Posted inଜାତୀୟ

ପଞ୍ଜାବର ସ୍ବତନ୍ତ୍ର ମୁଖ୍ୟ ଶାସନ ସଚିବ ହେଲେ କେଜ୍ରିଓ୍ବାଲଙ୍କ ସାଙ୍ଗ

ଚଣ୍ଡୀଗଡ଼,୫।୪: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ସ୍ବତନ୍ତ୍ର ମୁଖ୍ୟ ଶାସନ ସଚିବ ଭାବେ ଗୌରବ ଯାଦବଙ୍କୁ ନିଯୁକ୍ତି କରାଯାଇଛି। ସେ ପଞ୍ଜାବ ପୋଲିସର ଏଡିଜିପି ଭାବେ ମଧ୍ୟ ଦାୟିତ୍ୱ ତୁଳାଇବେ। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଗୌରବଙ୍କ ପୁରୁଣା ସମ୍ପର୍କ ରହିଛି। ୧୯୯୨ରେ ଉଭୟ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଭାରତୀୟ ରାଜସ୍ବ ସେବା ପାଇଁ ଅରବିନ୍ଦ କେଜ୍ରିୱାଲ ମନୋନୀତ ହୋଇଥିବା ବେଳେ ଗୌରବ ଆଇପିଏସ୍‌ ପାଇଁ ମନୋନୀତ ହୋଇଥିଲେ। ଗୌରବ ଦୀର୍ଘ ଦିନ ହେଲା ପଞ୍ଜାବ ପୋଲିସରେ କାର୍ଯ୍ୟ କରିଆସୁଥିଲେ।

ଦ୍ୱିତୀୟ ଥର ପାଇଁ ଜଣେ ପୋଲିସ ଅଫିସରଙ୍କୁ ପଞ୍ଜାବର ସ୍ବତନ୍ତ୍ର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି କରାଯାଇଛି। ୨୦୧୭ରେ, ଆଡିସନାଲ ଡିଜିପି ହରପ୍ରୀତ ସିଂ ସିଦ୍ଧୁଙ୍କୁ ମଧ୍ୟ ଏହି ଦାୟିତ୍ୱ ମିଳିଥିଲା। ତାଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ସ୍ବତନ୍ତ୍ର ମୁଖ୍ୟ ଶାସନ ସଚିବ କରାଯାଇଥିଲା। ପଞ୍ଜାବ ସହିତ ଗୌରବଙ୍କ ପୁରୁଣା ସମ୍ପର୍କ ରହିଛି। ସେ ରାଜ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେ’ ୧୪ରେ ନାମାଙ୍କନ ଦାଖଲ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୪।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଜନତା ପାର୍ଟି ପକ୍ଷରୁ ବାରଣାସୀରୁ ତୃତୀୟ ଥର ପାଇଁ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି। ବାରଣାସୀରେ...

ରାହୁଲଙ୍କୁ ଟାର୍ଗେଟ କଲେ ଚେସ ଚାମ୍ପିଅନ ଗ୍ୟାରି କାସପାରୋଭ, କହିଲେ ପ୍ରଥମେ ରାଏବରେଲିରେ ଜିତିକି ଦେଖାନ୍ତୁ…

ନୂଆଦିଲ୍ଲୀ,୪।୫: ଆନ୍ତର୍ଜାତୀୟ ଖେଳାଳି ତଥା ପୂର୍ବତନ ବିଶ୍ୱ ଚାମ୍ପିଅନ ଗ୍ୟାରି କାସପାରୋଭଙ୍କ ଏକ ପୋଷ୍ଟ ରାଜନୈତିକ ଆଲୋଡ଼ନ ସୃଷ୍ଟି କରିଛି। ସେ ରାଏବରେଲିରୁ ଲୋକ ସଭା...

ସମାନ ନାମଧାରୀ ପ୍ରାର୍ଥୀଙ୍କୁ ପ୍ରତିଦ୍ୱନ୍ଦ୍ୱିତାରୁ ବାଦ୍‌ ଦେଇ ହେବନି

ନୂଆଦିଲ୍ଲୀ,୪ା୫: କୌଣସି ରାଜନେତାଙ୍କ ନାଁ ଅନ୍ୟ ପ୍ରାର୍ଥୀଙ୍କ ସହ ସମାନ ହୋଇଥିଲେ, ତାହା ତାଙ୍କ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା ଅଧିକାରକୁ ପ୍ରଭାବିତ କରେନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ତେଣୁ...

କେନ୍ଦ୍ରକୁ ତଥ୍ୟ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୪ା୫: ଦ୍ରବ୍ୟ ଓ ସେବା ଟିକସ (ଜିଏସ୍‌ଟି) ଆଇନରେ ଜାରି ହୋଇଥିବା ନୋଟିସ ଏବଂ ଗିରଫଦାରି ସମ୍ପର୍କିତ ସବିଶେଷ ତଥ୍ୟ ଦେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ...

ଏଚ୍‌.ଡି. ରେଭନ୍ନାଙ୍କ ବିରୋଧରେ ଅପହରଣ, ଅସଦାଚରଣ ଅଭିଯୋଗ

ମହୀଶୂର,୪ା୫: କର୍ନାଟକର ପୂର୍ବତନ ମନ୍ତ୍ରୀ ତଥା ଜେଡିଏସ୍‌ ନେତା ଏଚ୍‌.ଡି. ରେଭନ୍ନା ତାଙ୍କ ଘରେ ଚାକରାଣୀ ଭାବେ କାମ କରୁଥବା ଜଣେ ମହିଳାଙ୍କୁ ଅପହରଣ କରିନେଇ...

କଂଗ୍ରେସ ଗଡ଼ରେ ବିଗ୍‌ ଫାଇଟ୍‌

ରାଏବରେଲି/ନୂଆଦିଲ୍ଲୀ,୪ା୫, (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ସର୍ବପୁରାତନ ଦଳ କଂଗ୍ରେସ ଶୁକ୍ରବାର ସକାଳେ ସବୁ କଳ୍ପନାଜଳ୍ପନାର ଅବସାନ ଘଟାଇ ଦୁଇ ହାଇପ୍ରୋଫାଇଲ ଆସନରେ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କଲା।...

ଜବତ ରେକର୍ଡରୁ ୫ ଲକ୍ଷ କୋଟି ଟଙ୍କାର ହେରୋଇନ ଗାଏବ, କେନ୍ଦ୍ରକୁ ଜବାବ ମାଗିଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,୩ା୫: ୨୦୧୮ରୁ ୨୦୨୦ ମଧ୍ୟରେ ଜବତ ହୋଇଥିବା ୭୦,୭୭୨.୪୮ କିଲୋଗ୍ରାମ ହେରୋଇନ୍‌ ରେକର୍ଡରୁ ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି। ଏନେଇ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ...

ବିଶ୍ୱର ୪୬% ଆଜ୍‌ମା ମୃତ୍ୟୁ ଭାରତରେ ଘଟୁଛି, ପ୍ରତିବର୍ଷ ୨ ଲକ୍ଷ ଲୋକ ହରାଉଛନ୍ତି ଜୀବନ

ନୂଆଦିଲ୍ଲୀ,୩ା୫: ଭାରତରେ ପ୍ରତିବର୍ଷ ହାରାହାରି ୨ ଲକ୍ଷ ଲୋକ ଆଜ୍‌ମା ଯୋଗୁ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ସମଗ୍ର ବିଶ୍ୱରେ ଆଜ୍‌ମାଜନିତ ମୃତ୍ୟୁର ଏହା ୪୬ ପ୍ରତିଶତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri