ବୁର୍କିନା ଫାସୋ ରାଷ୍ଟ୍ରପତି ବନ୍ଦୀ

ଓଉଆଗାଡୋଗୁ, ୨୫।୧: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋର ରାଷ୍ଟ୍ରପତି ରୋଚ୍‌ ମାର୍କ ଖ୍ରୀଷ୍ଟିଆନ କାବୋରେଙ୍କୁ ବିଦ୍ରୋହୀ ସୈନିକମାନେ ସୋମବାର ବନ୍ଦୀ କରିନେଇଛନ୍ତି। ଏ ନେଇ ୪ ପ୍ରମୁଖ ପ୍ରତିରକ୍ଷା ଉତ୍ସ ଏବଂ ପଶ୍ଚିମ ଆଫ୍ରିକାର ଜଣେ କୂଟନୀତିଜ୍ଞ ସୂଚନା ଦେଇଛନ୍ତି। ତେବେ ତାଙ୍କୁ କେଉଁଠି ରଖାଯାଇଛି ସେ ବାବଦରେ ଜଣାପଡ଼ିନାହିଁ। ଏହାପୂର୍ବରୁ ରବିବାର ରାଜଧାନୀ ଓଉଆଗାଡୋଗୁରେ ରାଷ୍ଟ୍ରପତିଙ୍କ ବାସଭବନ ନିକଟରେ ଗୁଳି ବିନିମୟ ହୋଇଥିଲା। ସେନା ଶିବିରରୁ ଏହି ଗୁଳିଚାଳନା କରାଯାଇଥିବା ଜଣାଯାଇଛି। ଏଥିଯୋଗୁ ରାଷ୍ଟ୍ରପତିଙ୍କ କନ୍‌ଭେରେ ସାମିଲ ହୋଇଥିବା ଗାଡ଼ିଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥିବା ସୋମବାର ସକାଳେ ଦେଖିବାକୁ ମିଳିଥିଲା। କିନ୍ତୁ ସରକାରଙ୍କ ପକ୍ଷରୁ ଏହି ଗୁଳିଚାଳନା ଖବରକୁ ଖଣ୍ଡନ କରାଯାଇଥିଲା।
ଅନୁସାରେ, ବୁର୍କିନା ଫାସୋରେ ସେନା ବିଦ୍ରୋହର ଆଶଙ୍କା ଉପୁଜିଛି। ବିଶେଷ କରି ଦେଶରେ ଆତଙ୍କବାଦ କାର୍ଯ୍ୟକଳାପ ବୃଦ୍ଧି ପାଇବାକୁ ନେଇ ସୈନିକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି। ଆତଙ୍କବାଦୀ ଆକ୍ରମଣରେ ବହୁ ସଂଖ୍ୟାରେ ସାଧାରଣ ନାଗରିକ ଏବଂ ସୈନ୍ୟ ନିହତ ହେବାକୁ ନେଇ ଏହି ଅସନ୍ତୋଷ ତୀବ୍ର ରୂପ ଧାରଣ କରିଛି। ଆତଙ୍କବାଦୀଙ୍କ ମଧ୍ୟରେ ଅଧିକାଂଶଙ୍କ ଲିଙ୍କ୍‌ ଇସ୍‌ଲାମିକ ଷ୍ଟେଟ୍‌ (ଆଇଏସ୍‌) ଏବଂ ଅଲ୍‌-କାଏଦା ସହ ରହିଛି। ତେଣୁ ଇସ୍‌ଲାମୀୟ ଆତଙ୍କବାଦ ବିରୋଧରେ ଲଢ଼େଇ ପାଇଁ ସରକାର ଅଧିକ ସମର୍ଥନ ଓ ସହାୟତା ଯୋଗାଇଦେବାକୁ ଦାବି କରି ସେନା ବିଦ୍ରୋହ ମୁଣ୍ଡ ଟେକିଛି। ସେନା ବିଦ୍ରୋହ କରି ଶାସନ କ୍ଷମତାକୁ ନେବା ଚର୍ଚ୍ଚାକୁ ସରକାରଙ୍କ ପକ୍ଷରୁ ଖଣ୍ଡନ କରାଯିବା ସହ ସବୁକିଛି ନିୟନ୍ତ୍ରଣ ମଧ୍ୟରେ ଥିବା କୁହାଯାଇଛି। ଇସଲାମୀୟ ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ ରୋକ ଲଗାଇବାରେ ରାଷ୍ଟ୍ରପତି କାବୋରେ ବିଫଳ ହୋଇଥିବା କହି ତାଙ୍କ ଇସ୍ତଫା ଦାବିରେ ରବିବାର ବହୁସଂଖ୍ୟାରେ ଲୋକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସରକାର ବିରୋଧୀ ପ୍ରଦର୍ଶନକାରୀଙ୍କୁ ବିଦ୍ରୋହୀ ସୈନ୍ୟଙ୍କ ସମର୍ଥନ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri