ଠିକାଦାରଙ୍କ ଗାଡ଼ି ଚଢୁଥିଲେ ବିଧାୟକ ଜଗଦ୍ଦେବ

ଖୋର୍ଦ୍ଧା ଅଫିସ,୨୪।୩: ବାଣପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଲୋକ ଏବଂ ପୋଲିସ ଉପରେ ଗାଡ଼ି ମଡ଼ାଇ ଦେବା ଅଭିଯୋଗରେ ଗିରଫ ହୋଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ଆସିଛି ଆଉ ଏକ ସଙ୍ଗିନ ଅଭିଯୋଗ। ଘଟଣାଦିନ ବିଧାୟକ ଯେଉଁ କାର୍‌ ଚଳାଇ ଲୋକଙ୍କ ଉପରେ ମଡ଼ାଇଥିଲେ ସେଥିରେ ନକଲି ନମ୍ବର ପ୍ଲେଟ ଲାଗିଥିବା ସ୍ପଷ୍ଟ ହୋଇଛି। କାରଣ ଘଟଣା ବେଳେ ଭିଡିଓ ଫୁଟେଜ୍‌ରେ ଦେଖିବାକୁ ମିଳିଥିବା ନମ୍ବର ଏବଂ ଏବେ ପୋଲିସ ଦ୍ୱାରା ଦିଆଯାଇଥିବା ଏତଲାରେ ଭିନ୍ନ ନମ୍ବର ରହିଛି। ଏପରି କି ଘଟଣା ବେଳେ ଯେଉଁ ଗାଡ଼ି(ଓଡି୨୫-କେ-୫୭୭୫)କୁ ବିଧାୟକ ଚଳାଉଥିଲେ ତାହା ନୟାଗଡ଼ ଅଞ୍ଚଳର ଜଣେ ଠିକାଦାର କୁମାର ଦେବଦତ୍ତଙ୍କ ନାମରେ ରହିଛି। ଆଉ ବାଣପୁର ଥାନା ଏସ୍‌ଆଇ ଦେବସ୍ମିତା ବେହେରା ଦେଇଥିବା ଏତଲାରେ ବିଧାୟକ ଘଟଣା ସମୟରେ ଓଡି ୦୨-ଏୱାଇ-୫୭୭୫ ନମ୍ବର ବିଶିଷ୍ଟ କାର୍‌ ଚଳାଉଥିଲେ ବୋଲି ଦର୍ଶାଇଛନ୍ତି, ଯାହାକି ଏକ ହୁଣ୍ଡାଇ କ୍ରେଟା କାର୍‌ର ନମ୍ବର। ଉକ୍ତ କ୍ରେଟା କାର୍‌ଟି ନୟାଗଡ଼ ଜିଲା ସୁନାଖଳାର ଶିବାନୀ ଫୁଡ୍ସ ପ୍ରଡକ୍ଟ କମ୍ପାନୀ ମାଲିକଙ୍କ ନାମରେ ରହିଛି, ଯାହାକୁ ଠାବ କରାଯାଇଥିବା ଜଣାପଡ଼ିଛି।

ଏଠାରେ ପ୍ରଶ୍ନ ଉଠୁଛି ଗତ ୧୨ତାରିଖରେ ବିଧାୟକ ଚଳାଉଥିବା ଗାଡ଼ିକୁ ଲୋକମାନେ ଭଙ୍ଗାରୁଜା କରିଥିଲେ। ସେ ସମୟରେ ଗାଡ଼ିରେ ଓଡି୨୫-କେ-୫୭୭୫ ନମ୍ବର ପ୍ଲେଟ ଲାଗିଥିଲା। ପରେ ପୋଲିସ ଉକ୍ତ ଗାଡ଼ିକୁ ନେିଜ ହେପାଜତକୁ ନେଇଥିଲା। ହେଲେ କିଏ ଏବଂ କିପରି ଏହି ନମ୍ବରକୁ ବଦଳାଇ ଦେଲା, କି ପୋଲିସ ନମ୍ବର ବଦଳାଇ ମାମଲାକୁ ଦୁର୍ବଳ କରିବା ପାଇଁ ଚେଷ୍ଟା କରୁଛି ଏପରି ଅନେକ ପ୍ରଶ୍ନ ସାଧାରଣରେ ଉଠିଛି। ଆଲୋଚନା ହେଉଛି ଯେ, ଯଦି ବିଧାୟକ ନକଲି ନମ୍ବର ପ୍ଲେଟ ଲଗାଇ କାର ଚଢୁଥିଲେ, ତେବେ ତାହା ପୋଲିସ ଅଥବା ପରିବହନ ବିଭାଗ ନଜରକୁ ଆସିଲାନି କେମିତି ? ଅନ୍ୟ ଏକ ତଥ୍ୟରୁ ଜଣାପଡ଼ିଛି ଯେ, ବିଧାୟକ ଚଢୁଥିବା ଦାମୀ କାର ନୟାଗଡ଼ ଅଞ୍ଚଳର ଠିକାଦାର ଦେବଦତ୍ତଙ୍କ ନାମରେ ରହିଛି। ପ୍ରାୟ କୋଟିଏ ଟଙ୍କାର କାରକୁ ଠିକାଦାର କାହିଁକି ବିଧାୟକଙ୍କୁ ବ୍ୟବହାର କରିବାକୁ ଦେଇଥିଲେ ତାହାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ। ନୟାଗଡ଼ ଜିଲା କଂଗ୍ରେସ ସଭାପତି ରଣଜିତ୍‌ ଦାଶ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ବିଧାୟକ ଓ ଠିକାଦାର ଲିଙ୍କ୍‌ର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ବିଧାନସଭା ସମ୍ମୁଖରେ କଂଗ୍ରେସ ପକ୍ଷରୁ ଧାରଣା ଦିଆଯିବ ବୋଲି ଦାଶ ଚେତାବନୀ ଦେଇଛନ୍ତି।

ଏନେଇ ତଦନ୍ତ ଅଧିକାରୀ ବାଲୁଗାଁ ଏସ୍‌ଡିପିଓ ମାନସ ରଞ୍ଜନ ବାରିକ କୁହନ୍ତି ଘଟଣା ଦିନ ସମସ୍ତଙ୍କ ଆଗରେ ସବୁକିଛି ଘଟିଛି। କାର୍‌କୁ ଜବତ କରି ପୋଲିସ ଥାନାକୁ ଆଣିଥିଲା। ସେଥିରେ ଥିବା ନମ୍ବର ଏତଲାରେ ଦର୍ଶାଯାଇଛି। କାରର ପଞ୍ଜୀକୃତ ନମ୍ବର ପରିବର୍ତ୍ତନ ହୋଇଯାଇପାରେ, ଇଞ୍ଜିନ ଓ ଚେସିସ୍‌ ନମ୍ବର ନୁହେଁ। ଏନେଇ ଶୋ’ରୁମ ମାଲିକ, ଡିଲର ଏବଂ ଆର୍‌ଟିଓଙ୍କୁ ରିପୋର୍ଟ ମଗାଯାଇଛି। କାର୍‌ ନମ୍ବର ଅସଲି କି ନକଲି ତାହା ତଦନ୍ତ ରିପୋର୍ଟ ଆସିବା ପରେ ସ୍ପଷ୍ଟ ଜଣାପଡ଼ିବ।

ଏସ୍‌ପି ଅଲେଖ ଚନ୍ଦ୍ର ପହି କୁହନ୍ତି କାରରେ ଯେଉଁ ନମ୍ବର ରହିଥିଲା ତାହାକୁ ନେଇ ଏତଲାରେ ଦର୍ଶାଯାଇଛି। ପରେ ଉକ୍ତ ନମ୍ବର ସେହି କାର୍‌ର ନୁହଁ ବୋଲି ଜଣାପଡିଥିଲା। ବିଧାୟକ ଚଢୁଥିବା କାର୍‌ ନକଲି ବୋଲି ଜଣାପଡ଼ିବା ପରେ ତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାରେ ଜାଲିଆତି ଅଭିଯୋଗରେ ଆଉ ଏକ ଦଫା ଯୋଡ଼ା ଯିବ ବୋଲି ପହି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୁଷୋତ୍ତମପୁରରେ ବିଜୁ ଜନତା ଦଳ ପ୍ରତିଷ୍ଠା ଦିବସ ପାଳିତ; କର୍ମୀମାନେ ଏକତ୍ରିତ ହୋଇ…

ପୁରୁଷୋତ୍ତମପୁର,୨୬।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଏବଂ ଏନ୍‌ଏସି ପକ୍ଷରୁ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l ଏଥିରେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର...

ଦିଗପହଣ୍ଡିରେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ପାଳିତ, ବାଇକ୍‌ ଶୋଭାଯାତ୍ରା ସହ…

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଶୁକ୍ରବାର ପାଳିତ ହୋଇଯାଇଛି। ବିଜେଡ଼ି ବ୍ଲକ ଓ ନଗର କମିଟି...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

ମହିଳା ହେବେ ସଶକ୍ତ: ମିଶନ ଶକ୍ତି କାଫେ ଉଦଘାଟିତ

ତୁମୁଡିବନ୍ଧ,୨୬।୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ପରିସରରେ ଥିବା ମିଶନ ଶକ୍ତି କାଫେକୁ କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀ ଆଜି ଶୁକ୍ରବାର...

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ନିଖିଳ ଉତ୍କଳ କୁର୍ମିକ୍ଷତ୍ରିୟ ପ୍ରଦେଶ ମହାସଭା ଉଦଘାଟିତ: ଯୋଗଦେବେ ୫୦ ହଜାରରୁ ଉର୍ଦ୍ଧ୍ୱ କର୍ମକର୍ତ୍ତା

ଭଞ୍ଜନଗର,୨୬/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗୀ ଠାରେ ଶୁକ୍ରବାର ନିଖିଳ ଉତ୍କଳ କୁର୍ମିକ୍ଷତ୍ରିୟ ପ୍ରଦେଶ ମହାସଭା ଉଦଘାଟିତ ହୋଇଯାଇଛି । ଏହା ରବିବାର ପର୍ଯ୍ୟନ୍ତ...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri