Posted inଜାତୀୟ

ଧୀରେ ଗାଡ଼ି ଚଳାଇବା ବି ଅପରାଧ !…

କୋଚି, ୧୨।୧୨: ଧୀରେ କିନ୍ତୁ ଅସାବଧାନ ହୋଇ ଗାଡ଼ି ଚଳାଇବା ମଧ୍ୟ ଅପରାଧ। ତେଣୁ ଧୀରେ ବେପରୁଆ ଭାବରେ ଗାଡି ଚଳାଇ ରକ୍ଷା ପାଇବା ପାଇଁ ଚିନ୍ତା କରିବା ଏକ ବଡ ଭୁଲ ବୋଲି କେରଳ ହାଇକୋର୍ଟ କହିଛନ୍ତି। ଏଭଳି ଗାଡି ଚଲାଇବା ଆଇପିସିର ଧାରା ୨୭୯ ଅନ୍ତର୍ଗତ ଦ୍ରୁତ ଗତିରେ ଏବଂ ବେପରୁଆ ଡ୍ରାଇଭିଂ ଭଳି ଅପରାଧ। ରାସ୍ତାରେ ଗାଡି ଚଳାଉଥିବା ବ୍ୟକ୍ତି ଏହାର ପରିଣାମ ପାଇଁ ଦାୟୀ ବୋଲି ହାଇକୋର୍ଟ କହିଛନ୍ତି।

ସାବରିମାଲାର ଟ୍ରେକିଂ ରାସ୍ତାରେ ଟ୍ରାକ୍ଟର ବ୍ୟବହାର ଉପରେ ହାଇକୋର୍ଟ ଶୁଣାଣି ସମୟରେ ଏଭଳି କହିଛନ୍ତି।
ହାଇକୋର୍ଟ କହିଛନ୍ତି ଯେ ଯଦି ଜଣେ ଡ୍ରାଇଭର ଧୀର କିନ୍ତୁ ଅସାବଧାନତା ଯୋଗୁ ଦୁର୍ଘଟଣା ଘଟାଏ, ତେବେ ସେ ତାଙ୍କ ଗତି କମ ବୋଲି କହି ସେଥିରୁ ରକ୍ଷା ପାଇପାରିବେ ନାହିଁ। ସମ୍ପ୍ରତି ଓଭର ସ୍ପିଡରେ ଗାଡି ଚଳାଇବା ପାଇଁ ବର୍ତ୍ତମାନ ୧୦୦୦ ଟଙ୍କା ଜରିମାନା ଲାଗୁ ହୋଇଥିବାବେଳେ ବିପଜ୍ଜନକ ଢ଼ଙ୍ଗରେ ଗାଡି ଚଳାଇବା ପାଇଁ ୫ ହଜାର ଟଙ୍କା ଜୋରିମାନା ଲାଗୁ କରାଯାଉଛି।

ଟ୍ରାଫିକ ନିୟମ ଅନୁଯାୟୀ, ବିନା ଲାଇସେନ୍ସରେ ଗାଡି ଚଳାଉଥିବା ଡ୍ରାଇଭର ଉପରେ ୫ ହଜାର ଟଙ୍କା, ଓଭରସାଇଜ ଗାଡି ପାଇଁ ୫ହଜାର ଟଙ୍କା, ମଦ୍ୟପାନ କରି ଡ୍ରାଇଭିଂ ପାଇଁ ୧୦ ହଜାର ଟଙ୍କା, ରେସିଂ ଏବଂ ଦ୍ରୁତ ଗତିରେ ଗାଡ଼ି ଚଳାଇବା ଲାଗି ୫ ହଜାର ଟଙ୍କା, ଓଭରଲୋଡିଂ କ୍ଷେତ୍ରରେ ୨୦ ହଜାର ଟଙ୍କାର ଜରିମାନା ଅବା ଟନ ପିଛା ୨ ହଜାର ଟଙ୍କା ବ୍ୟବସ୍ଥା ଅଛି।

ସେହିପରି ଦୁଇ ଚକିଆ ଯାନ ଉପରେ ଓଭରଲୋଡିଂ କ୍ଷେତ୍ରରେ ତିନିମାସ ପାଇଁ ଲାଇସେନ୍ସ ବାତିଲ କିମ୍ବା ୨୦୦୦ ଟଙ୍କାର ଜରିମାନା ଦେବାକୁୂ ପଡୁଛି ବୋଲି କୋର୍ଟ କହିଛନ୍ତି। ତେଣୁ ଧୀର କିନ୍ତୁ ଅସାବଧାନ ହୋଇ ଗାଡ଼ି ଚଳାଇଲେ ମଧ୍ୟ ଜରିମାନା ଆଦାୟ କରାଯିବ ବୋଲି ବିଚାରପତି ଅନୀଲ କେ. ନରେନ୍ଦ୍ରନ ଏବଂ ପି.ଜି. ଅଜିଥକୁମାରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri