ନିର୍ବାଚନ ବେଳେ ମନେପଡ଼େ ମହୁଲପଦା ଗାଁ

କଳିଙ୍ଗନଗର,୧୫ା୨(ଡି.ଏନ.ଏ.):ଧାତବ ଶିଳ୍ପର ରାଜଧାନୀ ଯାଜପୁର ଜିଲାର କଳିଙ୍ଗନଗର ଶିଳ୍ପାଞ୍ଚଳ ସଂଲଗ୍ନ ପଞ୍ଚାୟତ ମଧ୍ୟରୁ ଯଖପୁରା ଅନ୍ୟତମ। ଏହି ପଞ୍ଚାୟତର ମହୁଲପଦା ଗଁାକୁ ଦେଖିଲେ ତାହା ବିକାଶ ନକ୍ସାରୁ ବାଦ୍‌ ପଡ଼ିଥିବା ଅନୁଭବ ହୁଏ। ଗାଁ ବିକାଶରେ ପ୍ରକୃତ ବିକାଶ ନ୍ୟାୟରେ ପଞ୍ଚାୟତକୁ କ୍ଷମତା ହସ୍ତାନ୍ତର କରାଯାଇଛି। ମାତ୍ର ବ୍ୟାପକ ଅନୁଦାନ ସତ୍ତ୍ୱେ ବଦଳି ନାହିଁ ଏହି ଗାଁର ଚିତ୍ର। ନିର୍ବାଚନ ଆସିଲେ ବିଭିନ୍ନ ରାଜନୈତକ ଦଳର ନେତା ଓ ପ୍ରାର୍ଥୀମାନେ ଏହି ଗଁାକୁ ମନେପକାଇଥାନ୍ତି। ମାତ୍ର ଭୋଟ୍‌ ସରିଗଲା ପରେ ସମସ୍ତେ ଭୁଲିଯାଆନ୍ତି। ଉକ୍ତ ଗାଁର ମୁଖ୍ୟ ସମସ୍ୟା ହେଉଛି ଏହାର ପ୍ରବେଶପଥ ସଂଲଗ୍ନ ରାସ୍ତା। ଅସରାଏ ବର୍ଷା ହେଲେ ଗାଁ ରାସ୍ତାରେ ଚାଲିବା କଷ୍ଟକର। ଶତ ପ୍ରତିଶତ ତଫସିଲଭୁକ୍ତ ଜାତି ଲୋକେ ବାସ କରୁଥିବା ଏହି ଗାଁର ୧୬ଟି ଘରେ ପାଖାପାଖି ୩୦ ପରିବାର ରହୁଛନ୍ତି। ଗ୍ରାମବାସୀଙ୍କ ମଧ୍ୟରୁ ଅର୍ଦ୍ଧାଧିକ ଦିନମଜୁରିଆ। କେହି କେହି ପାଖ କାରଖାନାରେ ଠିକା ଶ୍ରମିକ ଭାବେ କାମ କରନ୍ତି। ସବୁ ପରିବାର ଭୂମିହୀନ ହୋଇଥିବାବେଳେ ସରକାରୀ ଜମିରେ ଘର କରି ରହୁଛନ୍ତି। ଗ୍ରାମର କାହାକୁ ବସୁନ୍ଧରା ଯୋଜନାରେ ସାମିଲ କରାଯାଇନାହିଁ। ଦୀର୍ଘଦିନ ଧରି ଉପେକ୍ଷିତ ରହିଛନ୍ତି ଏହି ଗାଁର ଲୋକେ।
ବାସନ୍ତି ମଲିକଙ୍କ କହିବା ମୁତାବକ, ସବୁଥର ନିର୍ବାଚନ ପୂର୍ବରୁ ଆମ ଗାଁରେ ଭିଡ଼ ହୁଏ। ଭୋଟ ଭିକ୍ଷା ବାହାନାରେ ପ୍ରଚୁର ପ୍ରତିଶୁ୍ରତି ଅଜାଡ଼ି ଦିଆଯାଏ। ମାତ୍ର ଭୋଟ ସରିଲେ କାଶିଆ କିଏ ନା କପିଳା କିଏ। ଗାଁ ରାସ୍ତା କଂକ୍ରିଟ କରିବାକୁ ବିଡିଓଙ୍କଠାରୁ ନେତାଙ୍କ ପର୍ଯ୍ୟନ୍ତ ବାରମ୍ବାର ଦାବି ଜଣାଇ ନେହୁରା ହେଉଥିଲେ ମଧ୍ୟ ସୁଫଳ ମିଳିନାହିଁ। ନିର୍ବାଚନ ପରେ କେମିତି ଅଛୁ ବୁଝିବାକୁ ଆମ ଗାଁରେ ଦିନେ କାହାର ପାଦ ପଡ଼ିନାହିଁ। ଚଳିତଥର ଏହି ପଞ୍ଚାୟତରୁ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଭାବେ ଅରୁଣ ଜ୍ୟୋତି ସାମଲ, ଭାଜପା ସମର୍ଥିତ ପ୍ରାର୍ଥୀ କୁଳମଣି ଧଳ ଏବଂ ସ୍ବାଧୀନ ଭାବେ ଦୀପକ କୁମାର ନାୟକ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏହି ପଞ୍ଚାୟତ ଅଧୀନ ୧୫ ୱାର୍ଡର ମୋଟ୍‌ ୩୮୩୮ ଭୋଟର ମତଦାନ କରିବେ। ତେବେ ଏଥର ଲୋକେ କାହାକୁ ବିଜୟୀ କରାଇବେ ତାହା ଭୋଟ୍‌ ଗଣତି ପରେ ଜଣାପଡ଼ିବ। ମାତ୍ର ସମସ୍ୟା ଯେଉଁମାନେ ସମାଧାନ କରିବେ ଲୋକେ ସେମାନଙ୍କୁ ଭୋଟ୍‌ ଦେବେ ବୋଲି କହିଛନ୍ତି। ଏବେ ଦେଖିବାକୁ ଅପେକ୍ଷା ଲୋକେ କାହାକୁ ଚୟନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବଭାରତୀୟ ନାଟକ ସମାରୋହ ଉଦ୍‌ଘାଟିତ: ଆଜି ମଞ୍ଚସ୍ଥ ହେବ ‘ମାଗୁଣିର ଶଗଡ଼’

ବଲାଙ୍ଗୀର,୨୫ା୧୨(ସୁନିଲ କୁମାର ମହାନ୍ତି): ସର୍ବଭାରତୀୟ ବହୁଭାଷୀ ନାଟକ ସମାରୋହ ମଠଖାଇ ମହୋତ୍ସବ ଗୁରୁବାର ଉଦ୍‌ଘାଟିତ ହୋଇଛି। ସକାଳେ ବଲାଙ୍ଗୀର ସହର ଉପକଣ୍ଠ ମଠଖାଇ ମନ୍ଦିରରୁ ନାଟ୍ୟ...

ଚିନ୍ତାଜନକ ସ୍ଥିତି! ଦିଲ୍ଲୀକୁ ଟପିଲା ବାଲେଶ୍ବର, ଦେଶର ସବୁଠାରୁ ଅଧିକ ପ୍ରଦୂଷିତ ସହର…

ଭୁବନେଶ୍ବର,୨୫।୧୨: ଗତ କିଛିଦିନ ପୂର୍ବରୁ ଜାତୀୟ ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ଚିନ୍ତାଜନକ ଥିଲା । ସ୍ଥିତି ସଙ୍ଗୀନ ହୋଇଥିବା ବେଳେ ସ୍କୁଲ ମଧ୍ୟ ବନ୍ଦ ରଖାଯାଇଥିଲା...

‘ନା ପୋଷ୍ଟ, ନା ଲାଇକ, ନା କମେଣ୍ଟ, ଏବେ ସେନାକୁ ଇନଷ୍ଟାଗ୍ରାମରେ କେବଳ ରିଲ ଦେଖିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ସୋସିଆଲ ମିଡିଆ ବ୍ୟବହାର ସମ୍ପର୍କରେ ଏହାର ନୀତି ସଂଶୋଧନ କରିଛି। ନୂତନ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଅନୁଯାୟୀ, ସେନା ସୈନିକ ଏବଂ ଅଧିକାରୀମାନେ...

ଏଣିକି ଘରର ଝିଅ-ବୋହୂଙ୍କୁ ସ୍ମାର୍ଟଫୋନ୍‌ ମନା, ବ୍ୟବହାର କରିବେ ପୁରୁଷ

ଜୟପୁର,୨୫ା୧୨: ଏଣିକି ଘରର ଝିଅ-ବୋହୂ ବ୍ୟବହାର କରିପାରିବେନି ସ୍ମାର୍ଟଫୋନ୍‌। ମାତ୍ର ଏହାକୁ ଘରର ପୁରୁଷମାନେ ବ୍ୟବହାର କରିପାରିବେ। ଘରର ମହିଳାମାନେ କେବଳ କି-ପ୍ୟାଡ୍‌ ଫୋନ୍‌ ବ୍ୟବହାର...

ପ୍ରଭୁ ଯିଶୁଙ୍କ ଧରାବତରଣ, ଉତ୍ସବମୁଖର ଜି.ଉଦୟଗିରିର ଚର୍ଚ୍ଚ

ଜି.ଉଦୟଗିରି,୨୫/୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଖ୍ରୀଷ୍ଟ ସମ୍ପ୍ରଦାୟର ସବୁଠାରୁ ବଡ଼ ଉତ୍ସବ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ଆଜି ଅର୍ଥାତ ଡିସେମ୍ବର ୨୫ ତାରିଖରେ ସ୍ଥାନୀୟ ଅଞ୍ଚଳର ସମସ୍ତ...

‘ସେ ତେନ୍ଦୁଲକର ଥିଲେ…’ Vaibhav Suryavanshiଙ୍କୁ ଭାରତୀୟ ଟିମରେ ସ୍ଥାନ ଦିଆଯାଉ, BCCI ନିକଟରେ ବଡ଼ ଦାବି କଲେ ଥରୁର

ନୂଆଦିଲ୍ଲୀ,୨୫।୧୨: କଂଗ୍ରେସ ଏମପି ଶଶି ଥରୁର ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରତିଭାକୁ କିମ୍ବଦନ୍ତୀ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକରଙ୍କ ସହ ତୁଳନା କରିଛନ୍ତି। ଥରୁର BCCIକୁ ୧୪ ବର୍ଷୀୟ...

ଓଡ଼ିଶାରେ ଭାଙ୍ଗିଲା ମାଓବାଦୀଙ୍କ ମେରୁଦଣ୍ଡ: ଡିଜିପି

ଫୁଲବାଣୀ,୨୫ା୧୨(ରାକେଶ କୁମାର ରାଉତ): ଟପ୍‌ ମାଓବାଦୀ ନେତା ଗଣେଶଙ୍କ ନିହତକୁ ବଡ଼ ସଫଳତା ବୋଲି କହିଛନ୍ତି ପୋଲିସ ଡିଜି। ଗଣେଶଙ୍କ ନିହତ ପରେ ଓଡ଼ିଶାରେ ମାଓବାଦୀଙ୍କ...

ସକାଳ ଜଳଖିଆ ନଖାଉଥିଲେ ସାବଧାନ! ମସ୍ତିଷ୍କ ଉପରେ….

ଏହା ବହୁ ଦିନ ଧରି ପ୍ରଚଳିତ ଏକ ପ୍ରବାଦ ଯେ ପୂର୍ଣ୍ଣ ଜଳଖିଆ ଖାଇବା ଉଚିତ। ଏହା ଶରୀରକୁ ସୁସ୍ଥ ରଖେ। ତଥାପି, ସାମ୍ପ୍ରତିକ ବର୍ଷଗୁଡ଼ିକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri