କେବେ ଆକ୍ରମଣ ହେବ ସ୍ଥିର କରିଥିଲେ ରୁଷିଆ-ଚାଇନା, ଆମେରିକାର ଅଭିଯୋଗ…

ଓ୍ବାଶିଂଟନ/ମସ୍କୋ/ବେଜିଂ,୩।୩ : ୟୁକ୍ରେନ୍‌ ଉପରେ କେବେ ଆକ୍ରମଣ କରାଯିବ ତାହା ଚାଇନା ଏବଂ ରୁଷିଆ ପୂର୍ବରୁ ସ୍ଥିର କରିଥିବା ଆମେରିକା ପକ୍ଷରୁ ଅଭିଯୋଗ ହୋଇଛି। ଚାଇନାରେ ଶୀତକାଳୀନ ଅଲିମ୍ପିକ୍ସ୍‌ ପରେ ଆକ୍ରମଣ କରିବା ଲାଗି ଯୋଜନା ପ୍ରସ୍ତୁତ ହୋଇଥିବା ଆମେରିକା ଗୁପ୍ତଚର ସଂସ୍ଥା ପକ୍ଷରୁ କୁହାଯାଇଛି।

ବହୁ ପୂର୍ବରୁ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିବାକୁ ଯାଉଥିଲା, କିନ୍ତୁ ବେଜିଂରେ ଶୀତକାଳୀନ ଅଲିମ୍ପିକ୍ସ ପରେ ଚାଇନା ଆକ୍ରମଣ କରିବାକୁ ପ୍ରବର୍ତ୍ତାଇଥିଲା। ରୁଷିଆ ଘନିଷ୍ଠ ବନ୍ଧୁ ଚାଇନାର ପରାମର୍ଶକୁ ମାନି କରି ଆକ୍ରମଣ ଘୁଞ୍ଚାଇ ଦେଇଥିଲା ବୋଲି ଆମେରିକା କହିଛି। ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ ଏବଂ ଚାଇନା ପ୍ରତିପକ୍ଷ ଶି ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ଏନେଇ ବୁଝାମଣା ହୋଇଥିବା ଆମେରିକା ପକ୍ଷରୁ ଅଭିଯୋଗ ଅଣାଯାଇଛି।

ଶୀତକାଳୀନ ଅଲିମ୍ପିକ୍ସ ଶେଷ ହେବା ପୂର୍ବରୁ ଆକ୍ରମଣ ନକରିବାକୁ ଫେବୃଆରୀ ପ୍ରାରମ୍ଭରେ ଚାଇନାର ବରିଷ୍ଠ ଅଧିକାରୀମାନେ ରୁଷିଆ ନେତାମାନଙ୍କୁ କହିଥିଲେ। ନ୍ୟୁୟର୍କ ଟାଇମ୍ସ ଏହାର ରିପୋର୍ଟରେ ଏହା ଦାବି କରିଛି। ଏହି ରିପୋର୍ଟରେ ଆମେରିକା ଜୋ ବାଇଡେନ୍‌ ପ୍ରଶାସନର ଅଧିକାରୀ ଏବଂ ପାଶ୍ଚାତ୍ୟ ଗୁପ୍ତଚରଙ୍କ ରିପୋର୍ଟ ସମ୍ପର୍କରେ ଉଲ୍ଲେଖ କରାଯାଇଛି।

ରିପୋର୍ଟ ଅନୁଯାୟୀ, ୟୁକ୍ରେନ ଉପରେ ଆକ୍ରମଣ ଯୋଜନା ବିଷୟରେ ଚାଇନାର ବରିଷ୍ଠ ଅଧିକାରୀମାନେ ଅବଗତ ଥିଲେ। ଆକ୍ରମଣ ଯୋଜନା ସମ୍ପର୍କରେ ପୁଟିନ ଜିନପିଙ୍ଗଙ୍କୁ ମଧ୍ୟ ସୂଚନା ଦେଇଥିବା ଅଭିଯୋଗ ଅଣାଯାଇଛି।

ଅପରପକ୍ଷରେ ୱାଶିଂଟନରେ ଥିବା ଚାଇନା ଦୂତାବାସର ମୁଖପାତ୍ର ଲିୟୁ ପେଙ୍ଗୁ ଏହି ରିପୋର୍ଟକୁ ଅସ୍ବୀକାର କରିଛନ୍ତି। ଏହା ଭିତ୍ତିହୀନ କଳ୍ପନାଜଳ୍ପନା ବୋଲି ସେ କହିଛନ୍ତି। ଆମେରିକାର ବୈଦେଶିକ ବିଭାଗ ଏବଂ ଗୁପ୍ତଚର ଏଜେନ୍ସି ସିଆଇଏ ଏପର୍ଯ୍ୟନ୍ତ ଏହି ରିପୋର୍ଟ ଉପରେ କୌଣସି ମନ୍ତବ୍ୟ ଦେଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

ଆତ୍ମହତ୍ୟା କଲେ ଅଭିନେତ୍ରୀ, ସରକାରୀ ଚାକିରି କରିବାକୁ ଚାପ ପକାଉଥିଲେ ପରିବାର

ବେଙ୍ଗାଲୁରୁ,୨୯।୧୨: ସରକାରୀ ଚାକିରି ଆଉ ବିବାହ ଚାପରୁ ମୁକୁଳିପାରି ନାହାନ୍ତି ଲୋକପ୍ରିୟ ଅଭିନେତ୍ରୀ ନନ୍ଦିନୀ ସିଏମ୍‌। ବେଙ୍ଗାଲୁରୁର କେଙ୍ଗେରୀ ସ୍ଥିତ ଏକ ପେଇଂ ଗେଷ୍ଟ (PG)...

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ପୁଟିନଙ୍କ ବାସଭବନକୁ ୟୁକ୍ରେନର ଡ୍ରୋନ୍ ମାଡ଼; ଏପରି ପ୍ରତିକ୍ରିୟା ଦେଲେ ଜେଲେନସ୍କି

ନୂଆଦିଲ୍ଲୀ,୨୯।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ୟୁକ୍ରେନ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିଥିବା ରୁଷିଆ ଦାବି କରିଛି। ତେବେ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା...

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌ ପୂର୍ବରୁ ହଠାତ୍‌ ସନ୍ନ୍ୟାସ ନେଇ ଚମକାଇଲେ ଏହି ଅଲରାଉଣ୍ଡର, କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ,୨୯।୧୨: ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ଡଗ ବ୍ରାସୱେଲ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ବ୍ରାସୱେଲ ୬୯ଟି ଅନ୍ତର୍ଜାତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳର ପ୍ରତିନିଧିତ୍ୱ କରିଥିଲେ, ୧୨୦...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ୭୯,୦୦୦ କୋଟି ଟଙ୍କାର ସାମରିକ ଉପକରଣ କିଣିବାକୁ ମଞ୍ଜୁରୀ

ନୂଆଦିଲ୍ଲୀ ,୨୯।୧୨: ଶକ୍ତିଶାଳୀ ହେବ ଭାରତୀୟ ସେନା। ନାଲି ଆଖି ଦେଖାଇଲେ ମିସାଇଲ ମାଡ଼ କରିବ ଭାରତ। ଦେଶର ପ୍ରତିରକ୍ଷା କ୍ଷମତାକୁ ଅଧିକ ସୁଦୃଢ଼ କରିବା...

ଜାନୁଆରୀ ୫ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଏହିଦିନ ହେବ ପଞ୍ଜୀକରଣ

ଭୁବନେଶ୍ୱର,୨୯।୧୨: ଆସନ୍ତା ସୋମବାର ଜାନୁଆରୀ ୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୦ ଘଟିକାରୁ ୟୁନିଟ-୨, ଅଶୋକ ନଗର,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri