ଶୀତରେ ଥରୁଛନ୍ତି ଅନ୍ତେବାସୀ

ବାରିପଦା ଅଫିସ,୧୮।୧୨-ମୟୂରଭଞ୍ଜ ଜିଲା ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧୀନରେ ଥିବା ଆବାସିକ ବିଦ୍ୟାଳୟର ଅନ୍ତେବାସୀମାନେ ଶୀତ କଷ୍ଟ ଭୋଗୁଛନ୍ତି। ବିଭାଗ ପକ୍ଷରୁ ଅଦ୍ୟାବଧି ସେମାନଙ୍କୁ କମ୍ବଳ ଯୋଗାଇ ଦିଆଯାଇ ନ ଥିତ୍ବାରୁ ପୁରୁଣାରେ କାମ ଚଳୁଛି। ଯଥାଶୀଘ୍ର ସେମାନଙ୍କୁ କମ୍ବଳ ଯୋଗାଇ ଦିଆ ନ ଗଲେ ଆନ୍ଦୋଳନ ହେବ ବୋଲି ଜିଲା ଯୁବ କଂଗ୍ରେସ ସଭାପତି ଅଂଶୁମାନ ଦାସ ଚେତାବନୀ ଦେଇଛନ୍ତି।
ବଣ ଜଙ୍ଗଲ ଘେରା ଏହି ଜିଲାରେ ଶୀତର ପ୍ରକୋପ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି। ଜିଲାରେ ୩ ଦିନ ହେଲା ସର୍ବନିମ୍ନ ତାପମାତ୍ରା ୧୫ଡିଗ୍ରୀ ତଳେ ରହୁଥିବା ବେଳେ ବୁଧବାର ରାତିର ତାପମାତ୍ରା ୧୩ ଡିଗ୍ରୀ ରହିଥିବା ନେଇ ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି। କରୋନା କଟକଣା ପାଇଁ ବର୍ତ୍ତମାନ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରମାନେ ନିଜ ଘରେ ଥିବା ବେଳେ ଷଷ୍ଠରୁ ଦଶମ ଶ୍ରେଣୀରେ ପଢ଼ୁଥିବା ଏହି ବିଭାଗର ଅନ୍ତେବାସୀମାନେ ଆବାସିକ ଶିକ୍ଷା ଗ୍ରହଣ କରୁଛନ୍ତି। ତେବେ ଶୀତର ପ୍ରକୋପ ପାଇଁ ଏହି ସମୟରେ ସରକାରଙ୍କ ପକ୍ଷରୁ ସମସ୍ତ ଅନ୍ତେବାସୀଙ୍କୁ କମ୍ବଳ ଯୋଗାଇ ଦିଆଯାଉଥିବା ବେଳେ ଚଳିତ ବର୍ଷ ଏଥିରେ ବିଳମ୍ବ ଘଟିଛି। ଜିଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ ଅଧୀନସ୍ଥ ମୋଟ ୮୭୩ଟି ଆଶ୍ରମ ଓ ସେବାଶ୍ରମରେ ୯୬ହଜାର ଅନ୍ତୋବାସୀ ରହିଛନ୍ତି। ସେଥି ମଧ୍ୟରୁ ୩୬୬ଟି ଆଶ୍ରମ ଓ ସେବାଶ୍ରମରେ ୪୩ହଜାର ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗର ୫୦୭ଟିରେ ୫୩ହଜାର ଅନ୍ତେବାସୀ ରହିଛନ୍ତି ା ପୂର୍ବ ବର୍ଷର ପ୍ରତିବଦଳରେ ଥିବା କମ୍ବଳକୁ ବାଦ ଦେଲେ ଚଳିତ ଥର ୧୧ହଜାରରୁ ଊର୍ଦ୍ଧ୍ୱ ଅନ୍ତେବାସୀଙ୍କୁ ନୂତନ କମ୍ବଳ ପ୍ରଦାନର ଆବଶ୍ୟକତା ରହିଛି। ଏଥିପାଇଁ ଦୀର୍ଘ ଦିନ ପୂର୍ବରୁ ବିଭାଗ ପକ୍ଷରୁ କମ୍ବଳ ଯୋଗାଣ ପାଇଁ ଟେଣ୍ଡର କରାଯାଇଥିଲା। ଟେଣ୍ଡର ପ୍ରାପ୍ତ ୧ମ ବ୍ୟକ୍ତି ଜଣକ କମ୍ବଳ ଯୋଗାଇବା ପାଇଁ ଆବଶ୍ୟକ କାଗଜପତ୍ର ଦାଖଲ କରିବାରେ ବିଳମ୍ବ କରିବାରୁ ୨ୟ ଓ ୩ୟ ବ୍ୟକ୍ତିଙ୍କୁ ସୁଯୋଗ ଦିଆଯାଇଥିଲା। ମାତ୍ର ବିଗତ ଦିନରେ ଏହି ବ୍ୟକ୍ତି ଦ୍ୱୟ ନିମ୍ନମାନର କମ୍ବଳ ଯୋଗାଣ କରିଥିବାରୁ ଜିଲା ପ୍ରଶାସନ ସେମାନଙ୍କୁ ଅଯୋଗ୍ୟ ମନେ କରିଥିଲା ା ଏହି ପ୍ରକ୍ରିୟା ପାଇଁ ଦିନ ଗଡ଼ି ଯାଉଥିବାରୁ ଛାତ୍ରୀଛାତ୍ରମାନେ ସରକାରୀ ସୁବିଧାରୁ ବଞ୍ଚିିତ ହୋଇଛନ୍ତି। ଏ ନେଇ ଜିଲା ମଙ୍ଗଳ ଅଧିକାରୀ ଚିତ୍ତ ରଞ୍ଜନ ମହାପାତ୍ର କୁହନ୍ତି, ସରକାରଙ୍କ ପକ୍ଷରୁ ଉଦ୍ଦିଷ୍ଟ ଧାର୍ଯ୍ୟ ମୂଲ୍ୟରେ ଉନ୍ନତମାନର କମ୍ବଳ ପାଇଁ ସରକାରୀ ଇ-ମାର୍କେଟିଂ ଓ ଓଡ଼ିଶା କ୍ଷୁଦ୍ର ଉଦ୍ୟୋଗ ସଂସ୍ଥା ମାଧ୍ୟମରେ କମ୍ବଳ ଯୋଗାଣ ପାଇଁ ପଦକ୍ଷେପ ନିଆଯାଉଛି। ଡିସେମ୍ବର ମାସ ଶେଷ ସୁଦ୍ଧା କମ୍ବଳ ପ୍ରଦାନ କରାଯିବ ବୋଲି ସେ ଆଶାବାଦୀ ଅଛନ୍ତି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିମାନବନ୍ଦରରେ ୨ଯୁବକଙ୍କୁ ବାଂଲାଦେଶୀ କହି ମାଡ଼ିବସିଲେ, ପରେ…

ଭୁବନେଶ୍ୱର,୨୯।୧୨: ବାଂଲାଦେଶୀ ଭାଭିଲେ ଆଉ ମାଡ଼ିବସିଲେ। ଆମ ହିନ୍ଦୁ ମାନଙ୍କୁ ବାଂଲାଦେଶରେ ଅମାନୁଷିକ ଭାବେ ହତ୍ୟା କରୁଛ କହି ଦୁଇ ଯୁବକଙ୍କୁ ବାଂଲାଦେଶୀ ସନ୍ଦେହରେ ଭୁବନେଶ୍ୱର...

ଆକ୍ସନ ମୋଡରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ, ବାଲି ବୋଝେଇ ଟ୍ରାକ୍ଟର ଧରି ପୋଲିସକୁ ଜିମା ଦେଲେ

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ରାଜ୍ୟ ଖଣି, ଇସ୍ପାତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ଗ୍ରାମ...

ରାଜ୍ୟ ଭାଜପାର ୪ ସାଧାରଣ ସମ୍ପାଦକଙ୍କୁ ନେଇ ବସିଲା ବଡ଼ ବୈଠକ: ଆସିପାରେ…

ଭୁବନେଶ୍ୱର,୨୯।୧୨: ଭାଜପା ରାଜ୍ୟ କାର୍ଯ୍ୟାଳୟରେ ସାଙ୍ଗଠନିକ ସ୍ଥିତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ରାଜ୍ୟ ଭାଜପାର ୪ ସାଧାରଣ ସମ୍ପାଦକଙ୍କୁ ନେଇ ଏହି ବୈଠକ ବସିଛି।...

ମାନସିକ ଭାରସାମ୍ୟ ହରାଇ କୀଟନାଶକ ପିଇଦେଲେ ଯୁବକ, ଚାଲିଗଲା ଜୀବନ

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ମାନସିକ ଭାରସାମ୍ୟ ହରାଇ ଘରେ ଥିବା କୀଟନାଶକ ପିଇଦେଲେ ଯୁବକ । ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ନୂଆମୌଳାଭଞ୍ଜା ଗ୍ରାମରୁ ସାମ୍ନାକୁ...

ବିଜେଡି କର୍ମକର୍ତ୍ତାଙ୍କ ନାଁ ଘୋଷଣାକୁ ନେଇ ବିବାଦ, ଦେବାଶିଷ ଓ ଦେବୀଙ୍କ ସହ ଥିବା ନେତାଙ୍କୁ ତାଲିକାରୁ ବାଦ୍

କଟକ: ବିଜୁ ଜନତା ଦଳର କର୍ମକର୍ତ୍ତାଙ୍କ ମଧ୍ୟରେ ମତଭେଦ ଦେଖାଯାଉଥିବା ବେଳେ ବିଜେଡି କର୍ମକର୍ତ୍ତାଙ୍କ ନାଁ ଘୋଷଣାକୁ ନେଇ ବିବାଦ ଦେଖାଯାଇଛି । BYJD(ବିଜୁ ଯୁବ...

ପିସିଆର ଭ୍ୟାନରେ ନାହିଁ ପ୍ରଦୂଷଣ ସାର୍ଟିଫିକେଟ୍‌, ମନଇଚ୍ଛା କରୁଛି ଯାତାୟାତ, ଲୋକେ କହିଲେ ଆମର ଚାଲାଣ କଟିଲେ…

ଭୁବନେଶ୍ୱର,୨୯।୧୨(ତ୍ରିନାଥ ମହାନ୍ତି): ଆଇନ ସମସ୍ତଙ୍କ ପାଇଁ ସମାନ। ସେ ଅଧିକାରୀ ହୁଅନ୍ତୁ ବା ସାଧାରଣ ଲୋକ। ଏବେ ରାଜ୍ୟରେ ପ୍ରଦୂଷଣ ନିୟନ୍ତ୍ରଣ(ପିୟୁସି) ସାର୍ଟିଫିକେଟ ସବୁ ଗାଡ଼ି...

ପିକ୍‌ନିକ୍‌ ପାଇଁ ଆସି ୨ ଗୋଷ୍ଠୀ ପିଟାପିଟି: ଆଜି ଖାଁ ଖାଁ ଡୁଲୁରୀ ପାଇନ୍‌ ବଣ

ଦାରିଙ୍ଗବାଡ଼ି,୨୯ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ରବିବାର ଡ଼ୁଲୁରୀ ପାଇନ ବଣରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟଣାରେ ସୋମବାର ସକାଳେ ଉକ୍ତ ଡୁଲୁରୀ...

ବାଇକ୍‌ ଚାଳକଙ୍କୁ ଚାପି ଦେଇ ଗଛରେ ପିଟିହେଲା ହାଇଓ୍ବା

ବୌଦ୍ଧ,୨୯ା୧୨(ଅଜିତ କୁମାର ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ଚାରିଛକ କୁସଙ୍ଗ ପୂର୍ତ୍ତ ରାସ୍ତାର ଏକତାଳଠାରେ ସୋମବାର ସକାଳେ ଏକ ହାଇଓ୍ବା ଧକ୍କାରେ ମୋଟରସାଇକେଲ ଚାଳକଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri