Posted inଖେଳ

ଦଳକୁ ଜିତିବା ପାଇଁ ଅନ୍ତିମ ଓଭରରେ ଦରକାର ଥିଲା ୩୦ ରନ୍‌, ତା’ ପରେ ଘଟିଲା ଏମିତି

ବାରବାଡସ,୨୪।୧: ଇଂଲଣ୍ଡର ବୋଲିଂ ଲାଇନ୍‌ ଅପ୍‌ ଆଗରେ ୧୭୨ ରନ୍‌ର ବିଜୟ ଲକ୍ଷ୍ୟ ପିଛା କରୁଥିବା ଓ୍ବେଷ୍ଟଇଣ୍ଡିଜ ୧୫.୧ ଓଭରରେ ୯୫ ରନ୍‌ରେ ୮ ଉଇକେଟ ହରାଇ ସାରିଥିଲା। ଦଳ ନିଶ୍ଚିତ ପରାଜୟ ମୁହଁରେ ଛିଡ଼ା ହୋଇଥିବା ବେଳେ ରୋମାରିଓ ଶେଫର୍ଡଙ୍କ ସହ କ୍ରିଜରେ ଯୋଗ ଦେଇଥିଲେ ଅକିଲ ହୋସେନ। ଏହି ଯୋଡ଼ି ମ୍ୟାଚ୍‌କୁ ଅନ୍ତିମ ଓଭର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା। କିନ୍ତୁ ଅନ୍ତିମ ଓଭରରେ ଯାହା ଘଟିଲା, ତାହା ଖେଳାଳିଙ୍କଠାରୁ ଆରମ୍ଭ କରି ଦର୍ଶକଙ୍କୁ ଚକିତ ରଖି ଦେଇଥିଲା।

ହୋସେନ ଷ୍ଟ୍ରାଇକ୍‌ରେ ଥିବା ବେଳେ ଓ୍ବେଷ୍ଟଇଣ୍ଡିଜକୁ ଅନ୍ତିମ ଓଭରରେ ଜିତିବା ପାଇଁ ଦରକାର ଥାଏ ୩୦ ରନ୍‌। ଇଂଲଣ୍ଡ ପାଇଁ ବୋଲିଂ କରିଥିଲେ ପେସର ସାକିବ ମାହମୁଦ। ହୋସେନଙ୍କଠାରୁ ବଲ ଦୂରେଇ ରଖିବା ପାଇଁ ମାହମୁଦ ପ୍ରଥମ ବଲକୁ ଅଫ୍‌ ସାଇଡ୍‌ରେ ଓ୍ବାଇଡ୍‌ ଲାଇନରେ ବୋଲିଂ କରିଥିଲେ। ପ୍ରଥମ ବଲ ଓ୍ବାଇଡ୍‌ ହେବା ପରେ ଦ୍ୱିତୀୟ ବଲ ଡଟ୍‌ ରହିଥିଲା। ପରବର୍ତ୍ତୀ ଦୁଇଟି ବଲରେ ହୋସେନ ଲଗାତାର ଚୌକା ଲଗାଇଥିଲେ। ଚତୁର୍ଥ ବଲ ଓ୍ବାଇଡ୍‌ ହେବାରୁ ଅନ୍ତିମ ୩ ବଲରେ ଓ୍ବେଷ୍ଟଇଣ୍ଡିଜକୁ ଦରକାର ଥିଲା ୨୦ ରନ। ବିଜୟ ସମ୍ଭବ ନ ଥିଲେ ମଧ୍ୟ ଆଶା ଛାଡ଼ି ନ ଥିଲେ ହୋସେନ। ଅନ୍ତିମ ୩ ବଲରେ ୩ ଛକା ଲଗାଇଥିଲେ। ଏହା ସତ୍ତ୍ୱେ ଓ୍ବେଷ୍ଟଇଣ୍ଡିଜକୁ ୧ ରନ୍‌ରେ ପରାଜୟ ବରଣ କରିବାକୁ ପଡ଼ିଥିଲା। ଶେଫର୍ଡ ୪୪ (୧ ଚୌକା ଓ ୫ ଛକା ) ଏବଂ ହୋସେନ ୪୪ (୩ ଚୌକା ଓ ୪ ଛକା ) ରନ୍‌ କରି ଅପରାଜିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଲିଉଡ ଅଭିନେତ୍ରୀଙ୍କ ବିସ୍ଫୋରକ ବୟାନ, ବିବାହିତ ସୂରିୟାଙ୍କୁ ନେଇ ଚର୍ଚ୍ଚା

ମୁମ୍ବାଇ,୩୦।୧୨: ଭାରତୀୟ ଟି-୨୦ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କରିଛନ୍ତି ବଲିଉଡ ଅଭିନେତ୍ରୀ। ପୂର୍ବରୁ ଅନେକ ଅଭିନେତ୍ରୀଙ୍କ ସହିତ କ୍ରିକେଟରଙ୍କ...

ରାଜ୍ୟସ୍ତରୀୟ ଚକରା ବିଷୋୟୀ ଜୟନ୍ତୀ: ଆମେ ଲୋକଙ୍କ ଡାକ ପିଅନ କହିଲେ…

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବିଞ୍ଜିଗିରି ଠାରେ ବୀର ଚକରା ବିଷୋୟୀଙ୍କ ରାଜ୍ୟ ସ୍ତରୀୟ ୨୦୩ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ...

ସତ ହେବ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ! ବର୍ଷ ଆରମ୍ଭରୁ ୬ରାଶି…

୨୦୨୬ ବର୍ଷ ପାଇଁ ବଡ଼ ଭବିଷ୍ୟବାଣୀ କରିଯାଇଛନ୍ତି ବାବା ଭେଙ୍ଗା । କିଛି ରାଶିରେ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି ବର୍ଷ ୨୦୨୬ । ବୃଷ,...

ତାମିଲନାଡୁରେ ଓଡ଼ିଆ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ଷ୍ଟାଲିନ ସରକାରଙ୍କୁ ଭାଜପାର କଡ଼ା ନିନ୍ଦା

ଭୁବନେଶ୍ୱର,୩୦ ।୧୨: ତାମିଲନାଡୁରେ ଜଣେ ଓଡ଼ିଆ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଏହି ଘଟଣାକୁ ନେଇ ଶ୍ରମ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ତୀବ୍ର ପ୍ରତିକ୍ରିୟା...

ପ୍ରିୟଙ୍କା ଗାନ୍ଧୀଙ୍କ ବୋହୂ ଅଭିଭାଙ୍କ ସମ୍ପତ୍ତି କେତେ? ଏମିତି କରନ୍ତି ମୋଟା ଅଙ୍କର ରୋଜଗାର

ନୂଆଦିଲ୍ଲୀ,୩୦।୧୨: ଦେଶର ପ୍ରମୁଖ ରାଜନୈତିକ ପରିବାର ମଧ୍ୟରୁ ଗୋଟିଏ ଗାନ୍ଧୀ-ଭଦ୍ରା ପରିବାର ଖୁବ ଶୀଘ୍ର ବିବାହ ଘୋଷଣା କରିବାକୁ ଯାଉଛନ୍ତି। ପ୍ରସ୍ତୁତି ଚାଲିଛି, ଏବଂ ବିବାହ...

ଶିଶୁୁତ୍ରକୁ ଜନ୍ମ ଦେଇ ଆଖିବୁଜିଦେଲେ ମା’: ହସ୍ପିଟାଲରେ ତାଲାମାରି ଚମ୍ପଟ ମାରିଲେ…

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁରର ମେଡିକାଲ ଛକ ନିକଟରେ ଏକ ଘରୋଇ ମେଡିକାଲ ସାମ୍ନାରେ ପ୍ରସବ ପାଇଁ ଆସିଥିବା ପ୍ରସୂତିଙ୍କ ମୃତ୍ୟୁ ଘଟିଛି। ଚିକିତ୍ସାରେ ଅବହେଳା...

କେମିତି ରହିବ ୨୦୨୬ରେ ଶନିଙ୍କ ଚାଲି? ଏସବୁ ରାଶି ରହିବେ ସତର୍କ, ଖରାପ ଟାଇମ୍‌ ଆରମ୍ଭ…

ହିନ୍ଦୁ ଧର୍ମ ଏବଂ ଜ୍ୟୋତିଷ ଶାସ୍ତ୍ରରେ, ଶନି ଦେବଙ୍କୁ କର୍ମର ଦାତା ଏବଂ ନ୍ୟାୟର ଦେବତା ଭାବରେ ବିବେଚନା କରାଯାଏ। ତାଙ୍କୁ ନଅଟି ଗ୍ରହ ମଧ୍ୟରେ...

ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା: ବନ୍ଧା ହେଲେ ୱେବ ଚ୍ୟାନେଲ ସାମ୍ବାଦିକ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): ସାମ୍ବାଦିକ ଆଳରେ ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା। ଖୋର୍ଦ୍ଧା ଅବକାରୀ ବିଭାଗର ଜିଲା ମୋବାଇଲ ୟୁନିଟ ହାତରେ ଧରାପଡ଼ିଲେ ୱେବ ଚ୍ୟାନେଲ ସାମ୍ବାଦିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri