ପଶ୍ଚିମବଙ୍ଗକୁ କାଠ ଚୋରାଚାଲାଣ

ଜଳେଶ୍ୱର, ୨୨ ।୩(ଡି.ଏନ.ଏ.) ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକର ୧୪ ପଞ୍ଚାୟତ ରାଇବଣିଆ ଥାନା ଅଧୀନରେ ରହିଛି। ଏହି ଅଞ୍ଚଳରୁ ପ୍ରତିଦିନ ବହୁ ଜଙ୍ଗଲଜାତ ଦ୍ରବ୍ୟ ଓ ମୂଲ୍ୟବାନ କାଠ ପଶ୍ଚିମବଙ୍ଗକୁ ଚାଲାଣ ହୋଇଆସୁଛି ା ସୁବର୍ଣ୍ଣରେଖା ନଦୀର ବିଭିନ୍ନ ସ୍ଥାନରେ ଘରୋଇ କାଠପୋଲ ନିର୍ମାଣ କରି ମାଫିଆମାନେ ରାଇବଣିଆ ଓ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ କାଠ ପଶ୍ଚିମବଙ୍ଗକୁ ସିଧା ଚୋରାଚାଲାଣ କରୁଛନ୍ତି। ଏ ସମ୍ପର୍କରେ ଜଙ୍ଗଲ ବିଭାଗ ନିକଟରେ ଖବର ଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ା
କିନ୍ତୁ ରାଇବଣିଆ ଥାନାରେ ନୂତନ ଥାନା ଅଧିକାରୀ ଯୋଗ ଦେବା ପରେ ଚୋରା ବାଲିଗାଡ଼ି ଓ କାଠଗାଡ଼ି ଜବତ ହେବାରେ ଲାଗିଛି। ଗତ ରବିବାର ପୋଲିସ୍‌ ଏକ ଟ୍ରାକ୍ଟର (ନଂ.ଓଆର୍‌୦୧ପି-୪୦୩୮)କୁ ସନ୍ଦେହରେ ଜବତ କରିଛି ା
ସେଥିରୁ ଲକ୍ଷାଧିକ ଟଙ୍କାର ଶାଗୁଆନ୍‌ କାଠ ଜବତ ହୋଇଥିବା ବେଳେ ଏକ ମାମଲା(ନଂ.୧୧୭/୨୨) ରୁଜୁ ହୋଇଛି ା ଥାନା ଅଧିକାରୀ ପ୍ରଫୁଲ୍ଲ ମଲ୍ଲିକ, ଡ୍ରାଇଭର ଅବନୀ ଘୋଷଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏହି ଟ୍ରାକ୍ଟରରେ ଉପରେ ଆକାଶିଆ କାଠ ଲଦା ଯାଇଥିବା ବେଳେ ଭିତରେ ଶାଗୁଆନ କାଠ ଚାଲାଣ ହୋଇ ଆସୁଥିବା ପୋଲିସ ନଜରକୁ ଆସିଛି। ରାଇବଣିଆ ଅଞ୍ଚଳରୁ କେବଳ କାଠ ନୁହେଁ, ମୋରମ୍‌, ପଥର, ମାଟି ମଧ୍ୟ ପଶ୍ଚିମବଙ୍ଗକୁ ପ୍ରତିଦିନ ଚାଲାଣ ହୋଇଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

AIIMS ଭୁବନେଶ୍ୱରର ସଫଳତା: ୨୦ ବର୍ଷ ପରେ ସିଧା ହେଲେ ଯୁବକ

ଭୁବନେଶ୍ୱର,୧୨।୧୨: ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍ ରୋଗରେ ପ୍ରାୟ ଦୁଇ ଦଶନ୍ଧି ଧରି ପୀଡ଼ିତ ଥିବା କେନ୍ଦ୍ରାପଡ଼ାର ଜଣେ ୩୭ ବର୍ଷୀୟ ଯୁବକଙ୍କ ଜୀବନରେ AIIMS ଭୁବନେଶ୍ୱର ଅର୍ଥୋପେଡିକ୍...

ନିଯୁକ୍ତି ନିୟମିତ ପାଇଁ OTET ବାଧ୍ୟତାମୂଳକ ନୁହେଁ: ଓଡ଼ିଶା ହାଇକୋର୍ଟ

କଟକ,୧୨।୧୨: ଚାକିରିକୁ ନିୟମିତ ମାନ୍ୟତା ଦେବା ପାଇଁ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) ଯୋଗ୍ୟତା ବାଧ୍ୟତାମୂଳକ ନୁହେଁ ବୋଲି ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ...

ମା’ବାପା ଦୋକାନକୁ ଯାଇଥିବାବେଳେ ଘରେ ପଶି ନାବାଳିକାଙ୍କୁ ବଳାତ୍କାର କଲେ ୪୦ ବର୍ଷୀୟ ବିବାହିତ ବ୍ୟକ୍ତି

ଭୁବନେଶ୍ୱର,୧୧।୧୨(ତ୍ରିନାଥ ମହାନ୍ତି): ରାଜଧାନୀରେ ଲଜ୍ଜ୍ୟା। ଜଣେ ୧୧ବର୍ଷୀୟା ନାବାଳିକାଙ୍କୁ ଜଣେ ୪୦ ବର୍ଷୀୟ ବିବାହିତ ବ୍ୟକ୍ତି ବଳାତ୍କାର କରିଥିବା ନେଇ ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ପରିବାର...

ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଅବ୍ୟବସ୍ଥା: ଟିକେଟ ଖଣ୍ଡିଏ ପାଇଁ କସରତ

କଟକ,୧୨।୧୨( ଶିଳ୍ପା ପ୍ରିୟଦର୍ଶିନୀ): ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନରେ ଅବ୍ୟବସ୍ଥା ଲାଗି ରହିଛି। ଏଠାରେ ଥିବା ଟିକେଟ କାଉଣ୍ଟରରେ ଟିକେଟ ଖଣ୍ଡିଏ ପାଇଁ...

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ପାଞ୍ଚ ବର୍ଷରେ ଖାଲିଥିବା ସମସ୍ତ  ପଦ ପୂରଣ ହେବ

ଭୁବନେଶ୍ୱର,୧୨।୧୨(ରବିନାରାୟଣ ଜେନା):  ରାଜ୍ୟରୁ କିପରି ଦୁର୍ନୀତିର ମୂଳୋତ୍ପାଟନ ହୋଇପାରିବ ଏବଂ ରାଜ୍ୟବାସୀ ସୁଶାସନ ପାଇବେ ସେନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ପୁଣି ଥରେ...

ଖୁବ୍‌ଶୀଘ୍ର ପୂରଣ ହେବ ୧୪୧୪ ଆର୍‌ଆଇ, ଏଆର୍‌ଆଇ, ଅମିନ ପଦ

ଭୁବନେଶ୍ୱର,୧୨।୧୨(ରବିନାରାୟଣ ଜେନା): ରାଜ୍ୟ ସରକାର ଖାଲିଥିବା ପଦ ପୂରଣକୁ ଗୁରୁତ୍ଵ ଦେଉଥିବାବେଳେ ରାଜସ୍ବ ବିଭାଗ ପକ୍ଷରୁ ତିନୋଟି ବର୍ଗର ୧୪୧୪ ପଦ ପୂରଣ ଲାଗି ଓଡ଼ିଶା...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

‘ମୁଣ୍ଡରେ କଫନ୍ ବାନ୍ଧି କଂଗ୍ରେସର ସଂସ୍କାର ପାଇଁ ବାହାରିଛି’: ମହମ୍ମଦ ମୋକିମ୍

କଟକ,୧୧ା୧୨: ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌ ଦଳର ସଂସ୍କାର ଆଣିବା ଉଦ୍ଦେଶ୍ୟରେ ବାହାରିଥିବା କହିଛନ୍ତି। ପୂର୍ବରୁ ପିସିସି ସଭାପତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri