Posted inଜାତୀୟ

ୟୁକ୍ରେନ୍‌ ସଙ୍କଟ: କ’ଣ କରିବ ଭାରତ

ନୂଆଦିଲ୍ଲୀ, ୧୫ା୨: ୟୁକ୍ରେନ୍‌ ପ୍ରସଙ୍ଗରେ ରୁଷିଆକୁ ଘେରିବାକୁ ଉଦ୍ୟମ କରୁଛନ୍ତି ନାଟୋ ଦେଶ। ଆମେରିକା ଓ ପାଶ୍ଚାତ୍ୟ ଦେଶ ମସ୍କୋ ଉପରେ ଚାପ ପକାଇବାକୁ ସବୁ ପ୍ରକାର ଚେଷ୍ଟା ଚଳାଇଥିବାବେଳେ ରୁଷିଆ ନିଜ ଜିଦ୍‌ ଛାଡ଼ିବାକୁ ନାରାଜ। ବାରମ୍ବାର ଶାନ୍ତି ଉଦ୍ୟମ ବିଫଳ ହେଉଥିବାରୁ ଯୁଦ୍ଧ ଆଶଙ୍କା ଘନେଇଛି। ଏଥିଯୋଗୁ ଭାରତ ମଧ୍ୟ ପ୍ରଭାବିତ ହୋଇଛି। ଏହି ପ୍ରସଙ୍ଗରେ ଭାରତ କାହାକୁ ସମର୍ଥନ କରିବ ଏବଂ କାହା ବିରୋଧରେ ବାହାରିବ ସେ ନେଇ ଦ୍ୱନ୍ଦ୍ୱ ଉପୁଜିଛି। ରୁଷିଆ ଭାରତର ଏକ ବନ୍ଧୁ ରାଷ୍ଟ୍ର। ଭାରତକୁ ୫୦ ପ୍ରତିଶତରୁ ଅଧିକ ପ୍ରତିରକ୍ଷା ସାମଗ୍ରୀ ରୁଷିଆ ଯୋଗାଉଛି। ସେପଟେ ବିବାଦରେ ରୁଷିଆକୁ ସମର୍ଥନ କରି ଆମେରିକା କିମ୍ବା ପାଶ୍ଚାତ୍ୟ ଦେଶ ସହ ସମ୍ପର୍କ ଖରାପ କରିବାକୁ ଚାହିଁବ ନାହିଁ ଭାରତ। ଜାନୁୟାରୀ ୩୧ରେ ଜାତିସଂଘ ସୁରକ୍ଷା ପରିଷଦରେ ୟୁକ୍ରେନ ପ୍ରସଙ୍ଗରେ ଭାରତ ଭୋଟ ଦେବାରୁ ଦୂରେଇ ରହିଥିଲେ ହେଁ ସମ୍ପୂର୍ଣ୍ଣ ନୀରବ ରହିବା ମଧ୍ୟ ସମସ୍ୟାର ସମାଧାନ ନୁହେଁ। ତେଣୁ ଯୁଦ୍ଧ ସ୍ଥିତି ଏଡ଼ାଇବାକୁ ଭାରତକୁ ସତର୍କତାର ସହ କୌଣସି ମଧ୍ୟମ ପନ୍ଥା ଆପଣାଇବାକୁ ପଡ଼ିବ ବୋଲି କୂଟନୀତିଜ୍ଞଙ୍କ ମତ। ଅନ୍ୟପକ୍ଷରେ ପ୍ରାୟ ମାସେ ଧରି ୟୁକ୍ରେନ ସଙ୍କଟ ଉପରେ ଚୁପ୍‌ ବସିବା ପରେ ଗତ ସପ୍ତାହରେ ଭାରତ ଏ ନେଇ ପ୍ରତିକ୍ରିୟା ରଖିଛି। କୂଟନୈତିକ ଆଲୋଚନା ମାଧ୍ୟମରେ ୟୁକ୍ରେନ-ରୁଷିଆ ସମସ୍ୟାର ସମାଧାନ ହେବା ଜରୁରୀ ବୋଲି ନୂଆଦିଲ୍ଲୀ ପକ୍ଷରୁ କୁହାଯାଇଛି।

ଚିନ୍ତାର ପ୍ରମୁଖ କାରଣ

ଏବଂ ୟୁରୋପୀୟ ମେଣ୍ଟ ରୁଷିଆ ବିରୋଧରେ ଯୁଦ୍ଧକୁ ଓହ୍ଲାଇଲେ କେବଳ ସମ୍ପୃକ୍ତ ଦେଶ ନୁହେଁ ସାରା ବିଶ୍ୱ ଏହାର ଭୟଙ୍କର ପରିଣାମ ଭୋଗିବ। ଆଉ ଏକ ବିଶ୍ୱ ଯୁଦ୍ଧ ଯୋଗୁ ସୁରକ୍ଷା ଏବଂ ଅର୍ଥନୀତି ବ୍ୟାପକ କ୍ଷତିଗ୍ରସ୍ତ ହେବ। ଭାରତ ମଧ୍ୟ ସେଥିରୁ ବାଦ୍‌ ପଡ଼ିପାରିବ ନାହିଁ। ତେଣୁ ଭାରତକୁ ମସ୍କୋ କିମ୍ବା ଓ୍ବାଶିଂଟନ୍‌ ମଧ୍ୟରୁ ଜଣକୁ ବାଛିବାକୁ ହେବ। ନଚେତ୍‌ ଉଭୟ ପକ୍ଷରୁ ଉପୁଜିବାକୁ ଥିବା ସମସ୍ୟାର ସାମ୍‌ନା କରିବାକୁ ପ୍ରସ୍ତୁତ ହେବାକୁ ପଡ଼ିବ।

ଭାରତ ଏସ୍‌-୪୦୦ ମିଶାଇଲ ଡିଫେନ୍ସ ସିଷ୍ଟମ କ୍ରୟ ପ୍ରକ୍ରିୟା ଜାରି ଥିବାବେଳେ ଏ ନେଇ ଆମେରିକା କୌଣସି କଟକଣା ନ ଲଗାଉ ବୋଲି ନୂଆଦିଲ୍ଲୀ ଚାହୁଁଛି। ଯଦି ଭାରତ ଏହି ଦୁଇ ଶକ୍ତିଶାଳୀ ରାଷ୍ଟ୍ରର ପକ୍ଷ ନ ନିଏ ତେବେ ମିଶାଇଲ ଡେଲିଭରି ଚୁକ୍ତି ପ୍ରଭାବିତ ହେବା ସହ ଆମେରିକା ଦ୍ୱାରା ଆର୍ଥତ୍କ ଓ ଅନ୍ୟାନ୍ୟ କଟକଣାର ସମ୍ମୁଖୀନ ହୋଇପାରେ।

ଦ୍ୱାରା ଭାରତ ଗମ୍ଭୀର ଭୂ-ରାଜନୈତିକ ଆହ୍ବାନର ସାମ୍‌ନା କରୁଥିବାବେଳେ ଆମେରିକା ଏ ପ୍ରସଙ୍ଗରେ ଚାଇନାକୁ ଟାର୍ଗେଟ କରୁଛି। ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଫୋକସ୍‌ ନିମନ୍ତେ ପ୍ରସ୍ତୁତ ରଣନୀତିରେ ଭାରତର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ନିକଟରେ ଚାଇନା ସୃଷ୍ଟି କରୁଥିବା ଉତ୍ତେଜନାମୂଳକ ସ୍ଥିତିର ମୁକାବିଲା ପାଇଁ ଭାରତ ଆମେରିକାର ସହଯୋଗ ଲୋଡ଼ିପାରେ।
ପ୍ରସଙ୍ଗରେ ସମଗ୍ର ବିଶ୍ୱର ଦୃଷ୍ଟି ଏବେ ଚାଇନା ବଦଳରେ ରୁଷିଆ ଉପରେ କେନ୍ଦ୍ରୀଭୂତ ହୋଇଛି। ଏହାର ଫାଇଦା ନେଇ ବେଜିଂ ପକ୍ଷରୁ ଭାରତ ବିରୋଧରେ ନୂଆ ଚ୍ୟାଲେଞ୍ଜ ସୃଷ୍ଟି ହେବାର ଆଶଙ୍କା ବଢ଼ିଛି। ୟୁକ୍ରେନ ପ୍ରସଙ୍ଗରେ ଆମେରିକା ଓ ପାଶ୍ଚାତ୍ୟ ଦେଶ ରୁଷିଆ ବିରୋଧରେ ଛିଡ଼ା ହୋଇଥିବାବେଳେ ମସ୍କୋ ଏବେ ଚାଇନାର ନିକଟତର ହୋଇଛି। ଏପରି ହେଲେ ସୁଯୋଗ ଦେଖି ଚାଇନା ସହ ମିଶି ପାକିସ୍ତାନ ମଧ୍ୟ ଭାରତ ବିରୋଧୀ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଇବାର ଆଶଙ୍କା ରହିଛି।

ହେଲେ ରୁଷିଆ ୟୁରୋପକୁ ଗ୍ୟାସ୍‌ ଓ ତୈଳ ଯୋଗାଣ ପାଇପ୍‌ ବନ୍ଦ କରିଦେଇପାରେ। ଏହା ଦ୍ୱାରା ସମଗ୍ର ବିଶ୍ୱରେ ଶକ୍ତି ସଙ୍କଟ ଉପୁଜିବ। ୟୁକ୍ରେନ ସୀମା ନିକଟରେ କେବଳ ଉତ୍ତେଜନା ଯୋଗୁ ମାତ୍ର ଗୋଟିଏ ମାସରେ ତୈଳ ଦର ୧୪ ପ୍ରତିଶତ ବଢ଼ିଛି। ଆଗାମୀ ଦିନରେ ତୈଳ ଦର ବ୍ୟାରେଲ ପିଛା ୯୦ ଡଲାରରୁ ୧୨୫ ଡଲାର ପର୍ଯ୍ୟନ୍ତ ପହଞ୍ଚିଯାଇପାରେ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି। ଏହା ହେଲେ ଅର୍ଥନୀତି ପ୍ରଭାବିତ ହେବା ସହ ମୁଦ୍ରାସ୍ଫୀତି ବୃଦ୍ଧି ପାଇବା ଯଥେଷ୍ଟ ଆଶଙ୍କା ରହିଛି।
ଓ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ମଧ୍ୟ ଢେର ଅଧିକ। ଉଭୟ ପକ୍ଷ ମଧ୍ୟରେ ୮ ବିଲିୟନ ଡଲାରର କାରବାର ହେଉଥିବାବେଳେ ୟୁକ୍ରେନ ସହ ଭାରତର କାରବାର ବର୍ଷକୁ ପ୍ରାୟ ୨.୭ ବିଲିୟନ ଡଲାର। ଆମେରିକାକୁ ସମର୍ଥନ ନ ଦେଲେ ୟୁକ୍ରେନରୁ ଭାରତ ଆସୁଥିବା ଖାଇବା ତେଲ ବନ୍ଦ ହୋଇଯିବ। ଏଥିଯୋଗୁ ରନ୍ଧା ତେଲ ଦର ମଧ୍ୟ ବଢ଼ିଯିବ।

୨୦ ହଜାରରୁ ଊର୍ଦ୍ଧ୍ୱ ଭାରତୀୟ ରହିଛନ୍ତି। ସେମାନଙ୍କ ମଧ୍ୟରେ ଅଧିକାଂଶ ମେଡିକାଲ, ଇଞ୍ଜିନିୟରିଂ, ଆଇଟି ଛାତ୍ରୀଛାତ୍ର ହୋଇଥିବାବେଳେ ଅନେକେ ସେଠାରେ ରହି ଚାକିରି ଓ ବ୍ୟବସାୟ କରୁଛନ୍ତି। ଯୁଦ୍ଧ ହେଲେ ସେମାନଙ୍କ ସୁରକ୍ଷା ଚିନ୍ତା ମଧ୍ୟ ଭାରତ ସରକାରଙ୍କୁ ଘାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସମାନ ନାମଧାରୀ ପ୍ରାର୍ଥୀଙ୍କୁ ପ୍ରତିଦ୍ୱନ୍ଦ୍ୱିତାରୁ ବାଦ୍‌ ଦେଇ ହେବନି

ନୂଆଦିଲ୍ଲୀ,୪ା୫: କୌଣସି ରାଜନେତାଙ୍କ ନାଁ ଅନ୍ୟ ପ୍ରାର୍ଥୀଙ୍କ ସହ ସମାନ ହୋଇଥିଲେ, ତାହା ତାଙ୍କ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା ଅଧିକାରକୁ ପ୍ରଭାବିତ କରେନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ତେଣୁ...

କେନ୍ଦ୍ରକୁ ତଥ୍ୟ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୪ା୫: ଦ୍ରବ୍ୟ ଓ ସେବା ଟିକସ (ଜିଏସ୍‌ଟି) ଆଇନରେ ଜାରି ହୋଇଥିବା ନୋଟିସ ଏବଂ ଗିରଫଦାରି ସମ୍ପର୍କିତ ସବିଶେଷ ତଥ୍ୟ ଦେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ...

ଏଚ୍‌.ଡି. ରେଭନ୍ନାଙ୍କ ବିରୋଧରେ ଅପହରଣ, ଅସଦାଚରଣ ଅଭିଯୋଗ

ମହୀଶୂର,୪ା୫: କର୍ନାଟକର ପୂର୍ବତନ ମନ୍ତ୍ରୀ ତଥା ଜେଡିଏସ୍‌ ନେତା ଏଚ୍‌.ଡି. ରେଭନ୍ନା ତାଙ୍କ ଘରେ ଚାକରାଣୀ ଭାବେ କାମ କରୁଥବା ଜଣେ ମହିଳାଙ୍କୁ ଅପହରଣ କରିନେଇ...

କଂଗ୍ରେସ ଗଡ଼ରେ ବିଗ୍‌ ଫାଇଟ୍‌

ରାଏବରେଲି/ନୂଆଦିଲ୍ଲୀ,୪ା୫, (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ସର୍ବପୁରାତନ ଦଳ କଂଗ୍ରେସ ଶୁକ୍ରବାର ସକାଳେ ସବୁ କଳ୍ପନାଜଳ୍ପନାର ଅବସାନ ଘଟାଇ ଦୁଇ ହାଇପ୍ରୋଫାଇଲ ଆସନରେ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କଲା।...

ଜବତ ରେକର୍ଡରୁ ୫ ଲକ୍ଷ କୋଟି ଟଙ୍କାର ହେରୋଇନ ଗାଏବ, କେନ୍ଦ୍ରକୁ ଜବାବ ମାଗିଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,୩ା୫: ୨୦୧୮ରୁ ୨୦୨୦ ମଧ୍ୟରେ ଜବତ ହୋଇଥିବା ୭୦,୭୭୨.୪୮ କିଲୋଗ୍ରାମ ହେରୋଇନ୍‌ ରେକର୍ଡରୁ ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି। ଏନେଇ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ...

ବିଶ୍ୱର ୪୬% ଆଜ୍‌ମା ମୃତ୍ୟୁ ଭାରତରେ ଘଟୁଛି, ପ୍ରତିବର୍ଷ ୨ ଲକ୍ଷ ଲୋକ ହରାଉଛନ୍ତି ଜୀବନ

ନୂଆଦିଲ୍ଲୀ,୩ା୫: ଭାରତରେ ପ୍ରତିବର୍ଷ ହାରାହାରି ୨ ଲକ୍ଷ ଲୋକ ଆଜ୍‌ମା ଯୋଗୁ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ସମଗ୍ର ବିଶ୍ୱରେ ଆଜ୍‌ମାଜନିତ ମୃତ୍ୟୁର ଏହା ୪୬ ପ୍ରତିଶତ...

ଗର୍ଲଫ୍ରେଣ୍ଡ ସହିତ ଫେରାର ହୋଇଗଲା ପୁଅ, ମା’ଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼ ମାରିଲେ ଝିଅ ଘରଲୋକେ

ନୂଆଦିଲ୍ଲୀ,୩।୫: ପୁଅର କାରନାମା ପାଇଁ ମା’ ସହିଲେ ଅପବାଦ, ରାସ୍ତାରେ ବାନ୍ଧି ବାଡେଇଲେ ଲୋକେ। ଏଭଳି ଏକ ଅସାମାଜିକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ହାଭେରୀ...

ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ଉପରକୁ ଜୋତା ମାଡ, ଗିରଫ ହୋଇଥିବା ଯୁବକ ଯୋଗୀ ୟୁଥ ବ୍ରିଗେଡର ମେମ୍ବର

ଆଗ୍ରା,୩।୫: ଫତେହାବାଦର ସତୀ ମନ୍ଦିରରେ ଶୋଶିତ ସମାଜ ପାର୍ଟି ପ୍ରାର୍ଥୀ ହୋତମ ସିଂଙ୍କ ସମର୍ଥନ ସଭାରେ ପହଞ୍ଚିଥିବା ରାଷ୍ଟ୍ରୀୟ ଅଧ୍ୟକ୍ଷ ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri