ଦିଲ୍‌ ମେ ହୋ ତୁମ୍‌…

ମୁମ୍ବାଇ, ୧୬।୨ : ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ବାପି ଲାହିରୀଙ୍କ ପରଲୋକ ମଙ୍ଗଳବାର ରାତି ସାଢ଼େ ୧୧ଟାରେ ମୁମ୍ବାଇର ଜୁହୁସ୍ଥିତ କ୍ରିଟି କେୟାର ହସ୍ପିଟାଲରେ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା। ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଦୀପକ ନାମ ଯୋଶୀ କହିଛନ୍ତି ଯେ ବାପି ଲାହିରୀଙ୍କୁ ଏକ ମାସ ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ସୋମବାର ତାଙ୍କୁ ଡିସଚାର୍ଜ କରାଯାଇଥିଲା। ମଙ୍ଗଳବାର ଦିନ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଆହୁରି ଖରାପ ହେବାକୁ ଲାଗିଲା। ଘରେ ଚେକ୍‌ ଅପ୍‌ ପରେ ତାଙ୍କୁ ପୁଣି ହସ୍ପିଟାଲକୁ ଅଣାଯାଇଥିଲା। ଯୋଶୀ କହିଛନ୍ତି ଯେ ବାପିଙ୍କର ସ୍ବାସ୍ଥ୍ୟ ସମ୍ବନ୍ଧୀୟ ବହୁ ସମସ୍ୟା ରହିଥିଲା। ତେବେ ଅବଷ୍ଟ୍ରକ୍‌ଟିଭ୍‌ ସ୍ଲିପ୍‌ ଏପ୍ନିଆ (ଅବରୋଧକାରୀ ନିଦ୍ରାହୀନତା) ଯୋଗୁ ମଙ୍ଗଳବାର ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା।

ବାପି ଲାହିଲୀ ବଙ୍ଗଳା ଏବଂ ହିନ୍ଦୀ ଚଳଚ୍ଚିତ୍ରର ଜଣେ ପ୍ରସିଦ୍ଧ ଗାୟକ ଥିଲେ। ସେ ତିନି ବର୍ଷ ବୟସରେ ତାବଲା ବଜାଇବା ଆରମ୍ଭ କରିଥିଲେ। ୧୪ ବର୍ଷ ବୟସରେ ସେ ତାଙ୍କର ପ୍ରଥମ ଗୀତ ଗାଇଥିଲେ। ସଙ୍ଗୀତ ବ୍ୟତୀତ ସେ ରାଜନୀତିରେ ମଧ୍ୟ ନିଜର ପରିଚୟ ସୃଷ୍ଟି କରି ପାରିଥିଲେ।  ୨୦୧୪ ଲୋକସଭା ନିର୍ବାଚନରେ ସେ ପଶ୍ଚିମବଙ୍ଗରେ ଭାଜପା ଟିକଟରେ ପ୍ରତିଦ୍ୱନ୍ଦୀତା କରିଥିଲେ।

ବାପି ଦା ନାମରେ ଜଣାଶୁଣା ଆଲୋକେଶ ଲାହିରୀ ୭୦ ଦଶକରେ ଡିସ୍କୋ ଏବଂ ରକ୍‌ ମ୍ୟୁଜିକ ସହିତ ବଲିଉଡକୁ ନୂଆ ପରିଚୟ ଦେଇଥିଲେ। ପଶ୍ଚିମବଙ୍ଗର ଜାଲପାଇଗୁଡ଼ିରେ ୨୭ ନଭେମ୍ବର ୧୯୫୨ରେ ଜନ୍ମଗ୍ରହଣ କରିଥିବା ବାପି ଲାହିରୀ ତାଙ୍କର ଭିନ୍ନ ଶୈଳୀ ଯୋଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ ।

ସୁନା ଅଳଙ୍କାରରେ ସଜ୍ଜିତ ଜଣେ ସଂଗୀତଜ୍ଞ ଭାବରେ ବାପି ଦା ପ୍ରଶଂସକଙ୍କ ମଧ୍ୟରେ ବିଶେଷ ଭାବେ ପରିଚିତ ଥିଲେ। ବେକରେ ମୋଟା ସୁନା ଶିକୁଳି ଭଳି ଚେନ୍‌, ରିଙ୍ଗ ଏବଂ ବ୍ରେସଲେଟ ପିନ୍ଧି ସେ ବେଶ୍‌ ଗ୍ଲାମରସ୍‌ ପରିଚିତି ସୃଷ୍ଟି କରିପାରିଥିଲେ। ପ୍ରଶଂସକମାନେ ତାଙ୍କୁ ଗୋଲ୍ଡେନ ସିଙ୍ଗର ବୋଲି କହୁଥିଲେ।

ବଲିଉଡରେ ନିଜର କ୍ୟାରିଅର ଯାତ୍ରାରେ ସେ ଅନେକ ସୁପର ଡୁପର ହିଟ ଗୀତ ଗାନ କରିବା ସହିତ ବହୁ ଗୀତର ନିର୍ଦ୍ଦେଶନା ଦେଇ ଅମର ହୋଇ ଯାଇଛନ୍ତି।

୮୦ ଦଶକରେ ବାପି ଲାହିରୀ, ତାଙ୍କ ସଙ୍ଗୀତ ଏବଂ ଗୀତ ମାଧ୍ୟମରେ ଲୋକଙ୍କ ହୃଦୟକୁ ଛୁଇଁ ପାରିଥିଲେ। ଡିସ୍କୋ ଡାନ୍ସର୍‌, ଶରାବୀ ଏବଂ ନମକ ହାଲ ଭଳି ସୁପରହିଟ ଚଳଚ୍ଚିତ୍ରରେ ତାଙ୍କର ଅଭୁଲା ଗୀତ ଲୋକଙ୍କୁ ଆକର୍ଷିତ କରିଥିଲା।

ତାଙ୍କର ଅତି ଲୋକପ୍ରିୟ ସଙ୍ଗୀତ ମଧ୍ୟରେ ବମ୍ବେଇ ସେ ଆୟା ମେରା ଦୋସ୍ତ – ଆପ କି ଖାତିର (୧୯୭୭), ଦେଖା ହୈ ମେନେ ତୁଝ୍‌କୋ ଫିର – ୱାର୍ଦତ୍‌ (୧୯୮୧), ରାତ୍‌ ବାକି ବାତ୍‌ ବାକି- ନମକ୍‌ ହଲାଲ୍‌ (୧୯୮୨), କୋଇ ୟାହାଁ ୟାହାଁ ନାଚେ ନାଚ – ଡିସ୍କୋ ଡ୍ୟାନ୍ସର (୧୯୮୨), ୟାଦ୍‌ ଆ ରହା ହୈ – ଡିସ୍କୋ ଡ୍ୟାନ୍ସର (୧୯୮୨), ଜୀନା ଭୀ କ୍ୟା ହୈ ଜୀନା – କସମ ପୈଦା କରନେ ୱାଲେ କି (୧୯୮୪), ୟାର ବିନା ଚୈନ୍‌ କାହାଁ ରେ – ସାହେବ (୧୯୮୫), ଦିଲ ମେଁ ହୋ ତୁମ – ସତ୍ୟମେବ ଜୟତେ (୧୯୮୭), ତମା ତମା ଲୋଗେ – ଥାନେଦାର (୧୯୯୦), ଓହ ଲା ଲା – ଦାର୍ଟି ପିକଚର (୨୦୧୨), ତୁନେ ମାରି ଏଣ୍ଟ୍ରିୟାଁ – ଗୁଣ୍ଡେ (୨୦୧୪), ତମା ତମା ଏଗେନ୍‌ – ବଦ୍ରିନାଥ କି ଦୁଲହାନିଆ (୨୦୧୭) ଆଦି ବେଶ୍‌ ଲୋକପ୍ରିୟ ହୋଇ ପାରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଙ୍ଗନାଙ୍କୁ ରାଖୀଙ୍କ ଖୋଲା ଚ୍ୟାଲେଞ୍ଜ

ବମ୍ବେ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି ଡ୍ରାମା କୁଇନ୍‌ ରାଖୀ ସାଓ୍ବନ୍ତ। ସର୍ବଦା କିଛି ନା କିଛି କାରଣକୁ ନେଇ ବିବାଦରେ ରହୁଥିବା...

ବାପା ହେଲେ ଏହି ବଲିଉଡ୍‌ ଅଭିନେତା

ବମ୍ବେ: ପୁଣିଥରେ ବାପା ହୋଇଛନ୍ତି ବଲିଉଡ୍‌ ଅଭିନେତା ହରମନ ବାବେଜା। ତାଙ୍କ ଘରକୁ ଏକ କୁନି ରାଜକୁମାରୀ ଆସିଛନ୍ତି। ମାର୍ଚ୍ଚରେ ଅଭିନେତା ବାପା ହୋଇଥିଲେ ହେଁ...

ସଲମାନଙ୍କ ଘର ଉପରକୁ ଗୁଳିମାଡ଼ କରିଥିବା ଅଭିଯୁକ୍ତଙ୍କ ଆତ୍ମହତ୍ୟା

ମୁମ୍ବାଇ,୧ା୫: ବି’ ଟାଉନ୍‌ର ଭାଇଜାନ ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ସଲମାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ...

ଋଷିଙ୍କୁ ମନେପକାଇଲେ ନୀତୁ

ମୁମ୍ବାଇ: ଅଭିନେତା ଋଷି କପୁରଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ମଙ୍ଗଳବାର ପାଳିତ ହୋଇଯାଇଛି। ବଲିଉଡ୍‌ ଇଣ୍ଡଷ୍ଟ୍ରିର ଏହି ଭେଟେରାନ ଅଭିନେତାଙ୍କର ଦେହାନ୍ତ ହେବାରେ ଇତି ମଧ୍ୟରେ ୪...

ଏହି ଯୁବ କ୍ରିକେଟରଙ୍କୁ ନେଇ ମନର କଥା କହିଲେ ଶାହାରୁଖ

ମୁମ୍ବାଇ,୩୦।୪: କୋଲକାତା ନାଇଟ ରାଇଡର୍ସ ମାଲିକ ଶାହରୁଖ ଖାନ ଆସନ୍ତା ଟି -୨୦ ବିଶ୍ୱକପରେ ତାଙ୍କ ଦଳର ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂଙ୍କୁ ଭାରତୀୟ ଦଳରେ...

ପୁଅ ଅଭ୍ୟାନଙ୍କ ସହ ୱାର୍କଆଉଟ୍‌ କଲେ ଦିୟା

ମୁମ୍ବାଇ: ବଲିଉଡ୍‌ର ଷ୍ଟାର୍‌ ଅଭିନେତ୍ରୀମାନଙ୍କ ମଧ୍ୟରୁ ଦିୟା ମିର୍ଜା ଅନ୍ୟତମ। ସେ ନିଜର ନିଖୁଣ ଅଭିନୟ ଦ୍ୱାରା ବହୁବାର ଦର୍ଶକଙ୍କ ପ୍ରଶଂସା ସାଉଁଟିବାରେ ସଫଳ ହୋଇଛନ୍ତି। ମିସ୍‌...

ଫସିଗଲେ ଅଭିନେତା ସାହିଲ

ମୁମ୍ବାଇ,୨୮।୪: ମହାଦେବ ଅନଲାଇନ ବେଟିଂ ଆପ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁମ୍ବାଇ ପୋଲିସ ବର୍ତ୍ତମାନ ଠକେଇ ଏବଂ ଜୁଆର ବିଭିନ୍ନ ବିଭାଗରେ ଆପର ପ୍ରମୋଟରଙ୍କ...

ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ: ଦମନ, ପ୍ରତୀକ୍ଷା ମନୋନୀତ

ଭୁବନେଶ୍ୱର,୨୭ା୪(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଖୁସି ଓ ଗର୍ବର ଖବର। ନିକଟରେ ଓଡ଼ିଆ ସିନେମାରେ ଚର୍ଚ୍ଚାରେ ଥିବା ଦୁଇଟି ଚଳଚ୍ଚିତ୍ର ‘ଦମନ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri