ମଙ୍ଗଳାଯୋଡ଼ିରେ ବିରଳ ପକ୍ଷୀ

ଭୁବନେଶ୍ୱର, ୧୫।୨(ବ୍ୟୁରୋ):ଚିଲିକା ମଙ୍ଗଳାଯୋଡ଼ିରେ ଏକ ବିରଳ ଧଳା ରଙ୍ଗର ଟେମ୍‌ନିକ୍‌ସ ଷ୍ଟିଣ୍ଟ୍‌ ପକ୍ଷୀ ଦେଖିବାକୁ ମିଳିଛି। ସୋମବାର ସକାଳୁ ପର୍ଯ୍ୟଟକଙ୍କୁ ଡଙ୍ଗାରେ ବୁଲାଇବାବେଳେ ବାର୍ଡ ଗାଇଡ୍‌ ତଥା ମଙ୍ଗଳାଯୋଡ଼ି କଞ୍ଜରଭେଶନ ଟ୍ରଷ୍ଟର ଟ୍ରଷ୍ଟି ମଧୁ ବେହେରା ଏହି ପକ୍ଷୀଟିକୁ ଠାବ କରିଥିଲେ। ପକ୍ଷୀଟିର ପୂରା ଦେହର ରଙ୍ଗ ଧଳା ହୋଇଥିବାବେଳେ ଦୁଇପଟ ଡେଣାରେ ଦୁଇଟି ଲେଖାଏ ଛୋଟ କଳା ପ୍ୟାଚ୍‌ ଦେଖା ଯାଉଛି। ତେବେ ଗୋଡ଼ର ରଙ୍ଗ ଅନ୍ୟ ଟେମ୍‌ନିକସ୍‌ ଷ୍ଟିଣ୍ଟଙ୍କ ଭଳି ହଳଦିଆ। ଏହି ବିରଳ ପ୍ରଜାତିର ଧଳା ଟେମନିକସ୍‌ ଷ୍ଟିଣ୍ଟକୁ ମଙ୍ଗଳାଯୋଡିର ବାଲିଆଯୋରି ନାଳ ନିକଟରେ ଖାଦ୍ୟ ଅନ୍ବେଷଣ କରୁଥିବାର ମଧୁ ଦେଖିବାକୁ ପାଇଥିଲେ। ତେବେ ଏହି ପକ୍ଷୀଟି ଏକ ଲିୟୁସିଷ୍ଟିକ ଟେମ୍‌ନିକ୍‌ସ ଷ୍ଟିଣ୍ଟ୍‌ ବୋଲି ଖୋର୍ଦ୍ଧା ଜିଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ ଚିହ୍ନଟ କରିଛନ୍ତି। ଓଡ଼ିଶାରେ ଏହି ପକ୍ଷୀର ଏଭଳି ମ୍ୟୁଟେଶନ ଦେଖାଯିବା ପ୍ରଥମ ଓ ସାରା ଭାରତରେ ଦ୍ୱିତୀୟ ଘଟଣା ବୋଲି ଶୁଭେନ୍ଦୁ କହିଛନ୍ତି।
ଏହି ପକ୍ଷୀମାନେ ସାଧାରଣତଃ ଉତ୍ତର ୟୁରୋପ ଏବଂ ଏସିଆ ଦେଶଗୁଡ଼ିକରେ ବାସ କରିଥାନ୍ତି। ଦକ୍ଷିଣ ସ୍କାଣ୍ଡିନେଭିଆ, ରୁଷିଆ, ନର୍‌ୱେ, ଫିନ୍‌ଲାଣ୍ଡ, ସୁଇଡେନ ଆଦି ଦେଶରେ ଏହି ପକ୍ଷୀମାନେ ପ୍ରଜନନ କରିଥାନ୍ତି। ଭାରତ ତଥା ଓଡ଼ିଶାକୁ କେବଳ ଶୀତ ଦିନରେ ହିଁ ଆସିଥାନ୍ତି। ଶୀତ ସରିବା ପରେ ପୁଣି ନିଜ ଦେଶକୁ ବାହୁଡ଼ି ଯାଇଥାନ୍ତି। ଏଥର କରୋନା କଟକଣା କୋହଳ ହୋଇଥିବାରୁ ଏହି ଲିୟୁସିଷ୍ଟିକ ଟେମନିକ୍‌ସ ଷ୍ଟିଣ୍ଟ ପକ୍ଷୀକୁ ଦେଖିବାକୁ ଅଧିକ ପର୍ଯ୍ୟଟକ ତଥା ପକ୍ଷୀପ୍ରେମୀ ମଙ୍ଗଳାଯୋଡ଼ିକୁ ଆସିବେ ବୋଲି ମଧୁ ଆଶାବ୍ୟକ୍ତ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଗତବର୍ଷ ମଧୁ ମଙ୍ଗଳାଯୋଡ଼ିରେ ଅନ୍ୟ ଦୁଇ ନୂଆ ପ୍ରଜାତି ଲିୟୁସିଷ୍ଟିକ ପକ୍ଷୀ – ଲିୟୁସିଷ୍ଟିକ ନର୍ଦନ୍‌ ଶୋଭେଲର ଏବଂ ଲିୟୁସିଷ୍ଟିକ କମନ ମୁର ହେନ୍‌ ପକ୍ଷୀଙ୍କୁ ଠାବ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri