Posted inଖେଳ

ସଚିନ ନୁହେଁ, ଏହି ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କୁ ଭୟ କରୁଥିଲେ ଶୋଏବ ଅଖତର

ନୂଆଦିଲ୍ଲୀ,୧୩।୧୨: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ବିଶ୍ୱର ବଡ଼ ବଡ଼ ବ୍ୟାଟ୍ସମ୍ୟାନ୍‌ଙ୍କୁ ନିଜ ଦ୍ରୁତ ବୋଲିଂରେ ଆଉଟ୍‌ କରିଛନ୍ତି। ଅନେକ ବ୍ୟାଟ୍ସମ୍ୟାନ୍‌ ତାଙ୍କ ବିପକ୍ଷରେ ଖେଳିବା ସହଜ ନ ଥିଲା। ନିକଟରେ ଶୋଏବ ଅଖତର ପ୍ରକାଶ କରିଛନ୍ତି ଯେ, ସଚିନ ତେନ୍ଦୁଲକରଙ୍କ ପରି ଜଣେ ମହାନ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍‌ କରିବା ଟିକେ ସହଜ ହୋଇଥିଲେ ମଧ୍ୟ ଭାରତର ଓ୍ବାଲ୍‌ଙ୍କୁ ଆଉଟ୍‌ କରିବା ବହୁତ କଷ୍ଟସାଧ୍ୟ ଥିଲା। ରାହୁଲ ଦ୍ରାବିଡଙ୍କୁ ବୋଲିଂ କରିବା ତାଙ୍କ ପାଇଁ ଅତ୍ୟନ୍ତ କଷ୍ଟସାଧ୍ୟ ଥିଲା। ଦ୍ରାବିଡଙ୍କ ଉତ୍ସର୍ଗୀକୃତତା ଏବଂ ଦକ୍ଷତା ହେତୁ ସେ ସବୁ ବୋଲର୍‌ଙ୍କୁ ସହଜରେ ଖେଳୁଥିଲେ। ସଚିନ ତେନ୍ଦୁଲକରଙ୍କ ଅପେକ୍ଷା ରାହୁଲ ଦ୍ରାଭିଡ ଅଧିକ ବିପଜ୍ଜନକ ବୋଲି ସେ କହିଛନ୍ତି।
ଶୋଏବ ଅଖତର ଭାରତ ବିପକ୍ଷରେ ୧୦ଟି ଟେଷ୍ଟ ଖେଳି ୧୮ ଉଇକେଟ ନେଇଥିଲେ। ସେହିପରି ଭାରତ ବିପକ୍ଷରେ ୨୮ଟି ଦିନିକିଆରେ ୪୧ ଉଇକେଟ ନେଇଥିଲେ। ରାହୁଲ ଦ୍ରାବିଡ ଏବଂ ଶୋଏବ ଅଖତର ଥରେ ପଡ଼ିଆରେ ଝଗଡା କରିଥିଲେ। ୨୦୦୪ରେ ଚାମ୍ପିଅନ୍ସ ଟ୍ରଫିର ଇଣ୍ଡୋ-ପାକ ମ୍ୟାଚ ସମୟରେ ଏହି ଘଟଣା ଘଟିଥିଲା। ବର୍ମିଂହାମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ସର୍ବଦା ଶାନ୍ତ ଥିବା ରାହୁଲ ଦ୍ରାବିଡ଼ ଅଖତରଙ୍କ ସହ ଝଗଡା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଐତିହ୍ୟ-ପାରମ୍ପରିକ ଲୋକକଥାର କାହାଣୀ କହେ ଯୋଗୀମଠ ଜଳପ୍ରପାତ, ବିଡିଓ କହିଲେ ରାସ୍ତା ସହ…

ଦାରିଙ୍ଗବାଡ଼ି,୨୬ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଏକାଧିକ ପର୍ଯ୍ୟଟନକ୍ଷେତ୍ର ରହିଛି। ସେଥିମଧ୍ୟରୁ ଯୋଗୀମଠ ଜଳପ୍ରପାତ ଅନ୍ୟତମ। ତେବେ ଯୋଗୀମଠ ଜଳପ୍ରପାତରେ ପହଞ୍ଚିବା ପାଇଁ ସବୁଦିନିଆ...

ମାଲକାନଗିରି ବ୍ଲକ୍ ଜେଇଙ୍କ ଘରେ ଭିଜିଲାନ୍ସ ରେଡ୍‌, ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ

ମାଲକାନଗିରି,୨୬।୧୨: ସକାଳୁ ସକାଳୁ ଭିଜିଲାନ୍ସ ଚଢ଼ାଉ । ମାଲକାନଗିରି ବ୍ଲକ୍ ଜେଇଙ୍କ ଘରେ ଭିଜିଲାନ୍ସ ରେଡ୍‌ କରିଛି । ନିହାର ସରକାରଙ୍କ ନାମରେ ପୂର୍ବରୁ ଦୁର୍ନୀତି...

ଡେଲିଭରୀ କର୍ମଚାରୀଙ୍କ ଦେଶବ୍ୟାପୀ ଧର୍ମଘଟ: ଏହି ଦୁଇଦିନ ହେବ ସେବା ପ୍ରଭାବିତ

ନୂଆଦିଲ୍ଲୀ,୨୬।୧୨: ସ୍ୱିଗି (Swiggy), ଜୋମାଟୋ (Zomato), ଜେପ୍ଟୋ (Zepto), ବ୍ଲିଙ୍କିଟ୍ (Blinkit), ଆମାଜନ (Amazon), ଫ୍ଲିପକାର୍ଟ (Flipkart) ସମେତ ବିଭିନ୍ନ ଇ-କମର୍ସ ଏବଂ ଫୁଡ୍ ଡେଲିଭରୀ...

ଘରେ ରୋଷେଇ କରୁଥିବାବେଳେ ଯୁବତୀଙ୍କୁ ଏକୁଟିଆ ପାଇ ବଳାତ୍କାର କଲେ ଯୁବକ, ସୁଇସାଇଡ୍‌ ନୋଟ୍‌ ଲେଖି ନେଲେ ଏମିତି ନିଷ୍ପତ୍ତି…

ଚାନ୍ଦବାଲି,୨୬।୧୨(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲିରେ ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଚାନ୍ଦବାଲିରେ...

ନାବାଳିକାଙ୍କ ଚାଞ୍ଚଲ୍ୟକର ବୟାନ: ପ୍ରେମିକ ଶାରୀରିକ ସମ୍ପର୍କ ରଖିବା ପରେ ତାଙ୍କୁ…

ଭଦ୍ରକ,୨୬।୧୨(ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିଠାରେ ବୁଧବାର ସନ୍ଧ୍ୟାରେ ଜଣେ ନାବାଳିକା ବୈତରଣୀ ନଦୀକୁ ଡେଇଁବା ଘଟଣା ଗୁରୁବାର ନୂଆ ମୋଡ଼ ନେଇଛି। ଭଦ୍ରକ ଜିଲା...

ଅଧା ରହିଲା ଚିଲିକା ବୁଲା, ସଡ଼କ ଦୁର୍ଘଟଣାରେ ସ୍ବାମୀଙ୍କ ମୃତ୍ୟୁ ୨ ଗୁରୁତର

ପୁରୀ,୨୬।୧୨: ସକାଳୁ ସକାଳୁ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ବଳଙ୍ଗା-ନିମାପଡ଼ା ରାସ୍ତାର ନୂଆହାଟରେ ବାଇକକୁ ଧକ୍କା ଦେଲା ଅଜଣାଗାଡି । ତେବେ ଦୁର୍ଘଟଣାରେ ଜଣଙ୍କର...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ମିଥୁନ ରାଶି ସମେତ ଏହି ରାଶି ଉପରେ ରହିବ ଗଣେଷଙ୍କ କୃପା, ଖୋଲିବ ଭାଗ୍ୟ

କୁମ୍ଭ ରାଶିରେ ଚନ୍ଦ୍ର ନୂତନ ଚିନ୍ତାଧାରା, ଅଭିନବ ନିଷ୍ପତ୍ତି ଏବଂ ସାମୂହିକ ମଙ୍ଗଳ ଉପରେ ଧ୍ୟାନ ଦେବାକୁ ଇଙ୍ଗିତ କରେ। ଧନୁ ରାଶିରେ ସୂର୍ଯ୍ୟ, ମଙ୍ଗଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri