Odisha Elections 2024

ବ୍ୟକ୍ତିଗତ ଜମିରେ ରାସ୍ତା ନିର୍ମାଣକୁ ବିରୋଧ

ଆଳି,୧୫ା୪(ଡି.ଏନ.ଏ.): ଆଳି ବ୍ଲକ ଅନ୍ତର୍ଗତ ଅରଗଳ ଗଁଶରେ କେତେଜଣ ବ୍ୟକ୍ତିଙ୍କ ବ୍ୟକ୍ତିଗତ ଜମିରେ ପଞ୍ଚାୟତ କର୍ତ୍ତୃପକ୍ଷ ଜୋରଜବରଦସ୍ତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌) ରାସ୍ତା ନିର୍ମାଣକୁ ସମ୍ପୃକ୍ତ ବ୍ୟକ୍ତିମାନେ ବିରୋଧ କରିଛନ୍ତି। ଏହି କାର୍ଯ୍ୟ ତୁରନ୍ତ ବନ୍ଦ କରିବା ପାଇଁ ସେମାନେ ଆଳି ବିଡିଓଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଆଳି ବିଡିଓଙ୍କ ନିକଟରେ ଅରଗଳ ଗ୍ରାମ ର ସନ୍ତୋଷ ନାୟକ, ଦିବାକର ସାହୁ, ନିରଞ୍ଜନ ସାହୁ, ରବୀନ୍ଦ୍ର ସାହୁ ଓ ସହଦେବ ଦାସ, ଅଭିଯୋଗ କରିଛନ୍ତି। ଅରଗଳ ପଞ୍ଚାୟତରେ ଏମ୍‌ଜିଏନ୍‌ଆରଇଜିଏସ୍‌ କାର୍ଯ୍ୟ ଚାଲୁ ରହିଛି। ଏହି ପରିପ୍ରେକ୍ଷୀରେ ଗୋଟିଏ ରାସ୍ତା ଗ୍ରାମର ଜଗବନ୍ଧୁ ସାହୁଙ୍କ ଘରଠାରୁ ରବୀନ୍ଦ୍ର ନାୟକଙ୍କ ଘର ପର୍ଯ୍ୟନ୍ତ କାମ ଆରମ୍ଭ ହୋଇଛି। କିନ୍ତୁ ସରକାରୀ ନୀତିନିୟମକୁ ଉଲ୍ଲଂଘନ କରି ସେମାନଙ୍କର ୫୪୭, ୫୫୪, ୫୫୫, ୫୪୬ ପ୍ଲଟରେ ଥିବା ବ୍ୟକ୍ତିଗତ ଜମିରେ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ୯ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟ ଅଟକଳରେ ହେଉଥିବା ଏହି ରାସ୍ତା କାମ ବନ୍ଦ କରିବାକୁ ସେମାନେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ ସେ କାମ ବନ୍ଦ କଲେ ନାହିଁ। ଅଧିକନ୍ତୁ ସେମାନଙ୍କୁ ଧମକ ଚମକ ମଧ୍ୟ ଦେଇ ଛନ୍ତି। ଜମି ମାଲିକମାନଙ୍କ ବିନା ଅନୁମତିରେ କିଭଳି ଭାବେ ଏହି କାମ ଆରମ୍ଭ ହେଲା ତାହା ସମସ୍ତଙ୍କୁ ବିସ୍ମିତ କରିଛି। ସେମାନେ ସେମାନଙ୍କ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଏହାଦ୍ୱାରା ସେମାନଙ୍କ ମାନବିକ ଅଧିକାର ମଧ୍ୟ କ୍ଷୂର୍ଣ୍ଣ ହେଉଛି। ଏହାର ନକଲ ସେମାନେ କେନ୍ଦ୍ରାପଡ଼ା ଜିଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ, ଆଳି ତହସିଲଦାରଙ୍କୁ ମଧ୍ୟ ପ୍ରଦାନ କରିଛନ୍ତି। ଏ ବିଷୟରେ ଆଳି ବିଡିଓ ଦିବେନ୍ଦୁ ଦାସଙ୍କୁ ପଚାରିବାରୁ ସେ ଅଭିଯୋଗ ପାଇଛନ୍ତି, ଯଦି ପ୍ରକୃତରେ ତାହା ବ୍ୟକ୍ତିଗତ ଜମି ହୋଇଥିବ ରାସ୍ତା କାମ ହୋଇପାରିବ ନାହିଁ। ରାସ୍ତା କାମ ପାଇଁ କୌଣସି ଅର୍ଥ ଦିଆଯିବ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରୁ ରାସ୍ତାକୁ ଚାଲି ଆସିଥିଲା ହରିଣ ଛୁଆ: ଆଉ ତାପରେ…

ମୋହନା,୨୬ା୫(ମନ୍ମଥ ମିଶ୍ର୍ର): ମୋହନା ସଦର ମହକୁମାର ତାରିଣୀ ମନ୍ଦିର ସାମ୍ନାରେ ଥିବା ଜଙ୍ଗଲରୁ ରାସ୍ତାକୁ ଚାଲି ଆସିଥିବା ଏକ ହରିଣ ଛୁଆକୁ କେତେକ ବୁଲା କୁକୁର...

ଯାତ୍ରୀ ଓହ୍ଲାଇବା ବେଳେ ସବାରୀ ଗାଡ଼ି ଉପରକୁ ମାଡିଗଲା ଟ୍ରକ: ଜଣେ ମୃତ, ୮ ଆହତ

ବାରିପଦା,୨୬।୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା କୁଳିଅଣା ଥାନା ଅଧୀନ ଅସନଯୋଡ଼ା ନିକଟ ୧୮ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି।...

ମଧ୍ୟରାତିରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ରେମାଲ’: ବର୍ଷା, ପବନର ମୁକାବିଲା ପାଇଁ ଜିଲାପାଳଙ୍କୁ ସତର୍କ କରାଇଲେ ଏସ୍‌ଆର୍‌ସି

ଭୁବନେଶ୍ୱର,୨୬।୫: ପୂର୍ବ କେନ୍ଦ୍ରୀୟ ଏବଂ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ରେମାଲ’ ରବିବାର ମଧ୍ୟରାତିରେ ସାଗର ଦ୍ୱୀପ ଏବଂ ବାଂଲାଦେଶର ଖେପୁପରା ମଝିରେ ବାଂଲାଦେଶ...

ବୃଦ୍ଧଙ୍କୁ ଧକ୍କା ଦେଲା କାର୍‌

ଛତ୍ରପୁର,୧୬।୫(ଦିଲ୍ଲୀପ ସାମଲ): ଚମାଖଣ୍ଡି ଥାନା ଅନ୍ତର୍ଗତ କାଳିଆବାଲି ଛକ ଠାରେ ଏକ କାର ଧକ୍କାରେ ବୃଦ୍ଧ ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ରବିବାର ୨ଟା...

ଛତ୍ରପୁର ବ୍ଲକ ଟପ୍ପର ହେଲେ ଅଭିପ୍ସା

ଛତ୍ରପୁର,୨୬।୫(ଦିଲ୍ଲୀପ ସାମଲ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ୨୦୨୪ ମାଟ୍ରିକ ପରୀକ୍ଷା ଫଳାଫଳ ରବିବାର ପ୍ରକାଶ ପାଇଛି । ଏଥିରେ ଛତ୍ରପୁର ବ୍ଲକର...

ମାଟ୍ରିକ ପରୀକ୍ଷାରେ ଚମକିଲେ ଦିବ୍ୟ ପ୍ରସାଦ

ପାଟଣା,୨୬।୫(ବୀର କିଶୋର ଦାଶ): ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ପରିଷଦ କଟକ ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ରବିବାର ପ୍ରକାଶ ପାଇଛି। କେନ୍ଦୁଝର ଜିଲା ପାଟଣା...

ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ପରେ ଚାଲିଛି ମୂଲ୍ୟାଙ୍କନ, ଏହି ଦଳ ମାରିବ ବାଜି…

ହାଟଡିହୀ,୨୬ା୫: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନୀ ପରୀକ୍ଷା ସରିଯାଇଛି। କାହା ସପକ୍ଷରେ କେତେ ଭୋଟ୍‌ ଯିବ ତାକୁ ନେଇ ଏବେ ମୂଲ୍ୟାଙ୍କନ ଚାଲିଛି। ଜନାଦେଶ ଫଳାଫଳ...

ମୋରଡ଼ା ବ୍ଲକର ଦୁଇ ଛାତ୍ରୀଛାତ୍ର ଗ୍ରେଡ୍‌ ଏ-୧ରେ କୃତକାର୍ଯ୍ୟ

ମୋରଡ଼ା,୨୬ା୫(ସ୍ମାରକ ମାଜୀ): ରବିବାର ଦଶମ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକର ଦୁଇଜଣ ଛାତ୍ରୀଛାତ୍ର ଏ-୧ ଗ୍ରେଡ୍‌ରେ କୃତକାର୍ଯ୍ୟ ହୋଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri