ରୁଷିଆ ଅସ୍ତିତ୍ୱ ବିପଦରେ ପଡ଼ିଲେ ଆଣବିକ ଯୁଦ୍ଧ

ମସ୍କୋ, ୨୪ା୩: ୟୁକ୍ରେନ୍‌-ରୁଷିଆ ଯୁଦ୍ଧ ବୁଧବାର ୪ ସପ୍ତାହ ପୂରିଥିବାବେଳେ ରୁଷୀୟ ସୈନ୍ୟ ଘାତକ ଆକ୍ରମଣ ଜାରି ରଖିଛନ୍ତି। ଦୁଇ ପକ୍ଷ ମଧ୍ୟରେ ଆଲୋଚନା ଏଯାଏ ସଫଳ ହୋଇପାରି ନ ଥିବାରୁ କେବେ ଯୁଦ୍ଧବିରତି ହେବ ତାହା ସନ୍ଦେହରେ। ସେପଟେ ୟୁକ୍ରେନ୍‌ ଉପରେ ଆକ୍ରମଣ ପାଇଁ ରୁଷିଆକୁ ଏକଘରକିଆ କରିବା ନିମନ୍ତେ ଆମେରିକା ସମେତ ୟୁରୋପୀୟ ଦେଶଗୁଡ଼ିତ ବିଭିନ୍ନ କଟକଣା ଲଗାଇଥିବାରୁ ଏହି ଶକ୍ତିଶାଳୀ ରାଷ୍ଟ୍ରର ଅର୍ଥନୀତି ବ୍ୟାପକ ପ୍ରଭାବିତ ହୋଇଛି। ଆକ୍ରମଣାତ୍ମକ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ କେତେବେଳେ ନ୍ୟୁକ୍ଲିୟର ଅସ୍ତ୍ର ବ୍ୟବହାର ନିମନ୍ତେ ନିର୍ଦ୍ଦେଶ ଦେବାର ଆଶଙ୍କା ମଧ୍ୟ ଉପୁଜିଛି। ଏପରିକି ୟୁକ୍ରେନ୍‌ରେ ନ୍ୟୁକ୍ଲିୟର ଅସ୍ତ୍ର ବ୍ୟବହାର ନିମନ୍ତେ ପୁଟିନ୍‌ ଆଣବିକ ଫୋର୍ସକୁ ଆଲର୍ଟରେ ରଖିଥିବା ରିପୋର୍ଟ ପ୍ରକାଶ ପାଉଛି। ତେବେ ମସ୍କୋ କେତେବେଳେ ନ୍ୟୁକ୍ଲିୟର ଅସ୍ତ୍ର ବ୍ୟବହାର କରିବ, ସେ ନେଇ ୟୁକ୍ରେନ୍‌ ଆକ୍ରମଣର ୪ ସପ୍ତାହ ପରେ କ୍ରେମଲିନ୍‌ ପ୍ରତିକ୍ରିୟା ରଖିଛି। ନିଜ ଅସ୍ତିତ୍ୱ ପ୍ରତି ବିପଦ ସୃଷ୍ଟି ହେଲେ ରୁଷିଆ ଆଣବିକ ଅସ୍ତ୍ର ପ୍ରୟୋଗ କରିବ ବୋଲି କ୍ରେମଲିନ୍‌ ମୁଖପାତ୍ର ଡିମିଟ୍ରି ପେସ୍‌କୋଭ୍‌ ଏକ ନ୍ୟୁଜ୍‌ ଚ୍ୟାନେଲ୍‌କୁ ସାକ୍ଷାତକାର ଦେଇ କହିଛନ୍ତି।
ଯୁଦ୍ଧରେ ନ୍ୟୁକ୍ଲିୟର ଅସ୍ତ୍ର ବ୍ୟବହାର କରିବା ସଂକ୍ରାନ୍ତୀୟ ପ୍ରଶ୍ନରେ ପେସ୍‌କୋଭ୍‌ କହିଥିଲେ, ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସମ୍ବନ୍ଧରେ ଆମର ଏକ ନୀତି ରହିଛି ଏବଂ ତାହା ସାର୍ବଜନୀନ। କେତେବେଳେ ନ୍ୟୁକ୍ଲିୟର ଅସ୍ତ୍ର ବ୍ୟବହାର କରାଯିବ ସେ ବାବଦରେ ଏଥିରୁ ସମସ୍ତେ ପଢ଼ିପାରିବେ। ଯଦି ଆମ ଦେଶର ଅସ୍ତିତ୍ୱ ବିପଦରେ ପଡ଼େ ତେବେ ନୀତି ଅନୁଯାୟୀ ଆଣବିକ ଅସ୍ତ୍ର ପ୍ରୟୋଗ କରାଯାଇପାରିବ। ସେହିପରି ପଡ଼ୋଶୀ ୟୁକ୍ରେନ୍‌କୁ ଅକ୍ତିଆର କରିବାକୁ କୌଣସି ଯୋଜନା ନ ଥିବା ଏବଂ କେବଳ ଏହି ଦେଶକୁ ନିରସ୍ତ୍ର କରିବା ରୁଷିଆର ଉଦ୍ଦେଶ୍ୟ ବୋଲି ପେସ୍‌କୋଭ୍‌ ଦୋହରାଇଛନ୍ତି। ପେସ୍‌କୋଭ୍‌ଙ୍କ ଏହି ବିବୃତି ଉପରେ ପେଣ୍ଟାଗନ୍‌ ମୁଖପାତ୍ର ଜନ୍‌ କିର୍‌ବି କହିଛନ୍ତି, ନ୍ୟୁକ୍ଲିୟର ଅସ୍ତ୍ର ସମ୍ଭାବ୍ୟ ବ୍ୟବହାର ଉପରେ କ୍ରେମ୍‌ଲିନ୍‌ର ଏଭଳି ମନ୍ତବ୍ୟ ବିପଜ୍ଜନକ। ଏକ ଦାୟିତ୍ୱପୂର୍ଣ୍ଣ ନ୍ୟୁକ୍ଲିୟର ଶକ୍ତିସମ୍ପନ୍ନ ରାଷ୍ଟ୍ର ଏପରି କାର୍ଯ୍ୟ କରିବା ଉଚିତ ନୁହେଁ। ୟୁକ୍ରେନ୍‌ ଆକ୍ରମଣରେ ହସ୍ତକ୍ଷେପ ନ କରିବା ପାଇଁ ପୁଟିନ୍‌ ବିଶ୍ୱ ସମୁଦାୟକୁ ନ୍ୟୁକ୍ଲିୟର ‘ବ୍ଲାକମେଲ୍‌’ କରୁଥିବା ନେଇ ଆଣବିକ ଅସ୍ତ୍ରଶସ୍ତ୍ର ଧ୍ୱଂସ କରିବା ପାଇଁ ଅନ୍ତର୍ଜାତୀୟ ଅଭିଯାନର ନେତୃତ୍ୱ ନେଉଥିବା ବିଟ୍ରିସ୍‌ ଫିହ୍ନ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri