୭ ଓ୍ବାର୍ଡ କଂଗ୍ରେସ ଶୂନ୍ୟ

ଢେଙ୍କାନାଳ ଅଫିସ, ୮ା୩ ଢେଙ୍କାନାଳ ପୌର ପରିଷଦ ନିର୍ବାଚନରେ ହାତ ଟେକିଦେଲା କଂଗ୍ରେସ। ୨୦୧୩ରେ ମ୍ୟୁନିସିପାଲିଟିର ମୋଟ ୨୩ ଓ୍ବାର୍ଡ ମଧ୍ୟରୁ ୧୧ ଆସନରେ ବିଜୟୀ ହୋଇ ସର୍ବବୃହତ୍‌ ଦଳ ପାଲଟିଥିବା ବେଳେ ଚଳିତ ନିର୍ବାଚନରେ କଂଗ୍ରେସକୁ ପ୍ରାର୍ଥୀ ମିଳିଲେ ନାହିଁ। ଫଳରେ ଦେଶର ଏହି ସର୍ବପୁରାତନ ଦଳ ୭ଟି ଓ୍ବାର୍ଡରେ ପ୍ରାର୍ଥୀ ଦେଇପାରିନାହିଁ। ସମ୍ପୃକ୍ତ ୭ ଓ୍ବାର୍ଡକୁ କର ଛଡ଼ା କରି ଦଳ ନିର୍ବାଚନ ପୂର୍ବରୁ ଏକପ୍ରକାର ବ୍ୟାକ୍‌ଫୁଟ୍‌କୁ ଚାଲିଯାଇଛି। ତେବେ କଂଗ୍ରେସର ପ୍ରାର୍ଥୀ ନ ଦେବାକୁ ନେଇ ଚର୍ଚ୍ଚାକୁ ଆସିଛି ୬ନଂ. ଓ୍ବାର୍ଡ। କାରଣ ଏହି ଓ୍ବାର୍ଡର ବାସିନ୍ଦା ହେଉଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ପି ସିଂଦେଓ। ଏଭଳି ଜଣେ ପୁରୁଖା ନେତାଙ୍କ ଉପସ୍ଥିତି ସତ୍ତ୍ୱେ ଉକ୍ତ ଓ୍ବାର୍ଡରୁ ଦଳ ପ୍ରାର୍ଥୀ ଦେଇ ନ ପାରିବାକୁ ନେଇ ସହରରେ ନା ନା ଆଲୋଚନା ହେଉଛି। ଏଭଳି ସ୍ଥିତିରେ ବିଜେଡି ଏବଂ ଭାଜପା ମଧ୍ୟରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ସ୍ପଷ୍ଟ ହୋଇଛି।
ଅନ୍ୟପଟେ ଦଳୀୟ ବିଦ୍ରୋହ ଆଶଙ୍କାରେ ନଗରପାଳ ପ୍ରାର୍ଥୀଙ୍କ ନାମ ଝୁଲାଇ ରଖିଥିବା ଶାସକ ବିଜେଡି ନାମାଙ୍କନ ପ୍ରକ୍ରିୟାର ଅନ୍ତିମ ଦିନରେ ଅନିମା ନାୟକଙ୍କୁ ଟିକେଟ ଦେଇଛି। ସେହିପରି ବିଜେଡିରେ ଶତାଧିକ ଆଶାୟୀ ଟିକେଟ୍‌ ପାଇବାକୁ ଆଶା କରିଥିବାବେଳେ ସେମାନଙ୍କୁ ଶେଷ ମୁହୂର୍ତ୍ତରେ ନିରାଶ ହେବାକୁ ପଡ଼ିଛି। ସେଥିରୁ କେତେଜଣ ଭାଜପାରେ ଯୋଗଦେଇଛନ୍ତି। ନଗର ଯୁବ ବିଜେଡି ସଭାପତି ବିନୋଦ ମହାନ୍ତି ଦଳୀୟ ଟିକେଟରୁ ବଞ୍ଚତ୍ତ ହେବା ପରେ ଭାଜପାରେ ମିଶିଥିଲେ। ତାଙ୍କ ସ୍ତ୍ରୀ ଜୁଲିନା ମହାନ୍ତି ୭ନଂ. ଓ୍ବାର୍ଡରୁ ଭାଜପା କାଉନ୍‌ସିଲର ପ୍ରାର୍ଥୀ ହୋଇଛନ୍ତି। ଅନୁରୂପ ଭାବେ ବିଜେଡିର ବରିଷ୍ଠ କର୍ମକର୍ତ୍ତା ତଥା ପୂର୍ବତନ କାଉନ୍‌ସିଲର ଜ୍ଞାନଚାନ୍ଦ ମିଶ୍ର ମଧ୍ୟ ଟିକେଟ ନ ପାଇ ୩ନଂ. ଓ୍ବାର୍ଡରୁ ଭାଜପା କାଉନ୍‌ସିଲର ଭାବେ ନାମାଙ୍କନ ଦାଖଲ କରିଛନ୍ତି।
କଂଗ୍ରେସ ପକ୍ଷରୁ ଅତି ତରବରିଆ ଭାବେ ପ୍ରାର୍ଥୀ ଚୂଡ଼ାନ୍ତ କରାଯାଇଥିଲା। ସବୁ ଓ୍ବାର୍ଡ ପାଇଁ ପ୍ରାର୍ଥୀ ଯୋଗାଡ଼ ମଧ୍ୟ କଷ୍ଟକର ହୋଇପଡ଼ିଲା। ଏଥିଲାଗି ଦଳୀୟ କର୍ମକର୍ତ୍ତାମାନେ ଶାସକ ଦଳକୁ ଦାୟୀ କରିଛନ୍ତି। ଶାସକ ଦଳ ଅର୍ଥବଳ ଓ ବାହୁବଳ ଲଗାଇ ନିର୍ବାଚନକୁ ପ୍ରଭାବିତ କରୁଛି। ଦଳୀୟ ପ୍ରାର୍ଥୀଙ୍କୁ ଧମକଚମକ ଦେଇ ବସାଇ ଦିଆଯାଇଛି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

ପ୍ରଚେଷ୍ଟା ରହିଲେ ସଫଳତା ନିଶ୍ଚିତ ମିଳିବ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ସେଣ୍ଟ ଆନ୍ସ ଇଂଗ୍ରାଜୀ ମିଡିୟମ ସ୍କୁଲର ୧୯ ତମ ବାର୍ଷିକ ଉତ୍ସବ ସୋମବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ...

ଦୁର୍ବ୍ୟବହାର ପ୍ରତିବାଦରେ ଡାକ୍ତର, କର୍ମଚାରୀଙ୍କ ଧାରଣା

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମେଡ଼ିକାଲ ଅଫିସର ଓ ଡାକ୍ତରଙ୍କୁ କେତେଜଣ ବ୍ୟକ୍ତି ଦୁର୍ବ୍ୟବହାର ପ୍ରଦର୍ଶନ କରିବା ପ୍ରତିବାଦରେ ସୋମବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri