ୍ଦ୍ରସାହିତ୍ୟ ଏକାଡେମୀ ( ୨୦୦୮-୧୨), ପୂର୍ବତନ ଉପ ସଭାନେତ୍ରୀ ବଲାଙ୍ଗୀର ଜିଲ୍ଲା ଲେଖକ ପରିଷଦ, ଉପଦେଷ୍ଟା ମଣ୍ଡଳୀ ସଦସ୍ୟା ସୃଜନସଳିତା ନବନୀତା, ସମ୍ବଲପୁର ଓ ଉତ୍କଳ ବିଶ୍ୱ ବିଦ୍ୟାଳୟର ଗବେଷକମାନଙ୍କ ଦ୍ୱାରା ଗବେଷଣାତ୍ମକ ନିବନ୍ଧ ପୁସ୍ତକ, କ୍ଷୁଦ୍ରଗଳ୍ପ ପୁସ୍ତକକୁ ନେଇ ଏମ୍ଫିଲ କରିଥିବା ଗାୟତ୍ରୀଙ୍କ ସାଙ୍ଗଠନିକ ଦକ୍ଷତାକୁ ପ୍ରଶଂସା ନକରି ରହି ହୁଏନାହିଁ। ଗାୟତ୍ରୀ ନାମକ ଏହି କାହାଣୀରେ ସଫଳତାର ଏମିତି ଆହୁରି ଅନେକ ଫର୍ଦ୍ଦ ରିହିଛି ।
-ମାନମୟୀ ରଥ
ସେଣ୍ଟ ଜାଭିୟର୍ସ କିଡ୍ସ, ବାଲିପୁଟ, ପୁରୀ
ମୋ: ୭୯୭୮୫୭୯୩୯୯


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବରରେ ପହଞ୍ଚିଲେ ମୁଖ୍ୟ ନିର୍ବାଚନ କମିଶନର, ପୁରୀରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି କୋଣାର୍କ ଯିବେ

ଭୁବନେଶ୍ବର,୨୭/୧୨: ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ୩ ଦିନିଆ ଓଡ଼ିଶା ଗସ୍ତ ରହିଥିବା ବେଳେ ସେ ଭୁବନେଶ୍ବରରେ ଆସି ପହଞ୍ଚିଛନ୍ତି । ଆଜି ପୁରୀରେ...

କ୍ରିକେଟ୍‌ ଖେଳୁଥିଲେ ଚଳଚ୍ଚିତ୍ର ନିର୍ଦ୍ଦେଶକ, ହଠାତ୍‌ ଟଳିପଡ଼ିଲେ: ଆଉ ତା’ପରେ…

ଟିଟିଲାଗଡ଼,୨୮ା୧୨(ଶରତ ମିଶ୍ର):ଟିଟିଲାଗଡ଼ ଖେଳପଡିଆରେ ଶୁକ୍ରବାର କ୍ରିକେଟ୍‌ ଖେଳୁଥିବା ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନା ଅଧୀନ ହାଇସ୍କୁଲପଡା...

୪ ଦିନ ପରେ ବଢ଼ିବ ତାପମାତ୍ରା: କୋରାପୁଟ ସବୁଠୁ ଥଣ୍ଡା

ଭୁବନେଶ୍ୱର,୨୭ା୧୨(ବନ୍ଦନା ସେଠୀ):ରାଜ୍ୟରେ ଲଗାତର ଭାବେ ଥଣ୍ଡାର ପ୍ରକୋପ ଜାରି ରହିଛି। ଏହା ସାଙ୍ଗକୁ ବିଭିନ୍ନ ଜିଲାରେ ଘନ କୁହୁଡି ଯାତାୟାତରେ ସମସ୍ୟା ଉପୁଜାଉଛି। ରାଜ୍ୟରେ ମୁଖ୍ୟତଃ...

ବ୍ରେକ ଫେଲ୍ ହୋଇ ଟ୍ରକ ଦୁର୍ଘଟଣା, ୧୬ ନଂ ଜାତୀୟ ରାଜପଥରେ ଗାଡି ଚଳାଚଳ ବାଧାପ୍ରାପ୍ତ

ଭଦ୍ରକ, ୨୭/୧୨(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଧାମରା ବ୍ରିଜ ତଳେ ରାସ୍ତାରେ ଟ୍ରକ ଦୁର୍ଘଟଣା ହୋଇଛି । ଫଳରେ ଏକ ଦୁର୍ଘଟଣା ଗ୍ରସ୍ତ ଟ୍ରକ...

ଦୋକାନରେ ଶୋଇଥବା ବେଳେ ଲାଗିଗଲା ନିଆଁ, ଦୋକାନୀ ଜୀବନ୍ତଦଗ୍ଧ

ପାଟକୁରା ୨୭/୧୨(ରବୀନ୍ଦ୍ର ନାଥ ବାରିକ ): କେନ୍ଦ୍ରାପଡା ଜିଲା ଗରଦପୁର ବ୍ଳକ ଅଧୀନ କଳାବୁଦା ବାରୁଣୀ ବଜାରରେ ଶନିବାର ଏକ ଦୁଃଖଦ ଘଟଣା ଘିଟିଛି ।...

ଭାଷଣ ଦେଉଥିଲେ ଭାଜପା ଏମ୍‌ପି. ଆକ୍ରମଣ କଲା ମହୁମାଛି: ଆଉ ତା’ପରେ…

ଲକ୍ଷ୍ନୌ,୨୭।୧୨: ଉତ୍ତର ପ୍ରଦେଶର ଦେଓରିଆର ରବିନ୍ଦ୍ର କିଶୋର ଶାହି ଷ୍ଟାଡିୟମରେ ସଂସଦୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେଉଥିଲା। କ୍ରୀଡା ମହୋତ୍ସବର ଶେଷ ପର୍ଯ୍ୟାୟ ଶେଷ ହୋଇଥିଲା।...

ପୋଲକୁ ଧକ୍କା ଦେଇ ଓଲଟିଲା ଟୁରିଷ୍ଟ ଗାଡ଼ି, ୭ଜଣ ଆହତ

ସମ୍ବଲପୁର: ରେଢ଼ାଖୋଲ ରାସ୍ତାରେ ସଡ଼କ ଦୁର୍ଘଟଣା । ଭୁବନେଶ୍ୱରରୁ ସମ୍ବଲପୁର ଯିବା ବେଳେ ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ପୋଲକୁ ଧକ୍କା ଦେଇ ଓଲଟିପଡିଲା...

୫୨୦ ନମ୍ବର ଜାତୀୟ ରାଜପଥରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା , ୨ ଡ୍ରାଇଭରଙ୍କ ମୃତ୍ୟୁ

ବଣାଇଁ, ୨୭|୧୨(ପ୍ରଦୀପ ତ୍ରିପାଠୀ )-: କୋଇଡାରେ ସଡ଼କ ଦୁର୍ଘଟଣା । ମୁହାଁମୁହିଁ ଧକ୍କା ହେଲା ଦୁଇ ଟ୍ରକ । ଭୟଙ୍କର ଦୁର୍ଘଟଣାରେ ୨ ଡ୍ରାଇଭରଙ୍କ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri