ଜେଲେନସ୍କିଙ୍କ ଉତ୍ସାହ ବଢ଼ାଉଛନ୍ତି ଓଲେନା…

କ୍ୱିଭ୍‌, ୬।୩ : ଯେତେବେଳେ ୟୁକ୍ରେନ୍‌ ଉପରେ ଯୁଦ୍ଧର ସଙ୍କଟ ଦେଖାଦେଇଛି। ସେତେବେଳେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ଉତ୍ସାହ ବଢ଼ାଉଛନ୍ତି ତାଙ୍କ ସ୍ତ୍ରୀ ଓଲେନା ଜେଲେନସ୍କି। ଫାଷ୍ଟ ଲେଡି ଓଲେନା ଜେଲେନସ୍କିଙ୍କ ସହିତ କାନ୍ଧକୁ କାନ୍ଧ ମିଶାଇ ଠିଆହୋଇ ତାଙ୍କୁ ସଙ୍କଟରେ ନଭାଙ୍ଗି ଏହାର ମୁକାବିଲା କରିବାକୁ ପ୍ରେରଣା ଦେଉଛନ୍ତି। ସେ କେବଳ ୟୁକ୍ରେନବାସୀଙ୍କୁ ସମର୍ଥନ ଦେଉନାହାଁନ୍ତି ବରଂ ଟେଲିଗ୍ରାମ ଚ୍ୟାନେଲ ମାଧ୍ୟମରେ ଯୁଦ୍ଧ ଦ୍ୱାରା ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ମଧ୍ୟ କାର୍ଯ୍ୟ କରୁଛନ୍ତି।

ଓଲେନା ରାଜନୀତିରେ ସକ୍ରିୟ ନୁହଁନ୍ତି। ବୃତ୍ତି ଅନୁଯାୟୀ ସେ ଜଣେ ସ୍ଥପତି ଏବଂ ସ୍କ୍ରିନ ରାଇଟର। ସେ କ୍ୱିଭ୍‌ ରିହ ନ୍ୟାଶନାଲ ୟୁନିଭରସିଟିରେ ଜଣେ ସ୍ଥପତି ଛାତ୍ର ଥିଲେ। ଯଦିଓ ସେ ଜଣେ ସ୍ଥପତି ଭାବରେ ଅଧିକ କାମ କର ିନଥିଲେ, ତେବେ ସେ କଳା ଜଗତ ପ୍ରତି ଆଗ୍ରହୀ ଥିଲେ।

ଏହା ପରେ, ଯେତେବେଳେ ଜେଲେନସ୍କି କ୍ୱାର୍ଟାଲ ୯୫ ଷ୍ଟୁଡିଓ ଆରମ୍ଭ କରିଥିଲେ, ସେତେବେଳେ ସେ ଓଲେନାଙ୍କୁ ସ୍କ୍ରିପ୍ଟ ରାଇଟର୍‌ ଭାବରେ ନିଯୁକ୍ତି ଦେଇଥିଲେ । ଏହି ସମୟରେ, ଓଲେନା ଏବଂ ଜେଲେନସ୍କିଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଥିଲା। ଭଲ ପାଇବା ଏହା ପରେ ପ୍ରେମର ଆରମ୍ଭ ହୋଇଥିଲା। ଶେଷରେ ଦୁହେଁ ସେପ୍ଟେମ୍ବର ୨୦୦୩ ବିବାହ କରିଥିଲେ।

ଏହି ଷ୍ଟୁଡିଓରେ ’ସର୍ଭେଣ୍ଟ୍‌ ଅଫ ଦି ପିପୁଲ’ ନାମକ ଏକ ପ୍ରସିଦ୍ଧ ଶୋ ଥିଲା ଯେଉଁଥିରେ ଜେଲେନସ୍କି ଏକ ସ୍କୁଲ ଶିକ୍ଷକ ଭୂମିକାରେ ଅଭିନୟ କରିଥିଲେ। ଏହି ଶୋ’ରେ ଏହା ଦର୍ଶାଯାଇଥିଲା ଯେ ଜଣେ ସ୍କୁଲ ଶିକ୍ଷକ କିପରି ଦେଶର ରାଷ୍ଟ୍ରପତି ହୁଅନ୍ତି। ଶୋର ସ୍କ୍ରିପ୍ଟ ଲେଖିଥିବା ଲୋକଙ୍କ ମଧ୍ୟରେ ଓଲେନା ମଧ୍ୟ ସାମିଲ ଥିଲେ।

ଏହା ପରେ, ଜେଲେନସ୍କିଙ୍କ ଲୋକପ୍ରିୟତା ତାଙ୍କୁ ଦେଶର ରାଷ୍ଟ୍ରପତି କରାଇଲା, କିନ୍ତୁ ଓଲେନା ପୂର୍ବ ପରି ପରଦା ପଛରେ କାମ କରିବା ଜାରି ରଖିଥିଲେ ଏବଂ ପ୍ରତ୍ୟେକ ଅସୁବିଧାରେ ତାଙ୍କ ସ୍ବାମୀଙ୍କୁ ଉତ୍ସାହିତ କରି ଚାଲିଥିଲେ।

ୟୁକ୍ରେନର ଫାଷ୍ଟ୍‌ ଲେଡି ଓଲେନା ମଧ୍ୟ ସ୍କୁଲ ନ୍ୟୁଟ୍ରେଶନ ସିଷ୍ଟମରେ ମଧ୍ୟ କାର୍ଯ୍ୟ କରନ୍ତି। ଓଲେନା ଜେଲେନସ୍କି ଦମ୍ପତିଙ୍କର ଦୁଇ ଜଣ ସନ୍ତାନ ଅଛନ୍ତି। ଆଲେକ୍ସଜାଣ୍ଡ୍ରା ହେଉଛି ତାଙ୍କ ଝିଅଙ୍କ ନାମ ଏବଂ କିରିଲ ତାଙ୍କ ପୁଅଙ୍କ ନାମ। ଆଲେକ୍ସଜାଣ୍ଡ୍ରା ଜଣେ ଅଭିନେତ୍ରୀ।
ରୁଷିଆର ଆକ୍ରମଣ ମଧ୍ୟରେ ଓଲେନା ତାଙ୍କ ଦେଶର ମହିଳା ଏବଂ ପିଲାମାନଙ୍କୁ ସହାୟତା କରିବା ପାଇଁ କାର୍ଯ୍ୟ କରିଛନ୍ତି। ସେ କହିଛନ୍ତି ଯେ ୟୁକ୍ରେନ ଏକ ଶାନ୍ତିପ୍ରିୟ ଦେଶ ଏବଂ ଆମେ ଯୁଦ୍ଧର ବିରୋଧୀ। କିନ୍ତୁ ଆମେ ଅତ୍ମସମର୍ପଣ କରିବୁ ନାହିଁ। ଆମେ ଶାନ୍ତି ପାଇଁ ସଂଗ୍ରାମ କରୁଛୁ ।


Enter your email to get our daily news in your inbox.

All Right Reserved By Dharitri.Com

ସସପେନ୍ସ ଶେଷ! ୨୦୨୭ ବିଶ୍ୱକପ ଖେଳିବେ କି ବିରାଟ କୋହଲି, କୋଚ କରିଦେଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ଷ୍ଟାର କ୍ରିକେଟର୍‌ ବିରାଟ କୋହଲି ବିଜୟ ହଜାରେ ଟ୍ରଫିରେ ଏକ ଚମିତ୍କାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ ଆନ୍ଧ୍ର ବିପକ୍ଷରେ ୧୩୧ ରନର ଏକ...

ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଆଘାତ…ସମୁଦ୍ରରେ ଭାସି ଆସିଲା ମହାପ୍ରଭୁଙ୍କ ବିଗ୍ରହ, ଦୟନୀୟ ଅବସ୍ଥାରେ ଉଦ୍ଧାର

ପୁରୀ ୨୫/୧୨( ଅଜିତ୍ କୁମାର ସାହୁ): ପୁଣି ମହାପ୍ରଭୁଙ୍କୁ ଅପମାନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ସମୁଦ୍ରରେ ଭାସିଵାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ...

ଭାରତକୁ ନେଇ ଏମିତି କହିଦେଲା ଚାଇନା: ବିଶ୍ୱରେ ଖେଳିଗଲା ଚାଞ୍ଚଲ୍ୟ, ଆମେରିକା….

ନୂଆଦିଲ୍ଲୀ,୨୫।୧୨: ଭାରତ-ଚାଇନା ସମ୍ପର୍କକୁ ନେଇ ଆମେରିକାର ପ୍ରତିରକ୍ଷା ବିଭାଗ (ପେଣ୍ଟାଗନ)ର ଏକ ସାମ୍ପ୍ରତିକ ରିପୋର୍ଟକୁ ଦେଖି ଚାଇନା ରାଗିଯାଇଛି। ରିପୋର୍ଟରେ କୁହାଯାଇଛି, ଚାଇନା ଦ୍ୱିପାକ୍ଷିକ ସମ୍ପର୍କକୁ...

ସର୍ବଭାରତୀୟ ନାଟକ ସମାରୋହ ଉଦ୍‌ଘାଟିତ: ଆଜି ମଞ୍ଚସ୍ଥ ହେବ ‘ମାଗୁଣିର ଶଗଡ଼’

ବଲାଙ୍ଗୀର,୨୫ା୧୨(ସୁନିଲ କୁମାର ମହାନ୍ତି): ସର୍ବଭାରତୀୟ ବହୁଭାଷୀ ନାଟକ ସମାରୋହ ମଠଖାଇ ମହୋତ୍ସବ ଗୁରୁବାର ଉଦ୍‌ଘାଟିତ ହୋଇଛି। ସକାଳେ ବଲାଙ୍ଗୀର ସହର ଉପକଣ୍ଠ ମଠଖାଇ ମନ୍ଦିରରୁ ନାଟ୍ୟ...

ଚିନ୍ତାଜନକ ସ୍ଥିତି! ଦିଲ୍ଲୀକୁ ଟପିଲା ବାଲେଶ୍ବର, ଦେଶର ସବୁଠାରୁ ଅଧିକ ପ୍ରଦୂଷିତ ସହର…

ଭୁବନେଶ୍ବର,୨୫।୧୨: ଗତ କିଛିଦିନ ପୂର୍ବରୁ ଜାତୀୟ ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ଚିନ୍ତାଜନକ ଥିଲା । ସ୍ଥିତି ସଙ୍ଗୀନ ହୋଇଥିବା ବେଳେ ସ୍କୁଲ ମଧ୍ୟ ବନ୍ଦ ରଖାଯାଇଥିଲା...

‘ନା ପୋଷ୍ଟ, ନା ଲାଇକ, ନା କମେଣ୍ଟ, ଏବେ ସେନାକୁ ଇନଷ୍ଟାଗ୍ରାମରେ କେବଳ ରିଲ ଦେଖିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ସୋସିଆଲ ମିଡିଆ ବ୍ୟବହାର ସମ୍ପର୍କରେ ଏହାର ନୀତି ସଂଶୋଧନ କରିଛି। ନୂତନ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଅନୁଯାୟୀ, ସେନା ସୈନିକ ଏବଂ ଅଧିକାରୀମାନେ...

ଏଣିକି ଘରର ଝିଅ-ବୋହୂଙ୍କୁ ସ୍ମାର୍ଟଫୋନ୍‌ ମନା, ବ୍ୟବହାର କରିବେ ପୁରୁଷ

ଜୟପୁର,୨୫ା୧୨: ଏଣିକି ଘରର ଝିଅ-ବୋହୂ ବ୍ୟବହାର କରିପାରିବେନି ସ୍ମାର୍ଟଫୋନ୍‌। ମାତ୍ର ଏହାକୁ ଘରର ପୁରୁଷମାନେ ବ୍ୟବହାର କରିପାରିବେ। ଘରର ମହିଳାମାନେ କେବଳ କି-ପ୍ୟାଡ୍‌ ଫୋନ୍‌ ବ୍ୟବହାର...

ପ୍ରଭୁ ଯିଶୁଙ୍କ ଧରାବତରଣ, ଉତ୍ସବମୁଖର ଜି.ଉଦୟଗିରିର ଚର୍ଚ୍ଚ

ଜି.ଉଦୟଗିରି,୨୫/୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଖ୍ରୀଷ୍ଟ ସମ୍ପ୍ରଦାୟର ସବୁଠାରୁ ବଡ଼ ଉତ୍ସବ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ଆଜି ଅର୍ଥାତ ଡିସେମ୍ବର ୨୫ ତାରିଖରେ ସ୍ଥାନୀୟ ଅଞ୍ଚଳର ସମସ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri