ମୌଳିକ ସୁବିଧାରୁ ବଞ୍ଚିତ ଲୋକେ ତେଜିଲେ

ଯାଜପୁର ଅଫିସ/କଳିଙ୍ଗନଗର,୨୫ା୧: ଶିଳ୍ପ ଓ ଖଣି ଥିଲେ ବିକାଶର ଏକ ନୂତନ ଧାରା ସୃଷ୍ଟି ହେବ। ଲୋକଙ୍କ ସମସ୍ତ ମୌଳିକ ସମସ୍ୟାର ସମାଧାନ ହେବ। ପାଠ ପଢୁୁଆ ବେକାର ଯୁବତୀ ଯୁବକମାନେ କର୍ମ ସଂସ୍ଥାନ ପାଇ ଆମତ୍ ନିର୍ଭରଶୀଳ ହେବେ। ଅଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ, ଗମନାଗମନର ବ୍ୟାପକ ବ୍ୟବସ୍ଥା ହେବ ବୋଲି ଯେଉଁ ସ୍ବପ୍ନ ଯାଜପୁର ଜିଲା କଳିଙ୍ଗନଗର ଅଞ୍ଚଳର ଲୋକେ ଦେଖିଥିଲେ ଏବେ ତାହା ସମ୍ପୂର୍ଣ୍ଣ ଭାବେ ଓଲଟି ଯାଇଛି। ନେତା,ରାଜନେତାଠାରୁ ଆରମ୍ଭ କରି ଶିଳ୍ପପତି ଏବଂ ପ୍ରଶାସକମାନେ ଯେଉଁ ଧୂଆଁବାଣ ଦେଇ ଅଞ୍ଚଳରେ ଶିଳ୍ପ ପ୍ରତିଷ୍ଠା କରିଥିଲେ, ତାର କୁପରିଣାମ ଏବେ ଲୋକଙ୍କୁ ଭୋଗିବାକୁ ପଡୁଛି। ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦାନଗଦି ବ୍ଳକ ଶାଳିଜଙ୍ଗା ପଞ୍ଚାୟତ ୮ ନମ୍ବର ୱାର୍ଡ ବେଣାପାଟିଆ ଗ୍ରାମରେ ଏହା ଜଳଜଳ ହୋଇ ଦିଶୁଛି। ଚଳିତ ପଞ୍ଚାୟତ ନିର୍ବାଚନରେ ବହୁବର୍ଷ ଧରି ଉପେକ୍ଷିତ ଓ ପ୍ରତାରିତ ରହିଥିବା ଅଭିଯୋଗ କରି ବେଣାପାଟିଆ ଗ୍ରାମବାସୀ ସମୂହ ଭୋଟ ବର୍ଜନ କରିବା ପାଇଁ ରବିବାର ଘୋଷଣା କରିଛନ୍ତି।
ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଚାଲିଥିବାବେଳେ ବେଣାପାଟିଆ ଗ୍ରାମବାସୀ ଚରମ ନିଷ୍ପତ୍ତି ନେବା ସହିତ ଗ୍ରାମର ୱାର୍ଡସଭ୍ୟ ପାଇଁ କେହି ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି। ଗ୍ରାମର ମୁଖ୍ୟ ସମସ୍ୟା ରାସ୍ତା ଓ ପାନୀୟ ଜଳର ସୁବନ୍ଦୋବସ୍ତ ପାଇଁ ଗ୍ରାମବାସୀ ଦୀର୍ଘବର୍ଷ ଧରି ଦାବି କରି ଆସୁଥିଲେ। ହେଲେ କୌଣସି ରାଜନୈତିକ କିମ୍ବା ପ୍ରଶାସନିକସ୍ତରରେ ପଦକ୍ଷେପ ନିଆ ନ ଯିବା ଫଳରେ ସେମାନେ ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି ବୋଲି କହିଛନ୍ତି । ପଞ୍ଚାୟତ କାର୍ଯ୍ୟାଳୟ ଶାଳିଜଙ୍ଗାଠାରୁ ଏହି ଗ୍ରାମକୁ ସଂଯୋଗ ରାସ୍ତା ନାହିଁ। ଏଥିଯୋଗୁ ଗ୍ରାମବାସୀ ୫ କିମି ବୁଲି ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥାନ୍ତି । ରାସ୍ତା ସମସ୍ୟା ପାଇଁ ବର୍ଷ ତମାମ ଛାତ୍ରୀଛାତ୍ରମାନେ ବିଦ୍ୟାଳୟକୁ ଯିବାକୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆବଶ୍ୟକ ବେଳେ ଗ୍ରାମକୁ ଆମ୍ବୁଲାନ୍ସ କିମ୍ବା ଅଗ୍ନିଶମ ଗାଡ଼ି ଆସିପାରୁନାହିଁ । ସୁକିନ୍ଦା ବିଧାୟକ ରାସ୍ତା ନିର୍ମାଣ ନିମନ୍ତେ ୬ମାସ ତଳେ ଶୁଭ ପକାଇ ଥିଲେ ହେଁ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଓ ପ୍ରଶାସନିକ ଅବହେଳାରୁ ଅଦ୍ୟାବଧି ରାସ୍ତା ନିର୍ମାଣ ଆରମ୍ଭ ହୋଇ ପାରିନାହିଁ। ଗ୍ରାମରେ ପାନୀୟ ଜଳର କୌଣସି ବ୍ୟବସ୍ଥା ନାହିଁ । ଗ୍ରାମରେ ଥିବା ବହୁ ପୁରାତନ କୂଅର ଦୂଷିତ ଜଳକୁ ଲୋକେ ପାନୀୟ ରୂପେ ବ୍ୟବହାର କରୁଛନ୍ତି । କଳିଙ୍ଗନଗର ଶିଳ୍ପାଞ୍ଚଳର ନିକଟବର୍ତ୍ତୀ ବେଣାପାଟିଆ ଗ୍ରାମରେ ୪୦୦ ଭୋଟର ରହିଛନ୍ତି। ଶିଳ୍ପ ପାଇଁ ପ୍ରଦୂଷଣ ବଳୟରେ ରହିଥିବା ଗ୍ରାମବାସୀ କିଡ୍‌ନୀ, ଚର୍ମ, ପେଟ ରୋଗ ଓ ଯକ୍ଷ୍ମା ରୋଗରେ ପୀଡ଼ିତ ହେଉଛନ୍ତି । ଏନେଇ ବିଭିନ୍ନ ସମୟରେ ଅଭିଯୋଗ କରୁଥିଲେ ହେଁ ସେମାନଙ୍କ ପାଖରେ କେବେ ପ୍ରଶାସନ କିମ୍ବା ରାଜନେତା ପହଁଞ୍ଚି ନାହାନ୍ତି । ସେହି କାରଣରୁ ଚଳିତ ପଞ୍ଚାୟତ ନିର୍ବାଚନରେ କେହି ଭୋଟ ଦେବେ ନାହିଁ ବୋଲି ଗାଁ ଖେଳ ପଡ଼ିଆଠାରେ ଗ୍ରାମବାସୀ ଏକତ୍ରିତ ହୋଇ ଘୋଷଣା କରିଛନ୍ତି ।
ବିଗତ ୩୦ ବର୍ଷ ହେଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ଶାସକ ଦଳର ଶାସନ ଚାଲିଛି। ହେଲେ ଏହି ୩୦ ବର୍ଷ ମଧ୍ୟରେ ଅଞ୍ଚଳର ଗରିବ ଲୋକଙ୍କ ସେତେଟା ଅର୍ଥନୈତିକ ପରିବର୍ତ୍ତନ ହୋଇ ନ ଥିଲେ ହେଁ କେତେଜଣ ମୁଷ୍ଟିମେୟ ଲୋକ କୋଟିପତି ହୋଇଛନ୍ତି। ନଗଡ଼ା ଭଳି ଚିତ୍ର ସାରା ବିଶ୍ୱରେ ବଦ୍‌ନାମ ଆଣିଛି। ଏବେ ବି ୩୦ରୁ ଊର୍ଦ୍ଧ୍ୱ ଗ୍ରାମକୁ ସୁଦୃଢ ରାସ୍ତା ନିର୍ମାଣ ହୋଇ ପାରିନାହିଁ। ସ୍ବାସ୍ଥ୍ୟକ୍ଷେତ୍ରରେ ସମ୍ପୂର୍ଣ୍ଣ ଅବହେଳା କରାଯାଉଛି। ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ୱ ଲୋକେ ଧୂଳିଧୂଆଁ ଓ ଜଳବାହିତ ରୋଗରେ ଆକ୍ରାନ୍ତ ଅଛନ୍ତି। କିଡ୍‌ନୀ ରୋଗରେ ଲୋକ ଅକାଳରେ ମୃତ୍ୟୁବରଣ କରୁଛନ୍ତି। ଏଭଳି ଅନେକ ଉଦାହରଣ ରହିଛି, ଯାହାକି ଆସନ୍ତା ସାଧାରଣ ନିର୍ବାଚନକୁ ଓଲଟପାଲଟ କରିପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ବେଣାପାଟିଆ ଗ୍ରାମ ଏହାର ଜ୍ୱଳନ୍ତ ଉଦାହରଣ ହୋଇପାରେ ବୋଲି ସାଧାରଣରେ ଆଲୋଚନାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ବସଷ୍ଟାଣ୍ଡକୁ ଯାଉନି ଯାତ୍ରୀବାହୀ ବସ, ଜରିମାନା ପାଇଁ ନୋଟିସ  

ଦିଗପହଣ୍ଡି,୧୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ନୂଆ ବସଷ୍ଟାଣ୍ଡକୁ ଯାତ୍ରୀବାହୀ ବସଗୁଡ଼ିକ ପ୍ରବେଶ କରୁନାହିଁ। ଏନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ତାଗିଦ ପରେ ମଧ୍ୟ ବସ ଚାଳକମାନେ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

୪୮ ଘଣ୍ଟା ପୂରିଲାନି: ଧରାପଡିଲେ ୨ଅଭିଯୁକ୍ତ, ଉଦ୍ଧାର ହେଲା ସାମଗ୍ରୀ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସଦର ଥାନା ଅନ୍ତର୍ଗତ ଗାଇସୀମାସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଗତ ୧୬ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଧାଫାସ ହୋଇଛି।...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri