Posted inଫୁରସତ

ଖ୍ରୀଷ୍ଟମାସରେ ବୁଲିଯାଆନ୍ତୁ…

ଖ୍ରୀଷ୍ଟମାସ ଅବସରରେ ବୁଲିଯାଇ କିଛିଟା ନିଆରା ଅନୁଭୂତି ପାଇବାକୁ ଅନେକଙ୍କର ଇଚ୍ଛା ଥାଏ। ସେଥିପାଇଁ ଏଠାରେ କେତୋଟି ସ୍ଥାନ ସମ୍ପର୍କରେ ଉଲ୍ଲେଖ କରାଗଲା, ଯେଉଁଠାକୁ ବୁଲିଯାଇ ପର୍ଯ୍ୟଟକ ଖ୍ରୀଷ୍ଟମାସ ଛୁଟିକୁ ଆନନ୍ଦରେ କାଟିପାରିବେ…

ଆନନ୍ଦ ଉଲ୍ଲାସର ପର୍ବ ଖ୍ରୀଷ୍ଟମାସ। ଏହାକୁ ଦେଶବିଦେଶର ବିଭିନ୍ନ ସ୍ଥାନରେ ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଇଥାଏ। ସେଥିପାଇଁ ଖ୍ରୀଷ୍ଟମାସ ଅବସରରେ ବୁଲାବୁଲି କରିବାକୁ ପର୍ଯ୍ୟଟକଙ୍କ ଭିତରେ ବେଶ୍‌ ଆଗ୍ରହ ଥିବାର ଦେଖିବାକୁ ମିଳିଥାଏ। କିନ୍ତୁ କରୋନା ମହାମାରୀ ପାଇଁ ଗତ ବର୍ଷ ଭଳି ଏବର୍ଷ ବି ଏହି ପର୍ବକୁ ସେତେ ବଡ଼ ଆକାରରେ ପାଳନ କରିବାକୁ ବା କୁଆଡ଼େ ବୁଲିଯିବାକୁ ଲୋକଙ୍କ ଭିତରେ ଭୟ ରହୁଥିବା ଦେଖିବାକୁ ମିଳୁଛି। ତଥାପି ବି ଯଦି କେହି ବୁଲିଯିବାକୁ ଚାହୁଁଥାନ୍ତି, ସେମାନଙ୍କ ପାଇଁ ଏଠାରେ ସେମିତି କେତୋଟି ସ୍ଥାନ ସମ୍ପର୍କରେ ଉଲ୍ଲେଖ କରାଗଲା, ଯେଉଁଠାକୁ ଖ୍ରୀଷ୍ଟମାସ ଅବସରରେ ବୁଲିଯାଇ କିଛିଟା ନିଆରା ଅନୁଭୂତି ସାଉଁଟିପାରିବେ।

* ଗୋଆ: ଯେତେବେଳେ ଖ୍ରୀଷ୍ଟମାସ ଅବସରରେ ବୁଲାବୁଲିର କଥା ଉଠେ, ସର୍ବପ୍ରଥମେ ଗୋଆ କଥା ମନକୁ ଆସିଥାଏ। କାରଣ ଏଠିକାର ଖ୍ରୀଷ୍ଟମାସ ସେଲିବ୍ରେଶନର ମଜା ହିଁ କିଛି ନିଆରା। ଏଠାରେ ଖ୍ରୀଷ୍ଟ ଧର୍ମାବଲମ୍ବୀ ଲୋକଙ୍କର ସଂଖ୍ୟା ଓ ଚର୍ଚ୍ଚ ସଂଖ୍ୟା ଯଥେଷ୍ଟ ଅଧିକ ଥିବାରୁ ଏଠାରେ ଏହି ପର୍ବକୁ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଇଥାଏ। ଚାରିଆଡ଼େ ରଙ୍ଗିନ ଆଲୋକମାଳାର ସାଜସଜ୍ଜା ସାଙ୍ଗକୁ ସମସ୍ତଙ୍କ ମୁହଁରେ ଖୁସିର ଝଲକ ଦେଖିବାକୁ ମିଳିଥାଏ। ଏପରି କି ଗୋଆ ବିଚ୍‌ରେ ବି ଖ୍ରୀଷ୍ଟମାସ ସେଲିବ୍ରେଶନକୁ ନେଇ ଅନେକ କିଛି ନିଆରା କାର୍ଯ୍ୟକ୍ରମ କରାଯାଇଥାଏ।

*କୋଲକାତା: ସିଟି ଅଫ୍‌ ଜୟ ଭାବେ ପରିଚିତ କୋଲକାତା ଖ୍ରୀଷ୍ଟମାସ ଅବସରରେ ହୋଇଉଠେ ଆହୁରି ଚଳଚଞ୍ଚଳ। ରାସ୍ତାଘାଟ ରଙ୍ଗିନ ଆଲୋକମାଳାରେ ସଜ୍ଜିତ ହେବା ସହ ପେଷ୍ଟ୍ରି, କେକ୍‌ ତଥା ବିଭିନ୍ନ ପ୍ରକାରର ସୁସ୍ବାଦୁ ବ୍ୟଞ୍ଜନର ବାସ୍ନାରେ ପର୍ଯ୍ୟଟକ ହୋଇଯାନ୍ତି ବେଶ୍‌ ମୁଗ୍ଧ। ଏପରି କି ମିଡ୍‌ ନାଇଟ୍‌ ସେଲିବ୍ରେଶନ, ଲାଇଟ୍‌ ଆଣ୍ଡ ସାଉଣ୍ଡ ଏକ୍‌ଜିବିଶନ ତଥା ରକ୍‌ ମ୍ୟୁଜିକ୍‌ ଆଦି ବି ଏଠାରେ ଅନୁଷ୍ଠିତ ହୋଇଥାଏ। କିନ୍ତୁ କରୋନା ସକାଶେ ଏସବୁ ପାଇଁ କଟକଣା ରହିଥିବାରୁ ପର୍ଯ୍ୟଟକଙ୍କୁ ବି ଏଥିପ୍ରତି ସତର୍କ ରହିବାକୁ ପଡ଼ିବ।

*ପଣ୍ଡିଚେରୀ: ଭାରତର ଲିଟିଲ୍‌ ଫ୍ରାନ୍ସ ଭାବେ ପରିଚିତ ପଣ୍ଡିଚେରୀ ବା ପୁଡୁଚେରୀ ପାରମ୍ପରିକ ଶୈଳୀରେ ଖ୍ରୀଷ୍ଟମାସ ପାଳନ କରିବା ପାଇଁ ବେଶ୍‌ ଲୋକପ୍ରିୟ। ଏହି ଅବସରରେ ଏଠାରେ ବହୁତ ସୁନ୍ଦର ଡେକୋରେଶନ ଦେଖିବାକୁ ମିଳିଥାଏ। ଏଠାକାର ଶାନ୍ତ ତଥା ମନୋରମ ସମୁଦ୍ରତଟ ନିକଟରେ ଲୋକେ ଖୁବ୍‌ ଶାନ୍ତିରେ ଏହି ପର୍ବକୁ ପାଳନ କରିଥାନ୍ତି। ଯେଉଁମାନଙ୍କୁ ହୋହଲା ପସନ୍ଦ ନୁହେଁ, ସେମାନେ ଚାହିଁଲେ ଏଠାକୁ ଯାଇ ଖ୍ରୀଷ୍ଟମାସ ଛୁଟି ଆରାମରେ କଟାଇପାରିବେ।

*କେରଳ: ଏଠାରେ ବି ଅନେକ ଗିର୍ଜାଘର ରହିଛି। ଖ୍ରୀଷ୍ଟମାସ ସମୟରେ ଏହି ଗିର୍ଜାଘରଗୁଡ଼ିକୁ ରଙ୍ଗିନ ଆଲୋକମାଳାରେ ଖୁବ୍‌ ସୁନ୍ଦର ଭାବେ ସଜାଇ ଦିଆଯାଇଥାଏ। ତା’ସାଙ୍ଗକୁ ରାସ୍ତାଘାଟକୁ ବି ସଜାଇ ଆକର୍ଷଣୀୟ କରାଯାଇଥାଏ। ଏପରି କି ଏଠାକାର ରେଷ୍ଟୁରାଣ୍ଟଗୁଡ଼ିକରେ ବି ଭଲ ଡିସ୍‌କାଉଣ୍ଟରେ ପର୍ଯ୍ୟଟକଙ୍କୁ ସୁସ୍ବାଦୁ ବ୍ୟଞ୍ଜନ ପରଷା ଯାଇଥାଏ। ତେଣୁ ପର୍ଯ୍ୟଟକ ଏଠାରେ ଖ୍ରୀଷ୍ଟମାସ ଅବସରରେ ଯାଇ ସୁସ୍ବାଦୁ ଖାଦ୍ୟ ଖାଇ ଗିର୍ଜାଘରଗୁଡ଼ିକ ବୁଲିବା ସହ ବ୍ୟାକ୍‌ଓ୍ବାଟର୍‌ରେ ବୋଟିଂ କରିବାର ମଜା ବି ନେଇପାରିବେ।

*ମୁମ୍ବାଇ: ସ୍ବପ୍ନର ସହର ମୁମ୍ବାଇରେ ମଧ୍ୟ ଖ୍ରୀଷ୍ଟମାସ ସେଲିବ୍ରେଶନ୍‌କୁ ଆଖିରେ ନ ଦେଖିଲେ କେହି ବିଶ୍ୱାସ କରିପାରିବେ ନାହିଁ। କାରଣ ଏହି ବିଶେଷ ଅବସରରେ ଏଠାକାର ଚର୍ଚ୍ଚ, ମଲ୍‌ ତଥା ମାର୍କେଟ୍‌ଗୁଡ଼ିକୁ ଖୁବ୍‌ ସୁନ୍ଦର ଭାବେ ସଜାଯାଇଥାଏ। ତା’ସହିତ ଏଠାରେ ଥିବା ଚର୍ଚ୍ଚକୁ ଯାଇ ପ୍ରଭୁ ଯିଶୁଙ୍କୁ ଦର୍ଶନ କରିବା ସହ ସୁସ୍ବାଦୁ ଖ୍ରୀଷ୍ଟମାସ୍‌୍‌ କେକ୍‌ ଖାଇବାର ମଜା ବେଶ୍‌ ଆନନ୍ଦ ଦେଇଥାଏ ପର୍ଯ୍ୟଟକଙ୍କୁ।

*ମନାଲି: ତୁଷାରପାତର ଶୀତଳ ପରଶରେ ଖ୍ରୀଷ୍ଟମାସ ମନାଇବାର ମଜା ହିଁ କିଛି ନିଆରା ଲାଗିଥାଏ। ତେଣୁ ହିମାଚଳପ୍ରଦେଶସ୍ଥିତ ମନାଲି ସବୁଠାରୁ ଭଲ ସ୍ଥାନ ହୋଇଥାଏ ଖ୍ରୀଷ୍ଟମାସ ପାଳନ କରିବା ପାଇଁ। କାରଣ ଖ୍ରୀଷ୍ଟମାସ ଅବସରରେ ଏଠାରେ ତୁଷାରପାତ ହେଉଥିବାରୁ ସ୍କିଂ କରିବା ସହ ସ୍ନୋମ୍ୟାନ୍‌ ଓ ବରଫରେ ଖେଳିବାର ମଜା ବେଶ୍‌ ନିଆରା ଅନୁଭୂତି ଦେଇଥାଏ ପର୍ଯ୍ୟଟକଙ୍କୁ।

*ଡାମନ୍‌ ଆଣ୍ଡ ଡିୟୁ: ଏଠାରେ ମୁଖ୍ୟତଃ ପର୍ତ୍ତୁଗୀଜ୍‌ମାନଙ୍କ ଶୈଳୀରେ ଖ୍ରୀଷ୍ଟମାସ୍‌ ପର୍ବକୁ ପାଳନ କରାଯାଇଥାଏ, ଯାହା ପର୍ଯ୍ୟଟକଙ୍କୁ ଏକ ନିଆରା ଅନୁଭୂତି ଦେଇଥାଏ। ବିଶେଷ କରି ଏହି ଅବସରରେ ପାଳିତ ହେଉଥିବା ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମଗୁଡ଼ିକ ବେଶ୍‌ ମନଛୁଆଁ ଲାଗିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri