କେନ୍ଦ୍ର ନେଉନି: ବାହାରକୁ ଚାଉଳ ରପ୍ତାନି ଯୋଜନା

ଭୁବନେଶ୍ୱର,୮ା୩(ବ୍ୟୁରୋ):ରାଜ୍ୟରେ ଅଧିକ ଧାନ ଉତ୍ପାଦନ ହେଉଛି। ବଳକା ଚାଉଳ କେନ୍ଦ୍ର ସରକାର ନେଉନାହାନ୍ତି। ଯୋଗାଣ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ବଳକା ଚାଉଳ କିଣିବାକୁ କେନ୍ଦ୍ର ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ବହୁବାର ଅନୁରୋଧ କରିବା ପରେ ମଧ୍ୟ ରାଜ୍ୟରୁ ବଳକା ଧାନ ଉଠିପାରୁ ନାହିଁ। ବିଜେଡି ଏମ୍‌ପିମାନେ ପାର୍ଲାମେଣ୍ଟରେ ଏହି ପ୍ରସଙ୍ଗ ଉଠାଇବା ସହ କେନ୍ଦ୍ର ଖାଉଟି ବ୍ୟାପାର ଓ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ଦାବିପତ୍ର ଦେବା ପରେ ମଧ୍ୟ କେନ୍ଦ୍ର ସରକାର ଏଦିଗରେ କୌଣସି ପଦକ୍ଷେପ ନେଉନାହାନ୍ତି। ଭାରତୀୟ ଖାଦ୍ୟ ନିଗମ ବଳକା ଚାଉଳ ନେବାକୁ ମନା କରିବା ପରେ ରାଜ୍ୟ ସରକାର ନିଜସ୍ବ ଉଦ୍ୟମରେ ଅନ୍ୟ ରାଜ୍ୟ ଓ ବାହାର ଦେଶକୁ ଚାଉଳ ରପ୍ତାନି କରିବାକୁ ଯୋଜନା ଆରମ୍ଭ କରିଛନ୍ତି।
ଏ ନେଇ ସୋମବାର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। କୃଷକମାନଙ୍କ ଆୟବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ଓଡ଼ିଶାରୁ ଅଣ-ବାସମତୀ ଚାଉଳ ରପ୍ତାନି ବୃଦ୍ଧି ଉପରେ ଗୁରୁତ୍ୱ ଦେଇଛନ୍ତି। ଅଣ-ବାସମତୀ ସୁଗନ୍ଧଯୁକ୍ତ ଚାଉଳ ପାଇଁ ଧାନ ଚାଷ ନିମନ୍ତେ କ୍ଲଷ୍ଟର ପଦ୍ଧତି ଗ୍ରହଣ କରିବାକୁ ମୁଖ୍ୟ ଶାସନ ସଚିବ କୃଷି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ କୃଷକମାନଙ୍କୁ ଆବଶ୍ୟକ ବିହନ ଓ କୃଷି କୌଶଳ ଯୋଗାଇବା ପାଇଁ ନିଷ୍ପତ୍ତି ହୋଇଛି । ଚାଉଳ ରପ୍ତାନି ପ୍ରକ୍ରିୟା ସହ ସମ୍ପୃକ୍ତ ସଂସ୍ଥାଗୁଡିକୁ ନେଇ ଏକ ବିଶେଷଜ୍ଞ ଟିମ୍‌ ଗଠନ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଆନ୍ଧ୍ରରେ ଚାଉଳ ରପ୍ତାନି ପାଇଁ ଗ୍ରହଣ କରାଯାଇଥିବା ପଦ୍ଧତିକୁ ଅଧ୍ୟୟନ କରି ତୁରନ୍ତ ଯୋଜନା ପ୍ରସ୍ତୁତ କରିବା ପାଇଁ କୃଷି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।
ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ୍‌ ମୋଡରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ, ଭାରତ ସରକାରଙ୍କ କୃଷି ଓ ପ୍ରକ୍ରିୟାକରଣ ଖାଦ୍ୟଦ୍ରବ୍ୟ ରପ୍ତାନି କର୍ତ୍ତୃପକ୍ଷ (ଆପେଡା), କୃଷି ବୈଜ୍ଞାନିକ, ଚାଉଳ ରପ୍ତାନିକାରୀ ସଂଘର ପ୍ରତିନିଧି ପ୍ରମୁଖ ଯୋଗଦେଇ ରାଜ୍ୟରୁ ଚାଉଳ ରପ୍ତାନି ବୃଦ୍ଧି ସଂକ୍ରାନ୍ତରେ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ଚାଉଳ ରପ୍ତାନି ନିମନ୍ତେ ରାଜ୍ୟରେ
ଥିବା ବନ୍ଦର ଓ ଭିତ୍ତିଭୂମି ଆଦିକୁ ବିଚାର କରି ଅଣ-ବାସମତୀ ଚାଉଳ ରପ୍ତାନି ନିମନ୍ତେ ଏକ ବାତାବରଣ ସୃଷ୍ଟି କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତ୍ରିପାଠୀ କହିଛନ୍ତି ଯେ, ରାଜ୍ୟରୁ ଚାଉଳ ରପ୍ତାନିର ପର୍ଯ୍ୟାପ୍ତ ସୁଯୋଗ ରହିଛି । ଆପେଡା କର୍ତ୍ତୃପକ୍ଷ ଓ ରାଜ୍ୟ କୃଷି ନିର୍ଦ୍ଦେଶାଳୟ ମିଳିତଭାବେ କୃଷକ ସଂଘ, ରପ୍ତାନିକାରୀ ସଂସ୍ଥା ଏବଂ କୃଷି ବିଭାଗ ଅଧିକାରୀଙ୍କୁ ସାମିଲ କରି କ୍ଷେତ୍ରସ୍ତରରେ ଆଲୋଚନା ଓ କୃଷକ ଶିବିରମାନ ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରପ୍ତାନି ବୃଦ୍ଧି ନିମନ୍ତେ ଆବଶ୍ୟକ ପରୀକ୍ଷାଗାର ଶୃଙ୍ଖଳ, ଭଣ୍ଡାର, ଚାଷୀମାନଙ୍କ ମଧ୍ୟରେ ଅନ୍ତର୍ଜାତୀୟ ଖାଦ୍ୟାଭ୍ୟାସ ବିଷୟରେ ସଚେତନତା ସୃଷ୍ଟି ଏବଂ କୃଷକଙ୍କ ପାଇଁ ସହଜ ଓ ନିର୍ଭରଯୋଗ୍ୟ ଆନୁଷ୍ଠାନିକ ବ୍ୟବସ୍ଥା ଆଦି ବିଷୟରେ ବିଶେଷଜ୍ଞମାନେ ଆଲୋଚନା କରିଥିଲେ। ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନର ସଞ୍ଜୀବ ଚୋପ୍ରା, ଆପେଡା ନିର୍ଦ୍ଦେଶକ ଡ. ଅଙ୍ଗୁମୁଥୁ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ, କୃଷି ନିର୍ଦ୍ଦେଶକ ଡ. ମୁଥୁ କୁମାର, ଚାଉଳ ରପ୍ତାନିକାରୀ ସଂଘ ସଭାପତି ଭି.ଭି.ରାଓଙ୍କ ସମେତ ବରିଷ୍ଠ ବୈଜ୍ଞାନିକ ଓ ଅଧିକାରୀମାନେ ଆଲୋଚନାଚକ୍ରରେ ଯୋଗ ଦେଇ ରପ୍ତାନି ନେଇ ନିଜର ମତ ଉପସ୍ଥାପନ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ୨୦୧୬-୧୭ରୁ ୨୦୨୧ ମଧ୍ୟରେ ରାଜ୍ୟରେ ୨୧୪.୪ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ ଉତ୍ପାଦନ ହୋଇଥିବା ବେଳେ ଭାରତୀୟ ଖାଦ୍ୟ ନିଗମ ମାତ୍ର ୭୫.୮୭ ଲକ୍ଷ ଟନ୍‌ ଚାଉଳ ଉଠାଇଛି। ୨୦୧୬-୧୭ରେ ରାଜ୍ୟରେ ୩୬.୭୩ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ ଉତ୍ପାଦନ ହୋଇଥିବା ବେଳେ ଏଫସିଆଇ ୧୬.୦୮ ଟନ୍‌, ୨୦୧୭-୧୮ରେ ୩୩.୨୧ ଲକ୍ଷ ମେଟ୍ରିକ ଟନ୍‌ ଚାଉଳରୁ ୧୨.୩୯ ଲକ୍ଷ, ୨୦୧୮-୧୯ରେ ଉତ୍ପାଦିତ ହୋଇଥିବା ୪୪.୩୩ ଲକ୍ଷ ମେଟ୍ରିକ ଟନ୍‌ରୁ ୧୭.୭୪ ଲକ୍ଷ , ୨୦୧୯-୨୦ରେ ଉତ୍ପାଦିିତ ୪୭.୭୮ ଲକ୍ଷ ମେଟ୍ରିକ ଟନ୍‌ରୁ ୧୭.୧୬ ଲକ୍ଷ ଏବଂ ୨୦୨୦-୨୧ରେ ୫୨.୩୫ ଲକ୍ଷରୁ ୧୨.୫୦ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ ଉଠାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମେ’ ୩ରେ ରାୟଗଡ଼ା ଆସିବେ ରାହୁଲ

ଭୁବନେଶ୍ୱର,୨୯।୪: ମେ’ ୩ ତାରିଖରେ ରାୟଗଡ଼ା ଆସିବେ ରାହୁଲ ଗାନ୍ଧୀ। ଏ ନେଇ ସୂଚନା ଦେଇଛନ୍ତି ଭକ୍ତ ଦାସ। ପ୍ରିୟଙ୍କା ଗାନ୍ଧୀଙ୍କ ମଧ୍ୟ ନବରଙ୍ଗପୁର ଗସ୍ତ...

ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା କନିଷ୍ଠ ଶିକ୍ଷକଙ୍କ ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର

ପଟ୍ଟାଙ୍ଗି,୨୯।୪(ଶରତ ଧଳ): ଜଣେ କନିଷ୍ଠ ଶିକ୍ଷକ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ରହି ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ପଟ୍ଟାଙ୍ଗି ଥାନାରେ ଏକ ଅଭିଯୋଗ...

ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର,୨୯।୪: ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ଢେଙ୍କନାଳ ଜିଲାର ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।...

ରାହୁଲଙ୍କ ଭାଷଣକୁ ନେଇ ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ୱର, ୨୯।୪(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ପାଇଁ ମେ’ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଅନୁଷ୍ଠିତ ହେବ। ଏଥିଲାଗି ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନଙ୍କ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

କଂଗ୍ରେସ ଛାଡ଼ିଲେ ଦୁଲାଲ

ଭୁବନେଶ୍ୱର,୨୯ା୪: କଂଗ୍ରେସରୁ ସୋମବାର ଇସ୍ତଫା ଦେଇଛନ୍ତି ଦୁଲାଲ ପ୍ରଧାନ। ରବିବାର ଦୁଲାଲଙ୍କଠାରୁ ତାଙ୍କ ଟିକେଟ୍‌ ଫେରାଇ ନେବା ପରେ ସେ ଦଳ ଛାଡ଼ିଛନ୍ତି। ଦୁଲାଲ ତାଙ୍କର...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri