ଆମ ପାଇଁ ସବୁଦିନ ଭାଲେଣ୍ଟାଇନ୍ସ ଡେ’: ଜ୍ୟାଙ୍କଲିନ୍‌-ଅରବିନ୍ଦ

ଓଡ଼ିଆ ଟେଲି ଇଣ୍ଡଷ୍ଟ୍ରୀର ଏମାନେ ଏକ ଚର୍ଚ୍ଚିତ ଯୋଡ଼ି । ଖୋଲାଖୋଲି ଭାବେ ଭଲ ପାଇଥିଲେ । ବିବାହ ବି କଲେ। ଏବେ ଏକ ସୁନ୍ଦର ଭବିଷ୍ୟତ ଗଢ଼ିବାର ସ୍ବପ୍ନ ନେଇ ଆଗେଇ ଚାଲିଛନ୍ତି । ସେ ହେଉଛନ୍ତି ଅରବିନ୍ଦ- ଜ୍ୟାଙ୍କଲିନ୍‌, ଯାହାଙ୍କୁ ସମସ୍ତେ ଜାଣନ୍ତି ଅରଜାନ୍‌ ଭାବେ । ପ୍ରେମ ଦିବସରେ ଚାଲନ୍ତୁ ଜାଣିବା ତାଙ୍କ ଲଭ୍‌ଷ୍ଟୋରି…

ପ୍ରେମର ଆରମ୍ଭ କେମିତି ହେଇଥିଲା?
ଜ୍ୟାଙ୍କଲିନ୍‌: ଶୁଟିଂସେଟ୍‌ରେ ଅରବିନ୍ଦଙ୍କ ସହ ପ୍ରଥମ ଦେଖା। ଆଉ ପ୍ରଥମ ଦେଖାରୁ ହଁି ସେ ମତେ ଭଲ ଲାଗିଥିଲେ। କହିବାକୁ ଗଲେ ଲଭ୍‌ ଆଟ୍‌ ଫଷ୍ଟ ସାଇଟ୍‌ ଥିଲା ମୋ ପାଇଁ।

ଅରବିନ୍ଦ: ସେତେବେଳେ ମୁଁ ମୋର ପ୍ରଥମ ରିଲେଶନଶିପ୍‌ର ବ୍ରେକ୍‌ଅପ୍‌ ଡିପ୍ରେସନ୍‌ରୁ ବହୁ କଷ୍ଟରେ ବାହାରିଥାଏ। ସେଥିଲାଗି ପ୍ରେମ ଉପରୁ ବିଶ୍ୱାସ ଉଠିଯାଇଥିଲା। ଆଉ କ୍ୟାରିୟର୍‌ ଉପରେ ଗୁରୁତ୍ୱ ଦେଉଥିଲି। ଏମିତିରେ ଜ୍ୟାଙ୍କଲିନ୍‌ଙ୍କର ମୋ ପ୍ରତି ଦୁର୍ବଳତା ଥିବା ଦେଖି କ୍ଲିୟର୍‌ କରିଦେଇଥିଲି ମୁଁ ଏସବୁରେ ପଡ଼ିବାକୁ ଚାହେଁନି ବୋଲି। ହେଲେ ପରେ ଶୁଟିଂସେଟ୍‌ରେ ଜ୍ୟାଙ୍କଲିନ୍‌ଙ୍କର ଅନେକ ଭଲ ଗୁଣ ମୋତେ ଆଟ୍ରାକ୍ଟ କରିଥିଲା। ଆଉ କେବେ ପ୍ରେମ ହୋଇଗଲା ଜଣାପଡିଲାନି।

କେମିତି ଏତେ ଓପନ ଥିଲା ଆପଣଙ୍କ ପ୍ରେମ କାହାଣୀ?
ଜ୍ୟାଙ୍କଲିନ୍‌: ବିବାହର ୨ ବର୍ଷ ପୂର୍ବରୁ ଯେବେ ଦୁହେଁ ନିଶ୍ଚିତ ହେଲୁ ଯେ, ଆମେ ଜୀବନସାଥୀ ହେବୁ ତା’ପରଠାରୁ ସୋସିଆଲ ମିଡିଆରେ ଖୋଲାଖୋଲି ଭାବେ ରିଲେଶନ୍‌ଶିପ୍‌ରେ ଥିବା ଜଣାଇଥିଲୁ। ଆମ ଘରେ ଖାଲି ବାପା ଏତେଟା ରାଜି ନ ଥିଲେ। କିନ୍ତୁ ମୁଁ ଭଲ ପାଇଛି ମାନେ ପଛକୁ ଫେରିବାର ପ୍ରଶ୍ନ ଉଠୁ ନ ଥିଲା।
ଅରବିନ୍ଦ: ଆମ ପରିବାର ତରଫରୁ କିଛି ସମସ୍ୟା ନ ଥିଲା। ତା’ଛଡା ଜୀବନସାଥୀ ହେବାକୁ ନିଷ୍ପତ୍ତି ନେଇଥିଲୁ। ତେଣୁ ଲୁଚାଇ ରଖିବାର କିଛି ନ ଥିଲା।

ପ୍ରଥମ ଉପହାର କ’ଣ ଥିଲା?
ଜ୍ୟାଙ୍କଲିନ୍‌ ହସି ହସି ଅରବିନ୍ଦଙ୍କୁ: କ’ଣ ଦେଇଥିଲ ତ?
ଅରବିନ୍ଦ: ଭୁଲି ଯାଇଛ, ଏତେ କଷ୍ଟ କରିଥିଲି! ବର୍ଥ ଡେ’ ପାଇଁ ଏକ ରୁମ୍‌ ବୁକ୍‌ କରି ଆମର ବିଭିନ୍ନ ଫଟୋକୁ ସୁନ୍ଦରଭାବେ ସଜାଇ ଏକ ବଡ଼ ପାଣ୍ଡା ସଫ୍ଟ ଟୟ ଦେଇଥିଲି। ଏକଥା କ’ଣ ମନେ ନାଇଁ? ଏହାଛଡ଼ା ମୁଁ ସବୁବେଳେ ପ୍ଲାନ କରେ କିଛି ଇନୋଭେଟିଭ୍‌ ଗିଫ୍ଟ ଦେବାକୁ। ଜ୍ୟାଙ୍କଲିନ୍‌ଙ୍କର ଅନ୍ୟ ଏକ ବର୍ଥଡେରେ ତ ମୁଁ ନଦୀ ବାଲି ଉପରେ ମୁରୁଜରେ ୨୦ ଫୁଟ୍‌ ଆକାରର ଲେଟର୍‌ରେ ହାପି ବର୍ଥଡେ ଲେଖିଥିଲି। ଖାଲି ମୁଁ ନୁହେଁ ଜ୍ୟାଙ୍କଲିନ୍‌ ବି ମତେ ଅନେକ ଗିଫ୍ଟ ଦେଇଛନ୍ତି। ହେଲେ ମତେ ଲାଗେ ଭଲ ପାଇବା ଉପରୁ ବିଶ୍ୱାସ ଉଠିଯାଇଥିବା ସମୟରେ ସେ ମତେ ଦେଇଥିବା ଭଲ ପାଇବା ଓ ଲୟାଲିଟି ହେଉଛି ମୋ ପାଇଁ ବଡ଼ ଉପହାର।

ପ୍ରଥମେ ଆଇ ଲଭ୍‌ ୟୁ କେବେ କହିଥିଲେ?
ଜ୍ୟାଙ୍କଲିନ୍‌-ଅରବିନ୍ଦ: ନା, କେବେ କହିନୁ। ଆମେ ଦୁହେଁ ଦୁହିଁଙ୍କ ହୃଦୟର କଥାକୁ ଅନୁଭବ କରିପାରିଥିଲୁ। ଆଇ ଲଭ୍‌ ୟୁ କହିବାର ଆବଶ୍ୟକତା ପଡିନି।
ଝଗଡ଼ା ହୁଏ?
ଅରବିନ୍ଦ: ଝଗଡ଼ା ନ ଥିଲେ ସେ କି ଭଲ ପାଇବା। ଜ୍ୟାଙ୍କଲିନ୍‌ ଜିଦିଆ, ମୁଁ ଟିକେ ରାଗି। ତେଣୁ ବେଳେ ବେଳେ ଝଗଡ଼ା ହୋଇଯାଏ। ଯଦି ମୋର ଭୁଲ୍‌ ଥାଇ ଝଗଡ଼ା ହୁଏ ମୁଁ ଘଣ୍ଟେ ଦୁଇ ଘଣ୍ଟା ଭିତରେ ଯାଇ ବୁଝାଇଦିଏ। ଆଉ ଜ୍ୟାଙ୍କଲିନ୍‌ଙ୍କର ଭୁଲ୍‌ ଥିଲେ ଦିନେ ଦୁଇ ଦିନ ପରେ ସେ ଆସି ମୋତେ ବୁଝାଇଥାନ୍ତି।

କେଉଁ ଗୁଣ ଭଲ ଲାଗେନି?
ଅରବିନ୍ଦ: ଜ୍ୟାଙ୍କଲିନ୍‌ ନିଜର କେୟାର ନିଅନ୍ତିନି। ଖାଇବା, ପାଣି ପିଇବାରେ ଅବହେଳା କରନ୍ତି। ସେଇଟା ମୋତେ ଭଲ ଲାଗେନି। ଏଥିପାଇଁ ଅନେକ ସମୟରେ ଝଗଡ଼ା ବି ହୁଏ।
ଜ୍ୟାଙ୍କଲିନ୍‌: ଅରବିନ୍ଦ ବହୁତ ଭୁଲ୍‌କଡ୍‌। ଅନେକ କଥା ଭୁଲି ଯାଆନ୍ତି, ଯୋଉଟା ମୋତେ ଭଲ ଲାଗେନି।

ଅନ୍‌ସ୍କ୍ରିନ୍‌ ରୋମାନ୍ସ ବେଳେ ଜେଲସି ହୁଏ?
ଅରବିନ୍ଦ: ନୂଆ ନୂଆ ଭଲ ପାଇବା ସମୟରେ ମୋତେ ଭାରି ଈର୍ଷା ହେଉଥିଲା। ମୋ ଗର୍ଲଫ୍ରେଣ୍ଡ ହୋଇ କେମିତି ଅନ୍ୟକୁ ହଗ୍‌ କରୁଛି ଭାବି ରାଗ ଲାଗୁଥିଲା। ହେଲେ ପରେ ବୁଝିପାରିଥିଲି। ଏମିତିକି ପରବର୍ତ୍ତୀ ସମୟରେ ରୋମାଣ୍ଟିକ୍‌ ସିନ୍‌ ପାଇଁ ତାଙ୍କୁ ଟିପ୍ସ ବି ଦେଇଛି।
ଜ୍ୟାଙ୍କଲିନ୍‌: ମୁଁ ବହୁତ ମାଚ୍ୟୋର୍‌। ଆମର କାମ କ’ଣ ମୁଁ ଭଲରେ ଜାଣିଛି।

ଭାଲେଣ୍ଟାଇନ୍ସ ଡେ’ କେମିତି ସେଲିବ୍ରେଟ୍‌ କରନ୍ତି?
ଅରବିନ୍ଦ-ଜ୍ୟାଙ୍କଲିନ୍‌: ଆଗରୁ ଆମ ପାଖରେ ଏତେ ସମୟ ରହୁ ନ ଥିଲା। ହେଲେ ଭାଲେଣ୍ଟାଇନ୍ସ ଡେ’ ଦିନ ଶୁଟିଂ ସେଟ୍‌ରେ ଆମେ ଆଗୁଆ କହି ଦେଉଥିଲୁ କିଛି ସମୟ ବାହାରକୁ ଯିବୁ ବୋଲି। ଆଉ ଆମେ ଆମର ପ୍ରିୟ ଜାଗା ଚନ୍ଦ୍ରଭାଗା ଯାଉଥିଲୁ। ସେଠି ଏକାଠି ସୂର୍ଯ୍ୟାସ୍ତ ଦେଖିବା ସହ କିଛି ନିରୋଳା ମୁହୂର୍ତ୍ତ ବିତାଉଥିଲୁ। ତେବେ ପ୍ରକୃତରେ କହିବାକୁ ଗଲେ ଆମ ପାଇଁ ସବୁଦିନ ଭାଲେଣ୍ଟାଇନ୍ସ ଡେ’। ତେଣୁ ସବୁଦିନକୁ ଖାସ୍‌ କରିବାକୁ ଚାହୁଁ।

କ୍ୟାରିୟର ବଦଳାଇବାର କାରଣ କ’ଣ?
ଅରବିନ୍ଦ: ଆମେ ଦୁହେଁ ଅଭିନୟ ଛାଡିନୁ କି ଛାଡି ପାରିବୁନି। ଖାଲି ଟିକେ ବିରତି ନେଇଛୁ। ଓଲିଉଡ ଇଣ୍ଡଷ୍ଟ୍ରୀରେ ଅଭିନୟକୁ ନେଇ ବଞ୍ଚତ୍ବା କଷ୍ଟକର। ତେଣୁ ଏକ ସୁନ୍ଦର ଭବିଷ୍ୟତ ଗଢିବା ତଥା ଆର୍ଥିକଭାବେ ସ୍ବଚ୍ଛଳ ହେବା ଲାଗି ଦିଲ୍ଲୀର ଗୁରୁଗ୍ରାମରେ ସଫ୍ଟଓ୍ବେର ଇଞ୍ଜିନିୟର ଭାବେ କାମ କରୁଛି। ଆର୍ଥିକସ୍ଥିତି ସୁଦୃଢ ହେଲେ ଚାକିରି ସହ ଅଭିନୟ କରିବୁ। ବଲିଉଡ୍‌ରେ ଟ୍ରାଏ କରିବାକୁ ବି ଯୋଜନା ଅଛି। କିଛି ଥିଏଟର୍‌ରେ ଯୋଗ ଦେବାକୁ କଥା ହେଇଛି।
ଜ୍ୟାଙ୍କଲିନ୍‌: ମୋର ଏବେ ପିଜି ସରିଲା। ଚାକିରି କରିବାକୁ ଯୋଜନା ରଖିଛି। ଏହାପରେ ଅଭିନୟ କରିବି। -ଶିବାନୀ ମହାନ୍ତି

 


Enter your email to get our daily news in your inbox.

All Right Reserved By Dharitri.Com

ଧାନକିଣା: ଟୋକନ ଅପେକ୍ଷାରେ ଚାଷୀ

ପଦ୍ମପୁର,୨୨।୧୨(ପ୍ରଦୀପ୍ତ ଦାଶ):ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ମଣ୍ଡି ଖୋଲିବାର ୨୫ ଦିନ ବିତିଯାଇଛି। ମାତ୍ର ଅଧିକାଂଶ ଚାଷୀଙ୍କ ପାଖରେ ଏଯାଏ ଟୋକନ ପହଞ୍ଚି ପାରିନାହିଁ। ଯେଉଁ...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ବରଗଡ଼ ଧନୁଯାତ୍ରା ମହୋତ୍ସବ: ସାଜସଜ୍ଜାରେ ଆଗୁଆ, ପ୍ରଚାରରେ ପଛୁଆ

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଏହି ମହୋତ୍ସବର ଭିନ୍ନ ଏକ ପରିଚୟ ରହିଛି। ଅନେକ ସ୍ଥାନରେ ଏବେ ଧନୁଯାତ୍ରା ଚାଲିଛି। ହେଲେ...

୧.୩ ଲକ୍ଷ ଘର ଅନ୍ଧାରରେ: ଚିନ୍ତାରେ ସରକାର

ସାନ୍‌ ଫ୍ରାନ୍ସିସ୍କୋ,୨୨ା୧୨:ସାନ୍‌ ଫ୍ରାନ୍ସିସ୍କୋରେ ବିଜୁଳି ବିଭ୍ରାଟରୁ ୧ ଲକ୍ଷ ୩୦ ହଜାର ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନ ଅନ୍ଧାରରେ ରହିଥିବା ପାସିଫିକ୍‌ ଗ୍ୟାସ୍‌ ଆଣ୍ଡ ଇଲେକ୍ଟ୍ରିକ୍‌...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ଘରୁ ଖାଦ୍ୟ ନେଇଗଲେ ଆତଙ୍କବାଦୀ: ଜଙ୍ଗଲକୁ ଘେରାବନ୍ଦୀ

ଜମ୍ମୁ,୨୨ା୧୨:ଜମ୍ମୁ-କଶ୍ମୀରର ଉଧାମପୁର ଜିଲା ଅନ୍ତର୍ଗତ ଏକ ଗ୍ରାମରେ ଆତଙ୍କବାଦୀମାନେ ଜଣକ ଘରେ ପଶି ଖାଦ୍ୟ ନେଇ ଜଙ୍ଗଲ ମଧ୍ୟକୁ ଖସି ପଳାଇଥିବା ସୂଚନା ମିଳିଛି। ସେମାନଙ୍କୁ...

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଭାଜପାକୁ ନେଇ ଗୁମର ଖୋଲିଦେଲେ RSS ନେତା ମୋହନ ଭାଗବତ: ଦେଶରେ ହଲଚଲ

ନୂଆଦିଲ୍ଲୀ,୨୨ା୧୨:ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର କୌଣସି ରାଜନୈତିକ କାର୍ଯ୍ୟସୂଚୀ ନାହିଁ। ଭାଜପା ଚଷମାରେ ଏହି ସଂଗଠନକୁ ଦେଖିବା ବଡ଼ ଭୁଲ୍‌ ବୋଲି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri