ଢେଙ୍କାନାଳ ବିଜେଡି କନ୍ଦଳ ଜଳଜଳ

ଢେଙ୍କାନାଳ ଅଫିସ, ୧୦।୪: ଢେଙ୍କାନାଳ ବିଜେଡିରେ ଅନ୍ତଃକନ୍ଦଳ ଭୟଙ୍କର ରୂପ ନେଲାଣି। ପଞ୍ଚାୟତ ଏବଂ ପୌର ନିର୍ବାଚନ ପୂର୍ବରୁ ଭୋଟ ପ୍ରଭାବିତ ହେବା ଆଶଙ୍କାରେ ଏହାକୁ କୌଣସି ମତେ ଚପାଇ ଦିଆଯାଇଥିବାବେଳେ ଏବେ ତାହା ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଏମ୍‌ପି ମହେଶ ସାହୁ ଏବଂ ବିଧାୟକ ସୁଧୀର ସାମଲଙ୍କ ମଧ୍ୟରେ ସମ୍ପର୍କରେ ତିକ୍ତତା ଏହାର ପ୍ରମୁଖ କାରଣ ବୋଲି କର୍ମୀମହଲରେ ଖୋଲାଖୋଲି ଆଲୋଚନା ହେବା ପ୍ରସଙ୍ଗର ଗଭୀରତାକୁ ସୂଚାଉଛି। ତେବେ ଦଳରେ ସମନ୍ବୟ ଅଭାବ ଥିବା ଏମ୍‌ପି କହୁଥିବାବେଳେ ଦଳବିରୋଧୀଙ୍କୁ ପ୍ରଶ୍ରୟ ଦିଆଯିବନାହିଁ ବୋଲି ବିଧାୟକ ଇଙ୍ଗିତ କରିଛନ୍ତି। ଦଳର ଦୁଇ ବରିଷ୍ଠ ନେତାଙ୍କ ଏଭଳି ମନ୍ତବ୍ୟ ଜିଲା ବିଜେଡିରେ କିଛି ଗଡ଼ବଡ଼ ଥିବା ସ୍ପଷ୍ଟ କରିଛି।
ଉଲ୍ଲେଖଯୋଗ୍ୟ, ନଗରପାଳ ଜୟନ୍ତୀ ପାତ୍ର, ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ପାତ୍ର, ଭାଜପାର ବିଜୟୀ କାଉନ୍‌ସିଲର ଏବଂ ପରାଜିତ ପ୍ରାର୍ଥୀମାନେ ଗତ ଶୁକ୍ରବାର ଏମ୍‌ପିଙ୍କୁ ତାଙ୍କ ଢେଙ୍କାନାଳସ୍ଥିତ ଆବାସିକ କାର୍ଯ୍ୟାଳୟରେ ସାକ୍ଷାତ୍‌ କରିଥିଲେ। ସେମାନଙ୍କୁ ଏମ୍‌ପି ସମ୍ବର୍ଦ୍ଧିତ କରିଥିଲେ, ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥିଲା। ଶନିବାର ବିଜେଡିର ୧୪ କାଉନସିଲର୍‌ଙ୍କୁ ଭେଟିବା ପାଇଁ ଏମ୍‌ପି ଆମନ୍ତ୍ରଣ କରିଥିବାବେଳେ କେବଳ ବଂଶୀଧର ଦଳେଇ ଆସିଥିଲେ। ଉପନଗରପାଳଙ୍କ ସମେତ ୧୩ଜଣ କାଉନ୍‌ସିଲରଙ୍କ ଅନୁପସ୍ଥିତି ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ଭାଜପା ପ୍ରାର୍ଥୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ୍‌ କରି ଏମ୍‌ପି ସମ୍ବର୍ଦ୍ଧିତ କରିବା ଘଟଣାକୁ ବିଧାୟକଙ୍କ ସମର୍ଥକମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି। ପୌର ନିର୍ବାଚନ ପ୍ରଚାରବେଳେ ହାତଗଣତି ଓ୍ବାର୍ଡରେ ଏମ୍‌ପିଙ୍କୁ ଦେଖିବାକୁ ମିଳିଥିଲା। କାମାକ୍ଷାନଗର, ଭୁବନ ଏନ୍‌ଏସିକୁ ବାଦ୍‌ଦେଲେ ଢେଙ୍କାନାଳର ଅଧିକାଂଶ ଓ୍ବାର୍ଡରେ ସେ ପ୍ରଚାର କରି ନ ଥିଲେ। ସେହିପରି ୧୪ନଂ. ୱାର୍ଡରୁ ନିର୍ବାଚନରେ ହାରିଥିବା ବିଜେଡି ପ୍ରାର୍ଥୀ ରୁଦ୍ରାନ୍ତ ଦଳେଇ ଏମ୍‌ପିଙ୍କ ପ୍ରତିନିଧି ଅଛନ୍ତି। ଏହି ୱାର୍ଡରୁ ବିଜୟୀ ସ୍ବାଧୀନ ପ୍ରାର୍ଥୀ ବଂଶୀଧର ଦଳେଇ ବିଧାୟକଙ୍କ ଉପସ୍ଥିତିରେ ନିକଟରେ ବିଜେଡିରେ ସାମିଲ ହୋଇଛନ୍ତି, ଯାହାକୁ ଏମ୍‌ପିଙ୍କ ସମର୍ଥକମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି। ବିରୋଧୀ ଭାଜପା ଦଳକୁ ପ୍ରଥମେ ଆଶୀର୍ବାଦ ଦେବା ପରେ ଆମକୁ ଡାକିବା ଉଚିତ ହେଲାନାହିଁ ବୋଲି ଜଣେ ବିଜେଡି କାଉନ୍‌ସିଲର ନିଜର ନାମ ଗୋପନ ରଖି କହିଛନ୍ତି। ଅନ୍ୟପଟେ ଏମ୍‌ପି ଓ ବିଧାୟକଙ୍କ ମଧ୍ୟରେ ଏଭଳି ଶୀତଳ ଯୁଦ୍ଧ ଦଳପାଇଁ ଶୁଭଙ୍କରୀ ନୁହେଁ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି।
ଏ ସଂକ୍ରାନ୍ତରେ ଏମ୍‌ପି ସାହୁ କୁହନ୍ତି, ଶନିବାର ଦଳର ବିଜୟୀ ଉପନଗରପାଳଙ୍କ ସମେତ ସମସ୍ତ କାଉନସିଲରଙ୍କୁ ଡକାଯାଇଥିଲା। ଦୀର୍ଘ ସମୟ ଅପେକ୍ଷା କରିବା ପରେ କେବଳ ଜଣେ କାଉନ୍‌ସିଲର ଆସିଥିଲେ। ଅନ୍ୟମାନେ କାହିଁକି ଆସିଲେ ନାହିଁ କିମ୍ବା ସେମାନଙ୍କୁ ଆସିବା ପାଇଁ କିଏ ମନାକଲେ ତାହା ଜଣାନାହିଁ। ଶୁକ୍ରବାର ଭାଜପା ନଗରପାଳ, ତାଙ୍କ ଦଳର ବିଜୟୀ କାଉନ୍‌ସିଲରଙ୍କ ସମେତ ପରାଜିତ ପ୍ରାର୍ଥୀମାନେ ଘଣ୍ଟାଏ ଅପେକ୍ଷା କରି ତାଙ୍କୁ ଭେଟିଥିଲେ। ପରିମଳ ବ୍ୟବସ୍ଥା ନ ସୁଧାରିଲେ ଏହାର ତୀବ୍ର ପ୍ରତିବାଦ କରାଯିବ ବୋଲି ସେ ତାଙ୍କୁ କହିଛନ୍ତି। ଯିଏ ଭଲ କାମ କରିବ ତାଙ୍କୁ ସହଯୋଗ କରାଯିବ। ଢେଙ୍କାନାଳ ପୌରାଞ୍ଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଅନୁଦାନ ଦେଲେ। ସାଂସଦ ଏବଂ ବିଧାୟକଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ଅର୍ଥ ବିନିଯୋଗ ହେଲା। ତଥାପି ସଫଳତା ମିଳିଲା ନାହିଁ। ଏହାର ଅର୍ଥ କେଉଁଠି ନା କେଉଁଠି ସମନ୍ବୟର ଅଭାବ ରହିଛି। କାମାକ୍ଷାନଗର ଏନ୍‌ଏସି ବୈଠକରେ ମଧ୍ୟ ପରିମଳ ବ୍ୟବସ୍ଥାକୁ ଗୁରୁତ୍ୱ ଦେବା ପାଇଁ କୁହାଯାଇଛି। ଏଠି କାହା ପ୍ରରୋଚନାରେ କାଉନସିଲରମାନେ ଆସିଲେନି ତାହା ଜାଣି ନ ଥିବା ଏମ୍‌ପି କହିଛନ୍ତି। ଏ ସଂକ୍ରାନ୍ତରେ ବିଧାୟକ ସାମଲ କୁହନ୍ତି, କିଏ କାହାକୁ ଡାକିଲା, କାହାକୁ ସହଯୋଗ ମାଗିଲା, ସେ ବିଷୟରେ କିଛି ଜଣାନାହିଁ। ବିଜେଡିରେ ସମନ୍ବୟ ରହିଛି। ଦଳରେ ସମସ୍ତେ ଏକଜୁଟ୍‌ ଅଛନ୍ତି। ହେଲେ କୌଣସି ପରିସ୍ଥିତିରେ ଦଳବିରୋଧୀଙ୍କୁ ବିଜେଡିରେ ପ୍ରଶ୍ରୟ ଦିଆଯିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri