Posted inଜାତୀୟ

ମୋଦିଙ୍କ ରାଲିରେ ୧୨ କୋଟି ଟଙ୍କାର କାର୍‌: ପ୍ରଶ୍ନ ଉଠାଇଲେ ସଞ୍ଜୟ

ମୁମ୍ବାଇ,୩ ।୧: ଉତ୍ତରପ୍ରଦେଶର ମୁରାଦାବାଦରେ ୫ ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଜନସଭାକୁ ସମ୍ବୋଧନ କରିବା ଅବସରରେ ନିଜକୁ ଫକିର ବୋଲି କହିଥିଲେ । ଏବେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଶିବସେନା ନେତା ସଞ୍ଜୟ ରାଉତ । ସଞ୍ଜୟ ସାମନାରେ ସାପ୍ତାହିକ ରୋକ-ଟୋକ କଲମରେ ଲେଖିଛନ୍ତି, ୨୮ ଡିସେମ୍ବରରେ ଦେଶର ଗଣମାଧ୍ୟମ ପ୍ରଧାନମନ୍ତ୍ରୀଙ୍କ ଲାଗି କିଣାଯାଇଥିବା ଗାଡିର ଫଟୋ ଦେଖାଇଥିଲେ । ଯେଉଁ ଗାଡିର ଦାମ ଥିଲା ୧୨ କୋଟି ଟଙ୍କା । ନିଜକୁ ଫକିର କହୁଥିବା ଓ ଦେଶୀ ଜିନିଷ ବ୍ୟବହାର କରିବାକୁ କହୁଥିବା ମୋଦି କିଭଳି ୧୨ କୋଟି ଟଙ୍କାର ବିଦେଶି ଗାଡି ବ୍ୟବହାର କରୁଛନ୍ତି ବୋଲି ସଞ୍ଜୟ ପ୍ରଶ୍ନ ଉଠାଇଛନ୍ତି । ଏବେ ମୋଦି ନିଜକୁ ଫକିର ନ କୁହନ୍ତୁ ବୋଲି ସଞ୍ଜୟ କହିଛନ୍ତି ।
ଗୋଟିଏ ପଟେ ମେକ ଇନ୍ ଇଣ୍ଡିଆ, ଷ୍ଟାର୍ଟଅପ ଇଣ୍ଡିଆ, ସ୍ୱଦେଶୀ ଜିନିଷର ବ୍ୟବହାର କରିବାକୁ ପ୍ରଚାର କରୁଥିବା ମୋଦି ନିଜେ ବିଦେଶୀ ଗାଡି ବ୍ୟବହାର କରୁଛନ୍ତି । ଯାହା ଆଦୌ ଯୁକ୍ତିଯୁକ୍ତ ନୁହେଁ ବୋଲି ସେ କହିଛନ୍ତି । ସଞ୍ଜୟ କହିଛନ୍ତି ପଣ୍ଡିତ ନେହେରୁ , ବାବା ସାହେବ ଆମ୍ବେଦକର ସବୁବେଳେ ଦେଶରେ ନିର୍ମିତ ଗାଡି ବ୍ୟବହାର କରୁଥିଲେ । ଯେତେବେଳେ ଦେଶ ଦୁଇଭାଗ ହୋଇଥିଲା ଓ ଏମାନଙ୍କ ଜୀବନ ପ୍ରତି ବିପଦ ଥିଲା ସେତେବେଳେ ସେମାନେ ଦେଶରେ ନିର୍ମାଣ କରାଯାଇଥିବା ଗାଡି ବ୍ୟବହାର କରୁଥିଲେ । ହେଲେ ଏବେ ନିଜକୁ ଫକିର କହୁଥିବା ମୋଦି ବିଦେଶୀ ଗାଡି ବ୍ୟବହାର କରୁଛନ୍ତି । ଏହାର ଉତ୍ତର ଦେବାକୁ ଅବଶ୍ୟ ଭାରତୀୟ ଜନତା ପାର୍ଟି(ଭାଜପା) ବେଶୀ ବିଳମ୍ବ କରି ନାହିଁ । ମହାରାଷ୍ଟ୍ରର ଭାଜପା ନେତା ଅତୁଲ ଭାତକାଲକର କହିଛନ୍ତି ମର୍ସିଡିଜ ଗାଡିରେ ମୋଦି ନୁହେଁ ବରଂ ଦେଶର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ବ୍ୟବହାର କରାଯାଉଛି । ଆଉ ଏହା ଏସପିଜିଙ୍କ କହିବା ଅନୁଯାୟୀ କିଣାଯାଇଛି । ଏପଟେ ଭାଜପା କହିଛି ଗାଡିର ଦାମ ୧୨ କୋଟି ନୁହେଁ ୪ କୋଟିରେ ଏହାକୁ କିଣାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri