ଭଲ ନୁହେଁ ବେଶି ଲାଜ

କଥାରେ ଅଛି ଲାଜ ନାରୀର ଭୂଷଣ। ଲାଜ କେତେବେଳେ ପ୍ରେମ ତ କେତେବେଳେ ଶ୍ରଦ୍ଧା ଆଉ ସମ୍ମାନ। ଲାଜ ପୁଣି ବେଳେବେଳେ ପାଲଟେ ଅନୁଶାସନ। ନାରୀ ପାଇଁ ଏହା ଏକ ସୁନ୍ଦର ବିଭବ, କିନ୍ତୁ ବେଳେବେଳେ ଅତ୍ୟଧିକ ଲାଜ ନିଜ ପାଇଁ ହୁଏ କ୍ଷତିକାରକ…

ବିଭିନ୍ନ ସ୍ବଭାବର ନାରୀ ଅଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣ ମନ ଖୋଲି ନିଜ ଭାବ ଅତି ସହଜରେ ପ୍ରକାଶ କରିପାରନ୍ତି ତ ଆଉ କେତେକେ ଲଜ୍ଜା ଭାବରୁ ଅନେକ କଥା କହି ନ ପାରି ଚୁପ୍‌ ରୁହନ୍ତି। କିନ୍ତୁ ଏଭଳି ଲାଜୁଆ ସ୍ବଭାବ ଅନେକ ସମୟରେ ସେମାନଙ୍କ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇଥାଏ ଏବଂ କେତେକ କ୍ଷେତ୍ରରେ ନିଜ ଅଧିକାରରୁ ବଞ୍ଚିତ କରାଇଥାଏ। ତେଣୁ ଏଭଳି ସ୍ବଭାବ ଥିବା ନାରୀମାନେ ସବୁ କ୍ଷେତ୍ରରେ ସଚେତନ ରହିବା ଉଚିତ। ବ୍ୟକ୍ତିତ୍ୱ ବୃଦ୍ଧି କରିବା ପାଇଁ ସେମାନେ ଲାଜର ଗହଣା ପିନ୍ଧିବା ଭଲ, ମାତ୍ର ଏତେ ବେଶି ଲାଜ କରି ନିଜ ପ୍ରତି ଅବହେଳା କରିବା ଆଦୌ ଠିକ୍‌ ନୁହେଁ।
ନିଜ ପ୍ରତି ଅବହେଳା: ଲାଜ ସ୍ବଭାବ ପାଇଁ ନାରୀମାନେ ସାଧାରଣତଃ ନିଜ ପ୍ରତି ଅନେକ କ୍ଷେତ୍ରରେ ଅବହେଳା କରିଥାନ୍ତି। ଯେହେତୁ ସେମାନେ ମନଖୋଲି ନିଜ ମନକଥା କହିପାରନ୍ତି ନାହିଁ, ସେଥିପାଇଁ ନିଜର ସବୁ ଆବଶ୍ୟକତା ସମ୍ପର୍କରେ କହିବାକୁ ବି ସଙ୍କୋଚ ଅନୁଭବ କରିଥାନ୍ତି। ଶାଶୁ ଘରେ କାଳେ କେହି ଖରାପ ଭାବିବେ ଏଇ କଥା ଚିନ୍ତାକରି ସେମାନେ ବହୁ କିଛି କଥା ଲୁଚାଇଥାନ୍ତି।
ଶାରୀରିକ ଅସୁସ୍ଥତା: ଅନେକ ସମୟରେ ନାରୀମାନେ ସେମାନଙ୍କର ଲାଜକୁଳି ସ୍ବଭାବ ପାଇଁ ସ୍ବାସ୍ଥ୍ୟ ପ୍ରତି ଅବହେଳା କରିଥାନ୍ତି। ଶରୀରକୁ ଆବଶ୍ୟକ ସମୟରେ ବିଶ୍ରାମ ଦେଇପାରନ୍ତି ନାହିଁ କି ଅଧିକାଂଶ ସମୟରେ ଉତ୍ତମ ପୋଷଣଯୁକ୍ତ ଖାଦ୍ୟ ବି ଖାଆନ୍ତି ନାହିଁ। ଏମିତିକି କେତେକ କ୍ଷେତ୍ରରେ ଅନ୍ୟମାନଙ୍କୁ କହି ନ ପାରି ସ୍ବାସ୍ଥ୍ୟ ସମସ୍ୟାକୁ ଲୁଚାଇ ଠିକ୍‌ ସମୟରେ ଚିକିତ୍ସା ବି କରାଇ ନ ଥାନ୍ତି। ତେଣୁ ଛୋଟ ଶାରୀରିକ ସମସ୍ୟା ହୁଏତ ଭବିଷ୍ୟତରେ ଏକ ଭୟଙ୍କର ରୋଗର କାରଣ ହୋଇଥାଏ। ତେଣୁ ଏଭଳି କ୍ଷେତ୍ରରେ ଲାଜକୁଳି ସ୍ବଭାବ ଆଦୌ ଭଲ ନୁହେଁ।
ମନଖୋଲା ଖୁସି: କଥାରେ ଅଛି ମନ ଖୁସି ରହିଲେ ଶରୀର ସୁସ୍ଥ ରହିବା ସହିତ ପରିବେଶ ବି ଠିକ୍‌ ରହେ। ତେଣୁ ମନକୁ ଖୁସି କରିବା ପାଇଁ କୌଣସି ସୁଯୋଗକୁ ହାତଛଡ଼ା କରିବା ଉଚିତ ନୁହେଁ। ହେଲେ ପରିବାର ଭିତରେ ନାରୀଟିଏ ଅନେକ ସମୟରେ ସଙ୍କୋଚଭାବ ପାଇଁ ନିଜ ଖୁସିକୁ ଉପଭୋଗ କରିପାରି ନ ଥାଏ। ଏଥିପାଇଁ ସେ ବାହାରକୁ ଯାଇପାରେ ନାହିଁ କିମ୍ବା ନିଜ ଇଚ୍ଛାରେ କିଛି କରିବା ପାଇଁ ସାହସ କରି ନ ଥାଏ। ଏସବୁ ଭାବନା ବିଶେଷ ଭାବରେ ନାରୀମାନଙ୍କ କ୍ଷେତ୍ରରେ ହିଁ ଅଧିକ ଘଟିଥାଏ। କିନ୍ତୁ ପରିବାରରେ କାହାର କୌଣସି କ୍ଷତି ହେଉ ନ ଥିବା ଭଳି କାମ କରି ଯଦି ଖୁସି ହେବାର ସୁଯୋଗ ମିଳୁଛି ତେବେ ସେସବୁକୁ କେବେ ବି ନିଜ ଜୀବନରୁ ବାଦ୍‌ ଦେବା ଉଚିତ ନୁହେଁ।
ଅଧିକାରରୁ ବାଦ୍‌: ଲଜ୍ଜା ଭାବନା ପାଇଁ ନାରୀମାନେ ଅନେକ ସମୟରେ ନିଜ ଅଧିକାରକୁ ବି ଜୋର କରି ଦାବି କରିପାରନ୍ତି ନାହିଁ। ଗୁରୁଜନଙ୍କ ଆଗରେ କହିଲେ କେହି କାଳେ ଖରାପ ଭାବିବେ ଅବା ଘରେ ବିଶୃଙ୍ଖଳା ସୃଷ୍ଟି ହେବ ଭାବି ସେମାନେ ନିଜର ଅଧିକାରକୁ ବି ଭୁଲିଯାନ୍ତି। ତେଣୁ ସବୁକ୍ଷେତ୍ରରେ ସେମାନେ ସବୁ ସହିଯିବାକୁ ହିଁ ଶ୍ରେୟ ମନେକରନ୍ତି।
ଲଜ୍ଜାଭାବରୁ ନାରୀମାନେ ଗୁରୁଜନମାନଙ୍କୁ ଶାଳୀନ ବ୍ୟବହାର ପ୍ରଦର୍ଶନ କରିଥାନ୍ତି। ସେମାନଙ୍କର ଏହି ଭାବନା ଘରେ ଏକ ଶୃଙ୍ଖଳା ବି ସୃଷ୍ଟି କରି ରଖିଥାଏ। ତେଣୁ ନାରୀମାନଙ୍କର ଏଭଳି ବ୍ୟବହାର ଘରେ ଅନ୍ୟମାନଙ୍କୁ ପ୍ରଭାବିତ କରିବା ସହିତ ଭଲ ବ୍ୟବହାର ପାଇଁ ପ୍ରେରଣା ବି ମିଳିଥାଏ।
ଏମାନେ ଯାହା କହନ୍ତି
ଆବଶ୍ୟକ ପୂର୍ବରୁ ଆଣନ୍ତି- ଶାଶୁଘରେ ମୁଁ କେବେ ବି ମୋ ପାଇଁ କିଛି ଆଣିବା ପାଇଁ କହେନି। ନିଜ ପାଇଁ କିଛି ଆଣିବାର ଥିଲେ ମତେ କହିବାକୁ ଭଲ ଲାଗେନି। ଅବଶ୍ୟ ମୋର ଆବଶ୍ୟକତା ଅନୁସାରେ ସବୁ ଜିନିଷ ଘରକୁ ଆଗୁଆ ଆସିଥାଏ। ତା’ ଛଡ଼ା ମୋର କ’ଣ ସବୁ ଦରକାର ସେନେଇ ମୋ ସ୍ବାମୀ ପ୍ରାୟ ସବୁବେଳେ ଧ୍ୟାନ ଦେଇଥାନ୍ତି। ଏମିତିକି ସେ ଅଧିକ ଖର୍ଚ୍ଚ କରିଦିଅନ୍ତି ବୋଲି ମୁଁ ଓଲଟା ତାଙ୍କ ଉପରେ ବିରକ୍ତ ହୋଇଥାଏ।
-ସସ୍ମିତା ପାଟ୍ଟଯୋଶୀ
ଗୃହିଣୀ, ବେଙ୍ଗାଲୁରୁ
ସବୁବେଳେ ଖୁସିରେ ରହେ- ମୋ ମତରେ ମହିଳାମାନଙ୍କ କ୍ଷେତ୍ରରେ ଲାଜକରିବା ହୁଏତ କେତେକାଂଶରେ ଠିକ୍‌। ଫଳରେ ସେମାନେ ଏକ ଶୃଙ୍ଖଳିତ ବ୍ୟବହାର କରିପାରିବେ, ଗୁରୁଜନଙ୍କୁ ଭଲ ବ୍ୟବହାର ଦେଖାଇପାରିବେ। ଆଉ ଏସବୁ ଫଳରେ ପରିବାରରେ ଶାନ୍ତି ରକ୍ଷା ହୋଇପାରିବ। ମୋ ଶାଶୁଘରେ ମୁଁ କେବେ କାହାକୁ ଖରାପ ବ୍ୟବହାର କରିନି ବୋଲି ମୋର ସମସ୍ତ ଆବଶ୍ୟକତା ପାଇଁ ପରିବାରର ସବୁ ଲୋକ ବ୍ୟସ୍ତ ହୋଇପଡ଼ନ୍ତି। ତେଣୁ ମୁଁ ବେଶ୍‌ ଖୁସିରେ ରହିଥାଏ।
-କସ୍ତୁରୀ ମିଶ୍ର
ଗୃହିଣୀ, ଝିରପାଣି, ରାଉରକେଲା
ମନ ଖୋଲି କହେ- ମୋ ପରିବାରରେ ସମସ୍ତେ ଏତେ ଖୋଲାମନର ଯେ ମୁଁ କାହାପାଖରେ କେବେ ସଙ୍କୋଚ କରେ ନାହିଁ। ମୋର ଯେତେବେଳେ ଯାହା ଦରକାର ମୁଁ ମନଖୋଲି ସମସ୍ତଙ୍କୁ କହିପାରେ। ଏମିତିକି ମୋ ଶାଶୁ ଶ୍ୱଶୁର ବି ମୋ ଖୁସି ପାଇଁ ମତେ ସବୁ ସ୍ବାଧୀନତା ଦେଇଛନ୍ତି। ମୁଁ ବି ସେମାନଙ୍କ ମନକୁ ଆଘାତ ଦେବାଭଳି କିଛି କାମ କରେନି। ସେଥିପାଇଁ ପରିବାରରେ ସମସ୍ତଙ୍କର ଶାନ୍ତିରେ ସମୟ କଟିଯାଏ।
-ସାଗରିକା ମହାପାତ୍ର
ଶିକ୍ଷୟିତ୍ରୀ, ଦୃଷ୍ଟିହୀନ ମହାବିଦ୍ୟାଳୟ, କୋରାପୁଟ


Enter your email to get our daily news in your inbox.

All Right Reserved By Dharitri.Com

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, କହିଲେ ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ବାସୁଦେବପୁରରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା- ଟ୍ରେଲର ମୁହାଁମୁହିଁ ଧକ୍କା

ବାସୁଦେବପୁର,୨୧।୧୨(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜାମଝାଡି, ଧାମରା ରାସ୍ତାର ମାତାଜୀ ମଠ ଛକଠାରେ ଏକ ହାଇଓ୍ବା ଓ ଟ୍ରେଲର ମୁହାଁମୁହିଁ ଧକ୍କା ହୋଇଛନ୍ତି। ହାଇଓ୍ବାଟି...

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri