ସିରିଞ୍ଜ୍‌ ନିର୍ମାଣକାରୀ ସର୍ବବୃହତ୍‌ କମ୍ପାନୀରେ ତାଲା …

ନୂଆଦିଲ୍ଲୀ ୧୧।୧୨: କରୋନାର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ନେଇ ଦେଶରେ ଆତଙ୍କ ସୃଷ୍ଟି ହୋଇଥିବାବେଳେ ସିରିଞ୍ଜ୍‌ ନିର୍ମାଣକାରୀ ସର୍ବବୃହତ୍‌ କମ୍ପାନୀରେ ତାଲା ପଡ଼ିଛି। କରୋନା ମହାମାରୀ ମଧ୍ୟରେ ଦେଶରେ ସ୍ବାସ୍ଥ୍ୟ ସଙ୍କଟ ଦେଖାଦେଇଥିବାବେଳେ ଦେଶର ବୃହତ୍ତମ ସିରିଞ୍ଜ ଏବଂ ଛୁଞ୍ଚି କମ୍ପାନୀ ହିନ୍ଦୁସ୍ତାନ ସିରିଞ୍ଜ ଏବଂ ମେଡିକାଲ ଡିଭାଇସ ଲିମିଟେଡ (ଏଚ୍‌ଏମ୍‌ଡି) କୁ ବନ୍ଦ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସୂଚନା ଅନୁଯାୟୀ, ଜାତୀୟ ରାଜଧାନୀରେ ବାୟୁ ପ୍ରଦୂଷଣ ହ୍ରାସ କରିବା ପାଇଁ ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ ପକ୍ଷରୁ କମ୍ପାନୀର ୨୨୮ କାରଖାନାକୁ ସାମୟିକ ଭାବେ ବନ୍ଦ ରଖିବାକୁ କୁହାଯାଇଛି।

ହିନ୍ଦୁସ୍ତାନ ସିରିଞ୍ଜ ଏବଂ ମେଡିକାଲ ଡିଭାଇସ ଲିମିଟେଡ (ଏଚ୍‌ଏମ୍‌ଡି)ର ପରିଚାଳନା ନିର୍ଦ୍ଦେଶକ ରାଜୀବ ନାଥ ଗଣମାଧ୍ୟମକୁ କହିଛନ୍ତି ଯେ ଆମେ ଆମର କମ୍ପ୍ଲେକ୍ସରେ ଉତ୍ପାଦନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛୁ। ନାଥ କହିଛନ୍ତି ଯେ କମ୍ପାନୀର ଦୁଇ ଦିନରୁ ଅଧିକ ସମୟର ବଫର ଷ୍ଟକ ନାହିଁ। ସେ କହିଛନ୍ତି ଯେ ସୋମବାର ଠାରୁ ଦୁଇ ଦିନ ଧରି ବଫର୍‌ ଷ୍ଟକ ବାହାରେ ଆମେ ସିରିଞ୍ଜ ଉତ୍ପାଦନ କରିପାରିବୁ ନାହିଁ। ସୋମବାର ଠାରୁ ୧.୨ କୋଟି ସିରିଞ୍ଜର ଦୈନିକ ଉତ୍ପାଦନ ଉପଲବ୍ଧ ହେବ ନାହିଁ। ଏଥିରେ ଅନ୍ୟ ଏକ କାରଖାନାରେ ଉତ୍ପାଦିତ ୪୦ ଲକ୍ଷ ସିରିଞ୍ଜ ଅନ୍ତର୍ଭୁକ୍ତ। ଏହାକୁ ସୋମବାର ବନ୍ଦ କରିବାକୁ ଯୋଜନା କରାଯାଇଛି।

କମ୍ପାନୀର ଏମଡି ନାଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲେଖିଥିବା ଚିଠିରେ କହିଛନ୍ତି ଯେ ଭାରତ ତଥା ବିଶ୍ୱବ୍ୟାପୀ ସିରିଞ୍ଜର ଅଭାବ ରହିଛି। ସ୍ବେଚ୍ଛାକୃତ ଭିତ୍ତିରେ ୟୁନିଟ ବନ୍ଦ କରିବାକୁ କୁହାଯାଇଥିବାରୁ ସଙ୍କଟ ଆହୁରି ଖରାପ ହୋଇଯାଇଛି। ଏହା ଦ୍ୱାରା ଦୈନିକ ୧୫୦ ଲକ୍ଷ ଛୁଞ୍ଚି ଏବଂ ୮୦ ଲକ୍ଷ ସିରିଞ୍ଜ ଉତ୍ପାଦନ ଉପରେ ନକାରାତ୍ମକ ପ୍ରଭାବ ପଡ଼ିବାର ଆଶଙ୍କା ଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri