Posted inଖେଳ

ଜୁନିୟର ଶୁଟିଂ ବିଶ୍ୱକପ୍‌: ପ୍ରଥମ ଦିବସରେ ଭାରତକୁ ଦୁଇ ସ୍ବର୍ଣ୍ଣ

ନୂଆଦିଲ୍ଲୀ, ୧୪ା୭ (ପି.ଟି.)- ଜର୍ମାନୀର ଶୁଲ୍‌ଠାରେ ଜୁନିୟର ଶୁଟରଙ୍କ ଲାଗି ଆୟୋଜିତ କମ୍ବାଇନ୍ଡ ଓ୍ବାଲର୍‌ଡକପ୍‌ରେ ଭାରତର ଉଦୟବୀର ସିଦ୍ଧୁ ଡବଲ୍‌ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଫଳରେ ପ୍ରତିଯୋଗିତାର ପ୍ରଥମ ଦିବସରେ ଭାରତ ପୋଲ ପୋଜିଶନ ହାସଲ କରିଛି। ଇଣ୍ଟରନ୍ୟାଶନାଲ ଶୁଟିଂ ସ୍ପୋଟର୍‌ସ ଫେଡେରେଶନ (ଆଇଏସ୍‌ଏସ୍‌ଏଫ୍‌) ଦ୍ୱାରା ରାଇଫଲ, ପିସ୍ତଲ ଏବଂ ଶଟ୍‌ଗନ୍‌ ଶୁଟରମାନଙ୍କ ଲାଗି ଆୟୋଜିତ ଏହି ଟୁର୍ନାମେଣ୍ଟର ଜୁନିୟର ପୁରୁଷ ୨୫ ମିଟର ଷ୍ଟାଣ୍ଡାର୍ଡ ପିସ୍ତଲ ଇଭେଣ୍ଟରେ ଭାରତ କ୍ଲିନ୍‌ ସୁଇପ୍‌ ହାସଲ କରିଛି। ଉଦୟବୀର ୫୭୫ ଶଟ୍‌ ସହ ସ୍ବର୍ଣ୍ଣ ଜିତିଥିବାବେଳେ ଭାରତର ଅନ୍ୟ ଦୁଇ ପ୍ରତିଯୋଗୀ ଆଦର୍ଶ ସିଂ (୫୬୮) ଏବଂ ଆନି ଭାନ୍‌ଓ୍ବାଲ (୫୬୬) ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ଜିତିଛନ୍ତି। ପରେ ଆଦର୍ଶ, ବିଜୟବୀର ସିଦ୍ଧୁ ଏବଂ ଉଦୟବୀରଙ୍କୁ ନେଇ ଭାରତୀୟ ଦଳ ଟିମ୍‌ ଇଭେଣ୍ଟରେ ୧୭୦୭ ସ୍କୋର ସହ ସ୍ବର୍ଣ୍ଣ ପଦକ ଲାଭ କରିବା ସହ ଏକ ଜୁନିୟର ବିଶ୍ୱ ରେକର୍ଡ କରିଛି। ଇଭେଣ୍ଟର ରୌପ୍ୟ ପଦକ ଭାରତର ଦ୍ୱିତୀୟ ଟିମ୍‌ ହାସଲ କରିଛି। ଆନିଶ, ରାଜ କନଓ୍ବର ସାନ୍ଧୁ ଏବଂ ଦିଲ୍‌ଶାନ୍‌ କେଲିଙ୍କୁ ନେଇ ଏହି ଦଳ ୧୬୭୬ ପଏଣ୍ଟ ସ୍କୋର କରିଥିଲା। ପ୍ରଥମ ଦିବସରେ ଭାରତ ଦୁଇ ସ୍ବର୍ଣ୍ଣ, ଦୁଇ ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ସହ ୫ ପଦକ ହାସଲ କରିଛି। ଚାଇନା ଏବଂ ଥାଇଲାଣ୍ଡ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ ପଦକ ସହ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାବରିମାଲା ଦୁର୍ନୀତିର ବଡ଼ ପର୍ଦ୍ଦାଫାଶ

କୋଚି,୧ା୧: କେରଳ ହାଇକୋର୍ଟଙ୍କ ତରଫରୁ ସାବରିମାଲା ମନ୍ଦିରର ସୁନା ଚୋରି ଘଟଣାର ତଦନ୍ତ ଆରମ୍ଭ କରିଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ମନ୍ଦିର ଗର୍ଭଗୃହର ଦ୍ୱରାପାଳକ...

ନାତୁଣୀଙ୍କୁ ଦୁର୍ବବ୍ୟହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନ୍ୟାସୀ ଗୌଡ଼(୬୫)ଙ୍କୁ ଗୁରୁବାର ସକାଳ...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

୨୦୨୬ରେ ଲେଖା ହେବ ମହାକାଶ ବିଜ୍ଞାନର ନୂଆ ଅଧ୍ୟାୟ: ଭାରତ, ଆମେରିକା ରଚିବେ ଇତିହାସ

ନୂଆଦିଲ୍ଲୀ,୧।୧: ୨୦୨୬ ବର୍ଷଟି ବିଶ୍ୱ ମହାକାଶ ଇତିହାସରେ ଏକ ନୂତନ ଯୁଗର ସୂତ୍ରପାତ କରିବାକୁ ଯାଉଛି। ଭାରତର ‘ଇସ୍ରୋ’ ଏବଂ ଆମେରିକାର ‘ନାସା’ ଦୁଇଟି ଭିନ୍ନ...

ନୂଆ ରେକର୍ଡ କଲା ନନ୍ଦନକାନନ: ବୁଲିଲେ ୪୦ ଲକ୍ଷ ପର୍ଯ୍ୟଟକ

ଭୁବନେଶ୍ୱର,୧।୧: ୨୦୨୫ରେ ନନ୍ଦନକାନନକୁ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଆଗମନ କରିଥିବା ଗୁରୁବାର ସୂଚନା ମିଳିଛି। ୨୦୨୫ରେ ନନ୍ଦନକାନନକୁ ୪୦ ଲକ୍ଷ ୨୦ହଜାର ୫୩୯ ପର୍ଯ୍ୟଟକ ଆସିଛନ୍ତି।...

ନୂଆବର୍ଷର ପ୍ରଥମ ଦିନରେ ଦୁର୍ଘଟଣା, ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ଜଣେ ମୃତ

ପଟ୍ଟାଙ୍ଗି୧/୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ଦେଓଫଟ୍ଟାଙ୍ଗି ପଞ୍ଚାୟତ ସଦର ମହକୁମା ସ୍ଥିତ ଚିଲିଗୁଡା ସଲପଗୁଡା ଛକ ନିକଟରେ ଦୁଇ ମୋଟର...

୧୩ ସରକାରୀ ଯୋଜନା ବିଷୟରେ ଜାଣିବେ ଯୋଗ୍ୟ ହିତାଧିକାରୀ, ଓ୍ବାର୍ଡକୁ ଓ୍ବାର୍ଡ ବୁଲି…

କୋରାପୁଟ,୧ା୧(ଅମିତାଭ ବେହେରା): ଗୁରୁବାର କୋରାପୁଟ ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ସହଯୋଗ ଭ୍ରାମ୍ୟମାଣ ସହାୟତା କେନ୍ଦ୍ର ବା ସଚେତନତା ରଥ ଉଦ୍‌ଘାଟିତ ହୋଇଯାଇଛି। କୋରାପୁଟ ବିଧାୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri