Posted inଫୁରସତ

ପ୍ରଥମ ଦରମା ଟଙ୍କାକୁ ବୋଉ ହାତରେ ଦେଇଥିଲି: ନାଟ୍ୟକାର ରାମଚନ୍ଦ୍ର ମିଶ୍ର

୧୯୬୩ ମସିହାର କଥା। ସେତେବେଳେ ମୁଁ ରେଭେନ୍ସା କଲେଜରେ ମାଥମେଟିକ୍ସରେ ଏମ୍‌ଏସ୍‌ସି କରୁଥାଏ। ସେବେ ଗୋଟେ ନିୟମ ଥିଲା, ଯଦି ଏମ୍‌ଏସ୍‌ସିରେ ୪୮%ରୁ କମ୍‌ ମାର୍କ ରହିବ, ତା’ହେଲେ ଅଧ୍ୟାପକ ଚାକିରି ମିଳିବ ନାହିଁ। ମୋର ଟିକେ ଭୟ ହେଲା। କାଳେ ପରୀକ୍ଷାରେ ଭଲ ନହେବ, ସେଥିପାଇଁ ସେହି ବର୍ଷ ମୁଁ ପରୀକ୍ଷା ନ ଦେଇ ଜାଣିଶୁଣି ଫେଲ୍‌ ହୋଇଗଲି। କାରଣ ଫେଲ୍‌ ହୋଇ ଆଉ ଥରେ ପଢି ଭଲ ମାର୍କ ରଖିଲେ ସେତେବେଳେ ଅଧ୍ୟାପକ ଚାକିରି ମିଳିଯାଉଥିଲା। କିନ୍ତୁ ଥରେ ୪୮%ରୁ କମ୍‌ ମାର୍କ ରହିଗଲେ ଆଉ ଅଧ୍ୟାପକ ଚାକିରି ମିଳୁ ନଥିଲା। ତେଣୁ ସେ ଥରକ ପରୀକ୍ଷା ନ ଦେଇ ଆଉ ଥରେ ପଢିବାକୁ ମୁଁ ମନେ ମନେ ସ୍ଥିର କରିନେଲି। କିନ୍ତୁ ଆଉ ଥରେ ଫର୍ମଫିଲପ୍‌ କରି ପଢିବାକୁ ତ କିଛିଦିନ ସମୟ ଲାଗିବ। ଖାଲିଟାରେ ସେ ସମୟକୁ କାହିଁକି ନଷ୍ଟ କରିବି ବରଂ ଚାକିରି କରିବା ଭଲ ଭାବି ନୟାଗଡ଼ କଲେଜରେ ଲାବ୍ରୋଟୋରୀ ଆସିଷ୍ଟାଣ୍ଟ ଭାବେ କାମ କରିବାକୁ ଲାଗିଲି। ମାସକୁ ଦରମା ୧୭୦ ଟଙ୍କା ମିଳୁଥିଲା। ପ୍ରଥମ ମାସ ଯେବେ ଦରମା ପାଇ ଘରକୁ ଗଲି ନନା କାହାନ୍ତି ବୋଲି ଖୋଜିଲି। ନନା ଘରେ ନଥିବାରୁ ବୋଉ ହାତରେ ଦରମା ଟଙ୍କାଟିକୁ ଧରାଇଦେଲି। ସେ କିନ୍ତୁ ବାରମ୍ବାର ମନା କରୁଥିଲା, ହେଲେ ମୁଁ ତାକୁ ବାଧ୍ୟ କରି ରଖିବାକୁ କହିଲି। ସେଦିନ ମାଉସୀ ଆମ ଘରକୁ ଆସିଥାନ୍ତି। ମୋ ଦରମା ପାଇବା କଥା ଶୁଣି ସେ ବୋଉକୁ ପଚାରିଲେ- ତୋ ପୁଅ କେତେ ଦରମା ପାଇଛି କି? ବୋଉ କହିଲା- ‘ମୋ ପୁଅ ଆଠ କୋଡି ଦଶ ପାଇଛି’। ଏହା ଶୁଣି ମାଉସୀ କାବା ହୋଇ ବୋଉକୁ କହିଲେ, ‘କ’ଣ ହେଲା, ତୋ ପୁଅ ଏତେ ଦରମା ପାଇଛି, ହେଲେ ମୋ ପୁଅ କିନ୍ତୁ ବହୁତ କମ୍‌ ଦରମା ପାଉଛି।’ ଏମିତି କିଛି ସମୟ କଥାବାର୍ତ୍ତା ପରେ ମୁଁ ଖାଇପିଇ ଶୋଇପଡିଲି। ପରଦିନ ସକାଳେ ମୁଁ କଲେଜ ବାହାରିଲାବେଳେ ଦେଖିଲି ମୋ ପକେଟ୍‌ରେ ସେହି ୧୭୦ ଟଙ୍କା ପୁଣି ପସିଛି। ବୋଉକୁ ପଚାରିବାରୁ ସେ କହିଲା- ‘ତୁ ମୋତେ ଯେଉଁ ଟଙ୍କା ଦେଲୁ, ସେଇଟା ମୋର ଧନ ହୋଇଗଲା। ଆଉ ମୋ ଧନକୁ ମୁଁ ଯାହାକୁ ଇଚ୍ଛା ହେଲା ତାକୁ ଦେଲି, ସେଥିରେ ଅସୁବିଧା ରହିଲା କେଉଁଠି।’ ଏକଥା ଶୁଣି ମୁଁ ଆଉ କ’ଣ କହିବି। ମୋ ପାଟି ସେତିକିରେ ବନ୍ଦ ହୋଇଗଲା। ବୋଉ ମୋ ମୁଣ୍ଡକୁ ଟିକେ ଆଉଁସି ଦେଇ କହିଲା- ‘ଏବେ ଖୁସିରେ ତୁ କଲେଜ ଯା।’ ବୋଉର ସେହି ଆଶୀର୍ବାଦ ବୋଳା ହାତ ମୋତେ ମୋ ଲକ୍ଷ୍ୟ ପଥରେ ପହଁଞ୍ଚତ୍ବାକୁ ଅନେକ ସାହାଯ୍ୟ କରିଛି। ମୋର ଲକ୍ଷ୍ୟ ଥିଲା ମୁଁ ଅଧ୍ୟାପକଟିଏ ହେବି। ତା’ରି ଆଶୀର୍ବାଦରୁ ମୁଁ ପୁଣିଥରେ ଏମ୍‌ଏସ୍‌ସି ପଢି ଭଲ ମାର୍କ ରଖି ଅଧ୍ୟାପକ ଚାକିରି ପାଇଲି ଏବଂ ୨୦୦୦ ମସିହାରେ ପ୍ରିନ୍ସପାଲ୍‌ ହୋଇ ଚାକିରିରୁ ଅବସର ନେଲି। ତା’ସହିତ ନାଟକ ପ୍ରତି ଦୁର୍ବଳତା ଥିବାରୁ ଅନେକ ନାଟକ ପୁସ୍ତକ ମଧ୍ୟ ରଚନା କଲି। ଶୋଣିତ ସ୍ବାକ୍ଷର, ଅନେକ ଛାଇ ଅସରନ୍ତି ଅନ୍ଧାର, ଏକ ସୂର୍ଯ୍ୟ ଅନେକ ପୃଥିବୀ, ମରୁ ମନ୍ଥନ, ଏକାନ୍ତ ନିଜସ୍ବ, ବାଲ୍ମିକୀ ଉବାଚ, ଆମେ ଅକିଞ୍ଚନ, ନାୟିକାର ନାଁ ଲୁସି, ଏମିତି ଚାଲିଛି ଇତ୍ୟାଦି ହେଉଛି ମୋ ଲିଖିତ କେତୋଟି ପ୍ରମୁଖ ନାଟକ। ତନ୍ମଧ୍ୟରୁ ଅନେକ ନାଟକ ଇଂରାଜୀ ଭାଷାରେ ଅନୁବାଦ ମଧ୍ୟ ହୋଇଛି। ଏପରିକି ଏକାନ୍ତ ନିଜସ୍ବ ନାଟକକୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ମିଳିଛି। ସେହିପରି ପୁନଶ୍ଚ ଆଲୋକ, ଗାନ୍ଧାରୀର ଅଶ୍ରୁ, ବଂଶବୃକ୍ଷ, କଢିମା ଇତ୍ୟାଦି ହେଉଛି ମୋ ଲିଖିତ କେତୋଟି ଏକାଙ୍କିକା ସଂକଳନ।

-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଏକ ଦେଶ ଯେଉଁଠି ଲୋକଙ୍କୁ ଦେବାକୁ ପଡେ ନାହିଁ ଇନକମ ଟ୍ୟାକ୍ସ, ଏସବୁ ମିଳେ ମାଗଣାରେ

ବନ୍ଦର ସେରି ବେଗାୱାନ,୮।୧୨: COVID-19 ମହାମାରୀ ପ୍ରାୟ ପ୍ରତ୍ୟେକ ଦେଶର ଅର୍ଥନୀତିକୁ ଏକ ଗମ୍ଭୀର ଆଘାତ ଦେଇଥିଲା। ଅନେକ ଦେଶରେ ସରକାର ଖର୍ଚ୍ଚ ବୃଦ୍ଧି କରିବାକୁ,...

ରହସ୍ୟମୟ ସମୁଦ୍ର: ଯେଉଁଥିରେ କେହି କେବେ ବୁଡ଼ିଯିବେ ନାହିଁ, କାରଣ ଜାଣିଲେ…

ପୃଥିବୀର ପ୍ରାୟ ୭୧ ପ୍ରତିଶତ ଅଞ୍ଚଳ ଜଳ ଆଚ୍ଛାଦିତ। ଏହି କାରଣରୁ ପୃଥିବୀକୁ ନୀଳ ଗ୍ରହ ମଧ୍ୟ କୁହାଯାଏ। ପୃଥିବୀପୃଷ୍ଠର ପ୍ରାୟ ୯୭ ପ୍ରତିଶତ, ମହାସାଗରରେ...

ମଝି ଆକାଶରେ ଫୁଟବଲ ଖେଳିଲେ ଦୁଇ ଖେଳାଳି, ଭୟଙ୍କର ଦୃଶ୍ୟ ଦେଖିଲେ…

କିଛି ଲୋକ ଅନେକ ଦୁଃସାହସିକ କାର୍ଯ୍ୟ କରିଥାନ୍ତି। ଯାହା ଦେଖି ଲୋକଙ୍କ ପ୍ରାଣବାୟୁ ଉଡ଼ିଯିବା ପରି ଲାଗେ। ବର୍ତ୍ତମାନ ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ...

ଏହି ଦେଶରେ ପୁରୁଷଙ୍କ ଅଭାବ; ଏହିକାମ ପାଇଁ ସ୍ୱାମୀ ‘ଭଡ଼ାରେ’ ନେଉଛନ୍ତି ମହିଳା

ନୂଆଦିଲ୍ଲୀ,୫ା୧୨: ୟୁରୋପୀୟ ଦେଶ ଲାଟଭିଆରେ ପୁରୁଷଙ୍କ ସଂଖ୍ୟା ମହିଳାଙ୍କ ତୁଳନାରେ ବହୁତ କମ୍ ଥିବାରୁ ଏଠାରେ ଏକ ଅଭାବନୀୟ ସାମାଜିକ ଧାରା ଦେଖିବାକୁ ମିଳିଛି। ଘରର...

ଏହି ଭୟଙ୍କର ଜୀବର ଚମଡ଼ାରୁ ତିଆରି ଘଣ୍ଟା ପିନ୍ଧନ୍ତି ପୁଟିନ୍‌, ଦାମ୍‌ ଜାଣିଲେ…

ମସ୍କୋ,୫ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ଏହି ଗସ୍ତ ଉଭୟ ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।...

ବାହା ହେଉ ହେଉ ଭାଙ୍ଗିଲା ସମ୍ପର୍କ, ଚତୁର୍ଥୀ ରାତିରେ ଛାଡ଼ପତ୍ର ପେପରରେ ସାଇନ୍‌ କଲେ କନ୍ୟା

ଲକ୍ଷ୍ନୌ,୪ା୧୨: ଉତ୍ତରପ୍ରଦେଶର ଦେଓରିଆରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ଚତୁର୍ଥୀରେ ଜଣେ ନବବିବାହିତା କନ୍ୟା ସମ୍ପର୍କ ଭାଙ୍ଗି ତାଙ୍କ...

ବିଶ୍ୱର ସବୁଠୁ ମହଙ୍ଗା ଅଣ୍ଡା: ଏହା ମୂଲ୍ୟରେ କିଣିହୋଇଯିବ ୧୦୦ ହେଲିକପ୍ଟର

ଗୋଟିଏ ଅଣ୍ଡାର ମୂଲ୍ୟ କେତେ ହୋଇପାରେ? ୮ ଟଙ୍କା, ୧୦ ଟଙ୍କା, କିମ୍ବା ସର୍ବାଧିକ ୨୫ ଟଙ୍କା। କିନ୍ତୁ ବିଶ୍ୱରେ ଏମିତି ଏକ ଅଣ୍ଡା ଅଛି,...

ଗାଁର ନାଁ କିଡ୍‌ନୀ ଭ୍ୟାଲି, ଏହା ପଛର କାରଣ ଜାଣିଲେ ନିଶ୍ଚିତ ହେବେ ଚକିତ

ବିଶ୍ୱରେ ଏପରି ଅନେକ ସ୍ଥାନ ଅଛି, ଯାହା ସେମାନଙ୍କର ଅନନ୍ୟତା ପାଇଁ ଅତ୍ୟନ୍ତ ପ୍ରସିଦ୍ଧ। ଏହି କାରଣରୁ ଦେଶ ଏବଂ ବିଶ୍ୱର ସବୁଠି ଚର୍ଚ୍ଚା। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri