ବିଗୁଡୁଛି ଗହୀରମଥା ପରିବେଶ

କେନ୍ଦ୍ରାପଡ଼ା ଅଫିସ, ୧୮ା୧୨: ପ୍ରତିରକ୍ଷା ବିଭାଗ ପାଇଁ ସୁପର ସୋନିକ କ୍ଷେପଣାସ୍ତ୍ର ସହାୟକ ଟର୍ପେଡୋ(ସ୍ମାର୍ଟ) ସିଷ୍ଟମର ସଫଳ ପରୀକ୍ଷଣ ଗତ ୧୩ ତାରିଖରେ ହୁଇଲର ଦ୍ୱୀପରୁ କରାଯାଇଛି। ଡିସେମ୍ବରରେ ଏହି ପରୀକ୍ଷା ବ୍ୟତୀତ ଦି’ ଡିଫେନସ୍‌ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେଶନ (ଡିଆରଡିଓ) ପକ୍ଷରୁ ଦୁଇମାସ ମଧ୍ୟରେ ଏଠାରେ ଲଗାତାର ମିସାଇଲ ପରୀକ୍ଷଣ ଜାରି ରହିଛି। ଏହି ପରୀକ୍ଷଣ ଜାତୀୟ ଉଦ୍ୟାନ ଭିତରକନିକା ନିକଟ ହୁଇଲର ଦ୍ୱୀପ (ଡ. ଅବଦୁଲ କାଲାମ ଦ୍ୱୀପ)ରେ ମଧ୍ୟ କରାଯାଉଛି। ଏହି ମିସାଇଲ ପରୀକ୍ଷଣ ସମୟରେ ଉତ୍ପନ୍ନ ଆଲୋକ ଓ ଧୂଅଁାର ପ୍ରଭାବ ସିଧାସଳଖ ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ବିରଳ ଅଲିଭ ରିଡଲେଙ୍କ ଅନୁଡିଶାଳ ଭାବେ ପରିଚିତ ଗହୀରମଥା ଉପରେ ପଡୁଛି। ଫଳରେ ଚଳିତବର୍ଷ ଆସିଥିବା କଇଁଛଙ୍କ ଉପରେ ଏହା ପ୍ରଭାବ ପକାଇବ ବୋଲି ପରିବେଶବିତ୍‌ମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।
ଏ ସମ୍ପର୍କରେ ବନ୍ୟଜନ୍ତୁ ସୁରକ୍ଷା ସମିତି ସଭାପତି ବିଶ୍ୱଜିତ ମହାନ୍ତି କୁହନ୍ତି, ଜାତୀୟ ଉଦ୍ୟାନ ଭିତରକନିକାର ପରିବେଶ ଏବେ ବିଗିଡିବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟ ସହିତ ତାଳ ଦେଇ ମନୁଷ୍ୟକୃତ କ୍ଷତି ବଢ଼ିଚାଲିଛି। ଗତ ୧୫ ତାରିଖରେ ଇକୋ ରିଟ୍ରିଟ ପେଣ୍ଠ ବେଳାଭୂମିରେ ଆରମ୍ଭ ହୋଇଛି। ଶିବିର ଶେଷରେ କୁଢ଼କୁଢ଼ ପଲିଥିନ ଗଦା ହେବା ସ୍ବାଭାବିକ। ଏହି ପଲିଥିନ ଅଲିଭ ରିଡଲେଙ୍କ ପାଇଁ ବିପଦ ସାଜୁଥିବା ବେଳେ ଏବେ ନିକଟସ୍ଥ ହୁଇଲର ଦ୍ୱୀପରୁ ଲାଗାତର ମିସାଇଲ ଟେଷ୍ଟିଂ ହେଉଛି। ପ୍ରତିବର୍ଷ ଏହି ସମୟରେ ଲକ୍ଷାଧିକ ଅଲିଭ ରିଡଲେ କଇଁଛଙ୍କ ଆଗମନ ଗହୀରମଥାକୁ ହୋଇଥାଏ। ଏଥିପାଇଁ ଏହି ଅଞ୍ଚଳରେ ନଭେମ୍ବର ପହିଲାରୁ ମେ ୩୧ ଯାଏ ମତ୍ସ୍ୟଜୀବୀଙ୍କ ପାଇଁ କଟକଣା ରହିଥାଏ। ତେବେ ମିସାଇଲ ପରୀକ୍ଷଣ ଏହି ବିରଳ ସାମୁଦ୍ରିକ ଜୀବଙ୍କୁ ପଥଭ୍ରଷ୍ଟ କରିବ। ସେ କହିଛନ୍ତି , ଅଲିଭ ରିଡଲେଙ୍କ ପ୍ରଜନନ ସମୟରେ ଟେଷ୍ଟ ଫାଇରିଂ ନ କରିବାକୁ ତତ୍କାଳୀନ ଡିଆରଡିଓ ମୁଖ୍ୟ ଡ. ଅବଦୁଲ କାଲାମଙ୍କୁ ପରିବେଶବିତ୍‌ ବାଙ୍କ ବିହାରୀ ଦାସ ଅନୁରୋଧ କରିଥିଲେ। ଏଥିସହ ହୁଇଲର ଦ୍ୱୀପର ଆଲୋକ କଇଁଛଙ୍କୁ ଦିଗଭ୍ରଷ୍ଟ କରୁଥିବା ତଥ୍ୟ ତାଙ୍କ ସମ୍ମୁଖରେ ରଖିଥିଲେ। ଏ ନେଇ ଆଲୋଚନା ପରେ କଇଁଛଙ୍କ ଆଗମନଠାରୁ ଶାବକଙ୍କ ପ୍ରସ୍ଥାନ ପର୍ଯ୍ୟନ୍ତ ସାମରିକ କର୍ତ୍ତୃପକ୍ଷ ସୁରକ୍ଷା ପ୍ରଦାନ ପାଇଁ ମିସାଇଲ ପରୀକ୍ଷଣ କରାଯିବ ନାହିଁ ବୋଲି ଡ. କାଲାମ ଆଶ୍ୱାସନା ଦେଇଥିଲେ। ତେବେ ତାଙ୍କ ମୃତ୍ୟୁ ପରେ ମିସାଇଲ ଟେଷ୍ଟ ଫାଇରିଂ ଜାରି ରହିଛି। ସାମୁଦ୍ରିକ ଜୀବ ଓ ଅଲିଭରିଡଲେ କଇଁଛ ସୁରକ୍ଷା ସମିତି ସଭାପତି ହେମନ୍ତ କୁମାର ରାଉତ କହିଛନ୍ତି, ପ୍ରାକୃତିକ ବିପର୍ଯ୍ୟୟ ଭିତରକନିକାର ପରିବେଶକୁ ବିଗାଡି ଦେଇଛି। ସାମୁଦ୍ରିକ ଝଡ ଓ ଉଚ୍ଚ ଜୁଆର ସ୍ଥାନୀୟ ସାମୁଦ୍ରିକ ଅଞ୍ଚଳକୁ ନଷ୍ଟ କରୁଛି। ତଟକ୍ଷୟ ଯୋଗୁ ଅଲିଭ ରିଡଲେଙ୍କ ଅନ୍ତୁଡିଶାଳ ସଙ୍କୁଚିତ ହୋଇଛି। ତଟକ୍ଷୟ ସହ ହୁଇଲର ଦ୍ୱୀପରୁ ଲଗାତର ମିସାଇଲ ପରୀକ୍ଷା କଇଁଛଙ୍କ ଆଗମନ ଉପରେ ପ୍ରଭାବ ପକାଇବ। ପରିବେଶବିତ୍‌ ଜଗନ୍ନାଥ ଦାସ କହିଛନ୍ତି, ତଟ ଅଞ୍ଚଳରେ ଚିଙ୍ଗୁଡି ଘେରି ପରିବେଶକୁ ନଷ୍ଟ କରୁଥିବା ବେଳେ କ୍ଷେପଣାସ୍ତ୍ର ପରୀକ୍ଷା ଏହି ବିରଳ ଜୀବଙ୍କ ସୁରକ୍ଷା ପ୍ରତି ଶୁଭଙ୍କର ନୁହେଁ। ଏ ନେଇ ବନ ବିଭାଗ ଓ ଡିଆରଡିଓ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ହେବା ଜରୁରୀ। ଏ ସଂକ୍ରାନ୍ତରେ ଗହୀରମଥା ରେଞ୍ଜ ଅଧିକାରୀ ଦେବାଶିଷ ଭୋଇଙ୍କୁ ପଚାରିବାରେ ଅଲିଭରିଡେଲ କଇଁଛଙ୍କ ଆଗମନ ସମ୍ପର୍କରେ ଡିଆରଡିଓକୁ ଚିଠି ଦ୍ୱାରା ସୂଚନା ଦିଆଯାଇଛି। ଖୁବ୍‌ଶୀଘ୍ର ଏ ନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଅଧିକ ଆଲୋଚନା ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri