ଶୀତଳ ଭଣ୍ଡାରରେ ଜିଲାର ଶତାଧିକ ସଙ୍ଗଠନ

ଜଗତସିଂହପୁର ଅଫିସ, ୧୨।୧୨: ଆବଶ୍ୟକ ବେଳେ ଅନେକ ସଙ୍ଗଠନ, ମଞ୍ଚ, ସମିତି, ପରିଷଦ, ସଂଘ, ଟ୍ରଷ୍ଟ, ମହାସଭା, ସଭା, ୟୁନିୟନ ଆଦି ସୃଷ୍ଟି କରାଯାଏ। ଏସବୁ ଜରିଆରେ ଆନ୍ଦୋଳନଠାରୁ ଆରମ୍ଭ କରି ଅନେକ ଦାବି ଉପସ୍ଥାପନ ହୁଏ। ସରକାର, କମ୍ପାନୀ କିମ୍ବା ଅନ୍ୟ ସଂସ୍ଥା ଉପରେ ଚାପ ପକାଯାଏ। କିନ୍ତୁ ସମୟ ଚକ୍ରରେ ଏଗୁଡିକ ମଧ୍ୟରୁ ଅଧିକାଂଶ ଶୀତଳ ଭଣ୍ଡାରକୁ ଚାଲିଯାଏ। ଜଗତ୍‌ସିଂହପୁର ଜିଲାରେ ଏପରି ଅନେକ ଉଦାହରଣ ଦେଖିବାକୁ ମିଳିଛି। ଜିଲାରେ ପ୍ରାୟ ୫୦୦ ସଙ୍ଗଠନ ବୁଡ଼ିଯାଇଛି।
ଅତୀତରେ ଜିଲା ବିକାଶ ପାଇଁ ଜଗତ୍‌ସିଂହପୁର ଜିଲା ବରିଷ୍ଠ ନାଗରିକ ମଞ୍ଚ ଗଠନ ହୋଇଥିଲା। ସେତେବେଳେ ଏହା ଅନେକଙ୍କୁ ଖୁସି ଦେଇଥିଲା। ଉଦ୍ଦେଶ୍ୟ ଥିଲା ପ୍ରଶାସନ ଓ ରାଜନେତାଙ୍କ ଉପରେ ଚାପ ସୃଷ୍ଟି କରି ଅନେକ ଦାବି ହାସଲ କରିବା। ପ୍ରଥମ ବୈଠକ ଓ ଏହାପରେ ମଞ୍ଚ ଗଠନକୁ ନେଇ ବ୍ୟାପକ ପ୍ରଚାର ହୋଇଥିଲା। ଦୁଃଖର କଥା ହେଲା ନେତୃତ୍ୱକୁ ନେଇ ବିବାଦ ହେବାରୁ ବାସ୍ତବ ଲକ୍ଷ୍ୟଠାରୁ ମଞ୍ଚ ଦୂରେଇ ଯାଇଥିଲା। ସେତେବେଳର ୨ ପ୍ରମୁଖ ରାଜନେତାଙ୍କ ବିବାଦରେ ଏହି ମଞ୍ଚ ଛନ୍ଦି ହୋଇଯାଇଥିଲା। ଏନେଇ ମଞ୍ଚ ପଞ୍ଜୀକରଣ ପୂର୍ବରୁ ପୂର୍ଣ୍ଣଚ୍ଛେଦ ପଡ଼ିଯାଇଥିଲା। ଏହା ପୂର୍ବରୁ ମଧ୍ୟ ପୂଜ୍ୟପୂଜା ସମିତି ଗଠନ ହୋଇଥିଲା। ବିଶେଷକରି ସ୍ବାଧୀନତାସଂଗ୍ରାମୀ ତଥା ମହାପୁରୁଷମାନଙ୍କ ଜନ୍ମ ଓ ମୃତ୍ୟୁ ଦିବସ ଠିକ୍‌ ଭାବେ ପାଳନ କରିବା ମୂଳ ଉଦ୍ଦେଶ୍ୟ ଥିଲା। ତାହା ମଧ୍ୟ ଅଧାରେ ଅଟକି ଯାଇଥିଲା। ଜଗତ୍‌ସିଂହପୁର ସମେତ ଜିଲାର ପାରାଦୀପ, ଏରସମା, କୁଜଙ୍ଗ, ତିର୍ତ୍ତୋଲ, ରଘୁନାଥପୁର, ବିରିଡ଼ି, ନାଉଗାଁ ଓ ବାଲିକୁଦା ଆଦି ଅଞ୍ଚଳରେ ଏଭଳି ଅନେକ ସଙ୍ଗଠନ ଗଢ଼ିଉଠି ପରେ ସମୟ ଚକ୍ରରେ ଉଭେଇଯାଇଛି।
ସେଥିମଧ୍ୟରୁ ପାରାଦୀପରେ ସର୍ବାଧିକ ରହିଛି। ପଞ୍ଜୀକରଣ ନ ହୋଇ ଅନେକ ସଙ୍ଗଠନ କୌଣସି ଇସ୍ୟୁକୁ ନେଇ ସୃଷ୍ଟି ହୁଏ। ତା’ପରେ ସଙ୍ଗଠନଗୁଡିକ ପଞ୍ଜୀକରଣ ପୂର୍ବରୁ ଶୀତଳ ଭଣ୍ଡାରକୁ ଚାଲିଯାଏ। ସେହିପରି ଅନେକ ସଙ୍ଗଠନ ପଞ୍ଜୀକରଣ ହୋଇ ମଧ୍ୟ ବିଭିନ୍ନ କାରଣରୁ ଆଗେଇ ପାରିନାହିଁ। ମିଳିଥିବା ସୂଚନା ଅନୁଯାୟୀ, ଜଗତ୍‌ସିଂହପୁର ଜିଲାର ପାଖାପାଖି ୨୫୨ଟି ସମିତି ତଥା ସଂସ୍ଥା ବନ୍ଦ ହୋଇଯାଇଛି। ସେଗୁଡିକ ମଧ୍ୟରେ ପାରାଦୀପ ପୋର୍ଟ ଡକ୍‌ ୱାର୍କର୍ସ ଏମ୍‌ପିସିଏସ୍‌, ଇପ୍‌କୋ ଷ୍ଟାଫ କ୍ରେଡିଟ୍‌ କୋ-ଅପରେଟିଭ ସୋସାଇଟି, ପାରାଦୀପ କ୍ରେଡିଟ୍‌ କୋ-ଅପରେଟିଭ୍‌ ସୋସାଇଟି, ଇଷ୍ଟର୍ନ ଇଣ୍ଡିଆ ଅଏଲ ରିଫାଇନେରି ଡିସ୍‌ପ୍ଲେସ୍‌ଡ ଫ୍ୟାମିଲିଜ୍‌ ୱେଲଫେୟାର କୋ-ଅପରେଟିଭ ସୋସାଇଟି, ପାରାଦୀପ ଅଏଲ ରିଫାଇନେରି ଲ୍ୟାଣ୍ଡ ଲୁଜର୍‌ ୱେଲଫେୟାର ଲେବର କଣ୍ଟ୍ରାକ୍ଟ କୋ-ଅପରେଟିଭ୍‌ ସୋସାଇଟି, ପାରାଦୀପ ଡିସ୍‌ପ୍ଲେସ୍‌ଡ ପର୍ସନ ୱେଲଫେୟାର କୋ-ଅପରେଟିଭ୍‌ ସୋସାଇଟି, ପାରାଦୀପ ଶ୍ରମିକ ସମବାୟ ସମିତି, ପାରାଦୀପ ଲେବର କୋ-ଅପରେଟିଭ୍‌ ସୋସାଇଟି, ପାରାଦୀପ ଅଏଲ ରିଫାଇନେରି ଡିସ୍‌ପ୍ଲେସ୍‌ଡ ଆଣ୍ଡ ଅନଏମ୍ପ୍ଲଏଡ୍‌ ଲାଣ୍ଡ ଲୁଜର୍‌ କୋ-ଅପରେଟିଭ୍‌ ସୋସାଇଟି ଇତ୍ୟାଦି ପ୍ରମୁଖ ରହିଛି। ଏଗୁଡିକ ବନ୍ଦ ପଛରେ ଯେକୌଣସି କାରଣ ଥାଉ ନା କାହିଁକି ସମିତିଗୁଡିକ ଗଠନ ସମୟରେ ରହିଥିବା ପ୍ରତିଶ୍ରୁତି ପୂରଣ ହୋଇପାରିନାହିଁ । ୨୦୧୮ରେ ରାଜ୍ୟ ସରକାର ୨୦ଟି ଜିଲାରେ ୨୦ଟି ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲ ପିପିପି ମୋଡ୍‌ରେ କରିବାକୁ ଘୋଷଣା କରିଥିଲେ। କିନ୍ତୁ ଜଗତ୍‌ସିଂହପୁର ବାଦ୍‌ ପଡ଼ିିଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହାକୁ ବିରୋଧ କରି ଜିଲା ବିକାଶ ମଞ୍ଚ ଗଠନ କରାଯାଇ ରାଜନୀତି କରାଯାଇଥିଲା। ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଜିଲାରେ ଦ୍ୱିତୀୟ ପର୍ଯ୍ୟାୟରେ ଏଭଳି ଅନୁଷ୍ଠାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏପର୍ଯ୍ୟନ୍ତ ଏହା ପୂରଣ ହୋଇ ନ ଥିବାବେଳେ ହସ୍ପିଟାଲ ତିଆରି ଦାବିରେ ଆରମ୍ଭ ହୋଇଥିବା ମଞ୍ଚ ଏବେ ଶୀତଳ ଭଣ୍ଡାରକୁ ଚାଲିଯାଇଥିବା ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri