Posted inଫୁରସତ

ବିୟୁଟିପାର୍ଲର ଖର୍ଚ୍ଚ ନ ଦେବାରୁ ପ୍ରେମିକଙ୍କ ଏମିତି ଅବସ୍ଥା କଲେ ପ୍ରେମିକା

ବ୍ରିଟେନରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ତିନି ସନ୍ତାନର ଜଣେ ମା’ ତାଙ୍କ ପ୍ରେମିକଙ୍କୁ ନିର୍ଯାତନା ଦେଇ ଚର୍ଚ୍ଚାକୁ ଆସିଛନ୍ତି। ବିୟୁଟି ପାର୍ଲର ଖର୍ଚ୍ଚ ନ ଦେବାରୁ ମହିଳା ଜଣକ ତାଙ୍କ ପ୍ରେମିକଙ୍କୁ ଫୁଟୁଥିବା ପାଣିରେ ପକାଇ ଦେଇଥିଲେ ଏବଂ ପରେ ତାଙ୍କୁ ସିଗାରେଟ ସାହାଯ୍ୟରେ ଅନେକ ସ୍ଥାନରେ ଚେଙ୍କ ଦେଇଥିଲେ। ପ୍ରେମିକକୁ ନିର୍ଯାତନା ଦେଇଥିବା ମହିଳାଙ୍କ ନାମ ହେଉଛି ସାରା ଡେଭିଜ। ତାଙ୍କର ବୟସ ୩୩ ବର୍ଷ। ୩ଟି ଛୁଆର ମା’ ସାରାଙ୍କ ୪୦ ବର୍ଷୀୟ ମାର୍କ କେନେଡି ନାମକ ଜଣେ ବ୍ୟକ୍ତିଙ୍କ ସହ ଆଫେଆର୍‌ ଥିଲା। ସେ ଦୀର୍ଘ ଦିନ ଧରି ମାର୍କଙ୍କୁ ଡେଟ କରୁଥିଲେ। ସାରା ନିକଟରେ ନିଜ ଓଠରେ ବୋଟକ୍ସ ଚିକିତ୍ସା କରାଇଥିଲେ। ସେ ଚାହୁଁଥିଲେ ଯେ, ତାଙ୍କ ବୟଫ୍ରେଣ୍ଡ ମାର୍କ ତାଙ୍କ ବିୟୁଟି ପାର୍ଲର ଓ ବୋଟକ୍ସ ଚିକିତ୍ସାର ଖର୍ଚ୍ଚ ବହନ କରନ୍ତୁ। କିନ୍ତୁ ଯେତେବେଳେ କେନେଡି ଏହା କରିବାକୁ ମନା କରିଦେଇଥିଲେ ସେତେବେଳେ ସାରା ରାଗିଯାଇଥିଲେ।
ସାରା ତାଙ୍କ କେନେଡିଙ୍କୁ ଅପହରଣ କରି ପ୍ରାୟ ୧୨ ଘଣ୍ଟା ଧରି ବନ୍ଦୀ କରି ରଖିଥିଲେ। ପ୍ରେମିକଙ୍କୁ ଅପହରଣ କରିବା ପରେ ମହିଳା ଜଣକ ପ୍ରଥମେ ତାଙ୍କ ମୁଣ୍ଡ ଉପରେ ଫୁଟୁଥିବା ପାଣି ଢାଳିଥିଲେ। ମହିଳା ଜଣକ ଏତିକିରେ ଅଟକି ନ ଥିଲେ ପ୍ରେମିକଙ୍କୁ ସିଗାରେଟ ଚେଙ୍କ ଦେଇଥିଲେ। ପ୍ରେମିକ ଯନ୍ତ୍ରଣାରେ ଚିତ୍କାର କରି ଚାଲିଥିଲେ ମଧ୍ୟ ମହିଳା ଜଣକ ତାଙ୍କୁ ଦୟା ଦେଖାଇ ନ ଥିଲେ। ମହିଳା ଜଣକ ତାଙ୍କ ପ୍ରେମିକଙ୍କୁ ନିର୍ଯାତନା ଦେଇ ଚାଲିଥିଲେ, ତାଙ୍କ ସହ ଆଉ ଜଣେ ବ୍ୟକ୍ତି ଥିଲେ।
କୌଣସି ପ୍ରକାରେ ମହିଳାଙ୍କ କବଳରୁ ଖସିଆସି ପୀଡିତ ପୋଲିସ ଷ୍ଟେଶନରେ ପହଞ୍ଚି ମହିଳାଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏହା ପରେ ପୋଲିସ ଉକ୍ତ ମହିଳାଙ୍କୁ ଗିରଫ କରିଥିଲା। ପରେ କୋର୍ଟ ଉକ୍ତ ମହିଳାଙ୍କୁ ୬ ବର୍ଷ ୪ ମାସ ଦଣ୍ଡିତ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଖଣି ପାଇଁ ଜମି ଯିବାରୁ ଜୀବନ ହାରିଲେ ଯୁବକ, ୧୭ ଘଣ୍ଟାରୁ ଅଧିକ ସମୟ ମୃତଦେହକୁ ରଖି ବିକ୍ଷୋଭ କଲେ…

ଝାରସୁଗୁଡା, ୩୦।୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଉବୁଡା ଗ୍ରାମର ଜଣେ ୨୫ ବର୍ଷୀୟ ଯୁବକଙ୍କ ସୋମବାର ଆତ୍ମହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ...

ନୂଆବର୍ଷ ପାଇଁ ପୁରୀରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ପୁରୀ,୩୦।୧୨: ନୂଆବର୍ଷ ପାଳନ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ...

ଭଦ୍ରକରେ କିନ୍ନରଙ୍କୁ ଆକ୍ରମଣ: ଚୁଟି କାଟିବା ସହ ଟଙ୍କା ସୁନା ଲୁଟ ଅଭିଯୋଗ, ଥାନାରେ ଉତ୍ତେଜନା

ଭଦ୍ରକ, ୩୦/୧୨(ସନାତନ ରାଉତ): ଭଦ୍ରକରେ ୨ ଗୋଷ୍ଠୀ କିନ୍ନରଙ୍କ ବିବାଦ ଥମିବାର ନାଁ ଧରୁନି । ଉଭୟ ଗୋଷ୍ଠୀ ମଧ୍ୟରେ ଛକା ପଞ୍ଝା ଲାଗି ରହିଥିବା...

ଅତିରିକ୍ତ ତହସିଲଦାରଙ୍କ ଅମାପ ସମ୍ପତ୍ତି: ଘରୁ ମିଳିଲା ଲକ୍ଷ ଲକ୍ଷ ଟଙ୍କା ସାଙ୍ଗକୁ ସୁନା, ଦେଖିକି ଭିଜିଲାନ୍ସ ତାଜୁବ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): କଟକ ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କ ଘରେ କଟକ ଭିଜିଲାନ୍ସ ସେଲ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ...

ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ନୂଆ ଟୁଇଷ୍ଟ: ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଅର୍ପିତା କଲେ…

ଭୁବନେଶ୍ୱର,୩୦।୧୨: ହ୍ୟୁମାନ ସାଗର ମୃତ୍ୟୁ ମାମଲା ଥମିବାର ନାଁ ଧରୁନାହିଁ। ଏହି ସମୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ହାଇକୋର୍ଟଙ୍କ...

Bank Holiday: ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଚେକ୍ କରନ୍ତୁ ଲିଷ୍ଟ

ନୂଆଦିଲ୍ଲୀ,୩୦।୧୨: ଯଦି ଆପଣଙ୍କର ନୂତନ ବର୍ଷରେ ବ୍ୟାଙ୍କିଂ କାମ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)...

ମଥୁରାନଗରୀକୁ ଆସୁଛନ୍ତି ମୁଖ୍ୟମନ୍ତ୍ରୀ, ଏହି ସମୟରେ ଦେଖିବେ ଧନୁଯାତ୍ରା ମହୋତ୍ସବ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ ଧନୁଯାତ୍ରା ମହୋତ୍ସବରେ ମଥୁରାନଗରୀ ଉଠୁଛି ଓ ପଡୁଛି। କଂସ ମହାରାଜଙ୍କ ଅତ୍ୟାଚାରରେ ସମଗ୍ର ମଥୁରା ନଗରୀ ଥରହର...

ଥାନାରେ ପହଞ୍ଚି ନିଶା ବେପାରୀଙ୍କୁ ଦଣ୍ଡ ଦେଲେ କଂସ ମହାରାଜ: କାନ ଧରି ଉଠ ବସ ହେଲେ…

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri